ପୁରୀ ସହରରେ ୨ କରୋନା ଆକ୍ରାନ୍ତ ଚିହ୍ନଟ ପରେ ରେଣୁକା ଗଳିକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କଲା ପ୍ରଶାସନ

ପୁରୀ ଅଫିସ, ୧୧।୫: ପୁରୀ ସହରରୁ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲା ପ୍ରଶାସନ ତତ୍ପର ହୋଇପଡ଼ିଛି। ଆକ୍ରାନ୍ତ ରହୁଥିବା ସମୂଦ୍ର କୂଳ ରେଣୁକା ଗଳି ଲେନ୍‌ ଏବଂ ଏହାକୁ ସଂଯୋଗ କରୁଥିବା ଅନ୍ୟ କେତେକ ଗଳିକୁ ସୋମବାର ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା କରାଯାଇଛି। ଏହି କଣ୍ଟେନମେଣ୍ଟ ଅଞ୍ଚଳକୁ ପ୍ରଶାସନ ପକ୍ଷରୁ ସାନିଟାଇଜ୍‌ କରାଯାଇଛି। ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ପ୍ରାୟ ୧୦ ଜଣଙ୍କର କୋଭିଡ ଟେଷ୍ଟ ପାଇଁ ସ୍ବାବ ନମୁନା ସଂଗ୍ରହ କରାଯାଇଛି। ଏତଦ୍‌ବ୍ୟତିତ କଣ୍ଟେନମେଣ୍ଟ ଜୋନ୍‌ରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେବାଲାଗି ମଧ୍ୟ ବ୍ୟବସ୍ଥା ହୋଇଛି। ସମ୍ପୃକ୍ତ ଅଞ୍ଚଳରେ ଅଧିକ ହୋଟେଲ ଏବଂ କମ୍‌ ଘର ରହିଥିବାରୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇବାରେ ପ୍ରଶାସନକୁ ବେଶି କିଛି ଅସୁବିଧା ହେବ ନାହିଁ ବୋଲି ଜିଲାପାଳ ବଲଓ୍ବନ୍ତ ସିଂହ ସୂଚନା ଦେଇଛନ୍ତି। ଆକ୍ରାନ୍ତ ଦ୍ୱୟଙ୍କୁ ଭୁବନେଶ୍ୱର କୋଭିଡ୍‌ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ବର୍ତ୍ତମାନ ସେମାନଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଜିଲାପାଳ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହଷ୍ଟେଲ ଛାତରୁ ଡେଇଁଲେ ଛାତ୍ରୀ

ଦିଗପହଣ୍ଡି,୨୭ା୧୦(ଡି.ଏନ.ଏ.)- ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗାଁରେ ଥିବା ଏକ ଘରୋଇ ଶିକ୍ଷାନୁଷ୍ଠାନ ହଷ୍ଟେଲ ଛାତରୁ ଜଣେ ୯ମ ଶ୍ରେଣୀ ଛାତ୍ରୀ ଶୁକ୍ରବାର ବିଳମ୍ବିତ ରାତିରେ ଡେଇଁ...

କନ୍ଧମାଳରେ ୭ ଦିନ ବ୍ୟାଙ୍କ ବନ୍ଦ

ଦାରିଙ୍ଗବାଡ଼ି,୨୨।୭(ଡି.ଏନ୍‌.ଏ.): କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବା ସହ ଲୋକାଲ କେସ୍‌ ମଧ୍ୟ ବଢ଼ି ଚାଲିଛି। କନ୍ଧମାଳ ଜିଲାରେ ଏକାଧିକ ବ୍ୟାଙ୍କର ଶାଖା ପରିଚାଳକ...

CORONAVIRUS UPDATE: ଆଉ ୨ ମୁଣ୍ଡ ନେଲା କରୋନା; ଉଭୟ କଟକ ଜିଲାର

କଟକ ଅଫିସ/ଭୁବନେଶ୍ୱର, ୨୩।୬(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଉଭୟ କଟକ ଜିଲାର ବୋଲି ଜଣାପଡ଼ିଛି। ସେମାନଙ୍କ ମଧ୍ୟରୁ ଜଣେ...

ସାଢ଼େ ୮ ହଜାର ଡାକଘରୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି

ଭୁବନେଶ୍ୱର,୨୭।୧୨(ବ୍ୟୁରୋ): ରାଜ୍ୟରେ ମହିଳା ସୁରକ୍ଷା ପ୍ରସଙ୍ଗ ଉପରେ ଭାଜପା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖାଯାଇଛି। ରାଜ୍ୟର ସମସ୍ତ ୮ ହଜାର ୫୬୭ ଡାକବାକ୍ସରୁ...

ଦାରିଙ୍ଗବାଡ଼ିରେ ଶୀତ ଅନୁଭୂତ: ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ

ଦାରିଙ୍ଗବାଡ଼ି,୧୩।୧୧(ଡି.ଏନ.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳରେ ଶୀତ ଅନୁଭୂତ ହୋଇଛି। ମଙ୍ଗଳବାର ଅପରାହ୍ନରେ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ରହିଥିବାବେଳେ ବୁଧବାର ସକାଳ ୮ଟା...

ଶଟ୍‌ ଡାଉନରେ ବରଗଡ଼ ଶୂନଶାନ୍‌

ବରଗଡ଼ ଅଫିସ୍‌,୧।୫: କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବରଗଡ଼ ଜିଲାର ସହରାଞ୍ଚଳ ଗୁଡ଼ିକରେ ପ୍ରତି ସପ୍ତାହର ଶନିବାର, ରବିବାର ଦୁଇଦିନ ସପ୍ତାହାନ୍ତ ଶଟ୍‌ ଡାଉନ...

ନୂଆ ଷ୍ଟ୍ରେନ୍‌ ସଂଖ୍ୟା ୪୦୦ ଛୁଇଁଲା

ନୂଆଦିଲ୍ଲୀ,୧୮।୩: ଭାରତରେ କରୋନାର ନୂଆ ଷ୍ଟ୍ରେନ୍‌ ସଂଖ୍ୟା ୪୦୦ ଛୁଇଁଛି। ଏସବୁ ମଧ୍ୟରେ ବ୍ରିଟେନ, ବ୍ରାଜିଲ୍‌ ଏବଂ ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା ଷ୍ଟ୍ରେନ୍‌ ରହିଛି। ୨...

ମହାରାଷ୍ଟ୍ର, କେରଳରେ ବଢ଼ୁଛି ସଂକ୍ରମଣ

ମୁମ୍ବାଇ/ନୂଆଦିଲ୍ଲୀ, ୧୩।୭: ମହାରାଷ୍ଟ୍ର ଏବଂ କେରଳରେ କରୋନା ଭୂତାଣୁର ‘ଆର୍‌’ ଫ୍ୟାକ୍ଟର (ସଂକ୍ରମଣ ହାର) ବଢ଼ୁଥିବାରୁ ଏହାର ଚିନ୍ତାର କାରଣ ହୋଇଛି। ଏହା ଉକ୍ତ ରାଜ୍ୟରେ...

Advertisement
Archives

Model This Week