ପୁରୀ-ଅନୁଗୋଳ ମଧ୍ୟରେ ଦୀର୍ଘତମ ମେମୁ ସେବା

ଭୁବନେଶ୍ୱର,୯-୨ : ଅନୁଗୋଳ ଏବଂ ପୁରୀ ମଧ୍ୟରେ ଚଳାଚଳ କରୁଥିବା ପୁରୀ-ଅନୁଗୋଳ-ପୁରୀ ମେମୁ ଟ୍ରେନରେ ଅତିରିକ୍ତ ୪ ବଗି ସଂଯୋଗ କରାଇବାକୁ ସ୍ଥିର କରାଯାଇଛି। ଯାତ୍ରୀଙ୍କ ଚାହିଦାକୁ ଧ୍ୟାନରେ ରଖି ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି। ଏହା ପୁରୀଠାରୁ ଚଳିତ ମାସ ୧୧ ଏବଂ ଅନୁଗୋଳଠାରୁ ୧୨ ତାରିଖରେ ଗଡିବ। ଏହାର ପୂର୍ବଗଠନ ୧୨ କୋଚ୍‌ ବଦଳରେ ୧୬ଟି କୋଚ୍‌ରେ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ଏହା ଓଡ଼ିଶାର ଦୀର୍ଘତମ ମେମୁ ବୋଲି ଜଣାପଡିଛି। ସେହିଭଳି ଚଳିତ ମାସ ୧୨ ତାରିଖଠାରୁ ଭୁବନେଶ୍ୱର ଏବଂ କେନ୍ଦୁଝରଗଡ ମଧ୍ୟରେ କେନ୍ଦୁଝରଗଡ-ଭୁବନେଶ୍ୱର-କେନ୍ଦୁଝରଗଡ ପାସେଞ୍ଜର ଟ୍ରେନ ବଦଳରେ ମେମୁ ଟ୍ରେନ ଚଳାଚଳ କରିବାକୁ ନିଷ୍ପତ୍ତି ହୋଇଛି। ଏହି ମାର୍ଗରେ ମେମୁ ଟ୍ରେନ ଚଳାଚଳ କରିବା ପରେ ପୂର୍ବରୁ ଚଳାଚଳ କରୁଥିବା ପାସେଞ୍ଜର ଟ୍ରେନକୁ ଅପସାରିତ କରାଯିବ। ଏହି ମେମୁ ଟ୍ରେନ କେନ୍ଦୁଝରଗଡ-ଭୁବନେଶ୍ୱର-କେନ୍ଦୁଝରଗଡ ମେମୁ ଭାବେ ଭୁବନେଶ୍ୱରଠାରୁ ଚଳିତ ମାସ ୧୨ ଏବଂ କେନ୍ଦୁଝରଗଡରୁ ୧୩ ତାରିଖରୁ ଚଳାଚଳ କରିବ। ଏହି ମେମୁ ପୂର୍ବ ପାସେଞ୍ଜର ଟ୍ରେନର ସ୍ଥିରୀକୃତ ଷ୍ଟେଶନ ଓ ସମୟ ସାରଣୀ ଅନୁଯାୟୀ ଭୁବନେଶ୍ୱର ଓ କେନ୍ଦୁଝରଗଡ ମଧ୍ୟରେ ଚଳାଚଳ କରିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ଷ୍ଟୋର ଖୋଲିବ ଅରୁନ୍ଧତୀ

ଭୁବନେଶ୍ୱର,୨୧।୯ ରାଜ୍ୟର ଏକ ପ୍ରତିଷ୍ଠିତ ଅଳଙ୍କାର ପ୍ରତିଷ୍ଠାନ ଅରୁନ୍ଧତୀ ଜୁଏଲର୍ସ ପକ୍ଷରୁ ୪ର୍ଥ ବାର୍ଷିକ ଉସତ୍ବ ନିରାଡମ୍ବର ସହକାରେ ପାଳନ କରାଯାଇଛି। ଏହି ଅବସରରେ ଅରୁନ୍ଧତୀ...

ଏସ୍‌ବିଆଇର ୩ୟ ତ୍ରେିମାସିକ ଫଳାଫଳ

ନୂଆଦିଲ୍ଲୀ, ୪।୨: ଭାରତୀୟ ଷ୍ଟେଟ ବ୍ୟାଙ୍କ (ଏସ୍‌ବିଆଇ) ପକ୍ଷରୁ ଚଳିତ ଆର୍ଥିକ ବର୍ଷର ୩ୟ ତ୍ରୈମାସିକ ଫଳାଫଳ ସର୍ମ୍ପକରେ ଘୋଷଣା କରାଯାଇଛି। ଏପରିକି ୨୦୨୨-୨୩ ଆର୍ଥିକ...

