ପୂର୍ବ ଶତ୍ରୁତାରୁ ମରଣାନ୍ତକ ଆକ୍ରମଣ: ଗୋଟିଏ ପରିବାରର ୭ ଆହତ

ଜଗତ୍‌ସିଂହପୁର ଅଫିସ, ୩।୧: ଜଗତ୍‌ସିଂହପୁର ଥାନା ଅଧୀନ ଯଶୋବନ୍ତପୁର ପଞ୍ଚାୟତରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତା ଯୋଗୁ ଗୋଟିଏ ପରିବାରର ୭ ଜଣ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଥିବା ବେଳେ ୨ଜଣ ଗୁରୁତର ହୋଇଛନ୍ତି। ବେହେରା ସାହିର ଦେବେନ୍ଦ୍ର ବେହେରା (୫୨), ବିଶ୍ୱରଞ୍ଜନ ବେହେରା (୨୪), ଦିବ୍ୟଜ୍ୟୋତି ବେହେରା (୧୯)ଙ୍କ ସମେତ ପରିବାରର ୪ ମହିଳା ଆହତ ହୋଇଛନ୍ତି। ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ କରାଯାଇଥିବା ବେଳେ ଦେବେନ୍ଦ୍ରଙ୍କ ଅଭିଯୋଗ ଆଧାରରେ ପୋଲିସ ୩/୨୦ ନଂ.ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।
ଅଭିଯୋଗ ମୁତାବକ, ଅପରାହ୍ନ ପ୍ରାୟ ୨ଟା ବେଳେ ସ୍ଥାନୀୟ ଅଞ୍ଚଳର ତପନ ବେହେରା, ଦୀପନ ବେହେରା, ଧୁମା ବେହେରା, ଉମା ବେହେରା, ସେମାନଙ୍କ ପୁଅ ଚିଣ୍ଟୁ, ପିଣ୍ଟୁ ଓ ଟୁଟୁ ତାଙ୍କ ଘର ଆଗରେ ଗାଳିଗୁଲଜ କରିଥିଲେ। ଏ ନେଇ ଦିବ୍ୟଜ୍ୟୋତି ଓ ବିଶ୍ୱରଞ୍ଜନ ଥାନାରେ ଅଭିଯୋଗ କରିବାକୁ ଯାଉଥିବା ବେଳେ ଅଭିଯୁକ୍ତମାନେ କାଠପୋଲ ନିକଟରେ ଜିଆଇ ରଡ, କଟୁରି, ଖଣ୍ଡା, ଭୁଜାଲି ଏବଂ କୋଦାଳ ବେଣ୍ଟ ଆଦି ମାରଣାସ୍ତ୍ରରେ ସେମାନଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ଦିବ୍ୟଜ୍ୟୋତିଙ୍କ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ସେହିପରି ଦେବେନ୍ଦ୍ରଙ୍କର ନାକ, ଓଠ ଆଦିରେ କ୍ଷତ ସୃଷ୍ଟି ହୋଇଛି। ବିଶ୍ୱରଞ୍ଜନ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଦିବ୍ୟଜ୍ୟୋତି ଓ ବିଶ୍ୱରଞ୍ଜନଙ୍କୁ ପ୍ରଥମେ ଜଗତ୍‌ସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ଉଭୟଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ପୋଲିସ ଘଟଣାର ତଦନ୍ତ ଚଳାଇଛି। ଅନ୍ୟପଟେ ଅଭିଯୁକ୍ତମାନେ ଦେବେନ୍ଦ୍ରଙ୍କ ଘର ଆଗରେ ଗାଳିଗୁଲଜ କରିବା ସହ ଘରର ୪ ଜଣ ମହିଳା ଓ ଯୁବତୀଙ୍କୁ ଆକ୍ରମଣ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆରମ୍ଭରୁ ମାତୃଭାଷା ଓଡ଼ିଆ ପ୍ରଶ୍ନପତ୍ର ଭାଇରାଲ, ମନ୍ତ୍ରୀ କହିଲେ ତଦନ୍ତ ପରେ ହେବ କାର୍ଯ୍ୟାନୁଷ୍ଠାନ

ଧର୍ମଗଡ଼,୧୯।୨(ଡି.ଏନ୍‌.ଏ.): ବୁଧବାର ମାଟ୍ରିକ ପରୀକ୍ଷାର ପ୍ରଥମ ଦିନ। ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇଥିବା ବେଳେ ଏହାର ଘଣ୍ଟାଏ ନ ପୂରୁଣୁ କଳାହାଣ୍ଡି ଜିଲା ଧର୍ମଗଡ଼...

