ପୁଣି ଲୁଟେରା ମାତିଲେ : ପିସ୍ତଲ ଦେଖାଇ ଟଙ୍କା, ମୋବାଇଲ ଲୁଟି ନେଲେ

ଭୁବନେଶ୍ୱର,୨୬ା୮(ବ୍ୟୁରୋ) : କମିଶନରେଟ୍‌ ପୋଲିସକୁ ଖୋଲାଖୋଲି ଚ୍ୟାଲେଞ୍ଜ ଦେଇ ପୁଣି ଲୁଟେରା ମାତିଛନ୍ତି। ପାତ୍ରପଡା ଅଞ୍ଚଳରେ ଥିବା ଦୋକାନରେ ପଶି ମୁଣ୍ଡରେ ପିସ୍ତଲ ଲଗାଇ ଟଙ୍କା ଓ ମୋବାଇଲ ଲୁଟ୍‌ କରିବା ଘଟଣା ଆତଙ୍କ ଖେଳାଇ ଦେଇଛି। ସିସିଟିଭିରେ କଏଦ ସମ୍ପୂର୍ଣ୍ଣ ଦୃଶ୍ୟ କଏଦ୍‌ ହୋଇଥିଲା। ଏ ନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି।
ସୂଚନା ମୁତାବକ ହରମୋହନ ବେହେରାଙ୍କ ପାତ୍ରପଡା ଭେନସ ଭୋଜନାଳୟ ନିକଟରେ ଏକ ବହି ଦୋକାନ ରହିଛି। ଶନିବାର ରାତି ସାଢେ ୧୦ଟା ବେଳେ ଦୋକାନ ବନ୍ଦ କରିଥିଲେ। ପ୍ରତିଦିନ ପରି ଦୋକାନ ବନ୍ଦ ପରେ ତାଙ୍କ ଭିଣୋଇ ଦୋକାନକୁ ଶୋଇବାକୁ ଅସିବା ପରେ ହରମୋହନ ବେପାର ଟଙ୍କା ଧରି ଘରକୁ ଯାଇଥିଲେ। ହରମୋହନ ଆସିବାର ୧୦ ମିନିଟ୍‌ ପରେ ଏକ ପଲସର ବାଇକ୍‌ରେ ୩ ଜଣ ଦୁର୍ବୃତ୍ତ ଆସି ବାଇକ୍‌ ରଖି ସିଧାସଳଖ ଦୋକାନରେ ପଶିଥିଲେ। ତାଙ୍କ ଭିଣୋଇଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଯାହା ଅଛି ବାହାର କର ନଚେତ ଗୁଳି ଫୁଟେଇ ଦେବୁ କହିଥିଲେ। ଭୟଭୀତ ଅବସ୍ଥାରେ ତାଙ୍କ ଭିଣେଇ କିଛି ନ ଥିବା ମନା କରିବାରୁ ତାଙ୍କ ମୋବାଇଲ ଏବଂ ମୋବାଇଲ କଭର ଭିତରେ ଥିବା ୨୧ ଶହ ଟଙ୍କାକୁ ଛଡାଇ ନେଇ ଫେରାର ହୋଇଯାଇଥିଲେ। ଖବରପାଇ ହରମୋହନ ଆସିବା ବେଳକୁ ଲୁଟେରାମାନେ ଫେରାର ହୋଇ ଯାଇଥିଲେ। ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜରେ ସମସ୍ତ ଦୃଶ୍ୟ କଏଦ ହୋଇଥିଲା। ସିସିଟିଭି ଫୁଟେଜ ସହ ହରମୋହନ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତମାନଙ୍କୁ ଧରିବା ଲାଗି ତନାଘନା ଚଳାଇଥିବା ବେଳେ ସେମାନଙ୍କ ଟେର ପାଇ ପାରିନି।


Enter your email to get our daily news in your inbox.

All Right Reserved By Dharitri.Com

ଏମ୍‌ଆର୍‌ୟୁଟି ସ୍କିମ୍‌ କାର୍ଯ୍ୟକାରୀ କରିବାରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର୧୧।୮(ବ୍ୟୁରୋ):  କେନ୍ଦ୍ରୀୟ ଯୋଜନା କାର୍ଯ୍ୟକାରୀ କରିବା ହେଉ କିମ୍ବା ବିପର୍ଯ୍ୟୟ ପରିଚାଳନା କରିବା କ୍ଷେତ୍ରରେ ଓଡ଼ିଶା ଅନ୍ୟ ରାଜ୍ୟଗୁଡ଼ିକ ପାଇଁ ଅନେକ ସମୟରେ ଦୃଷ୍ଟାନ୍ତ ପାଲଟିଛି।...

