ପେନ୍‌ସନ ସଂସ୍କାରକୁ ବିରୋଧ, ଫ୍ରାନ୍ସରେ ବିକ୍ଷୋଭ

ପ୍ୟାରିସ୍‌ ,୧୯।୧୨(ଏଏଫ୍‌ପି): ଫ୍ରାନ୍ସ ସରକାରଙ୍କ ପେନ୍‌ସନ ସଂସ୍କାର ଯୋଜନାକୁ ନେଇ ଅଚଳାବସ୍ଥା ଲାଗିରହିଥିବାବେଳେ ଏହାକୁ ବିରୋଧ କରି ମଙ୍ଗଳବାର ଲକ୍ଷାଧିକ ବିକ୍ଷୋଭକାରୀ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଦୁଇ ସପ୍ତାହ ହେଲା ପେନ୍‌ସନ ସଂସ୍କାରକୁ ନେଇ ବିରୋଧ ଜାରି ରହିଥିବାରୁ ପରିବହନ ବାଧାପ୍ରାପ୍ତ ହୋଇଛି। ଯୋଜନାର ସମ୍ପୂର୍ଣ୍ଣ ପରିବର୍ତ୍ତନ ଲାଗି ୟୁନିୟନଗୁଡ଼ିକ ଦାବି କରୁଥିବାବେଳେ ସରକାର ଏହାକୁ ଗ୍ରହଣ କରିବାକୁ ରାଜି ନୁହନ୍ତି। ପ୍ୟାରିସ୍‌ରେ ଆନ୍ଦୋଳନକାରୀଙ୍କୁ ଘଉଡାଇବାକୁ ଯାଇ ପୋଲିସ ଲୁହବୁହା ବାଷ୍ପ ପ୍ରୟୋଗ କରିବା ସହ ୩୦ ଜଣଙ୍କୁ ଗିରଫ କରିଛି। କ୍ରିସ୍‌ମସ୍‌ ଛୁଟି ପୂର୍ବରୁ ରାଷ୍ଟ୍ରପତି ଏମାନ୍ବେଲ ମାକ୍‌ରଁ ଉପରେ ଚାପ ବଢ଼ିବାରେ ଲାଗିଛି। ୟୁନିୟନଗୁଡ଼ିକ ସହ ଆଲୋଚନା ପାଇଁ ସେ ଜଣେ ନୂଆ ପେନ୍‌ସନ ମୁଖ୍ୟଙ୍କୁ ନିଯୁକ୍ତ କରିଛନ୍ତି। ଏମ୍‌ପି ଲରେଣ୍ଟ ପେଟ୍ରାସ୍‌ଜେସ୍କି ଏନେଇ ୟୁନିୟନ ନେତାମାନଙ୍କ ସହ ଆଲୋଚନା କରିବେ।
ପେନ୍‌ସନ ସଂସ୍କାରକୁ ନେଇ ୫ ତାରିଖରୁ ବିବାଦ ଲାଗି ରହିଥିବାବେଳେ ମଙ୍ଗଳବାର ଏହା ଉଗ୍ରରୂପ ଧାରଣ କରିଥିଲା। ପରିବହନ କର୍ମଚାରୀଙ୍କ ସହ ଶିକ୍ଷକ, ହସ୍ପିଟାଲ ଓ ଅନ୍ୟ ସରକାରୀ କର୍ମଚାରୀମାନେ ଆନ୍ଦୋଳନରେ ସାମିଲ ହୋଇଥିଲେ। ପ୍ୟାରିସ୍‌ ରାଲିରେ ୭୬ ହଜାର ବିକ୍ଷୋଭକାରୀ ସାମିଲ ହୋଇଥିବାବେଳେ ଦେଶର ବିଭିନ୍ନ ସ୍ଥାନରେ ଶତାଧିକ ବିକ୍ଷୋଭରେ ୬ ଲକ୍ଷରୁ ଅଧିକ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବଳାତ୍କାର ରୋକିବା ପାଇଁ ସରକାର ନେଲେ ଏଭଳି ନିଷ୍ପତ୍ତି: ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସୋମାଲିଆ, ୧୭।୮: ବିଶ୍ୱ ଦ୍ରୁତ ଗତିରେ ଅଗ୍ରଗତି କରୁଛି। ପୂର୍ବରୁ ମହିଳାଙ୍କର ସ୍ବାଧୀନତା ନ ଥିଲା। ହେଲେ ଏବେ ସେମାନେ ପ୍ରତ୍ୟେକ ପ୍ରସଙ୍ଗରେ ପୁରୁଷଙ୍କ ସହ...

ଫୁଜିଆନ – ତାଇୱାନ ଏକୀକରଣ ପାଇଁ ଚାଇନାର ଯୋଜନା, ତାଇୱାନର ସାଂସଦ ଏହାକୁ କହିଲା ହାସ୍ୟାସ୍ପଦ…

ବେଜିଂ/ତାଇପେଇ,୧୪।୯ : ତାଇୱାନ ବିରୋଧରେ ଚାଇନା ପୁଣି ଥରେ ସାମରିକ ଚାପ ପ୍ରୟୋଗ ଆରମ୍ଭ କରିଛି। ଚୀନ ଏହାର ଉପକୂଳ ପ୍ରଦେଶ ଫୁଜିଆନ ଏବଂ ତାଇୱାନ...

ଆଲୋଚନା ସାଙ୍ଗକୁ ଆକ୍ରମଣ

ମସ୍କୋ/କ୍ୱିଭ୍‌/ଓ୍ବାଶିଂଟନ,୪ା୩:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍‌ଙ୍କ ୟୁକ୍ରେନ୍‌ ଦଖଲ ସ୍ବପ୍ନ ସାକାର ହୋଇ ନ ଥିବାରୁ ସେ ଏବେ ରଣନୀତି ବଦଳାଇଛନ୍ତି। ପୁଟିନ୍‌ଙ୍କ ଶକ୍ତିଶାଳୀ ସୈନ୍ୟ ପଡ଼ୋଶୀ...

ୟେମେନ୍‌ରେ ଅଲ୍‌-କାଏଦା ଆକ୍ରମଣ: ୧୯ ସୈନିକ ମୃତ

ସାନା,୩।୮: ୟେମେନ୍‌ରେ ଅଲ୍‌-କାଏଦା ଆତଙ୍କବାଦୀ ସଂଗଠନର ଆକ୍ରମଣରେ ୧୯ ସୈନିକଙ୍କ ମୃତ୍ୟୁ ଘଟିଛି। ଏଥିରେ କିଛି ସୈନ୍ୟ ଆହତ ହୋଇଛନ୍ତି। ଆହତଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ...

ସୀମାକୁ ଧାଇଁଲେ ଆଫଗାନ୍‌

କାବୁଲ, ୨ା୯: ୧,୨୩,୦୦୦ ଲୋକଙ୍କୁ ଏୟାରଲିଫ୍ଟ କରି ଆମେରିକା ସୈନ୍ୟ ଫେରିଯିବା ପରେ କାବୁଲ ବିମାନବନ୍ଦରକୁ ତାଲିବାନ୍‌ ଦଖଲ କରିଛି। ଏଥିସହ ଏୟାରଲିଫ୍ଟ ଅପେକ୍ଷାରେ ଥିବା...

ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତିଙ୍କୁ ବର୍ଷେ ଜେଲ

ପ୍ୟାରିସ,୧।୩ : ଦୁର୍ନୀତି ଓ ପେଡଲିଂ ଅଭିଯୋଗରେ ଏକ ଫ୍ରେଞ୍ଚ କୋର୍ଟରେ ସୋମବାର ଦୋଷି ସାବ୍ୟସ୍ତ ହୋଇଛନ୍ତି ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ନିକୋଲାସ ସାର୍କୋଜି। ତାଙ୍କୁ...

ନାଟୋକୁ ସାମରିକ ସହାୟତା ମାଗିଲେ ଜେଲେନ୍‌ସ୍କି

ବ୍ରୁସେଲ୍ସ, ୨୪ା୩: ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଗୁରୁବାର ନାଟୋ ସମ୍ମିଳନୀକୁ ସମ୍ବୋଧନ କରି ଅସୀମିତ ସାମରିକ ସହାୟତା ପାଇଁ ନିବେଦନ କରିଛନ୍ତି। ଜେଲେନ୍‌ସ୍କି କହିଛନ୍ତି,...

ମର୍କେଲଙ୍କ ପାର୍ଟିର ପରାଜୟ

ବର୍ଲିନ୍‌, ୨୮ା୯: ଜର୍ମାନୀର ସାଧାରଣ ନିର୍ବାଚନରେ ବିଦାୟୀ ଚାନ୍‌ସେଲର ଆଞ୍ଜେଲା ମର୍କେଲଙ୍କ କଞ୍ଜରଭେଟିଭ ପାର୍ଟି କମ୍‌ ପ୍ରତିଶତ ଭୋଟ ବ୍ୟବଧାନରେ ପରାଜିତ ହୋଇଛି। ମର୍କେଲ ଚଳିତ...

Advertisement
Archives

Model This Week