ପୁଣିଥରେ ଲାଗୁ ହୋଇପାରେ ନଗଦ ଉଠାଣ ଟିକସ

ନୂଆଦିଲ୍ଲୀ,୨୮-୫: କେନ୍ଦ୍ରରେ ଦ୍ୱିତୀୟଥର ନରେନ୍ଦ୍ର ମୋଦି ସରକାର ଗଠନ ହେବାକୁ ଯାଉଛି। ସରକାର ଏଥର ଦୃଢ଼ତାର ସହ ଆର୍ଥିକ ସଂସ୍କାର କାର୍ଯ୍ୟକ୍ରମକୁ ଆଗେଇନେବେ ବୋଲି ଜନତା ଆଶାକରୁଛନ୍ତି। ବିଶେଷ କରି କଳାଧନ ସୃଷ୍ଟି ଉପରେ ଅଙ୍କୁଶ ଲଗାଇବାକୁ ଏଥର ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର ପଦକ୍ଷେପ ନେବାକୁ ଯାଉଛନ୍ତି। ମିଡିଆରେ ଆରମ୍ଭ ହୋଇଥିବା ଚର୍ଚ୍ଚା ଅନୁଯାୟୀ, କେନ୍ଦ୍ର ସରକାର ପୁଣିଥରେ ବ୍ୟାଙ୍କିଙ୍ଗ୍‌ କ୍ୟାଶ୍‌ ଟ୍ରାଞ୍ଜାକ୍‌ଶନ ଟ୍ୟାକ୍ସ ଅର୍ଥାତ ନଗଦ ଉଠାଣ ଉପରେ ଟିକସ ଲାଗୁ କରିବାକୁ ଯାଉଛନ୍ତି। ପ୍ରାପ୍ତ ସୂଚନାନୁଯାୟୀ ନୀତି ନିର୍ଦ୍ଧାରକମାନେ ଏ ନେଇ ବିଚାରବିମର୍ଶ ଆରମ୍ଭ କରିଦେଇଛନ୍ତି। ନଗଦ ଉଠାଣକୁ ହତୋତ୍ସାହିତ କରିବାକୁ ଯାଇ ଏଭଳି ଟିକସ ବ୍ୟବସ୍ଥା ଲାଗୁ କରାଯାଇଥାଏ। ଏହାଛଡ଼ା ଉତ୍ତରାଧିକାର ସୂତ୍ରରେ ମିଳୁଥିବା ସମ୍ପତ୍ତି ଉପରେ ମଧ୍ୟ ଟିକସ ଲାଗୁ କରିବା ଲାଗି ବିଚାର କରାଯାଉଛି। ଏ ସମ୍ପର୍କରେ ଜଣେ ଅଧିକାରୀ କହିଛନ୍ତି ଯେ, ଏଥିନେଇ ବିଚାର କରାଯାଉଛି। ବାସ୍ତବରେ ଏହି ଟିକସ ଆଦାୟ କିଭଳି ପ୍ରଭାବଶାଳୀ ହେବ ତାହା ମଧ୍ୟ ବିଚାର କରାଯାଉଛି ବୋଲି ସେ କହିଛନ୍ତି। କାରଣ ଏଭଳି ଟିକସ ଅତ୍ୟନ୍ତ ସାମାନ୍ୟ ହୋଇଥାଏ। ଏଭଳି ବ୍ୟବସ୍ଥା ମାଧ୍ୟମରେ ସରକାର ରାଜସ୍ବ ଆଦାୟ କରିବାକୁ ଲକ୍ଷ୍ୟ ରଖିନାହାନ୍ତି, ବରଂ କଳାଧନ କାରବାରକୁ ରୋକିବା ଏହାର ଉଦ୍ଦେଶ୍ୟ ବୋଲି ସେ କହିଛନ୍ତି। ଏହାଦ୍ୱାରା ଡିଜିଟାଲ ଟ୍ରାଞ୍ଜାକଶନକୁ ପ୍ରୋତ୍ସାହନ ମିଳିବ, ଯାହା ପ୍ରଧାମନ୍ତ୍ରୀ ମୋଦି ଚାହୁଁଛନ୍ତି। ସୂଚନାଥାଉ କି, ୟୁପିଏ-୧ ବେଳେ ଅର୍ଥମନ୍ତ୍ରୀ ପି.ଚିଦାମ୍ବରମ ୨୦୦୫ ଜୁନ୍‌ ପହିଲାରେ ନଗଦ ଉଠାଣ ଉପରେ ପ୍ରଥମଥର ଟିକସ ଆଦାୟକୁ ଲାଗୁ କରିଥିଲେ। କିନ୍ତୁ ୨୦୦୯ ଏପ୍ରିଲ ପହିଲାରୁ ଏହାକୁ ହଟାଇ ନିଆଯାଇଥିଲା। କଳାଧନକୁ ରୋକିବା ଲାଗି ଅନ୍ୟ ବାଟ ଥିବାରୁ ଏଭଳି ପଦକ୍ଷେପର ଆବଶ୍ୟକତା ନାହିଁ ବୋଲି ସେତେବେଳେ କାରଣ ଦର୍ଶାଯାଇଥିଲା। ସେତେବେଳେ ଗୋଟିଏ ଦିନରେ ୫୦ ହଜାର ଟଙ୍କାରୁ ଅଧିକ ନଗଦ ଉଠାଣ ଉପରେ ୦.୧ ପ୍ରତିଶତ ଟିକସ ଆଦାୟ କରାଯାଉଥିଲା। ଅର୍ଥାତ୍‌ ପ୍ରତି ହଜାର ଟଙ୍କା ଉଠାଣରେ ଏକ ଟଙ୍କା ଟିକସ ଆଦାୟ କରାଯାଉଥିଲା। ଦେଖିବାକୁ ଗଲେ ଏହା ଅତ୍ୟନ୍ତ ନଗଣ୍ୟ। ସେଭିଙ୍ଗ୍‌ସ ଆକାଉଣ୍ଟ ଉଠାଣ ଉପରେ ଏହା ଲାଗୁ ହେଉ ନ ଥିଲା। ୨୦୦୫ରୁ ୨୦୦୯ ମଧ୍ୟରେ ଏ ବାବଦରେ ୧୦୦୦ କୋଟି ଟଙ୍କାର ରାଜସ୍ବ ଆଦାୟ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ;ଚୋକ୍‌ସିଙ୍କ ମେଡିକାଲ ରିପୋର୍ଟ ଯାଞ୍ଚ କରିବେ ବିଶେଷଜ୍ଞ ଦଳ

ମୁମ୍ବାଇ,୨୫-୬: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ(ପିଏନ୍‌ବି)ର ପ୍ରାୟ ସାଢ଼େ ୧୩ ହଜାର କୋଟି ଟଙ୍କାର ମହାଠକେଇ ମାମଲାର ଅନ୍ୟତମ ମୁଖ୍ୟ ଅଭିଯୁକ୍ତ ହୀରା ବ୍ୟବସାୟୀ ମେହୁଲ ଚୋକ୍‌ସିଙ୍କ...

ଆଜି ମୋରାଟୋରିୟମ ମାମଲାର ଶୁଣାଣି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ମୋରାଟୋରିୟମ ମାମଲାର ଶୁଣାଣି ବୁଧବାର କରିବେ। ଏହି ମାମଲାରେ ଅନେକ ଆବେଦନ ହୋଇଥିବା ବେଳେ ଏହାର ଶୁଣାଣି ବର୍ତ୍ତମାନ ଜାରି ରହିଛି। ଏହି...

ରାମରାଜ କଟନ ନାମରେ ମିଥ୍ୟା ଲିଙ୍କ୍‌

ନୂଆଦିଲ୍ଲୀ,୨୬ା୧୨: ରାମରାଜ କଟନ କମ୍ପାନୀ ଭାରତର ଏକ ଅଗ୍ରଣୀ ଟେକ୍ସଟାଇଲ ପ୍ରତିଷ୍ଠାନ। ଏହା ଗତ ୩୮ ବର୍ଷ ହେବ ଦେଶବାସୀଙ୍କୁ ସେବା ଯୋଗାଇ ଆସୁଛି। ଗୁଣାତ୍ମକ...