ସ୍ଲୁଇସ ଗେଟ୍‌ରେ ନାହିଁ ଲକ: କ୍ଷତିଗ୍ରସ୍ତ ହେଉଛନ୍ତି ଧାନଚାଷୀ

ଏରସମା,୧୯ା୮(ସ୍ବ.ପ୍ର.): ଏରସମା ବ୍ଲକ ଗଡ଼ବିଶୁନିପୁର ପଞ୍ଚାୟତସ୍ଥିତ ଆନନ୍ଦପୁର ସ୍ଲୁଇସ ଗେଟ୍‌କୁ ନେଇ ଗୋଷ୍ଠୀ ବିବାଦ ଦେଖାଦେଇଛି। ଏହି ସ୍ଲୁଇସ ଗେଟ୍‌ରେ ଥିବା ୫ଟି ଗେଟ୍‌ରେ ଲକ୍‌...

ନବନିର୍ବାଚିତ ବିଧାୟକ, ଏମ୍‌ପିଙ୍କୁ ସମ୍ବର୍ଦ୍ଧନା

ବାହାନଗା,୯।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ଗୋପାଳପୁର ପଞ୍ଚାୟତର ସତ୍ୟଭାମା କଲ୍ୟାଣ ମଣ୍ଡପ ପରିସରରେ ବିଜୁ ଜନତା ଦଳ ପକ୍ଷରୁ ଏକ ସମୀକ୍ଷା ବୈଠକ ରବିବାର...

ପଡ଼ାରେ ନାହିଁ ନଳକୂପ, ପିଉଛନ୍ତି ନଦୀ ପାଣି

କୋକସରା,୨୨।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ବଡପୋଡାଗୁଡା ପଞ୍ଚାୟତର ୧୩ ନମ୍ବର ୱାର୍ଡର ସୋଭାଗ୍ୟପଡାରେ ନଳକୂପ ନ ଥିବାରୁ ବର୍ଷ ତମାମ ପଡାବାସୀ ଜଳକଷ୍ଟ ଭୋଗୁଛନ୍ତି...

ବିଶୋଧନ ହେବ ୧୫ ଗଁ।

ଓଡ଼ାପଡ଼ା, ୨୮।୪(ଡି.ଏନ.ଏ.) ମହାମାରୀ କରୋନାର ମୁକାବିଲା ପାଇଁ ଟାଟାଷ୍ଟିଲ ବିଏସ୍‌ଏଲ୍‌ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି। କାରଖାନା ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ୧୫ ଗଁାକୁ ସମ୍ପୂର୍ଣ୍ଣ...

ସାହସୀ ସୌମ୍ୟଙ୍କୁ ଭୁଲିଗଲା ପ୍ରଶାସନ

ବରୀ,୨୫।୯(ଡି.ଏନ.ଏ.):୨୦୧୧ ଅକ୍ଟୋବର ୪ ତାରିଖ। ସେଦିନ ଥିଲା ମା’ ଦୁର୍ଗାଙ୍କ ଅଷ୍ଟମୀ ପୂଜା। ଏଥିପାଇଁ ସମଗ୍ର ବରୀ ବ୍ଲକ ଅଞ୍ଚଳ ଉତ୍ସବମୁଖର ହୋଇ ଉଠିଥିଲା। ବ୍ଲକ...

ଗଛ କାଟି ଜଙ୍ଗଲ ନଷ୍ଟ କରାଯାଉଛି, ହେଉନି କାର୍ଯ୍ୟାନୁଷ୍ଠାନ

ଜଗତ୍‌ସିଂହପୁର ଅଫିସ,୧୨ା୧୨: ଜଗତ୍‌ସିଂହପୁର ଜିଲାରେ ପ୍ରତିବର୍ଷ ଶହ ଶହ ସଂଖ୍ୟାରେ ଚାରା ରୋପଣ କରାଯାଉଛି। ବନ ବିଭାଗ ପକ୍ଷରୁ ଏନେଇ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି...

ପକ୍କାଘର ପାଇଁ ଚିଲିକାରେ ପଦଯାତ୍ରା

କୃଷ୍ଣପ୍ରସାଦ,୨୮।୭(ଡି.ଏନ୍‌.ଏ.):୨୦୧୩ ଅକ୍ଟୋବର ଫାଇଲିନ ବାତ୍ୟାରେ କ୍ଷତିଗ୍ରସ୍ତଙ୍କୁ ପକ୍କାଘର ନିର୍ମାଣ ପାଇଁ ଏଯାବତ୍‌ କାର୍ଯ୍ୟାଦେଶ ନ ମିଳିବା ଘଟଣାରେ ପୁରୀ ଜିଲା କୃଷ୍ଣପ୍ରସାଦ ଅଞ୍ଚଳର ଲୋକମାନେ ମଙ୍ଗଳବାର...

Advertisement
Archives

Model This Week