ପୂର୍ବତନ ଭୂଷଣ ସିଏମ୍‌ଡିଙ୍କ ୨୦୦ କୋଟିର ସମ୍ପତ୍ତି ଜବତ

ନୂଆଦିଲ୍ଲୀ,୧୯-୧: ଭୂଷଣ ପାଓ୍ବାର ଆଣ୍ଡ ଷ୍ଟିଲ ଲିମିଟେଡର ପୂର୍ବତନ ସିଏମ୍‌ଡି ସଞ୍ଜୟ ସିଂଘଲଙ୍କ ୨୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ସମ୍ପତ୍ତି ଜବତ କରାଯାଇଛି। ବେଆଇନ ଅର୍ଥ କାରବାର ନିରୋଧି ଆଇନ ଅନୁସାରେ ଦିଲ୍ଲୀ ଏବଂ ଲଣ୍ଡନସ୍ଥିତ ସମ୍ପତ୍ତି ଜବତ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ସୂଚନା ରହିଛି। ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ଉଭୟ ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ରହିଛି। କମ୍ପାନୀ ନାମରେ ବ୍ୟାଙ୍କରୁ ଋଣ ନେଇ ଏହାକୁ ବିଦେଶର ବିଭିନ୍ନ ସ୍ଥାନରେ ସମ୍ପତ୍ତି କିଣିବାରେ ସିଂଘଲ ବ୍ୟବହାର କରିଛନ୍ତି ବୋଲି ଅଭିଯୋଗ ଆସିଛି। ଇଡି ସିଂଘଲଙ୍କ ନାମରେ ଶୁକ୍ରବାର ଚାର୍ଜଶିଟ ଫାଇଲ କରିଛି। ଚାର୍ଜଶିଟରେ ୨୪ ଜଣଙ୍କ ନାମ ଉଲ୍ଲେଖ କରାଯାଇଛି। ଗତବର୍ଷ ଜାନୁୟାରିରେ ସିଂଘଲଙ୍କ ନାମରେ କୋର୍ଟ ପ୍ରଡକସନ ଓ୍ବାରେଣ୍ଟ ଜାରି କରିଥିଲେ।
ନଭେମ୍ବରରେ ଇଡି ତାଙ୍କୁ ଗିରଫ କରିଥିବା ବେଳେ ସେ ବର୍ତ୍ତମାନ ବିଚାର ବିଭାଗୀୟ ହାଜତରେ ଅଛନ୍ତି। ୨୦୦୭ରୁ ୨୦୧୪ ମଧ୍ୟରେ ୩୩ ବ୍ୟାଙ୍କ ଏବଂ ବିତ୍ତ ପ୍ରତିଷ୍ଠାନରୁ ଋଣ ନେଇ ଏହାକୁ ବେଆଇନ ଭାବେ ବିଭିନ୍ନ ସ୍ଥାନକୁ ଚାଲାଣ କରାଯାଇଥିବା ଇଡି କହିଛି। ଏହାକୁ ବିଭିନ୍ନ ସ୍ଥାନରେ ସମ୍ପତ୍ତି କିଣାରେ ବ୍ୟବହାର ମଧ୍ୟ କରାଯାଇଛି। ଏହି ମାମଲାରେ ଇଡି ବର୍ତ୍ତମାନ ସୁଦ୍ଧା ୪୨୨୯ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଋଣ ଅର୍ଥକୁ ଅନ୍ୟ ଆଡେ ପଠାଇବାରେ ସିଂଘଲ ମାଷ୍ଟର ମାଇଣ୍ଡ ବୋଲି ଇଡି ପ୍ରକାଶ କରିଛି। ବିଶେଷ କରି ଭୂତ କମ୍ପାନୀଙ୍କ ଦ୍ୱାରା ଏହି ନେଣଦେଣ ହୋଇଥିବା କୁହାଯାଉଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ)ର ଏଫ୍‌ଆଇଆର୍‌ ପରେ ଇଡି ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆବ୍ରାହମ୍‌ ଆଣ୍ଡ ଠାକୋରରେ ରିଲାଏନ୍ସ ରିଟେଲ ଭେଞ୍ଚର୍ସର ନିବେଶ

ମୁମ୍ବାଇ,୧୪।୩: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ର ରିଟେଲ ସଂସ୍ଥା ରିଲାଏନ୍ସ ରିଟେଲ ଭେଞ୍ଚର୍ସ ଲିମିଟେଡ୍‌ (ଆର୍‌ଆର୍‌ଭିଏଲ୍‌) ପକ୍ଷରୁ ଆବ୍ରାହମ୍‌ ଆଣ୍ଡ ଠାକୋର ଏକ୍ସପୋର୍ଟସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ଅଂଶଧନ ପାଇଁ ନିବେଶ...

ବଦଳିପାରେ ଏଟିଏମ୍‌ରୁ ଟଙ୍କା କାଢ଼ିବା ନିୟମ; ଦୁଇଟି ଉଠାଣ ମଧ୍ୟରେ ୬-୧୨ ଘଣ୍ଟା ସମୟ ଧାର୍ଯ୍ୟ ବିଚାର

ନୂଆଦିଲ୍ଲୀ,୨୮-୮: ଏଟିଏମ୍‌ରୁ ଟଙ୍କା ଉଠାଇବା ଆଜି ସାଧାରଣ ଘଟଣା ହୋଇଗଲାଣି। ତେବେ ଏହା ସାଙ୍ଗକୁ ଏଟିଏମ୍‌ ଠକାମୀ ମଧ୍ୟ ସେହି ଅନୁପାତରେ ବଢ଼ିବାରେ ଲାଗିଛି। ଗ୍ରାହକଙ୍କୁ...

ସୁଇସ୍‌ ବ୍ୟାଙ୍କରେ କଳାଧନ: ୧୧ ଭାରତୀୟଙ୍କୁ ଜାରି ହେଲା ନୋଟିସ୍‌

ନୂଆଦିଲ୍ଲୀ,୨୭-୫: ବ୍ୟାଙ୍କିଙ୍ଗ୍‌ ଗୋପନୀୟତାକୁ ନେଇ ବିଶ୍ୱରେ ସମାଲୋଚନାର ଶିକାର ହୋଇଆସୁଥିବା ସୁଇଜରଲାଣ୍ଡ ଏବେ ନିଜର ମତ ପରିବର୍ତ୍ତନ କରିଛି। ନିକଟ ଅତୀତରେ ଏହା ଭାରତୀୟଙ୍କ କଳାଧନ...

୦.୨୫% କମିପାରେ ରେପୋ ରେଟ୍‌

ନୂଆଦିଲ୍ଲୀ,୫-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ) ବୁଧବାର ଚଳିତ ଆର୍ଥିକ ବର୍ଷର ତୃତୀୟ ଦ୍ୱିମାସିକ ମୁଦ୍ରାନୀତି ଘୋଷଣା କରିବ। କ୍ରମାଗତ ଚତୁର୍ଥ ଥର ପାଇଁ ଏହା ରେପୋ...

୧.୭୫ ଲକ୍ଷ କମ୍ପାନୀ,ବ୍ୟକ୍ତି କାଢ଼ିଛନ୍ତି କୋଟିଏରୁ ଊର୍ଦ୍ଧ୍ୱ ଟଙ୍କା

ନୂଆଦିଲ୍ଲୀ,୯-୭: ବ୍ୟାଙ୍କରୁ ବର୍ଷକୁ ୧ କୋଟି ଟଙ୍କାରୁ ଅଧିକ ନଗଦ ଉଠାଣ କ୍ଷେତ୍ରରେ ୨ ପ୍ରତିଶତ ଟିଡିଏସ୍‌( ସ୍ରୋତ ଉପରେ କଟାଯାଇଥିବା ଟିକସ) ଦେବାକୁ ହେବ।...

ନୂଆ ପ୍ୟାକେଜରେ ବିତ୍ତୀୟ ପ୍ରଭାବ ଅସ୍ପଷ୍ଟ

ନୂଆଦିଲ୍ଲୀ,୧୬।୧୧: କରୋନା ଯୋଗୁ ଭାରତୀୟ ଅର୍ଥ ବ୍ୟବସ୍ଥା ବର୍ତ୍ତମାନ ଟେକ୍ନିକାଲ ମାନ୍ଦାବସ୍ଥା ଦେଇ ଗତି କରୁଛି। ବଜାରର ସ୍ଥିତିକୁ ସୁଧାରିବା ଲାଗି ସରକାର ପୂର୍ବରୁ ୨...

୩,୩୦୦ କୋଟିର ହାଓଲା ର଼୍ୟାକେଟ ଠାବ

ନୂଆଦିଲ୍ଲୀ,୧୨-୧୧: ଆୟକର ବିଭାଗ ପକ୍ଷରୁ ୩,୩୦୦ କୋଟି ଟଙ୍କାର ହାଓଲା ର଼୍ୟାକେଟ ଠାବ ହୋଇଥିବା କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ(ସିବିଡିଟି) ସୋମବାର ସୂଚନା ଦେଇଛି। ଏହାର...

ଲଣ୍ଡନ କୋର୍ଟଙ୍କୁ ଅନିଲ ଅମ୍ବାନୀଙ୍କ ଉତ୍ତର: ବିଳାସପୂର୍ଣ୍ଣ ଜୀବନଠାରୁ ଦୂରରେ ଅଛି

ନୂଆଦିଲ୍ଲୀ: ବିଳାସପୂର୍ଣ୍ଣ ଜୀବନ ବଞ୍ଚିବାଠାରୁ ବହୁ ଦୂରରେ ରହିଛି। ମୋ ଜୀବନ ଶୃଙ୍ଖଳିତ ଢଙ୍ଗରେ ଚାଲିଛି। ଦିନେ ୪୫ ହଜାର କୋଟି ସହ ବିଶ୍ୱର ଶ୍ରେଷ୍ଠ...

Advertisement
Archives

Model This Week