ପେଟ୍ରୋଲ ବିକ୍ରି ୬୧%, ଡିଜେଲ ୫୭% ହ୍ରାସ

ନୂଆଦିଲ୍ଲୀ,୫। ୫: ଚଳିତ ବର୍ଷ ଏପ୍ରିଲ ମାସରେ ପେଟ୍ରୋଲ ଓ ଡିଜେଲ ବିକ୍ରି ଯଥାକ୍ରମେ ୬୧% ଏବଂ ୫୭% ହ୍ରାସ ଘଟିଛି। କେତେକ କ୍ଷେତ୍ରରେ ଔଦ୍ୟୋଗିକ ଉତ୍ପାଦନ ଏବଂ ପରିବହନକୁ ଅନୁମତି ପ୍ରଦାନ କରାଯାଇଥିବାରୁ ଇନ୍ଧନ ବିକ୍ରିରେ ସାମାନ୍ୟ ପରିବର୍ତ୍ତନ ଆସିଥିବା ଶିଳ୍ପ ସୂତ୍ରରୁ ସାମ୍ନାକୁ ଆସିଛି। ଦେଶରେ ଥିବା ମୋଟ୍‌ ଫୁଏଲ ରିଟେଲ ଆଉଟଲେଟଗୁଡ଼ିକ ମଧ୍ୟରେ ୩ ପ୍ରମୁଖ ରାଷ୍ଟ୍ରାୟତ୍ତ ତୈଳ ବିପଣନ କମ୍ପାନୀର ଅଂଶ ୯୦% ରହିଛି। ଏହି କମ୍ପାନୀଗୁଡ଼ିକର ରିଟେଲରଙ୍କ ଏପ୍ରିଲ ପ୍ରଥମ ୧୫ ଦିନରେ ପେଟ୍ରୋଲ ଏବଂ ଡିଜେଲ ବିକ୍ରି ଯଥାକ୍ରମେ ୬୧% ଏବଂ ୬୪% ହ୍ରାସ ଘଟିଥିଲା। ଗତ ବର୍ଷ ସମାନ ସମୟକୁ ବିଚାର କଲେ ବର୍ତ୍ତମାନ ମୋଟ ଇନ୍ଧନ ବିକ୍ରି ୫୦% ଖସିଛି ବୋଲି ତୈଳ ଶିଳ୍ପ ସହ ଜଡିତ ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଦେଶର ମୋଟ ଇନ୍ଧନ ଚାହିଦା ମଧ୍ୟରେ ଏଲ୍‌ପିଜି, ପେଟ୍ରୋଲ, ଡିଜେଲ, ବିଟୁମେନ୍‌ ଭଳି ଇନ୍ଧନ ସାମିଲ ରହିଛି। ଏପ୍ରିଲରେ ବିମାନ ଇନ୍ଧନ ବା ଇଏଟିଏଫ୍‌ ବିକ୍ରି ପ୍ରାୟ ୯୨% ଖସିଥିବା ଶିଳ୍ପ ଡାଟାରୁ ସାମ୍ନାକୁ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଲ୍‌କହଲ ହ୍ୟାଣ୍ଡ ସାନିଟାଇଜର ଉପରେ ୧୮% ଜିଏସ୍‌ଟି

ନୂଆଦିଲ୍ଲୀ,୧୪।୭: ଆଲ୍‌କହଲ ହ୍ୟାଣ୍ଡ ସାନିଟାଇଜର ଉପରେ ୧୮% ଜିଏସ୍‌ଟି ଲାଗୁ ହେବ। ଏହା ଅତ୍ୟାବଶ୍ୟକ ସାମଗ୍ରୀ ତାଲିକାରେ ଆସୁଥିଲେ ମଧ୍ୟ ଏହା ଉପରେ ଉଚ୍ଚ ହାରର...

ଯାତ୍ରୀବାହୀ ଯାନ ବିକ୍ରିରେ ବୃହତ୍‌ ହ୍ରାସ

କରୋନା ପ୍ରଭାବରେ ଯାତ୍ରୀବାହୀ ଯାନ ବିକ୍ରି ବୃହିତ ପରିମାଣର ହ୍ରାସ ଘଟିଛି। ଏହାବାଦ ୨ ଚକିଆ ବିକ୍ରି ଉପରେ ଏହାର ପ୍ରଭାବ ମଧ୍ୟ ପରିଲକ୍ଷିତ ହୋଇଛି।...

ଗୁଗଲ ଉପରେ ୭୩୯ କୋଟି ଜରିମାନା

ନୂଆଦିଲ୍ଲୀ,୨୭।୧୨: ବିଶ୍ୱର ପ୍ରମୁଖ ଆଇଟି କମ୍ପାନୀ ଗୁଗଲ ରୁଷିଆରେ ନିଷିଦ୍ଧ ଥିବା ବିଭିନ୍ନ କଣ୍ଟେଣ୍ଟଗୁଡିକୁ ତା’ର ସର୍ଚ୍ଚ ଇଞ୍ଜିନ ଜରିଆରେ ସର୍ବସାଧାରଣ କରି ଦେଖାଉଥିବା ଅଭିଯୋଗ...

‘ଊର୍ଜା ଚାହିଦାର କେନ୍ଦ୍ରବିନ୍ଦୁ ହୋଇ ରହିବ ଭାରତ’

ନୂଆଦିଲ୍ଲୀ,୧୨।୪: ଭାରତ ପୂର୍ବଭଳି ବିଶ୍ୱ ଊର୍ଜା ଚାହିଦାର କେନ୍ଦ୍ରବିନ୍ଦୁ ହୋଇ ରହିବ। କରୋନା ପରବର୍ତ୍ତୀ ସମୟରେ ମଧ୍ୟ ଊର୍ଜା ଚାହିଦା କ୍ଷେତ୍ରରେ ଭାରତ ଏହାର ପ୍ରମୁଖ...

ମୋବାଇଲ ବ୍ୟବହାରରେ ଭାରତ ତୃତୀୟ

ନୂଆଦିଲ୍ଲୀ, ୨୬।୭:  ବର୍ତ୍ତମାନ ମୋବାଇଲ ଫୋନ ଲୋକଙ୍କ ଜୀବନରେ ଏକ ଅଭିନ୍ନ ଅଙ୍ଗ ପାଲଟିଛି। ଏମିତି ମଧ୍ୟ କିଛି କାମ ରହିଛି, ଯାହା ବିନା ମୋବାଇଲରେ ହେବା...

ଶିଳ୍ପ ଜଗତ ଲାଗି ପ୍ୟାକେଜ ଶୀଘ୍ର

ନୂଆଦିଲ୍ଲୀ,୧। ୪: କରୋନା ପ୍ରଭାବକୁ କମ୍‌ କରିବା ଲାଗି ସରକାର ନିକଟରେ ୧.୭ ଲକ୍ଷ କୋଟିର ଏକ ପ୍ୟାକେଜ ଘୋଷଣା କରିଛନ୍ତି। ଏହି ପ୍ୟାକେଜ ବିଶେଷ...

ରିୟଲମି ଆଣିଲା ନୂଆ ସି୨ ସ୍ମାର୍ଟଫୋନ

ଭୁବନେଶ୍ୱର,୧୬-୬(ବ୍ୟୁରୋ): ପ୍ରମୁଖ ସ୍ମାର୍ଟଫୋନ ବ୍ରାଣ୍ଡ ରିୟଲମି ପକ୍ଷରୁ ଓଡ଼ିଶା ବଜାରରେ ନୂଆ ସି୨ ସ୍ମାର୍ଟଫୋନ ମଡେଲର ପ୍ରବେଶ କରାଯାଇଛି। ସ୍ଥାନୀୟ ଶହୀଦନଗରସ୍ଥିତ ଲକ୍ଷ୍ମୀ ମୋବାଇଲ ଏବଂ...

ଗାଡ଼ିର ଥାର୍ଡ ପାର୍ଟି ବୀମା ପ୍ରିମିୟମ ବଢ଼ିବ

ନୂଆଦିଲ୍ଲୀ,୨୧-୫: ବୀମା ନିୟାମକ ଆଇଆର୍‌ଡିଏଆଇ ଚଳିତ ଆର୍ଥିକ ବର୍ଷରେ କାର୍‌,ଦୁଇ ଚକିଆ ଏବଂ ବାଣିଜି୍ୟକ ଯାନର ଥାର୍ଡ ପାର୍ଟି ବୀମା ପ୍ରିମିୟମ ବୃଦ୍ଧି କରିବାକୁ ଯାଉଛନ୍ତି।...

Advertisement
Archives

Model This Week