ପୂର୍ବରୁ ହୋଟେଲରେ କରୁଥିଲେ ଚାକିରି, ବଳିଷ୍ଠ ଅଭିନୟ ପାଇଁ ବଲିଉଡ୍‌ରେ ସୃଷ୍ଟି କରିଛନ୍ତି ସ୍ବତନ୍ତ୍ର ପରିଚୟ

ବଲିଉଡ୍‌ ଫିଲ୍ମ ‘ଶୁଦ୍ଧ ଦେଶୀ ରୋମାନ୍ସ’ରେ ନିଜର କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ବାଣୀ କପୁରଙ୍କ ଆଜି ଅର୍ଥାତ୍‌ ଶୁକ୍ରବାର ୩୧ତମ ଜନ୍ମଦିନ। ବାଣୀ ବେଶି ଫିଲ୍ମ କରିନାହାନ୍ତି ସତ କିନ୍ତୁ ତାଙ୍କର ବଳିଷ୍ଠ ଅଭିନୟ ଏବଂ ବୋଲ୍ଡନେସ୍‌ ପାଇଁ ସେ ଇଣ୍ଡଷ୍ଟ୍ରିରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଜନ୍ମଦିନ ଅବସରରେ ଜାଣନ୍ତୁ  ବାଣୀଙ୍କ ଫିଲ୍ମ ଆଉ ବ୍ୟକ୍ତିଗତ ଜୀବନ ସମ୍ପର୍କରେ କିଛି…
ବାଣୀଙ୍କ ବାପା ଶିବ କପୁର ଚାହୁଁ ନ ଥିଲେ କି ସେ ଗ୍ଲାମର ଦୁନିଆରେ ପାଦ ଦିଅନ୍ତୁ ବୋଲି। ଶିବ କପୁର ଦିଲୀରେ ଏକ ଫର୍ଣ୍ଣିଚର ଏକ୍ସପୋର୍ଟର କାମ କରୁଛନ୍ତି। ଏହା ସହ ଏକ ଏନ୍‌ଜିଓ ମଧ୍ୟ ରହିଛି। ତାଙ୍କ ମାଆ ପ୍ରଥମେ ଜଣେ ଶିକ୍ଷୟିତ୍ରୀ ଥିଲେ। କିନ୍ତୁ ବର୍ତ୍ତମାନ ସେ ମାର୍କେଟିଂ ଏକ୍‌ଜିକ୍ୟୁଟିଭ୍‌ ଭାବେ କାମ କରୁଛନ୍ତି। ବାଣୀଙ୍କ ବଡ଼ ଭଉଣୀ ନୁପୂର ବିବାହ ପରେ ହଲାଣ୍ଡରେ ରହୁଛନ୍ତି।
ଏକ ସାକ୍ଷାତକାରରେ ବାଣୀ କହିଛନ୍ତି, ତାଙ୍କ ବାପା ଚାହୁଁଥିଲେ ଝିଅମାନେ ଶୀଘ୍ର ବାହା ହୋଇଯାଆନ୍ତୁ। ତାଙ୍କ ଭଉଣୀ ୧୮ ବର୍ଷରେ ବାହା ହୋଇଯାଇଥିଲେ। କିନ୍ତୁ ବାଣୀ ଶୀଘ୍ର ବାହା ହେବାକୁ ଚାହୁଁ ନ ଥିଲେ। ସେ ମଡେଲ ହେବାକୁ ଚାହଁୁଥିଲେ ଯେଉଁଥିରେ ତାଙ୍କ ମାଆ ବହୁତ ସାହାଯ୍ୟ କରିଛନ୍ତି। ଫିଲ୍ମ ଲାଇନ୍‌କୁ ଆସିବା ପୂର୍ବରୁ ବାଣୀ ଏକ ହୋଟେଲରେ ଚାକିରି କରିଥିଲେ। ସେ ଟୁରିଜିମ୍‌ରେ ଡିଗ୍ରୀ କରିବା ପରେ ଓବରାୟ ହୋଟେଲରେ ଚାକିରି କରୁଥିଲେ। ପରେ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଆଜିପର୍ଯ୍ୟନ୍ତ ସେ ୩ଟି ଫିଲ୍ମରେ କାମ କରିିଛନ୍ତି ମାତ୍ର କୌଣସି ସୁପରହିଟ୍‌ ଅଭିନେତ୍ରୀଙ୍କଠାରୁ କମ୍‌ ବି ନୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

