Posted inଖେଳ

ପୁନିଆ ‘ଜୁନିୟର ଫ୍ରିଷ୍ଟାଇଲ ରେସ୍‌ଲର ଅଫ୍‌ ଦି ଇୟର’

ନୂଆଦିଲ୍ଲୀ, ୧୭ା୧୨(ପି.ଟି.)- ଉଭୟ ଜୁନିୟର ଏବଂ ସିନିୟର ବିଭାଗରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ବିଜେତା ଦୀପକ ପୁନିଆ ୟୁନାଇଟେଡ ଓ୍ବାଲର୍‌ଡ ରେସ୍‌ଲିଂ (ୟୁଡବ୍ଲ୍ୟୁଡବ୍ଲ୍ୟୁ)ଦ୍ୱାରା ‘ଜୁନିୟର ଫ୍ରିଷ୍ଟାଇଲ ରେସ୍‌ଲର ଅଫ୍‌ ଦି ଇୟର’ ବିବେଚିତ ହୋଇଛନ୍ତି। ୧୮ ବର୍ଷ ମଧ୍ୟରେ ଏକ ଜୁନିୟର ବିଶ୍ୱ ଟାଇଟଲ ଜିତିବାରେ ପୁନିଆ ପ୍ରଥମ ଭାରତୀୟ। ପରେ ସେ ସିନିୟର ଓ୍ବାଲର୍‌ଡ ରେସ୍‌ଲିଂ ଚାମ୍ପିୟନଶିପ୍‌ରେ ପ୍ରଥମ ଥର ଅଂଶଗ୍ରହଣ କରି ରୌପ୍ୟ ଜିତିଥିଲେ। ପୁନିଆ କହିଛନ୍ତି, ଏହି ସମ୍ମାନ ପାଇ ମୁଁ ଗର୍ବ ଅନୁଭବ କରୁଛି। ପ୍ରଦର୍ଶନରେ ଉନ୍ନତି ଆଣିବା କ୍ଷେତ୍ରରେ ଏହା ମୋ ପାଇଁ ପ୍ରେରଣା ଦାୟକ ହେବ। ମାତ୍ର ୧୮ ବର୍ଷ ବୟସରେ ଏକମାତ୍ର ଭାରତୀୟ ଭବେ ନୁର ସୁଲ୍‌ତାନଠାରେ ଫାଇନାଲକୁ ଉନ୍ନୀତ ହୋଇ ତାଙ୍କ ପରିପକ୍ୱତାର ନିଦର୍ଶନ ଦେଖାଇଥିଲେ। ଇଞ୍ଜୁରୀ ଯୋଗୁ ସେ ଇରାନର ହସନ ୟାଜଦାନୀଙ୍କ ବିପକ୍ଷରେ ଫାଇନାଲ ମୁକାବିଲାରେ ସେ ଅଂଶଗ୍ରହଣ କରିପାରି ନ ଥବଲେ। ମାତ୍ର ସେ ୮୬କେଜି ଶ୍ରେଣୀରେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲ କରିପାରିଛନ୍ତି। ଜବରଦସ୍ତ ପ୍ରଦର୍ଶନ ଯୋଗୁ ପୁନିଆ ୮୬କେଜି ୟୁଡବ୍ଲ୍ୟୁଡବ୍ଲ୍ୟୁ ର଼୍ୟାଙ୍କିଙ୍ଗରେ ନମ୍ବର ଓ୍ବାନ ହୋଇ ପାରିଛନ୍ତି। ୨୦୧୬ କ୍ୟାଡେଟ୍‌ ବିଶ୍ୱ ଚାମ୍ପିୟନ ପୁନିଆ ବର୍ତ୍ତମାନ ବେଜିଂ ଅଲିମ୍ପିକ୍ସ ଏବଂ ୨୦୦୩ ବିଶ୍ୱ ଚାମ୍ପିୟନଶିପ୍‌ର ରୌପ୍ୟ ବିଜେତା ମୁରାଦ ଗାଇଦାରୋଭଙ୍କ ଅଧୀନରେ ତାଲିମ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁମାକରଙ୍କ ପୁଅ ମିକ୍‌ ଫର୍ମୁଲା-୧ରେ ଡେବ୍ୟୁ କରିବେ

ସାଖିର,୩।୧୨(ଏପି): ଫର୍ମୁଲା-୧ କିମ୍ବଦନ୍ତୀ ମାଇକେଲ ସୁମାକରଙ୍କ ପୁଅ ମିକ୍‌ ସୁମାକର ଆଗାମୀ ସେସନ୍‌ରେ ଫର୍ମୁଲା-୧ରେ ପଦାର୍ପଣ କରିବେ। ସେ ହାସ୍‌ ଟିମ ତରଫରୁ ପ୍ରତିନିଧିତ୍ୱ କରିବେ।...