ବିଦାୟ ବେଳାରେ ସରକାରଙ୍କୁ ବିରାଲଙ୍କ ପରାମର୍ଶ: ବନ୍ଦ ହେଉ ଲାଭ ଦେଉ ନ ଥିବା ସବ୍‌ସିଡି ସ୍କିମ୍‌

ମୁମ୍ବାଇ,୨୪-୭ – ଭାରତୀୟ ରିଜର୍ଭ ବ୍ୟାଙ୍କ (ଆର୍‌ବିଆଇ)ର ସ୍ବାଧୀନତା ନେଇ ମୁଖର ଥିବା ଡେପୁଟି ଗଭର୍ନର ବିରାଲ ଆଚାର୍ଯ୍ୟ ନିଜ କାର୍ଯ୍ୟକାଳର ଶେଷ ଦିନରେ ମଙ୍ଗଳବାର କେନ୍ଦ୍ର...

ଆଉ ଛପା ହେବନି ୧୦୦୦ ଟଙ୍କିଆ ନୋଟ୍‌; ରଦ୍ଦ ହେଲା ଆଇନ

ନୂଆଦିଲ୍ଲୀ,୫-୮: ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍‌ବିଆଇ)କୁ ୧ହଜାର ଟଙ୍କିଆ ନୋଟ୍‌ ଛାପିବା ପାଇଁ ଅନୁମତି ଦେଉଥିବା ୧୯୯୮ର ଉଚ୍ଚ ମୂଲ୍ୟର ସଂଶୋଧିତ ଆଇନକୁ ପାର୍ଲାମେଣ୍ଟ ରଦ୍ଦ କରିଦେଇଛି।...

ସରକାରଙ୍କ ସହଯୋଗ ଲୋଡ଼ିଲା ଭୋଡାଫୋନ

ନୂଆଦିଲ୍ଲୀ,୧୩-୧୧: ବିଭିନ୍ନ ବୈଧାନିକ ଦେୟ ବାବଦକୁ ପ୍ରାୟ ୯୦ ହଜାର କୋଟି ଟଙ୍କା ପ୍ରଦାନ କରିବାକୁ ଟେଲିକମ୍‌ କମ୍ପାନୀଙ୍କୁ ସୁପ୍ରିମକୋର୍ଟ ନିକଟରେ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ...

ଏଲନ୍‌ ମସ୍କଙ୍କୁ ୫୦ ବିଲିୟନ ଡଲାର କ୍ଷତି

ଲଗାତର ଦ୍ୱିତୀୟ ଦିନ ଧରି ଟେସ୍‌ଲାର ଶେୟାର କାରବାର ଖସିଛି। ଫଳରେ ଏଲନ୍‌ ମସ୍କଙ୍କର ସମ୍ପତ୍ତିରେ ୫୦ ବିଲିୟନ ଡଲାର ହ୍ରାସ ହୋଇଛି। ବ୍ଲୂମ୍‌ବର୍ଗ ବିଲିୟନେୟାର...

ଲଗାତର ୮ ମାସ ଲାଗି ଉତ୍ପାଦନ କମାଇଲା ମାରୁତି

ନୂଆଦିଲ୍ଲୀ,୧୦-୧୧: ଦେଶରେ ମାନ୍ଦାବସ୍ଥା ଲାଗି ରହିଥିବା ବେଳେ ଦେଶର ପ୍ରମୁଖ ଯାନ ନିର୍ମାତା ମାରୁତି ସୁଜୁକି ପକ୍ଷରୁ ଲଗାତାର ଭାବେ ୮ ମାସ ଲାଗି ଉତ୍ପାଦନ...

Advertisement
Archives

Model This Week