ଆୟକର ଛାଡ଼ ସୀମା ବଢ଼ିପାରେ; ବିତ୍ତଶାଳୀଙ୍କ ଉପରେ ଲାଗିବ ୪୦% ଟିକସ: ସର୍ଭେ

ନୂଆଦିଲ୍ଲୀ,୧-୭: ଆସନ୍ତା ସାଧାରଣ ବଜେଟରେ ବ୍ୟକ୍ତିଗତ ଆୟକରଦାତାଙ୍କ ଲାଗି ଆୟକର ଛାଡ଼ ସୀମା ବର୍ତ୍ତମାନର ୨.୫ ଲକ୍ଷ ଟଙ୍କାରୁ ବୃଦ୍ଧି ପାଇପାରେ। ଏଥିସହିତ ୧୦ କୋଟି...

କରୋନା ମାଡ଼: ଦୋହଲିଯିବ ପର୍ଯ୍ୟଟନ ଶିଳ୍ପ

ନୂଆଦିଲ୍ଲୀ,୧୨ା୫: କରୋନା ସଂକ୍ରମଣ (କୋଭିଡ୍‌-୧୯) ଯୋଗୁ ୨୦୨୦ରେ ଅନ୍ତର୍ଜାତୀୟ ପର୍ଯ୍ୟଟନ ୬୦ରୁ ୮୦ ପ୍ରତିଶତ ହ୍ରାସ ପାଇପାରେ। ଏହାଦ୍ୱାରା ୯୧୦ ବିଲିୟନରୁ ୧.୨ ଟ୍ରିଲିୟନ ଡଲାର...

ପର୍ଯ୍ୟାୟ ଭିତ୍ତିରେ ଅନ୍ତର୍ଜାତୀୟ ବିମାନ ସେବା

ନୂଆଦିଲ୍ଲୀ,୧।୭: ଅନ୍‌ଲକ-୨ ଅବଧି ମଧ୍ୟରେ ଖୁବ୍‌ଶୀଘ୍ର ଦେଶରେ ପର୍ଯ୍ୟାୟକ୍ରମେ ଅନ୍ତର୍ଜାତୀୟ ଯାତ୍ରୀବାହୀ ବିମାନ ସେବା ଆରମ୍ଭ ହେବ। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସୋମବାର ଏ ସମ୍ପର୍କରେ ସୂଚନା...

ପାଓ୍ବାର ପ୍ଲାଣ୍ଟରେ କୋଇଲା ଅଭାବ ଉତ୍କଟ

ନୂଆଦିଲ୍ଲୀ,୬।୧୦ – ଭାରତରେ ଚାଇନା ଭଳି ବିଦ୍ୟୁତ୍‌ ଶକ୍ତି ସଙ୍କଟ ଉପୁଜିବା ନେଇ ଆଶଙ୍କା କରାଯାଉଛି। ଏହା ଶକ୍ତି କ୍ଷେତ୍ରର କାର୍ଯ୍ୟକଳାପକୁ ଠପ୍‌ କରିପାରେ। ବିଜୁଳି...

ହାଭେଲ-ଫିନ୍‌ଲେକ୍ସର ରିଟେଲ୍‌ ପଏଣ୍ଟ

ଭୁବନେଶ୍ୱର,୧୦।୧୦: ଦେଶର ପ୍ରମୁଖ ବୈଦ୍ୟୁତିକ ଉତ୍ପାଦକ କମ୍ପାନୀ ହାଭେଲ,ଫିନ୍‌ଲେକ୍ସ ଭଳି ପ୍ରମୁଖ ଇଲେକ୍ଟ୍ରିକାଲ କମ୍ପାନୀର ରିଟେଲ ଏବଂ ହୋଲସେଲର ଆଉଟଲେଟ ସ୍ଥାନୀୟ ଡମଣା ନିକଟସ୍ଥ ଅରବିନ୍ଦ...

ଶ୍ୟାମ ଷ୍ଟିଲର ନୂଆ ଡିଜିଟାଲ ପ୍ରଚାର ଅଭିଯାନ

ଭୁବନେଶ୍ୱର,୧୫।୮: ପ୍ରାଥମିକ ଟିଏମ୍‌ଟି ବାରର ଅନ୍ୟତମ ଅଗ୍ରଣୀ ଉପତ୍ାଦନକାରୀ ଏବଂ ବିନିର୍ମାଣକାରୀ ଶ୍ୟାମ ଷ୍ଟିଲ ଅଲିମ୍ପିକ ପଦକ ବିଜେତା ଲଭଲିନା ବୋରଗୋହେନ ଏବଂ ମନପ୍ରୀତ ସିଂଙ୍କୁ...

Advertisement
Archives

Model This Week