Posted inଖେଳ

ପୁରୁଣା ମୋବାଇଲ ଫୋନରେ ବିରାଟ କୋହଲିଙ୍କ ଚିତ୍ର ପ୍ରସ୍ତୁତ କଲେ ଫ୍ୟାନ୍‌

ଗୁଆହାଟୀ,୫।୧:ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବର୍ତ୍ତମାନ ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଅନ୍ୟତମ। ମାତ୍ର ୩୦ ବର୍ଷ ବୟସରେ ସେ କ୍ରିକେଟର ଅନେକ ରେକର୍ଡ ଭାଙ୍ଗିସାରିଲେଣି। କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ, ଦେଶ ବାହାରେ ମଧ୍ୟ ଅଛନ୍ତି। ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ କୋହଲିଙ୍କ ଜଣେ ‘ବିରାଟ’ ଫ୍ୟାନ୍‌ଙ୍କୁ ଦେଖିବାକୁ ମିଳିଛି। ରାହୁଲ ପାରେଖ ନାମକ ଜଣେ ଯୁବକ କୋହଲିଙ୍କ ବଡ ଫ୍ୟାନ୍‌। ପୁରୁଣା ମୋବାଇଲ ଫୋନ ବ୍ୟବହାର କରି ସେ କୋହଲିଙ୍କ ଏକ ଚିତ୍ର ପ୍ରସ୍ତୁତ କରିଛନ୍ତି। ଏହି ଚିତ୍ର କରିବା ପାଇଁ ତାଙ୍କୁ ୩ ଦିନ ସମୟ ଲାଗିଥିଲା। କୋହଲି ଏହି ଫ୍ୟାନ୍‌ଙ୍କ ଦ୍ୱାରା ବେଶ୍‌ ପ୍ରଭାବିତ ହୋଇ ତାଙ୍କୁ ଅଟୋଗ୍ରାଫ୍‌ ଦେଇଥିଲେ। ବିସିସିଆଇ କୋହଲି ଏବଂ ରାହୁଲଙ୍କ ସାକ୍ଷାତକାରର ଏକ ଭିଡିଓ ର୍ଟୁଇଟରରେ ଶେୟାର କରିଛି। ପୁରୁଣା ମୋବାଇଲ ଫୋନ୍‌ ଏବଂ ତାର ମିଶାଇ ରହୁଲ ଏହି ଚିତ୍ର ପ୍ରସ୍ତୁତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହେପ୍‌ଟାଥଲନ ସ୍ବପ୍ନାଙ୍କୁ ରୌପ୍ୟ, ପୂର୍ଣ୍ଣିମା ପଞ୍ଚମ

ଦୋହା, ୨୪।୪-ଦୋହାରେ ଚାଲିଥିବା ଏସିଆନ ଆଥଲେଟିକ୍ସ ଚାମ୍ପିୟନଶିପ୍‌ର ହେପ୍‌ଟାଥଲନ ଇଭେଣ୍ଟରେ ଭାରତର ସ୍ବପ୍ନା ବର୍ମନ ରୌପ୍ୟ ପଦକ ପାଇଛନ୍ତି। ଏଥିରେ ଭାଗ ନେଇଥିବା ଓଡ଼ିଶାର ପୂର୍ଣ୍ଣିମା...

ପୂର୍ବତନ ରଣଜୀ କ୍ରିକେଟରଙ୍କୁ ହତ୍ୟା ଅଭିଯୋଗରେ ପୁଅଙ୍କୁ ଗିରଫ କଲା ପୋଲିସ

ଥିରୁଭାନନ୍ତପୁରମ, ୧୧।୬-  ପୂର୍ବତନ ରଣଜୀ ଟ୍ରଫି କ୍ରିକେଟର ଜୟମୋହନ ଥାମ୍ପିଙ୍କର ନିଜ ବାସବଭନରେ ମୃତ୍ୟୁ ଘଟିଛି। ମାତ୍ର ତାଙ୍କ ମୃତ୍ୟୁ ସହ ଜଡ଼ିତ ଥିବା ଅଭିଯୋଗରେ...

ସ୍ଥାନ ବଜାୟ ରଖିଲେ ମନ୍ଧାନା

ଦୁବାଇ, ୨୧।୬: ମଙ୍ଗଳବାର ପ୍ରକାଶିତ ଆଇସିସି ମହିଳା ଦିନିକିଆ କ୍ରିକେଟ ର଼୍ୟାଙ୍କିଙ୍ଗ୍‌ର ବ୍ୟାଟର ବିଭାଗରେ ଭାରତର ସ୍ମୃତି ମନ୍ଧାନା ୮ମ ସ୍ଥାନ ବଜାୟ ରଖିଛନ୍ତି। ତେବେ...

ବିଜେତା ଇଂଲଣ୍ଡକୁ ମିଳିଲା ନାହିଁ ଅସଲି ଟ୍ରଫି

ଲଣ୍ଡନ,୧୫।୭:୨୦୧୯ ଆଇସିସି ବିଶ୍ୱକପର ଫାଇନାଲ ମୁକାବିଲା କ୍ରିକେଟର ମକ୍କା କୁହାଯାଉଥିବା ଲର୍ଡସ ପଡିଆରେ ରବିବାର ଶେଷ ହୋଇଛି। ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଆୟୋଜକ ଇଂଲଣ୍ଡ ଷଷ୍ଠ...

ଦ୍ୱିିତୀୟଥର ପିତା ହେବାକୁ ଯାଉଛନ୍ତି ଏହି କ୍ରିକେଟର୍‌

ପୂର୍ବତନ ଭାରତୀୟ କ୍ରିକେଟର୍‌ ଦ୍ୱିତୀୟଥର ପିତା ହେବାକୁ ଯାଉଛନ୍ତି। ରବିବାର ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଗୀତା ବସ୍‌ରା ସୋସିଆଲ ମିଡିଆରେ ଏନେଇ ସୂଚନା ଦେଇଛନ୍ତି।...

ସିରିଜ୍‌ ଜିତିବା ପାଇଁ ଭାରତକୁ ଦରକାର ୩୧୬ ରନ୍‌

ଭୁବନେଶ୍ୱର,୨୨।୧୨- କଟକସ୍ଥ ଐତିହାସିକ ବାରବାଟୀ ଷ୍ଟାଡିୟମରେ ଅନୁଷ୍ଠିତ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ଆଗରେ ଓ୍ବେଷ୍ଟଇଣ୍ଡିଜ ୩୧୬ ରନ୍‌ର ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଛି। ପୂର୍ବରୁ...

ୟୁଏଇରେ ଟି୨୦ ବିଶ୍ୱକପ ହେବା ସ୍ପଷ୍ଟ

ନୂଆଦିଲ୍ଲୀ, ୨୯ା୬ (ପି.ଟି.): ଭାରତରେ ହେବାକୁଥିବା ଟି୨୦ ବିଶ୍ୱକପ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)କୁ ସ୍ଥାନାନ୍ତର ହେବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି...

ପ୍ରିୟଙ୍କା ଚୋପ୍ରାଙ୍କ ପସନ୍ଦର କ୍ରିକେଟ ଖେଳାଳି କିଏ ଜାଣନ୍ତି କି?

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଜଣେ ବଡ କ୍ରିକେଟ ଫ୍ୟାନ୍‌। ତାଙ୍କର ଜଣେ ଅଙ୍କଲ୍‌ ରଣଜୀ ଖେଳୁଥିବାରୁ ପିତା ବରାବର କ୍ରିକେଟ ଟୁର୍ନାମେଣ୍ଟ ଦେଖିବାକୁ ଯାଉଥିଲେ। ଛୋଟବେଳେ...

Advertisement
Archives

Model This Week