ପୁରୀରେ କାଉ ମଡ଼କ: ବାର୍ଡ ଫ୍ଲୁ ସନ୍ଦେହ

ପୁରୀ ଅଫିସ,୧୫।୨ : ପୁରୀ ସହରରେ କାଉ ମଡ଼କ ଦେଖା ଦେଇଛି। ବାର୍ଡ ଫ୍ଲୁ ଯୋଗୁ କାଉଙ୍କ ମୃତ୍ୟୁ ହେଉଥିବା ସନ୍ଦେହ କରି ସହରବାସୀ ମଧ୍ୟ ଭୟଭୀତ ହୋଇପଡିଛନ୍ତି। ସୋମବାର ସକାଳେ ଜିଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ (ଡିଇଓ) ସମ୍ମୁଖ ରାସ୍ତାରେ ଦୁଇଟି କାଉ ମରିପଡ଼ିଥିବା ଦେଖିବାକୁ ମିଳିଥିଲା। ଏହା ଜଣାପଡିବା ପରେ କେତେକ ଲୋକ ସେଠାରେ ପହଞ୍ଚିଥିଲେ।  ବାର୍ଡ ଫ୍ଲୁ ଯୋଗୁ କାଉଙ୍କ ମୃତ୍ୟୁ ହୋଇଥାଇପାରେ ବୋଲି କହିଥିଲେ।
ଭୁବନେଶ୍ୱରସ୍ଥିତ ଓୟୁଏଟିରେ କୁକୁଡ଼ା ଫାର୍ମରେ ବାର୍ଡ ଫ୍ଲୁ ଚିହ୍ନଟ ପରେ ଏହାକୁ ନେଇ ରାଜ୍ୟବ୍ୟାପୀ ଆଶଙ୍କା ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ପୁରୀରେ କାଉଙ୍କ ମୃତ୍ୟୁ ହେବା ଘଟଣା ବାର୍ଡ ଫ୍ଲୁ ଆଶଙ୍କାକୁ ଦୃଢୀଭୂତ କରିଛି। ତେବେ ଏ ନେଇ ଜିଲା ପ୍ରାଣୀ ଚିକିତ୍ସାଳୟ ନିକଟରେ କୌଣସି ସୂଚନା ନ ଥିବା ଜଣାପଡିଛି। ତେବେ ଯାହା ବି ହେଉ ଦୁଇଟି କାଉଙ୍କ ମୃତ୍ୟୁ ହୋଇଥିବାରୁ ପ୍ରାଣୀ ଚିକିତ୍ସାଳୟ ଏ ଦିଗରେ ସଚେତନ ହେବା ଦରକାର ବୋଲି ଲୋକେ କହିଛନ୍ତି। ଗତବର୍ଷ ଜାନୁୟାରୀ ୭ରେ ହୋଟେଲ ମେ ଫେୟାର ପଛ ପାର୍ଶ୍ୱ ବେଳାଭୂମିରେ ଥିବା ପାର୍କ ପରିସରରେ କେତେକ କାଉ ମରି ପଡ଼ିଥିବା ଖବର ପ୍ରସାରିତ ହୋଇଥିଲା। ଜିଲା ମୁଖ୍ୟ ପ୍ରାଣୀ ଚିକିତ୍ସାଳୟର ଅଧିକାରୀ ପହଞ୍ଚତ୍ ୭ଟି ମଲା କାଉ ପଡିଥିବା ଦେଖିଥିଲେ। କାଉଙ୍କର ରକ୍ତ ନମୁନା ସଂଗ୍ରହ କରିଥିଲେ। ଏହାକୁ ପରୀକ୍ଷା ପାଇଁ ଭୋପାଳସ୍ଥିତ ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହାଇ ସିକ୍ୟୁରିଟି ଆନିମଲ ଡିଜିଜ୍‌ (ଏନ୍‌ଆଇଏଚ୍‌ଏସ୍‌ଏଡି)କୁ ପଠାଯାଇଥିଲା। କିନ୍ତୁ ରିପୋର୍ଟ ନେଗେଟିଭ ଆସିଥିଲା। କିନ୍ତୁ ଏବେ କାଉଙ୍କ ମୃତ୍ୟୁ କ’ଣ ପାଇଁ ହୋଇଛି ତାହାର ଅନୁଧ୍ୟାନ କରାଯିବା ଆବଶ୍ୟକ ହୋଇପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁଃଖରେ ଦିନ କାଟୁଛନ୍ତି ଜୁଆଙ୍ଗ ପରିବାର

କେନ୍ଦୁଝର,୮।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ବାୟାପଣ୍ଡାଧାର ଗ୍ରାମରେ ରଥିଆ ଜୁଆଙ୍ଗ ଶାରିରୀକ ସ୍ତରରେ ଚଳପ୍ରଚଳ କରି ପାରୁ ନ ଥିଲେ ହେଁ ନା...

୬ ହଜାର ୮ ଶହ ଟଙ୍କା ଜରିମାନା ଆଦାୟ

ବନ୍ତ,୪।୫(ଡି.ଏନ୍‌.ଏ.) : କରୋନା ଲକ୍‌ ଡାଉନ୍‌ କଟକଣା ସମୟରେ ରବିବାର ଭଦ୍ରକ ଜିଲା ବନ୍ତ ଓ କେନ୍ଦୁଆପଦା ଫାଣ୍ଡି ଅଞ୍ଚଳରେ କିଛି ବ୍ୟକ୍ତି ଆଇନକୁ ଅମାନ୍ୟ...

ରାଜ୍ୟରେ ବଢୁଛି ତାତି,୩୫ ଡିଗ୍ରୀ ଉପରେ ୧୧ ସହରର ତାପମାତ୍ରା

ଭୁବନେଶ୍ୱର,୧।୯(ବ୍ୟୁରୋ): ରାଜ୍ୟରେ ଦୁର୍ବଳ ମୌସୁମୀ ଯୋଗୁ ବଢୁଛି ତାତି। ଆଗକୁ ଆହୁରି ଗରମ ସାଙ୍ଗକୁ ଗୁଳୁଗୁଳି ଜାରି ରହିବ। ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ...

ତାତିଲେ ଚାଷୀ

ଢେଙ୍କାନାଳ ଅଫିସ, ୧୪।୨: ବଳକା ଧାନକୁ ନେଇ ଢେଙ୍କାନାଳ ଜିଲାର ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ତେଜିବାରେ ଲାଗିଛି। ଟୋକନ ଅନୁଯାୟୀ ବିକ୍ରି କରିବା ସତ୍ତ୍ୱେ ଚାଷୀଙ୍କ...

୩ ଇଞ୍ଜେକ୍ସନ ଦେବାରୁ ୨ ମାସର ଶିଶୁ ମୃତ

ଦଶମନ୍ତପୁର, ୨୭।୧୦(ଡି.ଏନ.ଏ.): ଏକା ସାଙ୍ଗରେ ୩ଟି ଇଞ୍ଜେକ୍ସନ ଦେବାରୁ ଏକ ୨ ମାସର ଶିଶୁପୁତ୍ରର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ଏଭଳି ଅଭିଯୋଗ ଆଣିଛନ୍ତି ପରିବାର...

ଅନ୍‌ଲାଇନ୍‌ ପାଠପଢ଼ାକୁ ନେଟ୍‌ଓ୍ବର୍କ ଅଫ୍‌ଲାଇନ

ଅନୁଗୋଳ ଅଫିସ, ୧୮।୫:  ସ୍ମାର୍ଟଫୋନ ଥିଲେ ବି ଆସୁନି ନେଟଓ୍ବର୍କ। ଗାଁ ଡେଇଁ ପାଞ୍ଚ କୋଶ ଗଲେ ହୋଇପାରୁଛି ଯୋଗାଯୋଗ। ଦୈନିକ ଏପରି ଅସୁବିଧା ଭିତରେ କିପରି...

ବ୍ରଜରାଜନଗର ଉପନିର୍ବାଚନ: ୭୧.୯% ମତଦାନ

ଭୁବନେଶ୍ୱର(ବ୍ୟୁରୋ)/ଝାରସୁଗୁଡ଼ା ଅଫିସ,୧ା୬: ମଙ୍ଗଳବାର ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଶେଷ ହୋଇଛି। ଇଲେକ୍ଟ୍ରୋନିକ୍ସ ଭୋଟିଂ ମେଶିନ (ଇଭିଏମ୍‌)ରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୧ ଜଣ ପ୍ରାର୍ଥୀଙ୍କ...

ଲଘୁଚାପ: ୧୬ ଯାଏ ବର୍ଷିବ

ଭୁବନେଶ୍ୱର,୧୨ା୬(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଯୋଗୁ ରାଜ୍ୟର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବର୍ଷା ଲାଗି ରହିଛି। ଏଥିସହିତ ଦକ୍ଷିଣ ପଶ୍ଚିମ...

Advertisement
Archives

Model This Week