ପୂର୍ବଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ : ଜଣଙ୍କୁ ହତ୍ୟା

ଠାକୁରମୁଣ୍ଡା,୧୮।୭(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ମହୁଲଡିହା ଥାନା ଅନ୍ତର୍ଗତ ଶାଳଚୁଆ ପଞ୍ଚାୟତ ନଦା ଗ୍ରାମରେ ବୁଧବାର ରାତିରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସଂଘବଦ୍ଧ ଆକ୍ରମଣରେ ଜଣଙ୍କୁ ହତ୍ୟା କରାଯାଇଛି। ମୃତକ ଜଣକ ସେହି ଗ୍ରାମର ନାରାୟଣ ପାତ୍ର ବୋଲି ଜଣାପଡ଼ିଛି। ପ୍ରକାଶ ଯେ, ଗ୍ରାମର ନାରାୟଣ ପାତ୍ର (୫୫) କିଛି ଲୋକଙ୍କ ସ୍ବଚ୍ଛ ଭାରତ ଯୋଜନାରେ ପାଇଖାନା ନିର୍ମାଣ କରିଥିଲେ। ନିର୍ମାଣ ଶ୍ରମିକଙ୍କୁ ମଜୁରୀ ଦେଇ ରାତି ପ୍ରାୟ ୮ଟାରେ ଫେରୁଥିବା ସମୟରେ ଘରଠାରୁ କିଛି ଦୂରରେ ଲୁଚି ରହିଥିବା କେତେଜଣ ତାଙ୍କୁ ଅତର୍କିତ ଭାବେ ଧାରୁଆଅସ୍ତ୍ରରେ ଆକ୍ରମଣ କରିଥିଲେ। କିନ୍ତୁ ସେ କୌଣସି ଉପାୟରେ ଖସି ଘରକୁ ଆସିଥିଲେ କିନ୍ତୁ ଆକ୍ରମଣକାରୀ ତାଙ୍କୁ ପିଛା କରି ଘରୁ ଟାଣି ଆଣି ବାହାରେ ଧାରୁଆଅସ୍ତ୍ରରେ ତାଙ୍କ ବେକକୁ କାଟି ପଳାଇ ଯାଇଥିଲେ। ମୃତକଙ୍କ ପୁଅ ରତିକାନ୍ତ ଏ ସମ୍ପର୍କରେ ମହୁଲଡ଼ିହା ଥାନାରେ ଅଭିଯୋଗ କରିବା ପରେ କେସ ନଂ.୨୮ ଅନୁଯାୟୀ ପୋଲିସ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ତଦନ୍ତ ଚଳାଇଛି। ହତ୍ୟାକାଣ୍ଡରେ ୫/୬ଜଣ ସାମିଲ ଥିବା ନେଇ ମହୁଲଡିହା ପୋଲିସ ସୂତ୍ରରୁ ପ୍ରକାଶ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଜିଲା ସଭାପତିଙ୍କ ଆପତ୍ତିଜନକ ଫଟୋ ଭାଇରାଲ

ବାଲେଶ୍ୱର ଅଫିସ, ୧୭।୧୨:ବାଲେଶ୍ୱର ଜିଲା ଭାଜପା ସଭାପତି ଉମାକାନ୍ତ ମହାପାତ୍ରଙ୍କ ସହ ଜଣେ ମହିଳାଙ୍କ ଆପତ୍ତିଜନକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବା ଚର୍ଚ୍ଚାର ବିଷୟ...

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ: ହାବିଲଦାରଙ୍କ ଘରେ ଭିଜିଲାନ୍ସର ଚଢ଼ାଉ

କେନ୍ଦୁଝର/ପାଟଣା,୫।୧୨(ଡି.ଏନ୍‌.ଏ./ସ୍ବ.ପ୍ର.): ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର କେନ୍ଦୁଝର ରିଜର୍ଭ ପୋଲିସରେ କାର୍ଯ୍ୟରତ ହାବିଲଦାର ବିଶ୍ୱନାଥ ମହାନ୍ତଙ୍କ ଘରେ ଭିଜିଲାନ୍ସ ଚଢ଼ାଉ କରିଛି। କେନ୍ଦୁଝର...

