ପୁରୁଣା ଗାଡ଼ି ରଦ୍ଦ ପାଇଁ କେନ୍ଦ୍ର ସରକାରଙ୍କ ନୂଆ ଚିଠା ପ୍ରସ୍ତାବ:ବିଭିନ୍ନ ରାଜ୍ୟରୁ ଲୋଡ଼ାଗଲା ମତାମତ

କଟକ ଅଫିସ, ୨୩-୧୦:କେନ୍ଦ୍ର ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଲାଗୁ କରାଯାଇଥିବା ନୂଆ ମୋଟରଯାନ ଆଇନରେ ପୁରୁଣା ଗାଡ଼ି ରଦ୍ଦ ପାଇଁ ନୂଆ ଚିଠା ପ୍ରସ୍ତାବ ଆଗତ ହୋଇଛି। ଉକ୍ତ ପ୍ରସ୍ତାବକୁ କେନ୍ଦ୍ର ସରକାର ସମସ୍ତ ରାଜ୍ୟ ସରକାରଙ୍କ ନିକଟକୁ ପଠାଇଛନ୍ତି। ରାଜ୍ୟ ସରକାରମାନଙ୍କ ମତାମତକୁ ଆଧାର କରି ଏହା ଉପରେ ନିଷ୍ପତ୍ତି ଗ୍ରହଣ କରାଯିବ। ମୋଟାମୋଟି ଭାବେ ଡିସେମ୍ବର ପହିଲା ସୁଦ୍ଧା ଏହି ଚିଠା ପ୍ରସ୍ତାବକୁ କେନ୍ଦ୍ର କାର୍ଯ୍ୟକାରୀ କରିବ ବୋଲି ପରିବହନ ବିଭାଗର ଜଣେ ଅଧିକାରୀ କହିଛନ୍ତି। ସୂଚନାଥାଉ କି, ସଂଶୋଧିତ ମୋଟରଯାନର ଧାରା ୪୧ ଓ ଉପଧାରା ୧୦ରେ ଏକ ପ୍ରାବଧାନ ରହିଛି। ଏହି ପ୍ରାବଧାନ ଅନୁଯାୟୀ କେଉଁ ଗାଡ଼ିର ଆୟୁଷ କେତେ ରହିବ ତାହା କେବଳ କେନ୍ଦ୍ର ସରକାର ସ୍ଥିର କରିବେ। ଏଥିପାଇଁ କେନ୍ଦ୍ର ସରକାର ଉକ୍ତ ଧାରାକୁ ଆଧାର କରି ଭେଇକିଲ ସ୍କ୍ରାପିଂ ପଲିସି ଆଗତ କରିଛନ୍ତି। ଏହି ପଲିସି ଅନୁଯାୟୀ ଯଦି ଗୋଟିଏ ଗାଡ଼ିର ଆୟୁଷ ୧୫ ବର୍ଷ ସ୍ଥିର କରାଯାଏ, ତେବେ ୧୫ ବର୍ଷ ପରେ ଗାଡ଼ିଟି ଚଳାଚଳ ଅନୁପଯୋଗୀ ହେବା ସହିତ ଅକାମୀ ହୋଇପଡ଼ିବ। ମାତ୍ର ଭେଇକିଲ ସ୍କ୍ରାପିଂ ପଲିସି ଅନୁଯାୟୀ ଉକ୍ତ ଗାଡ଼ିଗୁଡ଼ିକ ନିମନ୍ତେ ନୂଆ ବ୍ୟବସ୍ଥା କରାଯାଇଛି। ଏହି ଅନୁଯାୟୀ ରାଜ୍ୟ ସରକାର ନିଜ ରାଜ୍ୟରେ ସ୍କ୍ରାପ ଡିସ୍‌ପୋଜାଲ ସେଣ୍ଟର ନିର୍ମାଣ କରିବେ। ଏହି ସେଣ୍ଟରଗୁଡ଼ିକୁ ରାଜ୍ୟ ସରକାର ଲାଇସେନ୍ସ ପ୍ରଦାନ କରିବେ। କେନ୍ଦ୍ର ଓ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିୟମ ଅନୁଯାୟୀ ଏହି ସ୍କ୍ରାପ ଡିସ୍‌ପୋଜାଲ୍‌ ସେଣ୍ଟରଗୁଡ଼ିକ କାର୍ଯ୍ୟ କରିବ। ଅର୍ଥାତ୍‌ ଏହି ସେଣ୍ଟର କାର୍ଯ୍ୟକାରୀ ହେବା ଦ୍ୱାରା ଯେଭଳି ପରିବେଶ ଉପରେ ଏହାର କୌଣସି କୁପ୍ରଭାବ ନ ପଡ଼େ, ସେଥିପ୍ରତି ଧ୍ୟାନ ଦିଆଯିବ। ସ୍କ୍ରାପ ଡିସ୍‌ପୋଜାଲ ସେଣ୍ଟରରେ ଗାଡ଼ିକୁ ଓଜନ କରାଯିବ। ଗାଡ଼ିରେ କେତେ ଓଜନର ଲୁହା, ଆଲୁମିନିୟମ ଓ ସିସା ଆଦି ଧାତୁ ଭରି ରହିଛି, ତାହାର ପୃଥକୀକରଣ କରାଯିବ। ପରେ ବଜାର ଦର ଅନୁଯାୟୀ ଏହାର ମୂଲ୍ୟ ନିର୍ଦ୍ଧାରଣ କରାଯିବ। ଏହାପରେ ସ୍କ୍ରାପ ଡିସ୍‌ପୋଜାଲ ସେଣ୍ଟର ପକ୍ଷରୁ ଗାଡ଼ି ମାଲିକଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ଟ୍ରାନ୍ସଫର କରାଯିବ। ଟଙ୍କା ଟ୍ରାନ୍ସଫର କରାଯିବା ପରେ ଡିସ୍‌ପୋଜାଲ ସେଣ୍ଟର ପକ୍ଷରୁ ଗାଡ଼ି ମାଲିକଙ୍କୁ ଏକ ଭେହିକିଲ ଡିସ୍‌ପୋଜାଲ ସାର୍ଟିଫିକେଟ ଦିଆଯିବ। ପ୍ରଥମେ ଗାଡ଼ିଟିର ଆୟୁଷ ଶେଷ ହୋଇଯାଇଥିବା ନେଇ ସ୍ଥାନୀୟ ଆଞ୍ଚଳିକ ପରିବହନ ଅଧିକାରୀ ଗାଡ଼ି ମାଲିକଙ୍କୁ ଏକ ପ୍ରମାଣପତ୍ର ଦେଇଥିବେ। ଦ୍ୱିତୀୟରେ ଡିସ୍‌ପୋଜାଲ୍‌ ସେଣ୍ଟର ପକ୍ଷରୁ ଦିଆଯାଇଥିବା ପ୍ରମାଣପତ୍ରକୁ ଧରି ଗାଡ଼ି ମାଲିକ ଡିଲର ପାଖରେ ପହଞ୍ଚତ୍ବେ। ଦୁଇଟି ସାର୍ଟିଫିକେଟକୁ ଦେଖିବା ପରେ ଗାଡ଼ି ମାଲିକଙ୍କୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଧାର୍ଯ୍ୟ କରାଯାଇଥିବା ରିହାତି ମୂଲ୍ୟରେ ଗାଡ଼ି ଯୋଗାଇ ଦିଆଯିବ। ତେବେ ଏହି ରିହାତି କେତେ ପ୍ରତିଶତ ହେବ ତାହା ରାଜ୍ୟମାନଙ୍କଠାରୁ ମତାମତ ଲୋଡାଯିବା ପରେ ସ୍ଥିର କରାଯିବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPLରେ ଇତିହାସ ରଚିଲା RCB: ଦ୍ୱିତୀୟ ଥର ପାଇଁ ହାତେଇଲା ଟାଇଟଲ

ଅହମଦାବାଦ, ୩୧।୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ ଇତିହାସ ରଚିଛି ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି)।…

ବିସ୍ଫୋରକ ଗଚ୍ଛିତ ଥିବା ଗୋଦାମରେ ଭୟଙ୍କର ବିସ୍ଫୋରଣ, ୫୦ରୁ ଅଧିକ ମୃତ

ମିଆଁମାରର ନମଖାମର ଏକ ଗୋଳାବାରୁଦ ଡିପୋରେ ଭୟଙ୍କର ବିସ୍ଫୋରଣ ହୋଇଛି । ଏଥିରେ ପ୍ରାୟ ୫୦ରୁ ଉର୍ଦ୍ଧ୍ବ ଲୋକଙ୍କ ମୃତ୍ୟୁ ହୋଇଥିବା ନେଇ ଅନୁମାନ କରାଯାଉଛି ।…

ବରଗଡ଼ ଆସୁଛନ୍ତି ଓଏସସିପିସିଆର୍‌ ସଭ୍ୟା, ଛତୁଆ କେନ୍ଦ୍ରରେ ତଦନ୍ତ କରିବ ଶିଶୁ ସୁରକ୍ଷା ଆୟୋଗ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ):  ଓଡ଼ିଶା ରାଜ୍ୟ ଶିଶୁ ସୁରକ୍ଷା ଅଧିକାର ଆୟୋଗ (ଓଏସସିପିସିଆର୍‌) ସଭ୍ୟା କଳ୍ପନା ଲେଙ୍କା ସୋମବାର ବରଗଡ଼ ଗସ୍ତରେ ଆସୁଥିବା ସୂଚନା ମିଳିଛି । ସେ…

ରାଜପଥରେ ଲୁଟ୍‌ପାଟ୍‌: ଡ୍ରାଇଭରଙ୍କଠାରୁ ଲୁଟି ବନ୍ଧାହେଲେ ୩ ଅଭିଯୁକ୍ତ

ବରଗଡ଼,୩୧ା୫(ପ୍ରେମାନନ୍ଦ ଖମାରୀ): ଲୁହାପାତ୍ର(ଆଇରନ୍‌ ଭେସେଲ୍‌) ବୋଝେଇ କରି ଏକ ଗାଡ଼ି ରାୟପୁରରୁ ଅନୁଗୁଳ ଅଭିମୁଖେ ଯାଉଥିଲା । ଶନିବାର ରାତିରେ ୫୩ନମ୍ବର ଜାତୀୟ ରାଜପଥର ବରଗଡ଼ ଗ୍ରାମାଞ୍ଚଳ…

ମମତା ବାନାର୍ଜୀଙ୍କ ବୈଠକରେ ୮୦ରୁ ୬୦ ବିଧାୟକ ଗାୟବ, ଟିଏମସିରେ ହେବକି…..

କୋଲକାତା,୩୧ା୫: ୨୦୨୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବଡ଼ ପରାଜୟ ପରେ, ତୃଣମୂଳ କଂଗ୍ରେସ (ଟିଏମସି) ଏକ ନୂତନ ଚ୍ୟାଲେଞ୍ଜର ସମ୍ମୁଖୀନ ହେଉଥିବା ପରି ମନେ ହେଉଛି…

ବିସ୍ଫୋରକ ଇନିଂସ, ୬ ବଲରେ ୬ ଛକା

ନୂଆଦିଲ୍ଲୀ, ୩୧ା୫: ନେପାଳର କୁଶାଲ ଭୁର୍ତେଲ ରବିବାର ଚାଇନା ବିପକ୍ଷ ୨୦୨୬ ଏସିଆନ ଗେମ୍ସ ଟି୨୦ଆଇ କ୍ୱାଲିଫାୟର ମ୍ୟାଚ୍‌ରେ ୬ ବଲରେ ୬ ଛକା ମାରିଛନ୍ତି। ସେ…

IPL Final: ୧୫୫ ରନ୍‌ରେ ଅଟକିଲା ଗୁଜରାଟ, ଟାଇଟଲ ଲକ୍ଷ୍ୟରେ ବେଙ୍ଗାଲୁରୁ

ଅହମଦାବାଦ, ୩୧ା୫- ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୯ତମ ସଂସ୍କରଣର ଫାଇନାଲ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

ହରିଣ ମାରି ମାଂସ କାଟୁଥିବା ବେଳେ ମାଡ଼ି ବସିଲା ବନ ବିଭାଗ, ଧନୁ ତୀର…

ପାଟଣା/କେନ୍ଦୁଝର,୩୧।୫(ବୀର କିଶୋର ଦାଶ/ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡୋବିଟ ଅଟେଇ ସଂରକ୍ଷିତ ବଣମହୁଲଡିହା ନିକଟରୁ ରବିବାର ସକାଳୁ ଏକ ଅଣ୍ଡିରା ହରିଣକୁ ଶିକାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri