ପୁଣି ତେଜିଲା ବିଜେଡିର ଗୋଷ୍ଠୀ ବିବାଦ : ରାଜଶ୍ରୀଙ୍କ ଗାଡ଼ି ଆଗରେ ଶୋଇଲେ ବିଷ୍ଣୁ ସମର୍ଥକ

ତିର୍ତ୍ତୋଲ,୫ା୮(ଡି.ଏନ.ଏ.): ଜଗତ୍‌ସିଂହପୁର ଏମ୍‌ପି ଡା. ରାଜଶ୍ରୀ ମଲ୍ଲିକ ଓ ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଚରଣ ଦାସଙ୍କ ସମର୍ଥକମାନଙ୍କ ମଧ୍ୟରେ ବିବାଦକୁ ନେଇ ବହୁଥର ରାଜ୍ୟ ରାଜନୀତି ସରଗରମ ହୋଇଛି। ଗତ କିଛିଦିନର ନୀରବତା ପରେ ଏବେ ପୁଣି ସେହି ବିବାଦ ମୁଣ୍ଡ ଟେକିଛି। ରବିବାର ଏମ୍‌ପି ମଲ୍ଲିକ ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଥିବାବେଳେ ବିଧାୟକ ଦାସଙ୍କ ଗୋଷ୍ଠୀ ତାଙ୍କୁ ଜୋରଦାର ବିରୋଧ କରିବା ସହ ଗାଡ଼ି ଆଗରେ ଶୋଇ ବାଟ ଓଗାଳିଥିଲେ। ପରିସ୍ଥିତି ଏପରି ହୋଇଥିଲା ଯେ, ଏମ୍‌ପି ମଲ୍ଲିକ ଅନ୍ୟ ଉପାୟ ନ ପାଇ ନିଜ ଗାଡିରୁ ଓହ୍ଲାଇ ସମର୍ଥକଙ୍କ ବାଇକରେ ବସି କାର୍ଯ୍ୟକ୍ରମସ୍ଥଳକୁ ଯାଇଥିଲେ। ସୂଚନା ଅନୁଯାୟୀ, ତିର୍ତ୍ତୋଲ ବ୍ଲକ କନକପୁର ପଞ୍ଚାୟତରେ ଏମପି ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବାର ଥିଲା। ତେଣୁ କଟକ-ପାରାଦୀପ ରାସ୍ତା ଦେଇ ଶାରଳାରୋଡ ଛକରୁ ସେ କନକପୁର ଯାଉଥିଲେ। ଏହି ସମୟରେ ବାଟରେ ମା’ ଶାରଳାଙ୍କ ମନ୍ଦିର ପ୍ରବେଶ ଦ୍ୱାର ନିକଟରେ ବିଧାୟକ ଦାସଙ୍କ ସମର୍ଥକମାନେ ତାଙ୍କୁ ପୂର୍ବତନ ବ୍ଲକ ବିଜେଡି ସଭାପତି ଅଶୋକ ରାଉତଙ୍କ ନେତୃତ୍ୱରେ ଅଟକାଇଥିଲେ। ବିଧାୟକଙ୍କ ସହିତ ଆଲୋଚନା ନ କରି ଏହି ନିର୍ବାଚନମଣ୍ଡଳୀରେ କାହିଁକି କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଉଛନ୍ତି ବୋଲି ସେମାନେ ପ୍ରଶ୍ନ କରିଥିଲେ। କେତେଜଣ ସେଠାରେ ଏମପିଙ୍କ କାର ଆଗରେ ଶୋଇ ଆଗକୁ ଯିବାକୁ ଦେଇ ନ ଥିଲେ। ଏପରିକି ଏମପି କାରରୁ ଓହ୍ଲାଇ କାର୍ଯ୍ୟକ୍ରମସ୍ଥଳକୁ ଯିବାକୁ ଉଦ୍ୟମ କରିବାରୁ ସେମାନେ ବାଟ ଓଗାଳିଥିଲେ। ତେବେ ତାଙ୍କ ପିଏସଓ ଏବଂ ସମର୍ଥକମାନେ ବାଟ କଢାଇ ଆଗକୁ ନେବା ପରେ ଏକ ବାଇକରେ ବସି ସେ କାର୍ଯ୍ୟକ୍ରମସ୍ଥଳକୁ ଯିବାକୁ ସମର୍ଥ ହୋଇଥିଲେ। ଏହା ବିଜେଡିର ଅନ୍ତରିଣ ବିବାଦକୁ ଆଗକୁ ଆହୁରି ଜଟିଳ କରିବ ବୋଲି ଆଲୋଚନା ହେଉଛି। ପୂର୍ବତନ ସରପଞ୍ଚ ପ୍ରଫୁଲ୍ଲ ମହାନ୍ତି, ପୂର୍ବତନ ଜିଲା ଛାତ୍ର ବିଜେଡି ସଭାପତି ବିମଳ ମହାପାତ୍ର, ଛାତ୍ର ବିଜେଡି ସଭାପତି ଦେବୀପ୍ରସାଦ ମହାପାତ୍ର, ରବୀନ୍ଦ୍ର ସେଠୀ, ବିନୟ ମହାପାତ୍ର, ଭାସ୍କର ନାୟକ, ରାକେଶ ରୋଶନ, ଧ୍ରୁବ ଚରଣ ଖଟୁଆ ସମେତ ବିଧାୟକଙ୍କ ସମର୍ଥକମାନେ ଏହି ବିରୋଧରେ ସାମିଲ ହୋଇଥିଲେ। ଏ ସମ୍ପର୍କରେ ଏମପି ଡା.ମଲ୍ଲିକ କହିଛନ୍ତି ଯେ, ଏଭଳି ବିରୋଧ ଦୁଭାର୍ଗ୍ୟଜନକ। ଯେଉଁମାନେ ତାଙ୍କୁ ବିରୋଧ କଲେ ସେମାନେ ଦଳର ଶୃଙ୍ଖଳିତ କର୍ମୀ ନୁହନ୍ତି ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବ୍ଲକ ବିଜେଡି ସଭାପତି ବସନ୍ତ ମହାପାତ୍ର କହିଛନ୍ତି ଯେ, ଦଳୀୟ କାର୍ଯ୍ୟକର୍ତ୍ତାକୁ ନ ନେଇ ଏମପି ଡା. ମଲ୍ଲିକ କଂଗ୍ରେସ କର୍ମୀମାନଙ୍କୁ ଧରି କାର୍ଯ୍ୟକ୍ରମ କରୁଛନ୍ତି। ମଲ୍ଲିକ ବିଧାୟକ ଥିବାବେଳେ ତାଙ୍କ ସମର୍ଥକମାନେ ବିଷ୍ଣୁଙ୍କୁ ତିର୍ତ୍ତୋଲ କଲେଜ ସମେତ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବାକୁ ବିରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲ ଜମି ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ

ଦାରିଙ୍ଗବାଡ଼ି,୧୫।୮(ଡି.ଏନ.ଏ)-ଦାରିଙ୍ଗବାଡ଼ି ପଥପାର୍ଶ୍ୱ ସେବା କେନ୍ଦ୍ରରେ ଗୁରୁବାର ଅଞ୍ଚଳର ଜନଜାତି ସମ୍ପ୍ରଦାୟର ଲୋକଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ଏଥିପାଇଁ ସେବାକେନ୍ଦ୍ରରେ ତହସିଲ କାର୍ଯ୍ୟାଳୟ ପକ୍ଷରୁ...

ସରିଥିଲା ବ୍ୟାନର, ପୋଷ୍ଟର ଛପା : ରାତାରାତି ବଦଳିଗଲା ନିର୍ବାଚନୀ ଚିହ୍ନ

ବରଗଡ଼ ଅଫିସ୍‌,୨୮।୧: ପଞ୍ଚାୟତ ଭୋଟ୍‌କୁ ନେଇ ବରଗଡ଼ ଜିଲାରେ ଘଡ଼ିକେ ଘୋଡ଼ା ଛୁଟୁଛି। ଜିଲାର ଅମ୍ବାଭୋନା ବ୍ଲକର ଜିଲା ପରିଷଦ ଜୋନ-୨ରୁ କଂଗ୍ରେସ ଓ ଭାଜପା...

କଂଗ୍ରେସ କର୍ମୀ ସମ୍ମିଳନୀ, ମିଶ୍ରଣ ପର୍ବ

ହାଟଡିହୀ,୧୭।୪(ଡି.ଏନ.ଏ.): ଆନନ୍ଦପୁର ନିର୍ବାଚନମଣ୍ଡଳୀ ହାଟଡିହୀ ବ୍ଲକ ୩୭ ନଂ ଜୋନ୍‌ର ସଡ଼ଙ୍ଗଠାରେ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀ...

ମହିଳାଙ୍କୁ ଅସଦାଚରଣ, ପ୍ରତିବାଦ କରିବାରୁ ସ୍ବାମୀଙ୍କୁ ନିସ୍ତୁକ ମାଡ଼ ଅଭିଯୋଗ

ଦିଗପହଣ୍ଡି,୧୯ା୪(ଡି.ଏନ୍‌.ଏ.) : ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଜଣେ ମହିଳାଙ୍କୁ ପାରିବାରିକ ବିବାଦକୁ କେନ୍ଦ୍ରକରି ଆକ୍ରମଣ ଓ ଅସଦାଚରଣ କରାଯାଇଥିବା ଅଭିଯୋଗ...

ସ୍ପେଶାଲ ସ୍କ୍ବାଡ୍‌ର ଚଢ଼ାଉ:ଜବତ ହେଲା ୭ ପେଟି ସିରପ୍‌

ଅନୁଗୋଳ ଅଫିସ, ୨୨ା୧୦ ନିଶା କବଳରେ ପଡ଼ିଥିବା ଯୁବପିଢ଼ି ଏବେ କଫ୍‌ ସିରପ୍‌କୁ ନିଶା ପାନୀୟ ଭାବେ ବ୍ୟବହାର କରୁଛନ୍ତି। ଫଳରେ ଅନୁଗୋଳ ସହରରେ ଏପରି...

ଗୟାଧରକୁଁ ସାହାଯ୍‌ର ହାତ୍‌ ବଢ଼ାଲା ପରଶାସନ

ପର୍ଲା, ୧୬।୧ (ଡି.ଏନ୍‌.ଏ)- କଳାହାଣ୍ଡି ଜିଲା ଧର୍ମଗଡ଼ ବ୍ଲକ ଜୟନ୍ତପୁର ଗାଁର ଗୟାଧର ଲୋହାର(୨୫) ଅନେକ୍‌ ଦିନ୍‌ ହେଲା କେହେନ୍‌ସି ଗୁଟେ ଅଜନା ରୋଗ୍‌ରେ ପୀଡ଼ିତ...

ଚାଷୀ ସମସ୍ୟା ନେଇ ବିଡିଓଙ୍କୁ ଭେଟିଲା ଋଷିକୁଲ୍ୟା ରୟତ ମହାସଭା

ପୋଲସରା,୧୩ା୧(ଡି.ଏନ.ଏ.)- ପୋଲସରା ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅଞ୍ଚଳର ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିଡିଓଙ୍କୁ ଋଷିକୁଲ୍ୟା ରୟତ ମହାସଭାର କର୍ମକର୍ତ୍ତା ଭେଟିଛନ୍ତି। ବିଡିଓ କୈଳାସ ଚନ୍ଦ୍ର...

କାମାକ୍ଷାନଗରରେ ନୀତି ଆୟୋଗ ସଦସ୍ୟ: ଶିକ୍ଷା, ବିଦ୍ୟୁତ୍‌ ବ୍ୟବସ୍ଥା ସ୍ଥିତି ପରିଖିଲେ

କାମାକ୍ଷାନଗର, ୧୮।୭(ଡି.ଏନ୍‌.ଏ.)-ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ଅଞ୍ଚଳକୁ ଗୁରୁବାର ପରିଦର୍ଶନରେ ଆସିଥିଲେ ନୀତି ଆୟୋଗ ସଦସ୍ୟା ମାନ୍‌ସୀ ସିଂ। ଏହି ଅବସରରେ ସେ ବିଭିନ୍ନ ପ୍ରକଳ୍ପ,...

Advertisement
Archives

Model This Week