ପେଟ୍ରୋଲ ଉପରେ ୨୭୫% ଟିକସ

ନୂଆଦିଲ୍ଲୀ,୧୦।୬: ଗତ ୩ ଦିନ ହେବ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତର ଭାବେ ବୃଦ୍ଧି ହେଉଛି। ପ୍ରାୟ ୮୩ ଦିନ ପରେ ଜୁନ୍‌ ୭ରେ ଇନ୍ଧନ ଦରରେ ପରିବର୍ତ୍ତନ ଆସିଛି। ଗତ ୩ ଦିନରେ ପେଟ୍ରୋଲର ଲିଟର ପିଛା ଦର ୧.୮୦ ଟଙ୍କା ବଢିଥିବା ବେଳେ ଡିଜେଲ ଦର ମଧ୍ୟ ପ୍ରାୟ ପରିମାଣର ବୃଦ୍ଧି ଘଟିଥିବା ଜଣାପଡିଛି। ଗତ ୩ ମାସରେ ପେଟ୍ରୋଲ ଏବଂ ଡିଜେଲ ଉପରେ ଲାଗୁ ଥିବା ଟିକସ ୩ ଗୁଣା ବା ୨୭୫% ବଢ଼ିଥିବା ଜଣାପଡିଛି। ଫେବୃୟାରୀରେ ପେଟ୍ରୋଲ ଏବଂ ଡିଜେଲ ଉପରେ ରାଜ୍ୟ ଏବଂ କେନ୍ଦ୍ର ନେଉଥିବା ଟିକସର ପରିମାଣ ପ୍ରାୟ ୧୦୭% ରହିଥିଲା। ଏହା ବର୍ତ୍ତମାନ ୨୭୫%କୁ ବୃଦ୍ଧି ଘଟିଛି। ପେଟ୍ରୋଲର ବେସ୍‌ ପ୍ରାଇସ ବା ମୂଳ ମୂଲ୍ୟ ପ୍ରାୟ ୧୮ ଟଙ୍କା ରହିଛି। ଏହା ଉପରେ ୫୦ ଟଙ୍କାର ଟିକସ ଲାଗୁଛି। ପେଟ୍ରୋଲ ପମ୍ପରେ ପେଟ୍ରୋଲର ଲିଟର ପିଛା ଦର ୭୨ ଟଙ୍କା ରହିଛି।
ଦେଶର ମହାନଗରଗୁଡ଼ିକରେ ପେଟ୍ରୋଲର ଲିଟର ପିଛା ହାରାହାରି ମୂଲ୍ୟ ୭୨ ଟଙ୍କା ରହିଛି। ଲିଟର ପିଛା ୧୮ ଟଙ୍କାର ବେସ୍‌ ମୂଲ୍ୟ ରହିଥିବା ବେଳେ ଉତ୍ପାଦ ଟିକସ ବାବଦ ୩୩ ଟଙ୍କା ଏବଂ ଭାଲ୍ୟୁ ଆଡେଡ୍‌ ଟାସ୍କ(ଭାଟ୍‌) ବାବଦ ୧୬ ଟଙ୍କା ଲାଗୁ ହେଉଛି। ଇନ୍ଧନ ଉପରେ ପେଟ୍ରୋଲ ପମ୍ପରେ ଗ୍ରାହକ ଯେତେ ପରିମାଣର ମୂଲ୍ୟ ପ୍ରଦାନ କରନ୍ତି କେବଳ ତା’ର ୭୦% ଅଂଶ ଉତ୍ପାଦ ଟିକସ ଏବଂ ଭାଟ୍‌ ରହିଛି। ସାରା ବିଶ୍ୱରେ ଏହା ସବୁଠାରୁ ଅଧିକ ରହିଛି। ବିକଶିତ ଅର୍ଥ ବ୍ୟବସ୍ଥାଗୁଡିକ କଥା ବିଚାର କଲେ ଆମେରିକାରେ ୧୯% ଟିକସ ଲାଗୁ ହେଉଛି। ସେହିଭଳି ଜାପାନରେ ୪୭%, ଇଂଲଣ୍ଡରେ ୬୨% ଏବଂ ଫ୍ରାନ୍ସରେ ୬୩% ଟିକସ ଲାଗୁ ହେଉଛି। ରେଟିଂ ଏଜେନ୍ସି କେୟାର ରେଟିଙ୍ଗସ ପକ୍ଷରୁ କୁହାଯାଇଛି ଯେ, ଅଶୋଧିତ ତୈଳ ଦର ହ୍ରାସ ଫାଇଦା ଗ୍ରାହକଙ୍କୁ କେବେ ପ୍ରଦାନ କରାଯାଇ ନାହିଁ। ଏପ୍ରିଲ ମାସରେ ଅଶୋଧିତ ତେଲ ଦର ବ୍ୟାରେଲ ପିଛା ୨୦ ଡଲାର ରହିଥିଲା। ଏହା ପୂର୍ବରୁ ୭୦ ଡଲାର ରହିଥିଲା। ଦର କମିଲେ ମଧ୍ୟ ସେହି ଅନୁସାରେ ଲୋକଙ୍କୁ ଲାଭ ମିଳୁନ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନରେ ଯାତ୍ରା କରିବେ ବିଲେଇ-କୁକୁର: ଅନଲାଇନରେ ଟିକଟ ବୁକିଂ…

ନୂଆଦିଲ୍ଲୀ,୩।୫ : ପ୍ରାଣୀପ୍ରେମୀଙ୍କ ପାଇଁ ଭାରତୀୟ ରେଳ ଏକ ଖୁସି ଖବର ଆଣିଛି। ରେଳ ମନ୍ତ୍ରଣାଳୟ ବର୍ତ୍ତମାନ କୁକୁର ଏବଂ ବିଲେଇଙ୍କ ପାଇଁ ଅନଲାଇନ ଟିକେଟ...

ଜନ ଧନ ଆକାଉଣ୍ଟ ସଂଖ୍ୟା ୪୦ କୋଟି ଟପିଲା, ଜାଣନ୍ତୁ କ’ଣ ରହିଛି ସୁବିଧା

ନୂଆଦିଲ୍ଲୀ, ୩।୮: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା(ପିଏମ୍‌ଜେଡିଓ୍ବାଇ)ଅଧୀନରେ ୪୦ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଏହି ଯୋଜନା ୬ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା।...

ବଦଳିଲା ବିମାନ ଯାତ୍ରା ନିୟମ, ଜାଣନ୍ତୁ କାହାକୁ ମିଳିବ ସୁଯୋଗ

ନୂଆଦିଲ୍ଲୀ,୧୨।୭ : ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ବିମାନ ଯାତ୍ରା ସଂକ୍ରାନ୍ତ ନିୟମରେ କିଛି ପରିବର୍ତ୍ତନ କରାଯାଇଛି। ନୂଆ ନିୟମ ମୁତାବକ ବିମାନ ଯାତ୍ରା...

ହୋଣ୍ଡା ଅଲ୍‌ ନ୍ୟୁ ସିଟିର ଅନାବରଣ

ଭୁବନେଶ୍ୱର,୧୫ା୩: ଦେଶର ପ୍ରମୁଖ ଅଟୋମୋବାଇଲ କମ୍ପାନୀ ହୋଣ୍ଡା କାର୍‌ସ ଇଣ୍ଡିଆ ଲିମିଟେଡ୍‌ (ଏଚ୍‌ସିଆଇଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ‘ହୋଣ୍ଡା ଅଲ୍‌ ନ୍ୟୁ...

ଏଣିକି ୟୁପିଆଇ ବ୍ୟବହାର କରିବ ନ୍ୟୁଜିଲାଣ୍ଡ

ନୂଆଦିଲ୍ଲୀ,୩୦।୮: ସିଙ୍ଗାପୁର ଏବଂ ଅନ୍ୟାନ୍ୟ ଦେଶ ପରି ବର୍ତ୍ତମାନ ନ୍ୟୁଜିଲାଣ୍ଡ ମଧ୍ୟ ଭାରତ ସହ ବ୍ୟବସାୟ ପାଇଁ ୟୁପିଆଇ ବ୍ୟବହାର କରିବ। ସହଜ ଉପାୟରେ ବ୍ୟବସାୟ...

ରାଷ୍ଟ୍ରାୟତ୍ତ ଉଦ୍ୟୋଗ ମହଙ୍ଗା ଭତ୍ତା ୧୬୫.୪%

ଭୁବନେଶ୍ୱର: ଦେଶର ଶିଳ୍ପ ଶ୍ରମିକଙ୍କ ଲାଗି ଉଦ୍ଦିଷ୍ଟ ହାରାହାରି ଖାଉଟି ମୂଲ୍ୟସୂଚୀ ଜୁଲାଇ ମାସରେ ୩୩୬ ପଏଣ୍ଟ ଥିଲା। ଏହା ୨ ପଏଣ୍ଟ ବଢ଼ି ଅଗଷ୍ଟରେ...

୨୨୪ କୋଟି ଟଙ୍କାର କଳାଧନ ଠାବ

ନୂଆଦିଲ୍ଲୀ,୨୧।୩: ଆୟକର ବିଭାଗ ପକ୍ଷରୁ ମହାରାଷ୍ଟ୍ରର ପୁନେ ଏବଂ ଠାଣେର ଏକ ୟୁନିକର୍ନ ଷ୍ଟାର୍ଟ ଅପ୍‌ ଗ୍ରୁପ୍‌ ଉପରେ ଚଢ଼ାଉ କରି ୨୨୪ କୋଟି ଟଙ୍କାର...

୬ ପ୍ରକଳ୍ପ ହାତେଇଛି ପାଓ୍ବାରଗ୍ରୀଡ୍‌

ନୂଆଦିଲ୍ଲୀ,୨୫ା୩: ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟର ପ୍ରମୁଖ ସିପିଏସ୍‌ୟୁ ‘ପାୱାର ଗ୍ରୀଡ୍‌ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ ନିକଟରେ ୬ଟି ପ୍ରକଳ୍ପର ସ୍ପେଶାଲ ପର୍ପୋଜ୍‌ ଭେଇକିଲ୍ସ...

Advertisement
Archives

Model This Week