ପୂର୍ବତଟ ରେଳପଥ ନୂଆ ମୁଖ୍ୟ ଆର୍ଥତ୍କ ପରାମର୍ଶଦାତା

ଭୁବନେଶ୍ୱର,୩୦-୫: ପୂର୍ବତଟ ରେଳପଥର ନୂଆ ମୁଖ୍ୟ ଆର୍ଥତ୍କ ପରାମର୍ଶଦାତା ଭାବେ ରବି ଶଙ୍କର ମିତ୍ର ଯୋଗ ଦେଇଛନ୍ତି। ସେ ଭାରତୀୟ ରେଳବାଇ ଆକାଉଣ୍ଟସ ସେବାର ୧୯୮୭ ବ୍ୟାଚ୍‌ ଅଧିକାରୀ। ଏହି ନୂତନ ପଦବୀରେ ଯୋଗଦାନ ପୂର୍ବରୁ ସେ ଗୌହାଟିସ୍ଥିତ ଉତ୍ତର ସୀମାନ୍ତ ରେଳପଥର ମୁଖ୍ୟ ବିତ୍ତ ଅଧିକାରୀ ଓ ଅର୍ଥନୈତିକ ପରାମର୍ଶଦାତା ଭାବେ କାର୍ଯ୍ୟ କରୁଥିଲେ। ସେ ପୂର୍ବତଟ ରେଳପଥ, ଦକ୍ଷିଣପୂର୍ବ ରେଳପଥ ଏବଂ ଚିତ୍ତରଞ୍ଜନ ରେଳ ଇଞ୍ଜିନ କାରଖାନାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ଖଡଗପୁର, ଚକ୍ରଧରପୁର ଓ ଓ୍ବାଲଟିୟର ରେଳ ମଣ୍ଡଳଗୁଡିକରେ ଆକାଉଣ୍ଟସ ବିଭାଗରେ କାର୍ଯ୍ୟ କରିବା ସେ ମିତ୍ର ବିଭିନ୍ନ ନୂଆ ପଦକ୍ଷେପ ଗ୍ରହଣ କରିଛନ୍ତି। ଯାଜପୁର ଜିଲାର ବୈତରଣୀ ରୋଡରେ ଜନ୍ମିତ ମିତ୍ର ୧୯୮୫ରେ ଉତ୍କଳ ବିଶ୍ୱ ବିଦ୍ୟାଳୟରୁ କମର୍ସରେ ସ୍ନାତ୍ତକୋତ୍ତର ଶିକ୍ଷା ପରେ ରେଳବାଇ ସେବାରେ ଯୋଗଦାନ କରିଥିଲେ। ଜଣେ ପ୍ରଗତିଶୀଳ ଏବଂ ଦକ୍ଷ ଅଧିକାରୀ ଭାବେ ସେ ବେଶ ପରିଚିତ।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଆନ ବ୍ୟାଙ୍କରୁ ଠକେଇ କରିଛି ଆଇଏଫ୍‌ଆଇଏନ୍‌

ଚେନ୍ନାଇ: ରାଷ୍ଟ୍ରାୟତ୍ତ ଇଣ୍ଡିଆନ ବ୍ୟାଙ୍କ ଆଇଏଲ୍‌ ଆଣ୍ଡ ଏଫ୍‌ଏସ୍‌ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡ୍‌(ଆଇଏଫ୍‌ଆଇଏନ୍‌) ଆକାଉଣ୍ଟରୁ ଠକେଇ ନେଇ ଘୋଷଣା କରିଛି। ଏହି କମ୍ପାନୀର ଆକାଉଣ୍ଟ ବର୍ତ୍ତମାନ...

ଚିନ୍ତା ବଢାଉଛି ସହରାଞ୍ଚଳ ବେକାରି

ନୂଆଦିଲ୍ଲୀ,୨୨।୬: କୋଭିଡ-୧୯କୁ ନିୟନ୍ତ୍ରଣ କରିବା ଲାଗି କଟକଣା କୋହଳ ହୋଇଥିଲେ ମଧ୍ୟ ସାମାଜିକ ଦୂରତ୍ୱ ରଖି ସବୁ କିଛି କାର୍ଯ୍ୟ ସମ୍ପାଦନ ହେଉଛି। ବର୍ତ୍ତମାନ ଯାଏ...

ବ୍ୟାଙ୍କିଙ୍ଗ ସଂସ୍କାର,ମିଶ୍ରଣ ନେଇ ହୋଇପାରେ ଘୋଷଣା

ନୂଆଦିଲ୍ଲୀ,୧୦-୬: ଆଗାମୀ ବଜେଟରେ ଦେଶର ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ସଂସ୍କାର ଏବଂ ବ୍ୟାଙ୍ଗ ମିଶ୍ରଣ ନେଇ ବିଭିନ୍ନ ପଦକ୍ଷେପ ଉପରେ ସରକାର ଘୋଷଣା କରିପାରନ୍ତି। ଦେଶର ଅର୍ଥନୀତିକୁ...

୪,୩୮୯ କୋଟିର ଆମଦାନୀ ଶୁଳ୍କ ଠକେଇ: ଓପୋକୁ ନୋଟିସ

ନୂଆଦିଲ୍ଲୀ, ୧୪ା୭: ଚାଇନା ମୋବାଇଲ ଫୋନ ନିର୍ମାଣକାରୀ କମ୍ପାନୀ ଓପୋକୁ ୪,୩୮୯ କୋଟି ଟଙ୍କା ଆମଦାନୀ ଶୁଳ୍କ ଠକେଇ ଅଭିଯୋଗରେ ଭାରତ ସରକାରଙ୍କ ପକ୍ଷରୁ କାରଣ...

ପାତ୍ରପଡାରେ ଖୋଲିଲା ବଜାର କୋଲକାତା

ଭୁବନେଶ୍ୱର,୨-୬: ପୂର୍ବ ଭାରତର ପ୍ରମୁଖ ରିଟେଲ ଚେନ୍‌ ବଜାର କୋଲକାତା ସ୍ଥାନୀୟ ପାତ୍ରପଡାଠାରେ ନୂଆ ଶୋ’ରୁମ ଶୁଭାରମ୍ଭ କରିଛି। ଓଡ଼ିଆ ସିନେମା ଅଭିନେତ୍ରୀ ଏଲିନା ସାମନ୍ତରାୟ...

୫୦ ଟଙ୍କା ମହଙ୍ଗା ହେଲା ଗ୍ୟାସ

ନୂଆଦିଲ୍ଲୀ:  ଦର ବୃଦ୍ଧି ସାଧାରଣ ଲୋକଙ୍କ ନିଦ ହଜାାଇ ଦେଇଛି। ଏଲପିଜି ଗ୍ୟାସ୍‌ ସିଲିଣ୍ଡର ପିଛା ଦର ଆଉ ୫୦ ଟଙ୍କା ମହଙ୍ଗା ହୋଇଛି। ସବସିଡି...

ଡ୍ୟୁକର ନୂଆ ସମର ୨୦୧୯ କଲେକ୍ସନ

ଭୁବନେଶ୍ୱର,୨୬-୫ : ଡ୍ୟୁକ ଫ୍ୟାସନ୍ସ ଲିମିଟେଡ ପକ୍ଷରୁ ନୂଆ ସମର କଲେକ୍ସନ ୨୦୧୯ ଶୁଭାରମ୍ଭ ହୋଇଛି। ବିଭିନ୍ନ ଷ୍ଟାଇଲ ଏବଂ ରଙ୍ଗରେ ଏହି କଲେକ୍ସନଗୁଡିକ ବଜାରରେ...

ଏଟିଏମ୍‌ରୁ ବାହାରୁଛି ଅଧିକ ୫୦୦ ଟଙ୍କିଆ ନୋଟ୍‌

ନୂଆଦିଲ୍ଲୀ, ୨୭-୨: ବିଭିନ୍ନ ବ୍ୟାଙ୍କର ଏଟିଏମ୍‌ଗୁଡିକରୁ ଏବେ ୨୦୦୦ ଟଙ୍କିଆ ନୋଟ ତୁଳନାରେ ଅଧିକ ୫୦୦ ଟଙ୍କିଆ ନୋଟ ବାହାରୁ ଥିବା ନଜରକୁ ଆସୁଛି। ୨୦୦୦...

Advertisement
Archives

Model This Week