ପେଟ୍ରୋଲ ଟାଙ୍କି କରାଇଦେବା ନାଁରେ ୪୦ ଲକ୍ଷ ଟଙ୍କା ଠକେଇ:ବିହାରରୁ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନ, ୩ା୧୨(ଡି.ଏନ.ଏ)

ପେଟ୍ରୋଲ ଟାଙ୍କି କରାଇଦେବା ନାଁରେ ଢେଙ୍କାନାଳ ଜିଲା ଭୁବନ ଏନ୍‌ଏସି ୩ନଂ ୱାର୍ଡର ଓମ ପ୍ରକାଶ ମିଶ୍ରଙ୍କଠାରୁ ୪୦ ଲକ୍ଷ ୪୫ ହଜାର ଟଙ୍କା ଠକେଇ ଅଭିଯୋଗରେ କ୍ରାଇମବ୍ରାଞ୍ଚ ୩ ଜଣ ଯୁବକଙ୍କୁ ବିହାରରୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ ବିହାର ରାଜ୍ୟ ନାଳନ୍ଦା ଜିଲା କଟରିସରାଇ ଥାନା ଅଞ୍ଚଳ ଗଙ୍ଗପୁର ଗ୍ରାମର ଆକାଶ କୁମାର(୨୧), ବୁଦ୍ଧଗୟା ସିଜୁଆ ଥାନା ଅଞ୍ଚଳର ଶୁଭମ ପ୍ରିୟଦର୍ଶୀ(୧୯) ଓ ୱାରିସିଲିଗଞ୍ଜ ଥାନା ଚାଲୁୱାଇ ଗ୍ରାମର କୌଶଳେନ୍ଦ୍ର କୁମାର(୨୩)। ସେମାନଙ୍କ ନିକଟରୁ ୧୬ଟି ମୋବାଇଲ, ୮ ଲକ୍ଷ ୬୫ହଜାର ଟଙ୍କା, ୪୭ଟି ଏଟିଏମ୍‌, ଗୋଟିଏ ଲାପଟପ୍‌ ଜବତ କରାଯାଇଛି।
ମିଳିଥିବା ସୂଚନା ମୁତାବକ, ବର୍ଷକ ତଳେ ଗିରଫ ଅଭିଯୁକ୍ତମାନେ ପେଟ୍ରୋଲ ଟାଙ୍କି କରାଇଦେବା ନାମରେ ଓମ୍‌ ପ୍ରକାଶଙ୍କଠାରୁ ୪୦ ଲକ୍ଷ ୪୫ହଜାର ଟଙ୍କା ଠକି ନେଇଥିଲେ। ଓମ୍‌ ପ୍ରକାଶ ଟଙ୍କା ଫେରସ୍ତ ପାଇବାକୁ ଉଦ୍ୟମ କରି ନିରାଶ ହେବାପରେ କଟକ ସାଇବର କ୍ରାଇମବ୍ରାଞ୍ଚରେ ଅଭିଯୋଗ କରିଥିଲେ। ଅଭିଯୋଗ କ୍ରମେ କ୍ରାଇମବ୍ରାଞ୍ଚ କେସ୍‌ ନଂ. ୧/୧୯ ଏବଂ ଭୁବନ କୋର୍ଟ ଜିଆର କେସ୍‌ ନଂ. ୪/୨୦୧୯ରେ ମାମଲା ରୁଜୁ ହୋଇଥିଲା। କଟକ କ୍ରାଇମବ୍ରାଞ୍ଚ ଇନ୍ସପେକ୍ଟର ବିଷ୍ଣୁଚରଣ ସୁନ୍ଦରାୟ ମାମଲାର ତଦନ୍ତ କରି ଆକାଶ, ଶୁଭମ ଏବଂ କୌଶଳେନ୍ଦ୍ରଙ୍କୁ ୨୯ା୧୧ା୨୦୧୯ରେ ଗିରଫ ପରେ ପାଟନା ଜେଏମ୍‌ଏଫ୍‌ସି କୋର୍ଟରେ ହାଜର କରାଇଥିଲେ। ଏ ସମ୍ପର୍କରେ ଭୁବନ କୋର୍ଟରେ ମାମଲା ଥିବାରୁ ସୋମବାର ସେମାନଙ୍କୁ ଭୁବନ କୋର୍ଟରେ ହାଜର କରାଯାଇଥିଲା। ଜେଏମ୍‌ଏଫ୍‌ସି ଶ୍ରୀଚନ୍ଦନ ଦାସ ଜାମିନକୁ ନାମଞ୍ଜୁର କରିଥିଲେ। କ୍ରାଇମବ୍ରାଞ୍ଚ ପକ୍ଷରୁ ପୁନର୍ବାର ଅଭିଯୁକ୍ତଙ୍କୁ ରିମାଣ୍ଡରେ ନିଆଯାଇଥିଲା। ଗିରଫ ସମୟରେ ଏସ୍‌ଆଇ ବିି ପି ରାଉତଙ୍କ ସମେତ କ୍ରାଇମବ୍ରାଞ୍ଚ କର୍ମଚାରୀମାନେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମରୁଡ଼ି ହଟାଇପାରିନି ମାନଜୋର

ଆଠମଲ୍ଲିକ,୧୫ା୬ (ଡି.ଏନ.ଏ.) ମରୁଡ଼ି ହଟିଲେ ହସିବ ଆଠମଲ୍ଲିକ। ସବୁଜିମାରେ ଭରିଯିବ କୃଷକଙ୍କ ମନ। ତେଣୁ ଜଳସେଚନ ପ୍ରକଳ୍ପଟିଏ ପାଇଁ ଚାଷୀ ଓହ୍ଲାଇଥିଲେ ରାସ୍ତାକୁ। ଜେଲଭରୋ ଆନ୍ଦୋଳନ...

ଓଭରବ୍ରିଜ୍‌ ତଳେ ୨ ଶିଶୁଙ୍କ ଜୀବନ ନେଇଗଲା ପିକ୍‌ଅପ୍‌

ଢେଙ୍କାନାଳ ଅଫିସ,୧୫।୨: ଢେଙ୍କାନାଳ ସହର ବାଜିଚୌକ ଓଭରବ୍ରିଜ୍‌ ତଳେ ସୋମବାର ଅପରାହ୍ନରେ ଏକ ଦୁର୍ଘଟଣା ଘଟିଛି। ପିକ୍‌ଅପ ଭ୍ୟାନ୍‌ ଧକ୍କାରେ ୨ ଶିଶୁଙ୍କ ମୃତ୍ୟୁ ଘଟିଥିବା...

ଭୁବନେଶ୍ୱରକୁ ଫେରିଲା କଣ୍ଟେନମେଣ୍ଟ ଜୋନ

ଭୁବନେଶ୍ୱର,୨।୭: ଭୁବନେଶ୍ୱର ସାମପୁର ଓ୍ବାର୍ଡ ନମ୍ବର-୨୩ ସ୍ଥିତ ଜିମଖାନା ପାମ୍‌ ହାଇଟ୍‌ ଆପାର୍ଟମେଣ୍ଟର ବ୍ଲକ ‘ଇ’କୁ ସିଲ କରିଛି ବିଏମ୍‌ସି। ଉକ୍ତ ବ୍ଳକରୁ ଏକାଧିକ କୋଭିଡ୍‌...

ଅବହେଳିତ ଅବସ୍ଥାରେ ପ୍ରାଚୀନ ମନ୍ଦିର

ଭୁବନେଶ୍ୱର,୧୫।୭(ବ୍ୟୁରୋ): ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ସେବତୀପୁର-ପଶ୍ଚିମପାରି ଗ୍ରାମରେ ଅବହେଳିତ ଅବସ୍ଥାରେ ଥିବା ଏକ ପ୍ରାଚୀନ ମନ୍ଦିରର ସନ୍ଧାନ ମିଳିଛି। ରିଡିସ୍କଭର ଲଷ୍ଟ ହେରିଟେଜ...

ଏକାମ୍ରକାନନ ଜମି ହସ୍ତାନ୍ତର ପ୍ରକ୍ରିୟା ସ୍ଥଗିତ

ଭୁବନେଶ୍ୱର, ୧୮।୧୧(ବ୍ୟୁରୋ):ବହୁ ବାଦବିବାଦ ପରେ ଶେଷରେ ସ୍ଥଗିତ ରହିଲା ଏକାମ୍ରକାନନ ଜମି ହସ୍ତାନ୍ତର ପ୍ରକ୍ରିୟା। ଉଦ୍ୟାନରେ କଙ୍କ୍ରିଟ ଜଙ୍ଗଲ ନିର୍ମାଣ ପ୍ରସ୍ତାବକୁ ବିଭିନ୍ନ ମହଲରୁ ତୀବ୍ର...

ମାଓବାଦୀ ନାଁରେ ବଟି ମାଗୁଥିଲେ

ରାୟଗଡ଼ା ଅଫିସ,୩ା୧: ମାଓବାଦୀଙ୍କ ନାଁରେ ଜଣେ ମିଲ୍‌ ମାଲିକଙ୍କୁ ଧମକାଇ ବଟି ମାଗିବା ଅଭିଯୋଗରେ ରାୟଗଡ଼ା ଜିଲା କଲ୍ୟାଣସିଂହପୁର ପୋଲିସ ଜଣେ ଯୁବକଙ୍କୁ ସୋମବାର ଗିରଫ...

ଫକୀରମୋହନ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ: ‘ରାଜନୀତି, ପ୍ରଶାସନଠାରୁ ଶିକ୍ଷାନୁଷ୍ଠାନ ମୁକ୍ତ ରହୁ’

ବାଲେଶ୍ୱର ଅଫିସ,୪।୩: ବାଲେଶ୍ୱର ଜିଲା ରେମୁଣା ସ୍ଥିତ ବ୍ୟାସବିହାର ଠାରେ ଫକୀରମୋହନ ବିଶ୍ୱବିଦ୍ୟାଳୟର ଦଶମ ସମାବର୍ତ୍ତନ ଉତ୍ସବ ବୁଧବାର ପୂର୍ବାହ୍ନ ୧୦ଟା ସମୟରେ ପାଳିତ ହୋଇଯାଇଛି।...

ଦିନକ ପରେ ଅକ୍ଷୟ ତୃତୀୟା, ହେଲେ ୩ ତାରିଖ ପର୍ଯ୍ୟନ୍ତ ରଥ ନିର୍ମାଣ ସମ୍ଭବ ନୁହେଁ: ଗଜପତି

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ଶୁକ୍ରବାର ଖବରଦାତା ସମ୍ମିଳନୀ ଜରିଆରେ ମନ୍ତବ୍ୟ ରଖିଛନ୍ତି।  ସେ କହିଛନ୍ତି, ଶ୍ରୀମନ୍ଦିର...

Advertisement
Archives

Model This Week