ପୂର୍ବତନ ମିସ୍‌ ଇଣ୍ଡିଆ ଏବେ ଲାଇମ୍‌ଲାଇଟ୍‌ରୁ ଦୂରରେ

ମୁମ୍ବାଇ: ୮୦ ଓ ୯୦ ଦଶକର ଏହି ଅଭିନେତ୍ରୀ ନିଜର ସୌନ୍ଦର୍ଯ୍ୟ ଓ ଅଭିନୟ ଜାଦୁରେ ସମସ୍ତଙ୍କ ମନ୍ତ୍ରମୁଗ୍ଧ କରିଥିଲେ। ନିଜର ସୌନ୍ଦର୍ଯ୍ୟ ପାଇଁ ମିସ୍‌ ଇଣ୍ଡିଆର ଖ୍ୟାତି ପାଇଥିବା ଏହି ଅଭିନେତ୍ରୀ ଜଣକ ସିନେମାଜଗତରେ ମଧ୍ୟ ବହୁ ନାଁ କମାଇଛନ୍ତି। ହେଲେ ଆଜି ସେ ଲାଇମ୍‌ଲାଇଟ୍‌ରୁ ଦୂରରେ ରହିଛନ୍ତି। ସମୟ ସହ ତାଙ୍କ ଲୁକ୍‌ରେ ମଧ୍ୟ ପରିବର୍ତ୍ତନ ଆସିଥିବାରୁ ତାଙ୍କୁ ଏବେ ଚିହ୍ନି ବି ହେଉନାହିଁ। ଆମେ ଆଉ କାହା କଥା ନୁହେଁ ଅଭିନେତ୍ରୀ ସୋନୁ ଓ୍ବାଲିଆଙ୍କ କଥା କହୁଛୁ। ବୁଧବାର ସୋନୁ ନିଜର ୫୬ତମ ଜନ୍ମଦିନ ପାଳନ କରିଛନ୍ତି। ୧୯୬୪ ଫେବୃୟାରୀ ୧୯ରେ ସୋନୁ ଦିଲ୍ଲୀରେ ଏକ ପଞ୍ଜାବୀ ଘରେ ଜନ୍ମଗ୍ରହଣ କରିଥିଲେ। ନିଜ ପାଠପଢ଼ା ଶେଷ କରିବା ପରେ ସେ ମଡେଲିଂ ଆରମ୍ଭ କରିଥିଲେ। ମଡେଲିଂ ଜଗତରେ ସଫଳତାର ଶୀର୍ଷରେ ପହଞ୍ଚିବା ପରେ ସେ ମିସ୍‌ ଇଣ୍ଡିଆ ପ୍ରତିଯୋଗିତାରେ ଭାଗ ନେଇଥିଲେ। ୧୯୮୫ରେ ସେ ମିସ୍‌ ଇଣ୍ଡିଆ ଖ୍ୟାତି ଅର୍ଜନ କରିଥିଲେ। ଏହି ଖ୍ୟାତି ପାଇବା ପରେ ସୋନୁ ବଲିଉଡ୍‌ରେ ଏଣ୍ଟ୍ରି କରିଥିଲେ। ୧୯୮୮ରେ ଫିଲ୍ମ ‘ଖୁନ୍‌ ଭରି ମାଙ୍ଗ’ରେ ଅଭିନୟ କରିଥିବା ବେଳେ ତାଙ୍କୁ ଏହି ଫିଲ୍ମ ଏକ ନୂଆ ପରିଚୟ ଦେଇଥିଲା। ଏହି ଫିଲ୍ମ ପାଇଁ ତାଙ୍କୁ ବେଷ୍ଟ ସପୋର୍ଟିଂ ଆକ୍ଟ୍ରେସ୍‌ ଫିଲ୍ମଫେୟାର ଆଓ୍ବାର୍ଡ ମିଳିଥିଲା। ଏହାପରେ ୧୯୮୮ରେ ଫିଲ୍ମ ‘ଆକର୍ଷଣ’ରେ ସୋନୁଙ୍କୁ ବୋଲ୍ଡ ଚରିତ୍ରରେ ଦେଖିବାକୁ ମିଳିଥିଲା। ତାଙ୍କର କେତେକ ଫିଲ୍ମ ବକ୍ସ ଅଫିସରେ ଧମାଲ୍‌ କରିଥିବା ବେଳେ ଆଉ କେତେକ ଅସଫଳ ହୋଇଥିଲା। ପରେ ସେ ସିନେମାଜଗତଠାରୁ ଦୂରେଇ ଯାଇ ବିବାହ କରିଥିଲେ। ଏନ୍‌ଆରଆଇ ସୂର୍ଯ୍ୟ ପ୍ରକାଶଙ୍କୁ ସୋନୁ ବିବାହ କରି ଘରସଂସାର କରିଥିବା ବେଳେ ତାଙ୍କ ନିଧନ ପରେ ସେ ଏନ୍‌ଆରଆଇ ଫିଲ୍ମ ପ୍ରଯୋଜକ ପ୍ରତାପ ସିଂହଙ୍କୁ ବିବାହ କରିଥିଲେ। ଏବେ ସେ ୟୁଏସ୍‌ରେ ରହୁଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ନଭେମ୍ବର ୨୪ରୁ ଐତିହାସିକ ବାଲିଯାତ୍ରା

କଟକ,୨୭।୮(କାର୍ତ୍ତିକ ସାହୁ): ଐତିହାସିକ ବାଲିଯାତ୍ରା କଟକ-୨୦୨୬ ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ପୂର୍ବାପେକ୍ଷା ଅଧିକ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେବାକୁ ଯୋଜନା କରାଯାଇଛି। ଚଳିତବର୍ଷ…

କୋଠରି ଅଛିି, ପାନୀୟ ଜଳ, ଶୌଚାଳୟ ନାହିଁ

କୋରାପୁଟ,୨୭ା୮(ଅମିତାଭ ବେହେରା): ଶିକ୍ଷାର ବିକାଶ ପାଇଁ ସରକାର ବହୁ କୋଟି ଟଙ୍କା ବ୍ୟୟ କରୁଛନ୍ତି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ବାସ କରୁଥିବା ଅଞ୍ଚଳଗୁଡ଼ିକରେ…

ବଢ଼ୁଛି ଜେନ୍‌ ଆଲ୍‌ଫାଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ, ୨୭ା୮ : ରାଜସ୍ଥାନର ଜୟପୁରସ୍ଥିତ ରାମପୁରା କନୱରପୁରା ଗ୍ରାମର ପ୍ରାଥମିକ ସ୍କୁଲ ଘରର ଭଙ୍ଗାଦଦରା ଅବସ୍ଥା ଯୋଗୁ ପିଲାମାନଙ୍କୁ ଏକ ଗୁହାଳରେ ପାଠ ପଢ଼ାଯାଉଥିଲା। ନିକଟରେ…

ତହସିଲଦାର, ଏଆର୍‌ଆଇ ନିଲମ୍ବିତ

ନୂଆପଡ଼ା,୨୭ା୮ (ମକାରୁ ବେମାଲ): ନୂଆପଡ଼ା ଜିଲା କୋମନା ତହସିଲ ଅନ୍ତର୍ଗତ ଚାନ୍ଦୋପଲା ଗଁାରେ ଜମି ବିକ୍ରିରେ ଜାଲିଆତି କରିବା ଅଭିଯୋଗରେ ମଙ୍ଗଳବାର ତହସିଲଦାର ସର୍ବେଶ୍ୱର ଜାଲ ଓ…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

ଗୋଧୋଇବାକୁ ଯାଇ ଫେରିଲେନି ରଥ, ସକାଳୁ ପୋଖରୀରୁ ମିଳିଲା…

ଲାଞ୍ଜିଗଡ,୨୬।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଛତ୍ରପୁର ପଞ୍ଚାୟତ ଅନ୍ତର୍ଗତ ରଘୁନାଥପୁର ଗାଁରେ ଅଭାବନୀୟ ଘଟଣା ଘଟିଛି । ପୋଖରୀରେ ବୁଡ଼ି ଜଣେ ଯୁବକଙ୍କ…

ସେପ୍ଟେମ୍ୱର ୧ରୁ ମହଙ୍ଗା ହେବ ଅଟୋ ଭଡା, ଜାଣନ୍ତୁ କେତେ ଦବାକୁ ପଡିବ ଟଙ୍କା…

ନୂଆଦିଲ୍ଲୀ,୨୬।୮: ମୁମ୍ୱାଇରେ CNG ରେ ଚାଲୁଥିବା କଳା-ହଳଦିଆ ଟ୍ୟାକ୍ସି ଏବଂ ଅଟୋ ରିକ୍ସାରେ ଯାତ୍ରା କରିବା ୧ ସେପ୍ଟେମ୍ୱରରୁ ମହଙ୍ଗା ହୋଇଯିବ। ମହାରାଷ୍ଟ୍ର ପରିବହନ ପ୍ରାଧିକରଣ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri