Posted inଜାତୀୟ

ପୁଣି ଭାବବିହ୍ବଳ ହେଲେ କୁମାରସ୍ବାମୀ

ମାଣ୍ଡ୍ୟା,୨୭।୧୧: ପୁଣି ଭାବବିହ୍ବଳ ହେଲେ କୁମାରସ୍ବାମୀ। ନିଜ ସମର୍ଥକଙ୍କୁ ସମ୍ବୋଧିତ କରିବା ସମୟରେ କାନ୍ଦି ପକାଇଲେ କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌.ଡି. କୁମାରସ୍ବାମୀ। ସୂଚନାଯୋଗ୍ୟ, କର୍ନାଟକର ମାଣ୍ଡ୍ୟାରେ ଆୟୋଜିତ ଏକ ସଭାରେ ନିଜ ସମର୍ଥକଙ୍କୁ ସମ୍ବୋଧିତ କରିଥିଲେ କୁମାରସ୍ବାମୀ। ସେହି ସମୟରେ ତାଙ୍କର କ’ଣ ଦୋଷ ଥିଲା ଯେ ତାଙ୍କୁ ମାଣ୍ଡ୍ୟା ଜନସାଧାରଣ ହରାଇଦେଲେ ବୋଲି କହି କାନ୍ଦି ପକାଇଥିଲେ। ସେ ଆହୁରି ମଧ୍ୟ କହିଛନ୍ତି, ତାଙ୍କ ପୁଅ ନିର୍ବାଚନ ଲଢ଼ୁ ସେ ଚାହୁଁ ନ ଥିଲେ। ହେଲେ ସମର୍ଥକଙ୍କ କହିବା ଯୋଗୁ ପୁଅ ନିର୍ବାଚନ ଲଢ଼ିବା ପାଇଁ ସେ ରାଜି ହୋଇଥିଲେ। କିନ୍ତୁ ପୁଅ ନିର୍ବାଚନ ଲଢ଼ି ହାରିଯାଇଥିଲା। ତେଣୁ ରାଜନୀତିରେ କିଏ ତାଙ୍କୁ ସମର୍ଥନ କରୁଛି ଓ ଆଘାତ ପହଞ୍ଚାଉଛି ବିଶ୍ୱାସ କରିବି ଜାଣିପାରୁନି ବୋଲି କହି କୁମାରସ୍ବାମୀ କାନ୍ଦି ପକାଇଥିଲେ। ଏହାପୂର୍ବରୁ ମଧ୍ୟ ସେ ମାଣ୍ଡ୍ୟାର ଏକ ରାଲିକୁ ସମ୍ବୋଧିତ କରିବା ସମୟରେ କାନ୍ଦି ପକାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁର ଘଟଣା ଲଜ୍ଜାଜନକ, ଦୋଷୀଙ୍କୁ ମିଳିବ କଡ଼ା ଦଣ୍ଡ: ମୋଦି

ନୂଆଦିଲ୍ଲୀ,୨୦।୭: ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ବୁଲାଇବାରେ ଘଟଣାରେ ଦୁଃଖପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଗୁରୁବାର ପ୍ରଧାନମନ୍ତ୍ରୀ କହିଛନ୍ତି, ମଣିପୁରରେ ଯେଉଁ ଘଟଣା ସାମ୍ନାକୁ...

ଏହି କାରଣରୁ ବଦଳିଲେ ମୁମ୍ବାଇ ପୋଲିସ କମିଶନର

ନୂଆଦିଲ୍ଲୀ,୧୮।୩: ପରମ ବୀର ସିଂଙ୍କୁ ମୁମ୍ବାଇର ପୋଲିସ କମିଶନର ପଦରୁ ହଟାଇ ଦିଆଯିବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ମହାରାଷ୍ଟ୍ରର ରାଜ୍ୟ ଗୃହମନ୍ତ୍ରୀ...

ଆମ ନେତାଙ୍କୁ ଆକ୍ରମଣ ପଛରେ ଶାହାଙ୍କ ହାତ: ମମତା

କୋଲକତା,୯।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ନିକଟରେ ତାଙ୍କ ଭଣଜା ଅଭିଷେକ...

୧୦ ରାଜ୍ୟରେ ୮୫% ସଂକ୍ରମଣ

ନୂଆଦିଲ୍ଲୀ, ୧୬।୫(ପି.ଟି.): ମୋଟ କରୋନା ସଂକ୍ରମଣର ୮୫ ପ୍ରତିଶତ ୧୦ଟି ରାଜ୍ୟରେ ଦେଖିବାକୁ ମିଳିଛି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ ୧୧ ରାଜ୍ୟରେ ସକ୍ରିୟ...

ଓଡ଼ିଶାକୁ ୫,୩୫୬ କୋଟି ପଠାଇଲା କେନ୍ଦ୍ର

ନୂଆଦିଲ୍ଲୀ, ୧୩ା୬: ଟିକସ ଅର୍ଥ ହସ୍ତାନ୍ତରଣ ବାବଦକୁ କେନ୍ଦ୍ର ସରକାର ସୋମବାର ଓଡ଼ିଶାକୁ ତୃତୀୟ କିସ୍ତିରେ ୫,୩୫୬ କୋଟି ଟଙ୍କା ପଠାଇଛନ୍ତି। ରାଜ୍ୟ ସରକାର ବିକାଶମୂଳକ...

କ୍ୟାବିନେଟ ପାଇଁ କସରତ: ଶିବସେନା ୧୫, ଏନ୍‌ସିପି ୧୫, କଂଗ୍ରେସ ଭାଗରେ ୧୩ ମନ୍ତ୍ରୀପଦ

ମୁମ୍ବାଇ,୨୮ା୧୧(ପି.ଟି.): ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାକୁ ଯାଉଥିବାବେଳେ ବୁଧବାର ମହାରାଷ୍ଟ୍ର ବିକାଶ ଅଘାଡ଼ି (ଏମ୍‌ଭିଏ) ପକ୍ଷରୁ କ୍ୟାବିନେଟର ରୂପରେଖ ସ୍ଥିର...

ଦିଲ୍ଲୀ ମୁଣ୍ଡକା ଅଗ୍ନିକାଣ୍ଡରେ ମୃତକଙ୍କୁ ୨ ଲକ୍ଷ , ଆହତଙ୍କୁ ୫୦ ହଜାର ଟଙ୍କାର ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୪ ।୫: ରାଜଧାନୀ ଦିଲ୍ଲୀର ମୁଣ୍ଡକାରେ ଶୁକ୍ରବାର ଅପରାହ୍ନରେ ହୋଇଥିବା ଅଗ୍ନିକାଣ୍ଡକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି । ଏହାସହ ଆହତଙ୍କ...

ଘୃଣା ରାଜନୀତି: ପ୍ରଧାନମନ୍ତ୍ରୀଙ୍କ ସମର୍ଥନରେ ବାହାରିଲେ ୧୯୭ ଅବସରପ୍ରାପ୍ତ ଅଧିକାରୀ…

ନୂଆଦିଲ୍ଲୀ, ୩୦।୪ : ଘୃଣା ରାଜନୀତି ଜବାବରେ ଦେଶର ୮ ଜଣ ଅବସରପ୍ରାପ୍ତ ବିଚାରପତି, ୯୭ ଅବସରପ୍ରାପ୍ତ ଅମଲାତନ୍ତ୍ର ଏବଂ ୯୨ ଅବସରପ୍ରାପ୍ତ ସଶସ୍ତ୍ର ବାହିନୀର...

Advertisement
Archives

Model This Week