ପେଟରୁ ବାହାରିଲା ୪ କିଲୋ ଟ୍ୟୁମର

ଭୁବନେଶ୍ୱର,୧୮ା୯(ବ୍ୟୁରୋ): ୬୦ ବର୍ଷୀୟ ବ୍ୟକ୍ତିଙ୍କଠାରୁ ୩୦ ସେମି ଗୋଲେଇ ବିଶିଷ୍ଟ ୪ କିଗ୍ରାର ଏକ ବଡ଼ ଟ୍ୟୁମର୍‌ ବାହାରଛି। ଏକାଧିକ ଅଙ୍ଗ ଏବଂ ଟିସ୍ୟୁ ସହିତ ସମ୍ପୃକ୍ତ ଥିବା ଏହି ଟ୍ୟୁମରକୁ ଜଟିଳ ଅସ୍ତ୍ରୋପଚାର ପ୍ରକ୍ରିୟା ମାଧ୍ୟମରେ କଢ଼ାଯାଇଛି। ବି.ଆର. ଲାଇଫ୍‌ କଳିଙ୍ଗ ହସ୍ପିଟାଲ ପକ୍ଷରୁ ଅତ୍ୟାଧୁନିକ ଜ୍ଞାନକୌଶଳ ପ୍ରୟୋଗ କରାଯାଇ ଏହି ସଫଳ ଅସ୍ତ୍ରୋପଚାର କରାଯାଇଛି। ଆଠଗଡ଼ର ବାସିନ୍ଦା ପ୍ରତାପ କୁମାର ଶତପଥୀଙ୍କର ଦୁଇମାସ ହେଲା ପେଟରେ ଭୀଷଣ ଯନ୍ତ୍ରଣା ହେଉଥିଲା। ନିଃଶ୍ୱାସ-ପ୍ରଶ୍ୱାସ ନେବାରେ ଅସୁବିଧା ହେବା ସହ ଖାଦ୍ୟ ଢୋକିବାରେ ସମସ୍ୟା ହେଉଥିଲା। ସ୍ବାସ୍ଥ୍ୟ ପରୀକ୍ଷା ପରେ ଗତ ୩୦ ବର୍ଷ ହେଲା ତାଙ୍କ ପେଟରେ ଫୁଟବଲ ଆକାରର ଟ୍ୟୁମର ବଢ଼ୁଥିବା ଜଣାପଡ଼ିଥିଲା। ତଳ ଛାତି, ଉପର ପେଟ, ହୃଦୟ, ହୃତ୍‌ପିଣ୍ଡ ଆବରଣକାରୀ ଝିଲ୍ଲୀ, ହୃଦୟ ସହିତ ସଂଯୋଗ କରୁଥିବା ମୁଖ୍ୟ ଧମନୀ, ପେଟ ସହିତ ସଂପୃକ୍ତ ଧମନୀରେ ଏହି ଟ୍ୟୁମର୍‌ ଚାପ ସୃଷ୍ଟି କରୁଥିଲା। ବି.ଆର. ଲାଇଫ୍‌ କଳିଙ୍ଗ ହସ୍ପିଟାଲର ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟ୍ରୋଲୋଜିଷ୍ଟ ଡା. ବୃନ୍ଦାବନ ନାହାକଙ୍କ ତତ୍ତ୍ୱାବଧାନରେ ଏହି ଜଟିଳ ଅସ୍ତ୍ରୋପଚାର ହୋଇଥିଲା। ସର୍ଜିକାଲ ଅଙ୍କୋଲୋଜି ପ୍ରଣାଳୀ ମାଧ୍ୟମରେ ଏକାଧିକ ଟିସ୍ୟୁ ସଂଯୋଗ ଥାଇ ମଧ୍ୟ ସମ୍ପୂର୍ଣ୍ଣ ରୂପେ ଏହି ଟ୍ୟୁମରକୁ କଢ଼ାଯାଇଥିଲା। ୩ଘଣ୍ଟାର ଏହି ଅସ୍ତ୍ରୋପଚାରରେ ଅତ୍ୟାଧୁନିକ ସର୍ଜିକାଲ ଏବଂ କ୍ଲିନିକାଲ ଜ୍ଞାନକୌଶଳ ପ୍ରୟୋଗ କରାଯାଇଥିଲା। ଟ୍ୟୁମର କଢ଼ାଯିବାର ପରବର୍ତ୍ତୀ ସମୟରେ ଏହା ସହିତ ସଂଯୋଗ ହୋଇଥିବା ଅନ୍ୟ ଅଙ୍ଗଗୁଡ଼ିକୁ ଠିକ୍‌ କରାଯାଇଥିଲା ବୋଲି ଜେନେରାଲ ସର୍ଜରୀର ବରିଷ୍ଠ ଡାକ୍ତର ପ୍ରଦୀପ କୁମାର ମିଶ୍ର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୭୬୯୭କୁ ବୃଦ୍ଧି

ଭୁବନେଶ୍ୱର,୨୭ା୮(ବ୍ୟୁରୋ): ରାଜ୍ୟରେ ଯଦିଓ କରୋନା ସଂକ୍ରମଣ କମିଛି କିନ୍ତୁ ମୃତ୍ୟୁସଂଖ୍ୟା କମୁନି। ଆଜି ସର୍ବାଧିକ ୬୯ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ...

୪ ସାଇବର ଠକଙ୍କୁ ବାନ୍ଧିଲା ପୋଲିସ: ପ୍ରି ଆକ୍ଟିଭେଟ ସିମ୍‌ ବ୍ୟବହାର କରି…

ଭୁବନେଶ୍ୱର,୯ା୪(ବ୍ୟୁରୋ): ପ୍ରି ଆକ୍ଟିଭେଟ ସିମ୍‌ ବ୍ୟବହାର କରି ଲୋକଙ୍କୁ ଠକୁଥିବା ୪ ସାଇବର ଠକଙ୍କୁ ରାଜଧାନୀରୁ ଗିରଫ କରାଯାଇଛି। ସାଇବର ଠକଙ୍କ ମଧ୍ୟରେ ସିମ୍‌ ପ୍ରୋଭାଇଡର...

ସଫଳତା ପଥରେ ଓଡ଼ିଶା ମିଲେଟ୍‌ସ ମିଶନ

ଭୁବନେଶ୍ୱର,୧୭ା୧(ବ୍ୟୁରୋ): ଫିଙ୍ଗର୍‌ ମିଲେଟ୍‌ ବା ରାଗି। ଓଡ଼ିଆରେ ମାଣ୍ଡିଆ। ଦିନ ଥିଲା ଓଡ଼ିଶାର ଘରେ ଘରେ ଏହା ପରିଚିତ ଥିଲା। ଗରିବଙ୍କ ଠାରୁ ଧନୀଙ୍କ ପର୍ଯ୍ୟନ୍ତ...

ଆର୍‌ଟିଆଇ ତଥ୍ୟ ଦେଇ ନ ପାରି ଟଙ୍କା ଫେରାଇ ନେବାକୁ ନୋଟିସ

କଟକ ସଦର, ୭।୧୦(ଡି.ଏନ.ଏ.): ସୂଚନା ଅଧିକାର ଆଇନ (ଆର୍‌ଟିଆଇ) ବଳରେ ତଥ୍ୟ ପାଇବା ପାଇଁ ଜଣେ ଆବେଦନକାରୀ ୩୦୦୦ ଟଙ୍କା ଦାଖଲ କରିଥିଲେ। ହେଲେ କଟକ...

ଏଥର ଆକର୍ଷଣ ସାଜିବ ଅକ୍ଷରଧାମ ମନ୍ଦିର

ଭୁବନେଶ୍ୱର,୮।୯(ବ୍ୟୁରୋ): ୩୦ବର୍ଷରେ ପହଞ୍ଚତ୍ଛି ରସୁଲଗଡ଼ ଦୁର୍ଗାପୂଜା। ୧୯୯୨ରେ ୧୦ରୁ ୧୫ ହଜାର ଟଙ୍କା ମଧ୍ୟରେ ଆରମ୍ଭ ହୋଇଥିବା ପୂଜା ୨୦୧୯ରେ ସର୍ବାଧିକ ୮୦ଲକ୍ଷ ଟଙ୍କାରେ ପହଞ୍ଚତ୍ଥିଲା।...

ରାସ୍ତାକଡ଼ରୁ ମୃତଦେହ ଉଦ୍ଧାର: ହତ୍ୟା ସନ୍ଦେହ

କଟକ ଅଫିସ, ୨୩।୭: କଟକ ରାଣୀହାଟ ପୋଲ ନିକଟ ତାଳଦଣ୍ଡା କେନାଲ ରାସ୍ତା କଡ଼ରୁ ମଙ୍ଗଳବାର ସକାଳେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ...

କାଲିଠୁ ଆଦର୍ଶ ବିଦ୍ୟାଳୟରେ ନାମଲେଖା

ଭୁବନେଶ୍ୱର,୧୭।୬(ବ୍ୟୁରୋ)-ରାଜ୍ୟରେ ଥିବା ସମସ୍ତ ୨୧୪ ଆଦର୍ଶ ବିଦ୍ୟାଳୟରେ ଗୁରୁବାରଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ। ଷଷ୍ଠ ଶ୍ରେଣୀରେ ନାମ ଲେଖାଇବାକୁ ଥିବା ଛାତ୍ରୀଛାତ୍ରଙ୍କ ନାମ ମେଧା...

ଲଘୁଚାପ ପ୍ରଭାବରେ ୪ ଦିନ ବର୍ଷିବ: ୧୦ ଜିଲାକୁ ୟେଲୋ ଓ୍ବାର୍ଣ୍ଣିଂ

ଭୁବନେଶ୍ୱର, ୧୩।୮(ବ୍ୟୁରୋ): ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିଦ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି। ଆଗାମୀ ୨୪...

Advertisement
Archives

Model This Week