ପୃଥିବୀ ପାଇଁ ମାଡ଼ି ଆସୁଛି ବିପଦ: ଆଣ୍ଟାର୍କଟିକାରୁ ଭାଙ୍ଗିଲା ବିରାଟ ହିମଖଣ୍ଡ

ଓ୍ବାଶିଂଟନ,୨।୧୦: ପୃଥିବୀ ଉପରେ ବିପଦ ମାଡ଼ି ଆସୁଛି। ଆଣ୍ଟାର୍କଟିକାରୁ ଏକ ବିରାଟ ହିମଖଣ୍ଡ ଭାଙ୍ଗି ଯାଇଛି। ଏହାର କ୍ଷେତ୍ରଫଳ ଭାରତର ରାଜଧାନୀ ଦିଲ୍ଲୀଠାରୁ ମଧ୍ୟ ବଡ଼ ବୋଲି କୁହାଯାଉଛି। ଏହାକୁ ଡି-୨୮ ଭାବେ ନାମିତ କରାଯାଇଛି। ଏହି ହିମଖଣ୍ଡର କ୍ଷେତ୍ରଫଳ ୧୬୩୬ ବର୍ଗ କିଲୋମିଟର ଥିବାବେଳେ ଦିଲ୍ଲୀର କ୍ଷେତ୍ରଫଳ ୧୪୮୪ ବର୍ଗ କିଲୋମିଟର ରହିଛି। ଏହାର ଓଜନ ୩୧୫ ହଜାର ନିୟୁତ ଟନ୍‌। ବିଶ୍ୱତାପମାନ ବୃଦ୍ଧି ତଥା ଜଳବାୟୁ ପରିବର୍ତ୍ତନ ଯୋଗୁ ଏଭଳି ହୋଇଥିବା ପରିବେଶବିତ୍‌ମାନେ ଅନୁମାନ କରୁଛନ୍ତି। ଏନେଇ ଏକ ରିପୋର୍ଟ ମଧ୍ୟ ପ୍ରକାଶ ପାଇଛି। ଆସନ୍ତା ୩୩ ବର୍ଷ ମଧ୍ୟରେ ପୃଥବୀର ଦୁଇ ଗୋଲାର୍ଦ୍ଧରେ ଥିବା ହିମଖଣ୍ଡ ତରଳି ଯିବ। ଏହା ଦ୍ୱାରା ସମୁଦ୍ର ଜଳସ୍ତର ବଢ଼ି ପୃଥିବୀ ଜଳମଗ୍ନ ହେବ । ୨୦୫୦ ସୁଦ୍ଧା ବୃହତ୍‌ ହିମଖଣ୍ଡ ତରଳି ପୃଥିବୀ ପାଇଁ ସୃଷ୍ଟି ସଙ୍କଟ କରିବ। ବିଶ୍ୱତାପମାନ ବଢୁଥିବାରୁ ଅନେକ ପ୍ରାଣୀ ତଥା ପକ୍ଷୀ ସେମାନଙ୍କ ବାସସ୍ଥାନ ଆସନ୍ତା କିଛି ବର୍ଷ ମଧ୍ୟରେ ପରିବର୍ତ୍ତନ କରିବେ। ଏହାଦ୍ୱାରା ସ୍ଥିତି ଅତି ସଙ୍କଟ ଜନକ ହେବ ବୋଲି ଏହି ରିପୋର୍ଟରେ ଦର୍ଶାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାମୀଙ୍କ ଭଲ ପାଇବାରେ ଅତିଷ୍ଠ ହୋଇ ସ୍ତ୍ରୀ ଛାଡ଼ପତ୍ର ପାଇଁ କୋର୍ଟର ହେଲେ ଦ୍ୱାରସ୍ଥ

ଆବୁଧାବି, ୨୫।୮: ସ୍ତ୍ରୀ ସ୍ବାମୀଙ୍କ ମଧ୍ୟରେ ଭଲ ପାଇବା ରହିବା ସ୍ବାଭାବିକ କଥା। ତେବେ ସ୍ବାମୀଙ୍କ ଭଲ ପାଇବାରେ ଅତିଷ୍ଠ ହୋଇ ଜଣେ ମହିଳା ଛାଡ଼ପତ୍ର...

