Posted inଖେଳ

ପୁଲଓ୍ବାମା ଶହୀଦଙ୍କ ପୁଅଙ୍କୁ କ୍ରିକେଟ ଟ୍ରେନିଂ ଦେଉଛନ୍ତି ବୀରେନ୍ଦ୍ର ସେହ୍ବାଗ, ଶେୟାର କଲେ ଫଟୋ

ନୂଆଦିଲ୍ଲୀ,୧୪।୨: ପୁଲଓ୍ବାମା ଆକ୍ରମଣକୁ ବର୍ଷେ ପୂରିଛି। ଏହି ଆକ୍ରମଣରେ ଶହୀଦ ହୋଇଥିବା ଯବାନଙ୍କୁ ଦେଶବାସୀ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବୀରେନ୍ଦ୍ର ସେହ୍ବାଗ। ସେ ଟୁଇଟ ଯୋଗେ ବୀର ଯବାନଙ୍କୁ ମନେ ପକାଇଛନ୍ତି। ଏହାସହ ତାଙ୍କ କ୍ରିକେଟ ଏକାଡେମୀରେ ପୁଲଓ୍ବାମା ଶହୀଦ ଯବାନଙ୍କ ପୁଅ ଟ୍ରେନିଂ ନେଉଥିବାବେଳର କିଛି ଫଟୋ ମଧ୍ୟ ସେହ୍ବାଗ ଶେୟାର କରିଛନ୍ତି। ଫଟୋରେ ଶହୀଦ ରାମ ଭକିଲଙ୍କ ପୁଅ ବ୍ୟାଟ୍ସମ୍ୟାନ ଅର୍ପିତ ସିଂ ବ୍ୟାଟିଂ କରୁଥିବାବେଳେ ବିଜୟ ସୋରେଙ୍ଗଙ୍କ ପୁଅ ରାହୁଲ ସୋରେଙ୍ଗ ବୋଲିଂ କରୁଛନ୍ତି। ଉଲ୍ଲେଖଥାଉ କି, ଫେବୃୟାରୀ ୧୪ ତାରିଖରେ କଶ୍ମୀରର ପୁଲଓ୍ବାମା ଆକ୍ରମଣରେ ୪୦ ସିଆରପିଏଫ ଯବାନ ଶହୀଦ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଜାତୀୟ ଜୁନିୟର ମହିଳା ହକି କ୍ୟାମ୍ପ୍‌ରେ ଓଡ଼ିଶାରୁ ୩

ନୂଆଦିଲ୍ଲୀ, ୨୦।୮ (ପି.ଟି.)- ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ତ୍ରି-ରାଷ୍ଟ୍ରୀୟ ଜୁନିୟର ମହିଳା ହକି ପ୍ରତିଯୋଗିତା ପାଇଁ ସୋମବାର ୩୩ ଜଣିଆ...

ଭେନିଜୁଏଲା- ଇକ୍ୱେଡର ମ୍ୟାଚ୍‌ ଡ୍ର

ରିଓ ଡି ଜେନିରୋ,୨୨।୬: କୋପା ଆମେରିକାରେ ସୋମବାର ଗୁପ୍‌ ବି’ରେ ଖେଳାଯାଇଥିବା ଅନ୍ୟଏକ ମ୍ୟାଚରେ ଭେନିଜୁଏଲା ଓ ଇକ୍ୱେଡର ପରସ୍ପରକୁ ଭେଟିଥିଲେ। କଡ଼ା ସଂଘର୍ଷପୂର୍ଣ୍ଣ ଏହି...

ମ୍ୟାଚ୍‌ ଜିତିବା ପରେ ମାଲିକଙ୍କୁ ବଡ ପାଟିରେ ଏମିତି କହିଲେ ଦୀନେଶ କାର୍ତ୍ତିକ

ଆଇପିଏଲ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ଏକ ନିଶ୍ଚିତ ପରାଜୟ ମ୍ୟାଚ୍‌କୁ ଜିତିଛି କୋଲକାତା ନାଇଟ ରାଇଡର୍ସ। ଏହି ବିଜୟ ପରେ ଦଳର ମନୋବଳ...

ଜନ୍ମଦିନରେ ଶାସ୍ତ୍ରୀଙ୍କୁ କୋହଲିଙ୍କ ଶୁଭେଚ୍ଛା

ନୂଆଦିଲ୍ଲୀ,୨୭।୫: ଭାରତୀୟ କ୍ରିକେଟ କୋଚ୍‌ ରବି ଶାସ୍ତ୍ରୀ ବୁଧବାର ତାଙ୍କର ୫୮ତମ ଜନ୍ମ ଦିବସ ପାଳନ କରିଛନ୍ତି। ଏହି ଅବସରରେ ଅଧିନାୟକ କୋହଲି ତାଙ୍କୁ ଶୁଭେଚ୍ଛା...

ରାଜ୍ୟ ର଼୍ୟାପିଡ୍‌ ଚେସ୍‌: ଅଂଶୁମାନ ଚାମ୍ପିୟନ

ଭୁବନେଶ୍ୱର, ୩।୨(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ମୃତ୍ୟୁଞ୍ଜୟ ପାତ୍ର ସ୍ମାରକୀ ରାଜ୍ୟ ର଼୍ୟାପିଡ୍‌ ଚେସ୍‌ ରବିବାର ସାଇ ବୀଣାପାଣି ଜ୍ଞାନ ମନ୍ଦିର ପରିସରରେ...

ହକି ଇଣ୍ଡିଆର ଦୁଇ କର୍ମଚାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୩୧ା୫ (ପି.ଟି.)-ହକି ଇଣ୍ଡିଆର ୨ କର୍ମଚାରୀ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଜାତୀୟ ଅଲିମ୍ପିକ କମିଟି (ଏନ୍‌ଓସି) ଓ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଗୁଡ଼ିକର...

ସ୍ବର୍ଣ୍ଣ ଜିତି ପାରନ୍ତି ଆଦିତି

ଟୋକିଓ,୬।୮: ଟୋକିଓ ଅଲିମ୍ପିକ୍ସରେ ଭାରତକୁ ଆଉ ଏକ ପଦକ ଆଶା ଦେଇଛନ୍ତି ଗଲ୍ଫ ଖେଳାଳି ଆଦିତି ଅଶୋକ। ମହିଳା ବର୍ଗରେ ଆଦିତି ବ୍ୟକ୍ତିଗତ ଷ୍ଟ୍ରୋକ ପ୍ଲେର...

ବ୍ୟାଟିଂ କରୁଛନ୍ତି ଭଗବାନ ଗଣେଶ

ଚେନ୍ନାଇ, ୭।୭: ଇଂଲଣ୍ଡରେ ଚାଲିଥିବା କ୍ରିକେଟ୍‌ ବିଶ୍ୱକପରେ ଭାରତୀୟ ଦଳ ଦମ୍‌ଦାର ପ୍ରଦର୍ଶନ କରି ସେମିଫାଇନାଲରେ ପ୍ରବେଶ କରିଛି। ଭାରତରେ ବିଶ୍ୱକପକୁ ନେଇ ଏବେ ଚାରିଆଡେ...

Advertisement
Archives

Model This Week