ପୁଅ ଦ୍ୱିତୀୟଥର ବିଧାୟକ ନିର୍ବାଚିତ, ଏବେ ବି ଗାଡି ପଙ୍କଚର ମାରୁଛନ୍ତି ପିତା

ଭୋପାଳ,୧୩।୨: ଭୋପାଳର ବୋଗଦା ଅଞ୍ଚଳରେ ଥିବା ଏକ ଛୋଟ ଗ୍ୟାରେଜ୍‌ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ଗ୍ୟାରେଜ୍‌ର ମାଲିକ ହେଉଛନ୍ତି ଦିଲ୍ଲୀର ଜଙ୍ଗପୁରା ବିଧାନସଭା ଆସନରୁ ଲଗାତର ଦ୍ୱିତୀୟଥର ପାଇଁ ବିଧାୟକ ନିର୍ବାଚିତ ହୋଇଥିବା ବିଧାୟକ ପ୍ରବୀଣ କୁମାରଙ୍କ ପିତା ପିଏନ ଦେଶମୁଖ। ମୂଳତଃ ଭୋପାଳ ବାସିନ୍ଦା ପ୍ରବୀଣ ଆମ୍‌ ଆଦ୍‌ମୀ ପାର୍ଟି(ଏଏପି) ପକ୍ଷରୁ ନିର୍ବାଚନ ଲଢି ଜିତିଛନ୍ତି। ତାଙ୍କ ପିତା ୧୯୭୯ରୁ ବୋଗଦା ଅଞ୍ଚଳରେ ଏକ ଛୋଟ ଗ୍ୟାରେଜ୍‌ କରି ଗାଡି ପଙ୍କଚର ମାରିବା ସହ ସଜାଡୁଥିଲେ। ପୁଅ ୨୦୧୫ରେ ପ୍ରଥମଥର ଲାଗି ବିଧାୟକ ନିର୍ବାଚିତ ହେବା ପରେ ମଧ୍ୟ ସେ ଏହି କାର୍ଯ୍ୟରୁ ଓହରି ନ ଥିଲେ। ଦେଶମୁଖଙ୍କ ଦ୍ୱିତୀୟ ପୁଅ ସଫ୍ଟଓ୍ବେୟାର ଇଞ୍ଜିନିୟର। ତଥାପି ସକାଳୁ ଗ୍ୟାରେଜ୍‌ ଖୋଲି ଟାୟାର ସଜାଡିବା, ଗାଡି ପଙ୍କଚର ଦେବା ତାଙ୍କ ନିତିଦିଆ କାମ। ୨୦୧୧ରେ ଆନ୍ନା ଆନ୍ଦୋଳନ ସହ ଜଡିତ ଥିବା ପ୍ରବୀଣ ପରେ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ସମ୍ପର୍କରେ ଆସି ନିର୍ବାଚନ ଲଢିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଢ଼େଇ କୋଟି ଟଙ୍କାର ପେଣ୍ଟିଂକୁ ବିମାନବନ୍ଦରରେ ଭୁଲି ଯାଇଥିଲେ ବ୍ୟବସାୟୀ, ସଫେଇ କର୍ମଚାରୀ ଅଳିଆ ଭାବି…

ଜଣେ ବ୍ୟବସାୟୀ ଜର୍ମାନୀର ବିମାନବନ୍ଦରରେ ଫ୍ରାନ୍ସର ଡାକ୍ତର ୟେଭ ଟୁଙ୍ଗୁଙ୍କ ଏକ ମହଙ୍ଗା ଚିତ୍ର ଭୁଲିଯାଇଥିଲେ। ପରେ ପ୍ରାୟ ୨.୫ କୋଟିର ପେଣ୍ଟିଂ ସହିତ ଯାହା...

କରୋନା ମଧ୍ୟରେ ଜିକା ସଂକ୍ରମଣ ବଢ଼ାଇଲା ବିପଦ

ମୁମ୍ବାଇ,୧୦।୮: କରୋନା ଭାଇରସ୍‌ ସଂକ୍ରମଣ ନସରୁଣୁ ଏବେ ଜିକା ଭାଇରସ୍‌ ସଂକ୍ରମଣ ବିପଦ ଦେଖାଦେଲାଣି। ବର୍ତ୍ତମାନ ମହାରାଷ୍ଟ୍ରରେ ଡେଙ୍ଗୁ ଚିନ୍ତାର କାରଣ ପାଲଟିଛି। ତେବେ ଜିକା...