ଖେଳାଳିଙ୍କ ବୁଟ୍‌ ବିଳମ୍ବରେ ପହଞ୍ଚିଲା

ଭୁବନେଶ୍ୱର, ୧୪ା୧୦:ଭାରତର ୧୭ ବର୍ଷରୁ କମ୍‌ ମହିଳା ବିଶ୍ୱକପ୍‌ ଦଳର ୪ଜଣ ସଦସ୍ୟାଙ୍କ ବୁଟ୍‌ ବିଳମ୍ବରେ ପହଞ୍ଚତ୍ଥିଲା। ଫଳରେ ସମ୍ପୃକ୍ତ ଖେଳାଳିମାନେ ଜୋତା ସହିତ ଅଭ୍ୟସ୍ତ...

ଚିକେନ୍‌, ଅଣ୍ଡା ଘରେ ପହଞ୍ଚାଇବ ଓପୋଲଫେଡ୍‌

ଭୁବନେଶ୍ୱର,୧୫ା୬(ବ୍ୟୁରୋ)- ଓପୋଲ୍‌ଫେଡ୍‌ ତରଫରୁ ରଜ ସଂକ୍ରାନ୍ତି ଉପଲକ୍ଷେ ଏକ ଅଭିନବ ପ୍ରୟାସ ଆରମ୍ଭ କରାଯାଇଛି। କରୋନା ସଂକ୍ରମଣକୁ ରୋକିବା ଲାଗି ଓପୋଲ୍‌ଫେଡ୍‌ ପକ୍ଷରୁ ଗ୍ରାହକଙ୍କ ଘରେ...

ପ୍ରଲୋଭନ କାମ ଦେଲାନି

ଭୁବନେଶ୍ବର,୮ା୧୧(ବ୍ୟୁରୋ):ଧାମନଗର ଉପନିର୍ବାଚନ ଫଳାଫଳ ରାଜ୍ୟରେ ଏକ ନୂତନ ବାତାବରଣ ସୃଷ୍ଟି କରିଛି। ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସ ୯୮୮୧ ଖଣ୍ଡ ଭୋଟ୍‌ରେ ହାରିବା ପରେ ଆଶ୍ଚର୍ଯ୍ୟଜନକ...

ଜମି ହରାଉଛନ୍ତି ଏସ୍‌ସି, ଏସ୍‌ଟି

ଯାଜପୁର ଅଫିସ,୧୧ା୧୨:ରାଜ୍ୟର ୯ ଜିଲାରେ ୨୦୦୯-୧୦ରୁ ୨୦୧୯-୨୦ ବର୍ଷ ମଧ୍ୟରେ ଅନୁସୂଚିତ ଜାତି(ଏସ୍‌ସି) ଓ ଜନଜାତି(ଏସ୍‌ଟି)ଙ୍କ ୨୩୩୭.୮୧୧ ଏକର ଜମି ବିକ୍ରି ପାଇଁ ୭,୮୪୭ ସାଧାରଣ...

ପ୍ରବାସୀ ଓଡ଼ିଆଙ୍କ ପାଇଁ ନୂଆ ନିର୍ଦ୍ଦେଶାଳୟ

ଭୁବନେଶ୍ବର,୧୦ା୪(ବ୍ୟୁରୋ): ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ସକାଶେ ‘ପରିବାର-ଦ ପୋର୍ଟାଲ ଫର୍‌ ପ୍ରବାସୀ ଓଡ଼ିଆଜ୍‌-କନେକ୍ଟିଙ୍ଗ ଦ ରୁଟ୍‌ସ’ ନାମକ ଉତ୍ସର୍ଗୀକୃତ ପୋର୍ଟାଲ ହେବ। ଏହାସହ ମୁଖ୍ୟମନ୍ତ୍ରୀ ନବୀନ...

ରହୁନି କଟକଣା, ସୁରକ୍ଷା ଢିଲା

ପୁରୁଣା ଭୁବନେଶ୍ୱର,୨୯।୧୨(ଡି.ଏନ୍‌.ଏ.): ପର୍ଯ୍ୟଟନ ଋତୁ ପାଇଁ ରାଜଧାନୀର ଖଣ୍ଡଗିରି, ଉଦୟଗିରି, ନନ୍ଦନକାନନ, ଧଉଳି ଆଦି ପର୍ଯ୍ୟଟନ କ୍ଷେତ୍ରରେ ନାହିଁ ନଥିବା ଭିଡ଼ ପରିଲକ୍ଷିତ ହେଉଛି। ଏଥିରୁ...

ପୋଲିସକୁ ଭୁଆଁ ବୁଲାଇଥିଲେ ଶର୍ମିଷ୍ଠା

ଭୁବନେଶ୍ୱର,(ବ୍ୟୁରୋ)/ କଟକ ଅଫିସ, ୩୧।୩: ବହୁଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲାରେ ଜେଲ ଯାଇ ୫ ଦିନିଆ ରିମାଣ୍ଡରେ ଆସିଥିବା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା...

Advertisement
Archives

Model This Week