Posted inଖେଳ

ପୂଜାରା, ଜାଡେଜାଙ୍କୁ ନାଡ଼ା ନୋଟିସ୍‌

ନୂଆଦିଲ୍ଲୀ, ୧୩ା୬ (ପି.ଟି.)-ଚେତେଶ୍ୱର ପୂଜାରା, ରବୀନ୍ଦ୍ର ଜାଡ଼େଜା ଓ କେ.ଏଲ୍‌. ରାହୁଲଙ୍କ ସମେତ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପରିସରଭୁକ୍ତ ୫ଜଣ ଭାରତୀୟ କ୍ରିକେଟରଙ୍କୁ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡ଼ା) ତରଫରୁ ନୋଟିସ୍‌ ଜାରି କରାଯାଇଛି। ଖେଳାଳିମାନେ ସେମାନଙ୍କ ଠିକଣା (ହୋୟାରଆବାଉଟ୍ସ) ଜଣାଇ ନ ଥିବାରୁ ଏହି ପଦକ୍ଷେପ ନିଆଯାଇଛି। ଏଣେ ‘ପାସ୍‌ଓ୍ବାର୍ଡ ଗ୍ଲିଚ୍‌’ ଯୋଗୁ ଖେଳାଳିମାନଙ୍କ ଠିକଣା ଅବଗତ କରାଇବାରେ ବିଳମ୍ବ ଘଟିଥିବା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ ସଫେଇ ଦିଆଯାଇଛି। ନୋଟିସ୍‌ ପାଇଥିବା ଅନ୍ୟ ଖେଳାଳିଙ୍କ ମଧ୍ୟରେ ରହିଛନ୍ତି ମହିଳା ଷ୍ଟାର ଖେଳାଳି ସ୍ମୃତି ମନ୍ଧାନା ଓ ଦୀପ୍ତି ଶର୍ମା। ନ୍ୟାଶନାଲ ରେଜିଷ୍ଟର୍ଡ ଟେଷ୍ଟିଂ ପୁଲ୍‌ (ଏନ୍‌ଆର୍‌ଟିପି) ତାଲିକାରେ ୧୧୦ଜଣଙ୍କ ନାମ ରହିଛି। ନାଡ଼ାର ମହାନିର୍ଦ୍ଦେଶକ ନବୀନ ଅଗରଓ୍ବାଲଙ୍କ କହିବା ଅନୁସାରେ ଆଡାମ୍ସ (ଆଣ୍ଟି ଡୋପିଂ ଆଡମିନିଷ୍ଟ୍ରେଶନ ଆଣ୍ଡ୍‌ ମ୍ୟାନେଜମେଣ୍ଟ ସିଷ୍ଟମ୍ସ) ସଫ୍ଟଓୟାରରେ ଫର୍ମ ପୂରଣ କରିବା ଲାଗି ଦୁଇଟି ମାଧ୍ୟମ ରହିଛି। ଖେଳାଳିମାନେ ନିଜେ କିମ୍ବା ସେମାନଙ୍କ ଆସୋସିଏଶନ ଜରିଆରେ ଫର୍ମ ପୂରଣ କରିପାରିବେ। କେତେଜଣ ଖେଳାଳି ଅଛନ୍ତି ଯେଉଁମାନେ ଇଣ୍ଟରନେଟ୍‌ ବ୍ୟବହାର ଜାଣନ୍ତି ନାହିଁ। ଫଳରେ ସେମାନଙ୍କ ପକ୍ଷେ ଆଡାମ୍ସରେ ହୋୟାରଆବାଉଟ୍ସ କ୍ଲଜ୍‌ ହ୍ୟାଣ୍ଡଲ କରିବା ସମ୍ଭବ ନୁହେଁ। ଏହି ଖେଳାଳିମାନେ ସେମାନଙ୍କ ଫେଡେରେଶନର ସହାୟତା ନେଇଥାନ୍ତି। କ୍ରିକେଟରେ ଅଧିକାଂଶ ହେଉଛନ୍ତି ଉଚ୍ଚଶିକ୍ଷିତ। ଏହାସତ୍ତ୍ୱେ ସେମାନଙ୍କ ମଧ୍ୟରୁ କେତେଜଣ ସେମାନଙ୍କ କ୍ରିକେଟ ବୋର୍ଡର ସହାୟତା ନେଉଛନ୍ତି। ହୁଏତ ଏଥିପାଇଁ ସେମାନଙ୍କ ନିକଟରେ ସମୟ ନାର୍ହି କିମ୍ବା ଫର୍ମ କିପର ପୂରଣ କରାଯିବ ତାହା ଜଣା ନାହିଁ। ବିସିସିଆଇ ନିଜ ଆଡୁ ସେମାନଙ୍କ ଦାୟିତ୍ୱ ନେଇଛି। ହେଲେ ଏଥର ବିସିସିଆଇ କାହିଁକି ୩ ମାସ ହେଲା ଖେଳାଳିମାନଙ୍କ ହୋୟାରଆବାଉଟ୍ସ ସମ୍ପର୍କରେ ଅବଗତ କରାଇ ନାହିଁ ତାହା ଏକ ପ୍ରଶ୍ନ ବୋଲି ଅଗରଓ୍ବାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସୁଭଦ୍ରା ସହ ମଧୁବାବୁ ପେନସନ୍ ଯୋଜନାରେ ମିଳିବ ଅଧିକ ଲାଭ, ସ୍ୱାଧୀନତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା…