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ମତାମତ ନୁହେଁ ଭାରତର ବକ୍ତବ୍ୟ: ଜୟଶଙ୍କର..

ନୂଆଦିଲ୍ଲୀ,୧୯।୫: ଦେଶରେ ଜାରି ରହିଥିବା କରୋନା ମହାମାରୀ ସଂକ୍ରମଣ ନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ମତାମତ ନେଇ ଭାରତ ସିଙ୍ଗାପୁର ସମ୍ପର୍କରେ ଫାଟ ସୃଷ୍ଟି...

ଏଲ୍‌ଓସିରେ ଯବାନ ଶହୀଦ

ଜମ୍ମୁ,୧୨ା୧୦(ପି.ଟି.): ଜମ୍ମୁ-କଶ୍ମୀର ସଂଲଗ୍ନ ନିୟନ୍ତ୍ରଣରେଖା (ଏଲ୍‌ଓସି)ରେ ପାକିସ୍ତାନ ଶୁକ୍ରବାର ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଏଥିରେ ଜଣେ ଯବାନ ଶହୀଦ ଓ ଦୁଇ ଆହତ ହୋଇଛନ୍ତି।...

କାଳ ସାଜିଲା କରୋନା: ଗୋଟିଏ ଭୁଲ୍‌ ଯୋଗୁ ମା’ଙ୍କ ସହ ୫ ପୁଅଙ୍କ ମୃତ୍ୟୁ; ଏଭଳି ବ୍ୟାପିଲା ସଂକ୍ରମଣ

କାଳ ହୋଇଛି ମହାମାରୀ କରୋନା। ଝାଡଖଣ୍ଡର ଗୋଟିଏ ପରିବାରର ହସଖୁସି ଛଡ଼ାଇ ନେଇଛି ଏହି ମହାମାରୀ। ଏଥିରେ ସଂକ୍ରମିତ ହେବା ପରେ ପରିବାରର ୬ଜଣ ସଦସ୍ୟଙ୍କ...

ପ୍ରଥମ ଅଫର ଅନ୍ତରାଳେ..

ଯେ କୌଣସି ଭୂମିକା ହେଉ ତାହାକୁ ତୁଲାଇବାରେ କଙ୍ଗନା ରାଣାଓ୍ବତ୍‌ କେତେ ସକ୍ଷମ ତାହା ତାଙ୍କ ଅଭିନୀତ ସିନେମାଗୁଡ଼ିକରୁ ଜଣାପଡ଼ିଥାଏ। ତାଙ୍କୁ ବଡ଼ ପରଦା ପାଇଁ...

ମୁଁ ଅଛି ଓ ମୁଁ ବଞ୍ଚିବି

କ୍ୟାନ୍‌ସର ବା କର୍କଟ ସମ୍ପର୍କରେ ସଚେତନତା ସୃଷ୍ଟିକରିବା ତଥା ଏହାର ନିରାକରଣ, ନିରୂପଣ ଓ ଚିକିତ୍ସା ପଦ୍ଧତିରେ ଉନ୍ନତି ଆଣିବା ପାଇଁ ପ୍ରତିବର୍ଷ ୪ ଫେବୃୟାରୀରେ...

ଲକ୍‌ଡାଉନ ପରେ ଅନିଶ୍ଚିତତା

ନୂଆଦିଲ୍ଲୀ,୧୯।୪: କରୋନା ମହାମାରୀ ବିଶ୍ୱର ଅଧିକାଂଶ ଦେଶକୁ ବ୍ୟାପିବା ପରେ ଏହାର ସଂକ୍ରମଣ ରୋକିବା ପାଇଁ ଗୋଟିଏ ପରେ ଗୋଟିଏ ଦେଶ କଠୋର ପଦକ୍ଷେପମାନ ଗ୍ରହଣ...

Advertisement


Archives

Model This Week