ପୁଣି ଆକ୍ସନରେ ମୋଦି ସରକାର;୧୫ ବରିଷ୍ଠ ଆୟକର ଅଧିକାରୀ ଜବରଦସ୍ତ ବିଦା

ନୂଆଦିଲ୍ଲୀ,୨୮-୯: ଅପାରଗ ଅଧିକାରୀଙ୍କ ବିରୋଧରେ ପୁନର୍ବାର ମୋଦି ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦୁର୍ନୀତି, ସିବିଆଇ ମାମଲା ଓ ଅନ୍ୟ କେତେକ କାରଣ ଯୋଗୁ ସରକାର ୧୫ ଜଣ ବରିଷ୍ଠ ଆୟକର ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇ ଚାକିରିରୁ ବିଦା କରିଛନ୍ତି।
ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସ(ସିବିଡିଟି) ପକ୍ଷରୁ ସିଆଇଟି, ଜେସିଆଇଟି, ଆଡିଶନାଲ ସିଆଇଟି, ଏସିଆଇଟି ପଦରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀଙ୍କୁ ମୌଳିକ ନିୟମ ୫୬(ଜେ) ଅଧୀନରେ ଜବରଦସ୍ତ ଅବସର ଦିଆଯାଇଛି। ସେମାନଙ୍କ ବିରୋଧରେ ମୁଖ୍ୟତଃ ଦୁର୍ନୀତି ଅଭିଯୋଗ ରହିଛି। ସୂଚନାଥାଉ କି, ନିଜ କ୍ଷମତାର ଦୁରୂପଯୋଗ କରି ଦୁର୍ନୀତିରେ ଲିପ୍ତ ଟିକସ ଅଧିକାରୀଙ୍କୁ ଜବରଦସ୍ତ ଅବସର ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ ଅବସରରେ ଲାଲକିଲ୍ଲାରେ ନିଜର ଉଦ୍‌ବୋଧନରେ କହିଥିଲେ। ଗଣମାଧ୍ୟମକୁ ଏକ ସାକ୍ଷାତ୍‌କାର ଦେଇ ସେ ପୁଣି ଏହାକୁ ଦୋହରାଇଥିଲେ ଏବଂ କହିଥିଲେ ଯେ, ଏଭଳି ଦୁର୍ନୀତିଗ୍ରସ୍ତ ଆୟକର ବ୍ୟକ୍ତି ଟିକସଦାତାଙ୍କୁ ଅଯଥା ହଇରାଣ କରୁଛନ୍ତି। ଏଥିପୂର୍ବରୁ ସିବିଡିଟି ୧୨ ଅଧିକାରୀଙ୍କ ସମେତ ୪୯ ଉଚ୍ଚ ପଦରେ କାର୍ଯ୍ୟରତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଥିଲେ। ସୂଚନାଥାଉ କି, ଜୁନ୍‌ରେ ସରକାର ଦୁର୍ନୀତି ଅଭିଯୋଗରେ ସିବିଆଇସିର ୧୫ ଜଣ କମିଶନର ର଼୍ୟାଙ୍କର ଅଧିକାରୀଙ୍କୁ ଚାକିରିରୁ ବିଦା କରିଥିବା ବେଳେ ୧୨ ଆଇଆର୍‌ଏସ୍‌ ଅଧିକାରୀଙ୍କୁ ଜବରଦସ୍ତ ଅବସର ଦିଆଯାଇଥିଲା। ସେହିପରି ଅଗଷ୍ଟରେ ୨୨ ସିବିଆଇସି ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭୁବନେଶ୍ୱରରେ ପହଞ୍ଚିଲେ ୬୧୮ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର, ୩ା୬ (ବ୍ୟୁରୋ)- ବୁଧବାର ଭୁବନେଶ୍ୱର ବିଜୁପଟ୍ଟନାୟକ ବିମାନବନ୍ଦରରେ ଏୟାର ଏସିଆର ୩ଟି ବିମାନ ଅବତରଣ କରିଛି। ଏଥିରେ ବିଭିନ୍ନ ରାଜ୍ୟରେ ଫସି ରହିଥିବା ପ୍ରବାସୀମାନେ...

କ୍ଷମତା ହିସାବରେ ଋଣ ଦିଅନ୍ତୁ ବ୍ୟାଙ୍କ: ନିର୍ମଳା ସୀତାରାମନ

ନୂଆଦିଲ୍ଲୀ,୨୫-୧୧: ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକ ଋଣ ଯୋଗାଣ ସମୟରେ ନିଜର କ୍ଷମତା ଏବଂ ଦୁର୍ବଳତା ଭଳି ପ୍ରସଙ୍ଗଗୁଡିକୁ ବିଚାର କରିବା ଆବଶ୍ୟକ ବୋଲି ଅର୍ଥ ମନ୍ତ୍ରୀ ନିର୍ମଳା...

ଏଫ୍‌ପିଆଇ ମାଲିକାନା ୧୯.୫%କୁ ହ୍ରାସ

ନୂଆଦିଲ୍ଲୀ,୯ା୫: ଘରୋଇ ଶେୟାର ବଜାରରେ ବିଦେଶୀ ପୋର୍ଟଫୋଲିଓ ନିବେଶକ (ଏଫ୍‌ପିଆଇ)ର ମାଲିକାନା ଗତ ମାର୍ଚ୍ଚରେ ୧୯.୫%କୁ ହ୍ରାସ ପାଇ ୬୧୯ ବିଲିୟନ ଡଲାରରେ ପହଞ୍ଚିଛି। ନ୍ୟାଶନାଲ୍‌...

ପିଏମ୍‌ ସ୍ବନିଧିରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ଯୋଗଦାନ ଉନ୍ନତ

ନୂଆଦିଲ୍ଲୀ,୧୩।୯:ପ୍ରଧାନମନ୍ତ୍ରୀ ସ୍ବନିଧି ଯୋଜନାରେ ରାଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଯୋଗଦାନ ଗୁରୁତ୍ୱପୂର୍ଣ୍ଣ ରହିଛି। ଏହି ବ୍ୟାଙ୍କଗୁଡିକ ବର୍ତ୍ତମାନ ସୁଦ୍ଧା ଉକ୍ତ ବର୍ଗରେ ପ୍ରାୟ ୯୦%ରୁ ଊର୍ଦ୍ଧ୍ୱ ଋଣ ମଞ୍ଜୁର...

ନୂଆ ସରକାରଙ୍କୁ ପାନଗାରିଆଙ୍କ ପରାମର୍ଶ;ବିତ୍ତୀୟ ଶୃଙ୍ଖଳା ଉପରେ ଧ୍ୟାନ ଦେବା ଜରୁରୀ

ନୂଆଦିଲ୍ଲୀ,୨୨-୫: ଦେଶର ବିତ୍ତୀୟ ଶୃଙ୍ଖଳା ଦୃଢୀକରଣ ଦିଗରେ ପ୍ରତିବଦ୍ଧତା ଦେଖାଇବା ସହ ଏହା ଉପରେ ଧ୍ୟାନଦେବା ଜରୁରୀ । ନୀତି ଆୟୋଗର ପୂର୍ବତନ ଉପାଧ୍ୟକ୍ଷ ତଥା...

ଟଙ୍କା ଛପା ୪ ଦିନ ବନ୍ଦ: ୪୦ କର୍ମଚାରୀ କରୋନା ପଜିଟିଭ୍‌

ନାସିକ, ୩୧।୮: ମହାରାଷ୍ଟ୍ରର ନାସିକ୍‌ଠାରେ ଥିବା କରେନ୍ସି ନୋଟ୍‌ ପ୍ରେସ୍‌ ଏବଂ ଇଣ୍ଡିଆ ସିକ୍ୟୁରିଟି ପ୍ରେସ୍‌କୁ ସୋମବାରଠାରୁ ୪ ଦିନ ପାଇଁ ବନ୍ଦ କରାଯାଇଛି। ଏଠାରେ...

ରେପୋ ରେଟ୍‌ ଅପରିବର୍ତ୍ତିତ

ମୁମ୍ବାଇ,୭-୨: ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ) ଗୁରୁବାର ଏହାର ଦ୍ୱିମାସିକ ମୁଦ୍ରା ନୀତି ବୈଠକରେ ରେପୋ ରେଟ୍‌ ବା ସୁଧହାର ସମ୍ପର୍କରେ ଘୋଷଣା କରିଛି। କେନ୍ଦ୍ରୀୟ...

ଚେକ୍‌ କ୍ଲିୟରିଂ ହେବ ଅଧିକ ସୁରକ୍ଷିତ

ନୂଆଦିଲ୍ଲୀ,୭।୮: ଆର୍‌ବିଆଇ ପଜିଟିଭ୍‌ ପେ ନାମକ ଏକ ଫିଚର ଆଣିବାକୁ ଯାଉଛି। ଏହାଦ୍ୱାରା ଚେକ୍‌ କ୍ଲିୟରିଂ ଅଧିକ ନିରାପଦ ଏବଂ ଦକ୍ଷ ହୋଇପାରିବ। ଆକାଉଣ୍ଟଧାରୀ ଜାରି...

Advertisement
Archives

Model This Week