ଭୁବନେଶ୍ୱର,୧୫।୮: ୮୦ତମ ସ୍ୱାଧୀନତା ଦିବସରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ୫ଟି ବଡ଼ ଘୋଷଣା କରିଛନ୍ତି। ଏହି ଘୋଷଣା ମଧ୍ୟରେ ସାମିଲ ଅଛି ସୁଭଦ୍ରା ଯୋଜନାଠୁ ନେଇ…

ଧାର୍ମିକ ପତାକା ଅସମ୍ମାନକୁ ନେଇ ୨ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା

ଖଇରା,୧୫ା୮(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ତୁଡିଗଡ଼ିଆ ବଜାରରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଧାର୍ମିକ ପତାକାକୁ ଅନ୍ୟ ଏକ ସମ୍ପ୍ରଦାୟର କିଛି ଯୁବକ ଅସମ୍ମାନ ପ୍ରଦର୍ଶନ…

କୁନି କୁନି ଶିଶୁ ପାଳିଲେ ୮୦ତମ ସ୍ୱାଧୀନତା ଦିବସ: ସାଂସ୍କୃତିକ କାର୍ଯ୍ୟକ୍ରମରେ ନାଚିଲେ…

ଦାରିଙ୍ଗବାଡ଼ି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ୍‌ ସିମନବାଡ଼ିଠାରେ ନୂତନ ଭାବେ ସ୍ଥାପିତ ଭିକ୍ଟୋରିଆ ସ୍କୁଲ୍‌ ଅଫ୍‌ ନଲେଜ୍‌ ବିଦ୍ୟାଳୟର କୁନି କୁନି ଶିଶୁମାନେ…

କୋରାପୁଟରେ ପତାକା ଉତ୍ତୋଳନ କଲେ ମନ୍ତ୍ରୀ ସମ୍ପଦ ସ୍ୱାଇଁ

କୋରାପୁଟ, ୧୪।୮ (ଅମିତାଭ ବେହେରା): କୋରାପୁଟ ପୋଲିସ ପଡ଼ିଆରେ ଶନିବାର ୮୦ତମ ଜିଲାସ୍ତରୀୟ ସ୍ୱାଧୀନତା ଦିବସ ସମାରୋହ ଉତ୍ସାହ ଓ ଉଦ୍ଦୀପନାର ସହ ପାଳିତ ହୋଇଛି। ଏହି…

ରାଇକିଆରେ ୮୦ତମ ସ୍ବାଧୀନତା ଦିବସ

ରାଇକିଆ,୧୫ା୮(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆଠାରେ ଶନିବାର ୮୦ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ପ୍ରତିକୂଳ ପାଗ ସତ୍ତ୍ବେ ବିଜୟ ହାଇସ୍କୁଲଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଇକିଆ…

ବେଆଇନ ବାଣ କାରଖାନାରେ ଭୟଙ୍କର ବିସ୍ଫୋରଣ; ଜଣେ ମୃତ

ଚାନ୍ଦବାଲି, ୧୫।୮ (ରତିକାନ୍ତ ବାରିକ): ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ମତୋ ନିକଟସ୍ଥ ପରମାନନ୍ଦପୁର ଛକ ନିକଟରେ ଏକ ବେଆଇନ ବାଣ ଗଚ୍ଛିତ ଘରେ ଭୟାବହ ଅଗ୍ନିକାଣ୍ଡ…

ଏମିତି ସର୍ଟ ମାରିଲେ ରାହୁଲ, ଶ୍ରୀଲଙ୍କା ଖେଳାଳିଙ୍କ ମୁଣ୍ଡରେ ବାଜିଲା: ଆଉ ତା’ପରେ ଘଟିଲା…

ଗାଲେ,୧୫।୮: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ଗାଲେରେ ଚାଲିଛି। ଟିମ ଇଣ୍ଡିଆ ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି। ଅଧିନାୟକ ଶୁବମନ…

ମହିଳାଙ୍କୁ ବାନ୍ଧି ଘରୁ ସୁନାଗହଣା ଲୁଟ

ଚାନ୍ଦବାଲି,୧୫/୮(ମାନସ ବିଶ୍ୱାଳ/ରତିକାନ୍ତ ବାରିକ): ଚାନ୍ଦବାଲି ଥାନା ପାଞ୍ଚପଡା ଗ୍ରାମରେ ଶନିବାର ସକାଳୁ ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି |କାଳୀମନ୍ଦିର ନିକଟସ୍ଥ ପ୍ରମୋଦ ତ୍ରିପାଠୀଙ୍କ ଘରେ ସକାଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri