ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣ, ଜଣେ ମୃତ

ଖପ୍ରାଖୋଲ, ୧୬।୧୦(ଡି.ଏନ୍‌.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ଥାନା ଧପ୍ତାମୁଣ୍ଡା ପଞ୍ଚାୟତ କଟାପାଲି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବୁଧବାର ସକାଳେ ଜଣଙ୍କୁ ଅତି ନିର୍ମମଭାବେ ହତ୍ୟା କରାଯାଇଛି। ସେ ହେଲେ ସୁରେଶନ ପୁଟେଲଙ୍କ ପୁଅ ନିତ୍ୟାନନ୍ଦ(୩୬)।
ପ୍ରକାଶ ଯେ, ନିତ୍ୟାନନ୍ଦ ସବୁଦିନ ପରି ନିତ୍ୟକର୍ମ ପାଇଁ ଗାଁ ପାଖ ସୁରମାଖାଦାନ ପୋଖରୀକୁ ଯାଇଥିଲେ। ସେଠାରେ ପୂର୍ବ ଯୋଜନା ମୁତାବକ ତାଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରାଯାଇଥିଲା। ଘଟଣାସ୍ଥଳରେ ନିତ୍ୟାନନ୍ଦଙ୍କର ମୃତ୍ୟୁ ଘଟିଛି। ଖବର ପାଇ ଖପ୍ରାଖୋଲ ଥାନା ପୋଲିସ ପହଞ୍ଚି ତଦନ୍ତ ଚଳାଇଛି। ଗାଁର କ୍ଷମାନୀଧି ପୁଟେଲ ଓ ପ୍ରଶାନ୍ତ ପୁଟେଲ ଥାନାରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଉଭୟ ପରିବାର ପଡ଼ୋଶୀ ହୋଇଥିବା ବେଳେ ଘରଡ଼ିହକୁ ନେଇ ପୂର୍ବରୁ ସେମାନଙ୍କ ମଧ୍ୟରେ ବିବାଦ ଲାଗିରହିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଡମିଟ୍‌ କାର୍ଡ ନ ପାଇ ଛାତ୍ରୀ ନିରାଶ

ଜଗତ୍‌ସିଂହପୁର ଅଫିସ୍‌, ୧୮ା୨: ରାତି ପାହିଲେ ମାଟ୍ରିକ ପରୀକ୍ଷା। କିନ୍ତୁ ଜଗତ୍‌ସିଂହପୁର ଜିଲାର ଜଣେ ଛାତ୍ରୀ ଓ ଜଣେ ଛାତ୍ର ଏହି ପରୀକ୍ଷା ଦେବାର ବଞ୍ଚତ୍ତ...

ପ୍ରଶାସନ ନିକଟରେ ଅଟକିଛି ପ୍ରସ୍ତାବ

ବନ୍ତଳା,୨୯ା୧(ଡି.ଏନ.ଏ.) ଅନୁଗୋଳ ଜିଲା ବନ୍ତଳା ଥାନା ବଡ଼କେରା ପଞ୍ଚାୟତ ଚମ୍ପତିମୁଣ୍ଡାଠାରେ ରହିଛି ଜବାହର ନବୋଦୟ ବିଦ୍ୟାଳୟ। ଦୀର୍ଘ ୪ ବର୍ଷ ହେଲା ଏଠାରେ ପ୍ରାୟ ୫ଶହ...

୨ ଚନ୍ଦନ ଗଛ ଚୋରି

କେନ୍ଦୁଝର, ୨୪ା୫ (ସ୍ବ.ପ୍ର.): କେନ୍ଦୁଝର ଆକାଶବାଣୀ କେନ୍ଦ୍ର ପରିସରରୁ ୨ ଟି ଚନ୍ଦନ ଗଛ ଚୋରି ଘଟଣା ଚର୍ଚ୍ଚାର ବିଷୟ ହୋଇଛି। କଡା ସୁରକ୍ଷା ବ୍ୟବସ୍ଥା...

ଗଣମାଧ୍ୟମ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ

କେନ୍ଦ୍ରାପଡା ଅଫିସ, ୩।୩: ଗଣମାଧ୍ୟମ ହେଉଛି ଗଣତନ୍ତ୍ରର ଜାଗ୍ରତ ପ୍ରହରୀ। ଗ୍ରାମାଞ୍ଚଳରେ କାର୍ଯ୍ୟରତ ଖବରଦାତାମାନେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାର ପ୍ରଚାର ପ୍ରସାର କରି ଲୋକଙ୍କ...

ପିପିଏଲ ଜଳାଶୟରେ ୨୭ ହଜାରରୁ ଊର୍ଦ୍ଧ୍ୱ ପକ୍ଷୀ

ପାରାଦୀପ,୭ା୧(ସ୍ବ.ପ୍ର.): ପାରାଦୀପ ଫସ୍‌ପେଟ୍‌ସ ଲିମିଡେଟ୍‌(ପିପିଏଲ୍‌) ପରିସରରେ ଥିବା ୧୬ଟି ବୃହତ ଜଳାଶୟରେ ଚଳିତବର୍ଷ ରେକର୍ଡ ସଂଖ୍ୟକ ଦେଶୀ-ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି। ସୋମବାର ରାଜନଗର ବନଖଣ୍ଡ...

ସବ୍‌ଜେଲ୍‌ ପରିଦର୍ଶନ କଲେ ଗଞ୍ଜାମ ଜିଲାପାଳ

ଛତ୍ରପୁର,୨୨ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ସବ୍‌ଜେଲକୁ ଶୁକ୍ରବାର ଅଚାନକ ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ ପରିଦର୍ଶନ କରିଛନ୍ତି। ସେଠାରେ ଅନ୍ତେବାସୀଙ୍କୁ ଦିଆଯାଉଥିବା ଖାଦ୍ୟର ଅନୁଧ୍ୟାନ କରିଥିଲେ।

ପୁରୁଣା ଉପରେ ନୂଆ ସେତୁ

ଭଦ୍ରକ ଅଫିସ, ୧୩।୬-ସାଳନ୍ଦୀ ନଦୀ ପାର ହେବା ପାଇଁ ଭଦ୍ରକ ଜିଲା କୁଆଁସଠାରେ ପୂର୍ବତନ ଏମ୍‌ପି ସ୍ବର୍ଗତ ଅର୍ଜୁନ ସେଠୀ ୨୦୦୨ରୁ ଏକ ସେତୁ ନିର୍ମାଣ...

ଥଇଥାନ ବାଟ ପାଉନି ପ୍ରଶାସନ

ଔପଦା,୧୫।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଔପଦା ବଜାରରେ ସିଲ୍‌ ହୋଇ ରହିଥିବା ୨୩ଟି ଦୋକାନ ଗୃହ ଖୋଲିବାକୁ ପ୍ରଶାସନ ତରଫରୁ କୌଣସି ତତ୍ପରତା ପ୍ରକାଶ ପାଉ ନାହିଁ ା...

Advertisement
Archives

Model This Week