ପୂର୍ବରୁ ହୋଟେଲରେ କରୁଥିଲେ ଚାକିରି, ବଳିଷ୍ଠ ଅଭିନୟ ପାଇଁ ବଲିଉଡ୍‌ରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ

ବଲିଉଡ୍‌ ଫିଲ୍ମ ‘ଶୁଦ୍ଧ ଦେଶୀ ରୋମାନ୍ସ’ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ବାଣୀ କପୁରଙ୍କ ଆଜି ଅର୍ଥାତ୍‌ ଶୁକ୍ରବାର ୩୧ତମ ଜନ୍ମଦିନ। ବାଣୀ ବେଶି ଫିଲ୍ମ କରିନାହାନ୍ତି ସତ କିନ୍ତୁ ତାଙ୍କର ବଳିଷ୍ଠ ଅଭିନୟ ଏବଂ ବୋଲ୍ଡନେସ୍‌ ପାଇଁ ସେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜନ୍ମଦିନ ଅବସରରେ ଜାଣନ୍ତୁ  ବାଣୀଙ୍କ ଫିଲ୍ମ ଆଉ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି…
ବାଣୀଙ୍କ ବାପା ଶିବ କପୁର ଚାହୁଁ ନ ଥିଲେ କି ସେ ଗ୍ଲାମର ଦୁନିଆରେ ପାଦ ଦିଅନ୍ତୁ ବୋଲି। ଶିବ କପୁର ଦିଲୀରେ ଏକ ଫର୍ଣ୍ଣିଚର ଏକ୍ସପୋର୍ଟର କାମ କରୁଛନ୍ତି। ଏହା ସହ ଏକ ଏନ୍‌ଜିଓ ମଧ୍ୟ ରହିଛି। ତାଙ୍କ ମାଆ ପ୍ରଥମେ ଜଣେ ଶିକ୍ଷୟିତ୍ରୀ ଥିଲେ। କିନ୍ତୁ ବର୍ତ୍ତମାନ ସେ ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍‌ ଭାବେ କାମ କରୁଛନ୍ତି। ବାଣୀଙ୍କ ବଡ଼ ଭଉଣୀ ନୁପୂର ବିବାହ ପରେ ହଲାଣ୍ଡରେ ରହୁଛନ୍ତି।
ଏକ ସାକ୍ଷାତକାରରେ ବାଣୀ କହିଛନ୍ତି, ତାଙ୍କ ବାପା ଚାହୁଁଥିଲେ ଝିଅମାନେ ଶୀଘ୍ର ବାହା ହୋଇଯାଆନ୍ତୁ। ତାଙ୍କ ଭଉଣୀ ୧୮ ବର୍ଷରେ ବାହା ହୋଇଯାଇଥିଲେ। କିନ୍ତୁ ବାଣୀ ଶୀଘ୍ର ବାହା ହେବାକୁ ଚାହୁଁ ନ ଥିଲେ। ସେ ମଡେଲ ହେବାକୁ ଚାହଁୁଥିଲେ ଯେଉଁଥିରେ ତାଙ୍କ ମାଆ ବହୁତ ସାହାଯ୍ୟ କରିଛନ୍ତି। ଫିଲ୍ମ ଲାଇନ୍‌କୁ ଆସିବା ପୂର୍ବରୁ ବାଣୀ ଏକ ହୋଟେଲରେ ଚାକିରି କରିଥିଲେ। ସେ ଟୁରିଜିମ୍‌ରେ ଡିଗ୍ରୀ କରିବା ପରେ ଓବରାୟ ହୋଟେଲରେ ଚାକିରି କରୁଥିଲେ। ପରେ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଆଜିପର୍ଯ୍ୟନ୍ତ ସେ ୩ଟି ଫିଲ୍ମରେ କାମ କରିିଛନ୍ତି ମାତ୍ର କୌଣସି ସୁପରହିଟ୍‌ ଅଭିନେତ୍ରୀଙ୍କଠାରୁ କମ୍‌ ବି ନୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇରାଲ ହେଉଛି ବଲିଉଡ୍‌ ଅଭିନେତ୍ରୀଙ୍କ ପୁରୁଷ ରୂପ

ବମ୍ବେ: ଭାରତୀୟ କ୍ରିକେଟରଙ୍କ ‘ଫିମେଲ୍‌ ଭର୍ସନ’ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏବେ ବଲିଉଡ୍‌ ଅଭିନେତ୍ରୀଙ୍କ ପୁରୁଷ ରୂପ ଚର୍ଚ୍ଚାରେ। ଦୀପିକା ପାଦ୍ୟୁକୋନ୍‌ଠାରୁ ଆରମ୍ଭ...

