ପୁଟିନ୍‌ଙ୍କ ମାଷ୍ଟର ପ୍ଲାନ୍‌: ୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦରେ ରହିବା ପାଇଁ ଯୋଜନା

ମସ୍କୋ,୨୨।୬: ରୁଷ୍‌ ରାଷ୍ଟ୍ରପତି ବ୍ଲାଡ଼ିମୀର ପୁଟିନ୍‌ ୨୦୩୬ ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦରେ ରହିବା ପାଇଁ ମାଷ୍ଟର ପ୍ଲାନ୍‌ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ବୃଦ୍ଧି ଲାଗି ସମ୍ବିଧାନ ସଂଶୋଧନର ଆବଶ୍ୟକତା ରହିଛି। ସରକାରଙ୍କ ଏହି ପ୍ରସ୍ତାବ ଉପରେ ଦେଶବ୍ୟାପୀ ଜନସାଧାରଣ ଜୁନ୍‌ ୨୫ରୁ ଜୁଲାଇ ୧ ମଧ୍ୟରେ ମତଦାନ କରିବେ। ମତଦାତା ଏହି ପ୍ରସ୍ତାବ ସପକ୍ଷରେ ଭୋଟ ଦେଇ ଏହାକୁ ମଞ୍ଜୁର କଲେ ପୁଟିନ ୨୦୩୬ ପର୍ଯ୍ୟନ୍ତ କ୍ଷମତାରେ ରହିପାରିବେ ବୋଲି ଏକ ସାକ୍ଷାତ୍‌କାରରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ୨୦୨୪ ପର୍ଯ୍ୟନ୍ତ ପୁଟିନ୍‌ କ୍ଷମତାରେ ଅଛନ୍ତି। ଏହି ପ୍ରସ୍ତାବକୁ ମଞ୍ଜୁରୀ ମିଳିଲେ ପୁଟିନ ୨ଟି କାର୍ଯ୍ୟକାଳ ପୁଣି ଶାସନ କରିବେ। ପ୍ରତି କାର୍ଯ୍ୟକାଳର ସମୟ ସୀମା ୬ ବର୍ଷ ରହିଛି। ଏହି ପ୍ରସ୍ତାବକୁ ସଂସଦ ଏବଂ ସାମ୍ବଧାନିକ ନ୍ୟାୟାଳୟର ସ୍ବୀକୃତି ମିଳି ସାରିଛି। ଏହା ଉପରେ ଏବେ ଜନସାଧାରଣଙ୍କର ମତର ଆବଶ୍ୟକତା ରହିଛି। ଏହି ମତଦାନ ମେ ୨୨ରୁ ଆରମ୍ଭ ହେବାର ଥିଲା। କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏହାକୁ ଘୁଞ୍ଚାଇ ଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଚାଇନାକୁ ପୁଣି ଥରେ କରୋନା ଫେରିଲେ ସ୍ଥିତି ହେବ ଭୟାବହ

ବେଜିଂ,୧୮।୫: ପୃଥିବୀରେ କରୋନା ସଂକ୍ରମିତ ଏବଂ ମୃତକଙ୍କ ସଂଖ୍ୟା ବଢ଼ିଚାଲିଛି। ସେହିପରି କରୋନା ସଂକ୍ରମଣକୁ ରୋକିବା ପାଇଁ ବହୁ ଦେଶରେ ଲକ୍‌ଡାଉନ୍‌ ମଧ୍ୟ ଜାରି ହୋଇଛି।...

ପ୍ରତିଶ୍ରୁତି ପାଳନ ନ କରି ପାରିବାରୁ ନିଜକୁ ଦଣ୍ଡ ଦେଲେ ମେୟର: ମହିଳାଙ୍କ ପୋଷାକ ପିନ୍ଧି ବୁଲିଲେ

ମେକ୍ସିକୋ ସିଟି,୬।୮: ନିର୍ବାଚନରେ ଦେଇଥିବା ପ୍ରତିଶ୍ରୁତି ପାଳନ ନ କରି ପାରିବାରୁ ଜଣେ ମେୟର ନିଜକୁ ଦଣ୍ଡ ଦେଇଛନ୍ତି। ସେ ସର୍ବସାଧାରଣ ସ୍ଥଳରେ ମହିଳାଙ୍କ ପୋଷାକ...