ବେଳାଭୂମିରେ ପ୍ରେମୀଯୁଗଳଙ୍କ ଆତ୍ମହତ୍ୟା

ବାଲିଆପାଳ, ୨୭ା୭(ଡି.ଏନ.ଏ.)-ବାଲିଆପାଳ ଥାନା ଡଗରା ବେଳାଭୂମିରେ ଶୁକ୍ରବାର ପାନ୍ଥ ନିବାସର ପଶ୍ଚିମପଟ ଝାଉଁଜଙ୍ଗଲରେ ଏକ ଅଜଣା ପ୍ରେମୀଯୁଗଳ ଆତ୍ମହତ୍ୟା କରିଛନ୍ତି ା ପାଖାପାଖି ଦୁଇଟି ଝାଉଁଗଛରେ...

ଜେଲ ଗଲେ ଏଆର୍‌ସିଏସ୍‌

ଢେଙ୍କାନାଳ ଅଫିସ,୪ା୯: ଢେଙ୍କାନାଳ ସହରସ୍ଥିତ ମହିଷାପାଟଠାରେ ଥିବା ସମବାୟ କାର୍ଯ୍ୟାଳୟର ଆସିଷ୍ଟାଣ୍ଟ ରେଜିଷ୍ଟ୍ରାର ଅଫ୍‌ କୋଅପରେଟିଭ ସୋସାଇଟି (ଏଆର୍‌ସିଏସ୍‌) ବିଦ୍ୟାଧର ବେହେରା ଆୟବହିର୍ଭୁତ ସମ୍ପତ୍ତି ଠୁଳ...

ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ

ବାରିପଦା ଅଫିସ,୨୩ା୫: ମୟୂରଭଞ୍ଜ ଜିଲା ଉଦଳା ନିର୍ବାଚନମଣ୍ଡଳୀରେ ବିଜେଡି ଆଗୁଆ ରହିଛି। ବିଜେଡିର ଶ୍ରୀନାଥ ସୋରେନ ୨୭୮୪ ଖଣ୍ଡ ଭୋଟରେ ଆଗୁଆ ଥିବାବେଳେ ଭାଜପାର ଭାସ୍କର...

ବୋହୂଙ୍କ କାଠଫାଳିଆରେ ଶ୍ୱଶୁରଙ୍କ ଜୀବନ ଗଲା

ଆସିକା,୧୯ା୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ କିଶୋରଚନ୍ଦ୍ରପଲ୍ଲୀ ଗାଁରେ ଏକ ଅଭାବନୀୟ କାଣ୍ଡ ଘଟିଛି। ସାମାନ୍ୟ ବଚସାରୁ ଶ୍ୱଶୁରକୁ କାଠଫାଳିଆରେ ପିଟି ପିଟି ମାରିଦେଇଛନ୍ତି...

ଅଭିଯୁକ୍ତ ଚନ୍ଦନ ବେହେରାଙ୍କୁ ଆଜୀବନ କାରାଦଣ୍ଡ

ଭୁବନେଶ୍ୱର,୨୬ା୨(ବ୍ୟୁରୋ): ଏୟାରଫିଲ୍ଡ ଥାନା ଅନ୍ତର୍ଗତ ରାଧାମୋହନ କଲୋନୀର ଅଭିମନ୍ୟୁ ନାୟକଙ୍କୁ ପଥରରେ ଛେଚି ହତ୍ୟା ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଦ୍ୱିତୀୟ ଅତିରିକ୍ତ ଜିଲା...

ବରଯାତ୍ରୀ ନେଇ ଆସିଥିବା ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ପାଟଣା,୧।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ଥାନା ଏରେଣ୍ଡେଇ ପଞ୍ଚାୟତ ଦହିବୁଡା ହୁଡିସାହି ବାଙ୍କ ନିକଟରେ ଶନିବାର ସକାଳେ ଏକ ଡିଜେ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି...

Advertisement
Archives

Model This Week