ପିଲାବେଳେ ମୋତେ ଅବୈଧ ଛୁଆ କହି ପରିହାସ କରୁଥିଲେ ଲୋକେ: ମହେଶ ଭଟ୍ଟ

ବମ୍ବେ: ଫିଲ୍ମ ସହ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଖବର ଶିରୋନାମାରେ ରହିଥାନ୍ତି ନିର୍ଦ୍ଦେଶକ ମହେଶ ଭଟ୍ଟ। ଏବେ ସେ ଏକ ଶୋ’ରେ ତାଙ୍କୁ ଅବୈଧ...

ଏସିଡ୍‌ ପୀଡିତାଙ୍କୁ ଭେଟିଲେ ଦୀପିକା

ବଲିଉଡ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ ବହୁ ପ୍ରତିକ୍ଷୀତ ଫିଲ୍ମ ‘ଛପାକ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଅବସରରେ ସେ ଦିଲ୍ଲୀରେ ଏସିଡ୍‌ ପୀଡିତାଙ୍କୁ ଭେଟିଛନ୍ତି। ଦୀପିକାଙ୍କ...

ସେଲ୍‌ଫି ବେବୋ ଲିପ୍‌ସା

ସଙ୍ଗୀତ ଜଗତର ୟଙ୍ଗ୍‌ ଆଣ୍ଡ୍‌ ଷ୍ଟାଇଲିଷ୍ଟ କଣ୍ଠଶିଳ୍ପୀ ହେଉଛନ୍ତି ଲିପ୍‌ସା ମହାପାତ୍ର। ନିଜର ଚେଷ୍ଟା ଓ ପରିଶ୍ରମ ବଳରେ ଖୁବ୍‌ କମ୍‌ ଦିନରେ ଲୋକଙ୍କ ହୃଦୟ...

ଗୋଟିଏ ପରେ ଗୋଟିଏ ରେକର୍ଡ କରୁଛି ‘କେଜିଏଫ୍‌-୨’

ରକିଂ ଷ୍ଟାର ୟଶଙ୍କ ଅଭିନୀତ ‘କେଜିଏଫ୍‌-୨’ ଫିଲ୍ମ ଗୋଟିଏ ପରେ ଗୋଟିଏ ରେକର୍ଡ ସୃଷ୍ଟି କରୁଛି । ବର୍ତ୍ତମାନ ଫିଲ୍ମଟି ହିନ୍ଦୀ ଭର୍ସନ ଫିଲ୍ମ ଭାବେ...

କଳାକାର ପରିବାର ପାଇଁ ନୁହେଁ ଦୃଢ଼ ଇଚ୍ଛାଶକ୍ତି ଯୋଗୁ ବଲିଉଡ୍‌ ଦୁନିଆରେ ସ୍ଥାନ ମିଳିଛି: ସୋନମ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର ଏବେ ତାଙ୍କର ଅପ୍‌ କମିଂ ଫିଲ୍ମ ‘ଦ ଜୋୟା ଫେକ୍ଟର’ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମ ସେପ୍ଟେମ୍ବର...

ରିଲିଜ୍‌ ହେଲା ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ର ଟ୍ରେଲର୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରନ ଦେଓଲଙ୍କ ଡେବ୍ୟୁ ଫିଲ୍ମ ‘ପଲ୍‌ ପଲ୍‌ ଦିଲ୍‌ କେ ପାସ୍‌’ର ଟ୍ରେଲର୍‌ ରିଲିଜ୍‌ ହୋଇଛି। ଟ୍ରେଲର...

ସ୍ମୃତି ଇରାନୀଙ୍କ ଝିଅ ରିସେପ୍‌ଶନ ପାର୍ଟିରେ ପହଞ୍ଚିଲେ ବଲିଉଡର ଏହି ସେଲିବ୍ରିଟି

ନୂଆଦିଲ୍ଲୀ,୧୮।୨: କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀଙ୍କ ଝିଅ ଶନେଲ ଇରାନୀ ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ରାଜସ୍ଥାନର ନାଗୌରର ୫୦୦ ବର୍ଷ ପୂରୁଣା ତଥା...

Advertisement
Archives

Model This Week