‘ହ୍ୟୁମାନ୍‌ ଏରର୍‌’ ପାଇଁ ଦୁର୍ଘଟଣାର ଶିକାର ହେଲା ୟୁକ୍ରେନ ବିମାନ: ଇରାନ

ଦୁବାଇ,୧୧।୧: ଗତ ବୁଧବାର ଇରାନର ତେହରାନ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ୟୁକ୍ରେନ ବିମାନକୁ ନେଇ ଏବେ ଇରାନ କହିଛି, ‘ହ୍ୟୁମାନ୍‌ ଏରର୍‌’ ପାଇଁ ଏହା ଦୁର୍ଘଟଣାର...

ପାକିସ୍ତାନରେ ଶିଖ୍‌ ଯୁବକଙ୍କୁ ହତ୍ୟା

ଇସ୍‌ଲାମାବାଦ,୫।୧: ପାକିସ୍ତାନର ପେଶାୱାରଠାରେ ଜଣେ ଶିଖ୍‌ ଯୁବକଙ୍କୁ ହତ୍ୟା କରାଯାଇଛି। ମୃତକ ହେଲେ ରବୀନ୍ଦ୍ର ସିଂହ। ଚାମକାନି ପୋଲିସ ଷ୍ଟେସନ ଅଞ୍ଚଳରୁ ରବୀନ୍ଦ୍ରଙ୍କ ମୃତଦେହ ମିଳିଛି।...

ଗଲ୍ଫ କୋର୍ସରେ ୧୫ ଫୁଟ କୁମ୍ଭୀର…

ମେକ୍ସିକୋ ସିଟି,୧୫।୭: ସୋସିଆଲ୍‌ ମିଡ଼ିଆରେ ସମ୍ପ୍ରତି ମେକ୍ସିକୋର ଏକ ଗଲ୍ଫ କୋର୍ସର ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଏହି ୧୫ ସେକେଣ୍ଡର ଭିଡ଼ିଓରେ ଏକ...

ଆଇଏସ୍‌ ଖୋରାସନ୍‌ ଉପରେ ଜାତିସଂଘର କଟକଣା

ଆଇଏସ୍‌ ଖୋରାସନ୍‌ ଉପରେ ଜାତିସଂଘର କଟକଣା ଜାତିସଂଘ,୧୬ା୫ : ଜାତିସଂଘ ପକ୍ଷରୁ ଆଇଏସ୍‌ର ଦକ୍ଷିଣ ଏସିଆ ଆତଙ୍କବାଦୀ ଶାଖା ‘ଆଇଏସ୍‌ ଖୋରାସନ୍‌’ ଉପରେ କଟକଣା ଲଗାଯାଇଛି।...

କରୋନା ସଂକ୍ରମଣ ରୋକିବାକୁ ସକ୍ଷମ କି କ୍ଲୋରିନ୍‌ ଡାଇଅକ୍ସାଇଡ୍‌

ନୂଆଦିଲ୍ଲୀ/ଓ୍ବାଶିଂଟନ,୨୦।୪: ସାରା ପୃଥିବୀରେ କରୋନା ସଂକ୍ରମଣ ନେଇ ଆତଙ୍କ ଜାରି ରହିଛି। ଏପରିସ୍ଥଳେ କେତେକ ଲୋକ ବିଭିନ୍ନ ସୋସିଆଲ୍‌ ମିଡ଼ିଆରେ କରୋନା ସଂକ୍ରମଣଠାରୁ ଦୂରେଇ ରହିବା...

ନରସଂହାର ଭାରତ ପାଇଁ ବଡ଼ ବିପଦ, କହିଲେ ଆମେରିକା ରାଷ୍ଟ୍ରଦୂତ…

ଓ୍ବାଶିଂଟନ, ୧।୭ : ଅନ୍ତର୍ଜାତୀୟ ଧାର୍ମିକ ସ୍ବାଧୀନତା ଉପରେ ଭାରତୀୟ-ଆମେରିକୀୟ ରାଷ୍ଟ୍ରଦୂତ ରାଶାଦ ହୁସେନ ଭାରତରେ ନରସଂହାର ବଡ଼ ବିପଦ ସୃଷ୍ଟି କରିଥିବା କହିଛନ୍ତି। ଭାରତରେ...

Advertisement
Archives

Model This Week