ବଟଲରଙ୍କୁ ଜରିମାନା

ଜୋହାନ୍ସବର୍ଗ, ୧୦ା୧ (ଏଏଫ୍‌ପି)- ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଇଂଲଣ୍ଡ ଉଇକେଟକିପର ଜୋସ୍‌ ବଟଲରଙ୍କୁ ତାଙ୍କ ମ୍ୟାଚ ଫି’ର ୧୫ ପ୍ରତିଶତ ଜରିମାନା କରିଛି। କେପ୍‌...

ଭାରତ ଆୟୋଜନ କରିବ ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌

ନୂଆଦିଲ୍ଲୀ,୧୩।୪ (ପି.ଟି.): ଚଳିତବର୍ଷ ନଭେମ୍ବର- ଡିସେମ୍ବରରେ ଭାରତ ଉଭୟ ପୁରୁଷ ଓ ମହିଳା ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ ଆୟୋଜନ କରିବ। ବକ୍ସିଂ ଜାତୀୟ ଫେଡେରେଶନ ସୋମବାର...

ୟୁଏସ୍‌ ଓପନ୍‌: ପାଭିକ୍‌-ସୋଆରେସ୍‌ ଯୋଡ଼ିଙ୍କୁ ପୁରୁଷ ଡବଲ୍ସ ଟାଇଟଲ

ନ୍ୟୁୟର୍କ,୧୨।୯(ଏପି): ୟୁଏସ୍‌ ଓପନ୍‌ ପୁରୁଷ ଡବଲ୍ସ ଇଭେଣ୍ଟରେ କ୍ରୋଏସିଆର ମେଟ୍‌ ପାଭିକ୍‌ ଓ ଅଭିଜ୍ଞ ବ୍ରାଜିଲ ଖେଳାଳି ବ୍ରୁନୋ ସୁଆରେସ୍‌ ଟାଇଟଲ ହାସଲ କରିଛନ୍ତି। ଗୁରୁବାର...

ଫାଇନାଲରେ ଲକ୍ଷ୍ୟ

ଲେଉଭେନ(ବେଲଜିୟମ),୧୪।୯(ପିଟି)- ଉଦୀୟମାନ ଭାରତୀୟ ଶଟଲର ଲକ୍ଷ୍ୟ ସେନ ଏଠାରେ ଚାଲିଥିବା ବେଲଜିୟମ ଅନ୍ତର୍ଜାତୀୟ ଚ୍ୟାଲେଞ୍ଜ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ୧୮ ବର୍ଷୀୟ ଲକ୍ଷ୍ୟ ଡେନମାର୍କର...

ମିଥାଲ ରାଜଙ୍କ କୃତୀତ୍ୱ

ଭଦୋଦରା, ୧୦।୧୦ (ପି.ଟି.)- ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ମିଥାଲି ରାଜ ବୁଧବାର ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିଶ୍ୱର ପ୍ରଥମ ମହିଳା...

ସେରେନା, ହାଲେପ୍‌ ସେମିଫାଇନାଲରେ

ଲଣ୍ଡନ, ୧୦ା୭- ସେରେନା ଓ୍ବିଲିୟମ୍ସ ଓ ସିମୋନା ହାଲେପ୍‌ ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ୍‌ ପ୍ରତିଯୋଗିତାର ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମଙ୍ଗଳବାର ଅନୁଷ୍ଠିତ ଏକ ମହିଳା...

ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌: ଲାୟନ୍ସ ୨୨ ରନରେ ବିଜୟୀ

ଭୁବନେଶ୍ୱର, ୧୧।୧(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା କ୍ରିକେଟ ଆସୋସିଏଶନ (ଓସିଏ) ଆନୁକୂଲ୍ୟରେ କଟକର ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଏମ୍‌ଜିଏମ୍‌ ଟି୨୦ କ୍ରିକେଟ ଲିଗ୍‌ର ରବିବାର ଅନୁଷ୍ଠିତ ପ୍ରଥମ...

Advertisement
Archives

Model This Week