୬ ମହଲା କୋଠା ଭୁଶୁଡ଼ିଲା, ଫସି ରହିଛନ୍ତି ୨୦ରୁ ଊର୍ଦ୍ଧ୍ୱ ଲୋକ

ବେଜିଂ,୩୦ା୪: ଚାଇନାର  ହୁନାନ ଜିଲାରେ ୬ ମହଲା ବିଶିଷ୍ଟ ଆବାସିକ କୋଠା ଭୁଶୁଡ଼ିବା ପରେ ଅତି କମରେ ୩୯ ଜଣ ନିଖୋଜ ଅଛନ୍ତି ଏବଂ ୨୦ରୁ...

୨୫ ବର୍ଷରେ ତରଳିଛିି ୧୮୦ ଫୁଟ୍‌ ବରଫ

ଓ୍ବାଶିଂଟନ୍‌, ୬ା୨: ବିଶ୍ୱର ଉଚ୍ଚତମ ପର୍ବତ ଏଭରେଷ୍ଟରେ ଜଳବାୟୁ ପରିବର୍ତ୍ତନର ଗମ୍ଭୀର ପ୍ରଭାବ ପଡ଼ିଛି। ଏଭରେଷ୍ଟ ଶିଖରରେ ହଜାର ହଜାର ବର୍ଷ ମଧ୍ୟରେ ଜମିଥିବା ବରଫ...

ମେୟର ଭାବେ ନିର୍ବାଚିତ ହେଲା କୁକୁର

ଓ୍ବାଶିଂଟନ,୫।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ଏପରିସ୍ଥଳେ ଏଠାକାର ସହରରେ ମେୟର ନିର୍ବାଚନ ମଧ୍ୟ କରାଯାଇଛି। କେଣ୍ଟୁକି...

ବିଦେଶୀ ଯାତ୍ରୀଙ୍କୁ କ୍ୱାରାଣ୍ଟାଇନ କରିବ ନାହିଁ ଚାଇନା…

ବେଜିଂ,୨୭।୧୨ : ଚାଇନାରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ଏପରିକି କେତେକ ସହରରେ ବୈନିକ ୧୦ ଲକ୍ଷ ମାମଲା ଆସୁଛି। ବେଜିଂରେ ମଧ୍ୟ...

କଶ୍ମୀର ପାକିସ୍ତାନର: ମୁଶରଫ

ଇସ୍‌ଲାମାବାଦ,୮।୧୦: ପାକିସ୍ତାନର ପୂର୍ବତନ ସେନାମୁଖ୍ୟ ପରଭେଜ ମୁଶରଫ ପୁଣିଥରେ ସକ୍ରିୟ ରାଜନୀତିରେ ଯୋଗଦେବେ ବୋଲି ଶୁଣିବାକୁ ମିଳିଛି। ଆଉ ଫେରିବା ପୂର୍ବରୁ ସେ ପୁଣିଥରେ ଭାରତ...

ରାଷ୍ଟ୍ରପତି ଥିଲେ ଦିନକରେ ଶେଷ ହୋଇଥାନ୍ତା ରୁଷିଆ-ୟୁକ୍ରେନ ଯୁଦ୍ଧ: ଟ୍ରମ୍ପ…

ଓ୍ବାଶିଂଟନ,୧୩।୩ : ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷିଆ-ୟୁକ୍ରେନ ଯୁଦ୍ଧକୁ ନେଇ ଏକ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ ଯଦି ସେ...

ଯୁଦ୍ଧ ଉପରେ ଜିନପିଙ୍ଗଙ୍କ ଗୁରୁତ୍ୱାରୋପ…

ବେଜିଂ,୯।୧୧ : ଚାଇନାର ଖରାପ ହେଉଥିବା ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ଏଥିରେ ଜାରି ରହିଥିବା ଅନିଶ୍ଚିତତା ବୃଦ୍ଧିକୁ ଦୃଷ୍ଟିରେ ରଖି ରାଷ୍ଟ୍ରପତି ଶି ଜିନପିଙ୍ଗ ଯୁଦ୍ଧ...

Advertisement
Archives

Model This Week