ମୃତ୍ୟୁପରେ ରୋଗୀଙ୍କୁ ରେଫର କଲେ ଡାକ୍ତର: ତ୍ରୁଟିପୂର୍ଣ୍ଣ ଚିକିତ୍ସା ଅଭିଯୋଗ

ତିହିଡି଼,୨୨।୮(ସଞ୍ଜିତ ବଳ):ଭଦ୍ରକ ଜିଲା ତିହିଡି଼ ଥାନା ଭାଟପ ପଞ୍ଚାୟତ ଅଧୀନ ବଉଳପାଳ ଗ୍ରାମର ମାୟାଧର ତ୍ରିପାଠୀ (୬୫)ନାମକ ଜଣେ ବୃଦ୍ଧଙ୍କ ତ୍ରୁଟିପୂର୍ଣ୍ଣ ଚିକିତ୍ସା ପାଇଁ ମୃତ୍ୟୁ ଘଟିଥିବା…

ଦୀପିକାଙ୍କୁ ନେଇ ବଢୁଛି ଚର୍ଚ୍ଚା: ‘ସ୍ପିରିଟ୍‌’ରୁ ବିଦା ହେବାକୁ ବଢିଲା ବିବାଦ

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ପ୍ରଭାସଙ୍କ ଫିଲ୍ମ ‘ସ୍ପିରିଟ୍‌’ରୁ ବିଦା ହେବାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମର ନିର୍ମାତା ଅଭିନେତ୍ରୀଙ୍କ ବିଷୟରେ ଅନେକ ଅଭିଯୋଗ ଆଣିଛନ୍ତି। ସନ୍ଦୀପ…

ଶୁକ୍ରଙ୍କ ନକ୍ଷତ୍ରରେ ସୂର୍ଯ୍ୟଙ୍କ ପ୍ରବେଶ: ଏହି ୪ ରାଶିଙ୍କ ଶୁଭ ସମୟ ହେବ ଆରମ୍ଭ, ବଢ଼ିବ ଆୟ

ବୈଦିକ ଜ୍ୟୋତିଷ ଅନୁସାରେ ପୂର୍ବାଫାଲ୍ଗୁନୀ ନକ୍ଷତ୍ରର ସ୍ବାମୀ ଶୁକ୍ର ଗ୍ରହ। ଜ୍ୟୋତିଷରେ ଶୁକ୍ରଙ୍କୁ ପ୍ରେମ, ଧନ, ସୁଖ-ସୁବିଧା ଓ ଐଶ୍ୱର୍ଯ୍ୟର କାରକ ଭାବେ ବିବେଚନା କରାଯାଏ। ସେହିପରି…

କୁଲାଙ୍ଗି ଗାଁରେ ବୃଦ୍ଧଙ୍କୁ ହତ୍ୟା: ପିଟିପିଟି ମାରିଦେଲେ…

ବେଲଗୁଣ୍ଠା, ୨୨।୮: ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ କୁଲାଙ୍ଗି ଗାଁରେ ଜଣେ ବୃଦ୍ଧଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଗ୍ରାମର ଅଙ୍ଗନଓ୍ୱାଡି କେନ୍ଦ୍ର…

ଏକକାଳୀନ ଫାଟିଲା ଅନେକ ସ୍ମାର୍ଟ ମିଟର, ଦୁଇ ଶିଶୁଙ୍କ ସହ ଜଳିଗଲେ ୪ ଜଣ

ସୁଲତାନପୁର,୨୨।୮: ଉତ୍ତର ପ୍ରଦେଶ ସୁଲତାନପୁରର ଆବାସ ବିକାଶ କଲୋନୀର ପାଣି ଟାଙ୍କି ନିକଟରେ, ସାତଟି ପୃଥକ ଘରେ ସ୍ଥାପିତ ସ୍ମାର୍ଟ ମିଟର, ଏକାସଙ୍ଗେ ବିସ୍ଫୋରଣ ହେବାରୁ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri