Posted inଖେଳ

ପୂର୍ବତନ ଅଲିମ୍ପିକ ଚାମ୍ପିୟନ ଲି’ଙ୍କ ଅବସର

ନୂଆଦିଲ୍ଲୀ, ୧୮।୧୦ (ପି.ଟି.)- ପୂର୍ବତନ ଅଲିମ୍ପିକ ଚାମ୍ପିୟନ ଲି ଜୁଇ ରୁଇ ଅନ୍ତର୍ଜାତୀୟ ବ୍ୟାଡ୍‌ମିଣ୍ଟନରୁ ଅବସର ଘୋଷଣା କରିଛନ୍ତି। ଓ୍ବାଲର୍‌ଡ ବ୍ୟାଡ୍‌ମିଣ୍ଟନ ଫେଡେରେଶନ (ବିଡବ୍ଲ୍ୟୁଏଫ୍‌) ପକ୍ଷରୁ ଗୁରୁବାର ଏହା କୁହାଯାଇଛି। ୨୮ ବର୍ଷୀୟା ଏହି ଚାଇନିଜ ବ୍ୟାଡ୍‌ମିଣ୍ଟନ ଖେଳାଳି ୨୦୧୨ ଲଣ୍ଡନ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେବେ ରିଓ ଅଲିମ୍ପିକ୍ସ ସମୟରେ ଆଘାତ ହେବା ଯୋଗୁ ତାଙ୍କ କ୍ୟାରିୟର ଏକପ୍ରକାର ଅନ୍ତ ଘଟିଥିଲା। ୨୦୧୦ ବ୍ୟାଡ୍‌ମିଣ୍ଟନ ଏସିଆ ଚାମ୍ପିୟନଶିପ୍‌ରେ ଭାରତର ସାଇନା ନେହ୍ବାଲଙ୍କୁ ପରାସ୍ତ କରି ଲି ଅନ୍ତର୍ଜାତୀୟସ୍ତରରେ ଦମ୍‌ଦାର ଅଭିଯାନ ଆରମ୍ଭ କରିଥିଲେ। ଏଥିରେ ସେ ଚାମ୍ପିୟନ ହୋଇ ପ୍ରଥମ ମେଜର ଟାଇଟଲ୍‌ ଜିତିଥିଲେ। ଏହାପରେ ସେ ୨୦୧୨ରେ ଅଲ୍‌ଇଂଲଣ୍ଡ ଚାମ୍ପିୟନଶିପ୍‌ ଟାଇଟଲ୍‌ ଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ୨୦୧୩ ଓ ୨୦୧୪ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ରୌପ୍ୟ ପଦକ ପାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୟଦ ମୁସ୍ତାକ ଅଲି ଟ୍ରଫି: ପୃଥ୍ବୀ ଶ’ଙ୍କ ପ୍ରଭାବୀ ପ୍ରତ୍ୟାବର୍ତ୍ତନ

ମୁମ୍ବାଇ, ୧୭।୧୧ (ପି.ଟି.)- ଡୋପିଂ ମାମଲାରେ ୮ ମାସ ବାସନ୍ଦ ଦଣ୍ଡ ଭୋଗି କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିଥିବା ମୁମ୍ବାଇ ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’ ପ୍ରଥମ...

ଭାରତୀୟ ଜୁନିୟର ହକି ଦଳର କୋଚ୍‌ ଦୌଡ଼ରେ ହରେନ୍ଦ୍ର

ନୂଆଦିଲ୍ଲୀ,୨୯।୭- ହକି ଇଣ୍ଡିଆ (ଏଚ୍‌ଆଇ) ଭାରତୀୟ ଜୁନିୟର ହକି ଦଳର କୋଚ୍‌ ପଦ ଲାଗି ଆବେଦନ ତାରିଖ ଘୁଞ୍ଚାଇବା ପରେ ହରେନ୍ଦ୍ର ସିଂ ଦୌଡ଼ରେ ସାମିଲ...

ସଫଳତା ପାଇଁ ରିଡ୍‌ଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର ଓ ରାଉରକେଲାରେ ଆସନ୍ତା ଜାନୁୟାରୀ ୧୩ରୁ ୨୯ ଯାଏ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍‌ ପୂର୍ବରୁ ଭାରତୀୟ ହକି ଦଳକୁ ଗୁରୁମନ୍ତ୍ର...

୫ ଦିନ ପର୍ଯ୍ୟନ୍ତ ଏହି ଗୀତ ଶୁଣିଥିଲେ ତେନ୍ଦୁଲକର: ମାରିଥିଲେ ଦ୍ୱିଶତକ

୨୦୦୪ରେ ବର୍ଡର ଗାଭାସ୍କର ଟ୍ରଫିର ଏକ ମ୍ୟାଚ୍‌ ସିଡନୀ କ୍ରିକେଟ ଗ୍ରାଉଣ୍ଡ(ଏସ୍‌ସିଜି)ରେ ଖେଳାଯାଇଥିଲା। ଏହି ନଟ୍‌ଆଉଟ୍‌ ମ୍ୟାଚ୍‌ରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୪୧ ରନ୍‌...

ରୋହିତ, ଧାଓ୍ବନଙ୍କୁ ଚକିତ କଲେ ୧୯ ବର୍ଷୀୟ ଲୋକାଲ ପେସର

ନୂଆଦିଲ୍ଲୀ,୩।୧୧- ବାଂଲାଦେଶ ବିପକ୍ଷ ପ୍ରଥମ ମ୍ୟାଚ୍‌ ପୂର୍ବରୁ ୧୯ ବର୍ଷୀୟ ଲୋକାଲ ପେସର କେଶବ ଦବସ ଭାରତୀୟ ଓପନର ରୋହିତ ଶର୍ମା ଓ ଶିଖର ଧାଓ୍ବନଙ୍କୁ...

ବାଂଲାଦେଶ ବିପକ୍ଷରେ ଖେଳି ନ ପାରନ୍ତି କାର୍ତ୍ତିକ

ଆଡିଲେଡ୍‌, ୧ା୧୧:ଭାରତୀୟ କ୍ରିକେଟ୍‌ ଦଳର ସିନିୟର ଉଇକେଟ୍‌କିପର ଦୀନେଶ କାର୍ତ୍ତିକଙ୍କ ପିଠି ମାଂସପେଶୀରେ ସମସ୍ୟା ଦେଖା ଦେଇଛି। ଫଳରେ ତାଙ୍କର ବୁଧବାର ବାଂଲାଦେଶ ବିପକ୍ଷ ମ୍ୟାଚ୍‌...

ବିରାଟ କୋହଲିଙ୍କୁ ଗାଳି ଦେଲେ ଫ୍ୟାନ୍‌, ଜାଣନ୍ତୁ କାହିଁକ

ସୁପରଷ୍ଟାର୍‌ ଅମିତାଭ ବଚ୍ଚନ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ତାଙ୍କ ଆରୋଗ୍ୟ କାମନା କରି ଦେଶର ବିଭିନ୍ନ ଯାଗାରେ ପୂଜାର୍ଚ୍ଚନା ଚାଲିଛି। ବଲିଉଡ୍‌ର ଅନେକ...

‘ବିରାଟ କୋହଲି ବିଶ୍ୱକପ୍‌ ପରେ ଟି-୨୦ ଫର୍ମାଟରୁ ନେବେ ଅବସର’

ଇସଲାମାବାଦ୍‌,୧୫।୯: ପାକିସ୍ତାନର ପୂର୍ବତନ କ୍ରିକେଟର ଶୋଏବ ଅଖତର ଏକ ବଡ଼ ଭବିଷ୍ୟବାଣୀ କରିଛନ୍ତି। ସେ କହିଛନ୍ତି, ବିରାଟ କୋହଲି ଟି-୨୦ ବିଶ୍ୱକପ ୨୦୨୨ ପରେ ଖେଳର...

Advertisement
Archives

Model This Week