ପୁଅକୁ ତାଲା ପକାଇ ରଖୁଥିଲେ ମା’

କଟକ ଅଫିସ,୧୮ା୧୧: ୯ ବର୍ଷର ନାବାଳକଙ୍କୁ ଘର ଭିତରେ ରଖି ବାହାର ପଟୁ ତାଲା ଦେଇ କର୍ମକ୍ଷେତ୍ରକୁ ଯାଉଥିଲେ ମା’। ସିଡିଏ ବିରେନ ମିତ୍ର ପାର୍କ ନିକଟରେ ରବିବାର ଏଭଳି ଘଟଣା ଦେଖିବାକୁ ମିଳିଛି। ଦୈନିକ ମା’ ଜଣଙ୍କ ନାବାଳକଙ୍କୁ ତାଲା ଦେଇ ବାହାରକୁ ପଳାଇବା ଘଟଣାକୁ ଦେଖି ଲୋକଙ୍କ ମନରେ ସନ୍ଦେହଜାତ ହୋଇଥିଲା। ସ୍ଥାନୀୟ ଲୋକେ ଏ ସମ୍ପର୍କରେ ଚାଇଲ୍ଡ ଲାଇନକୁ ଫୋନ କରିଥିଲେ। ଚାଇଲ୍ଡ ଲାଇନ ସଂଯୋଜକ ନାରାୟଣ ଶୁକ୍ଳ ଓ ଜିଲା ଶିଶୁ ମଙ୍ଗଳ କମିଟି ସଦସ୍ୟ ଚିତ୍ତରଞ୍ଜନ ମହାନ୍ତି ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ନାବାଳକଙ୍କ ମା’ ଆସି ସେଠାରେ ପହଞ୍ଚିବା ପରେ ଘରର ତାଲା ଖୋଲାଯାଇଥିଲା। ଘର ଭିତରେ ନାବାଳକ ଥିବା ଉଭୟ ଶୁକ୍ଳ ଓ ମହାନ୍ତି ଦେଖିବାକୁ ପାଇଥିଲେ। ପୁନର୍ବାର ଏଭଳି ନ କରିବା ପାଇଁ ମା’ ଜଣଙ୍କ ଅଣ୍ଡରଟେକିଂ ଲେଖି ଦେଇଥିଲେ। ଫଳରେ ଶୁକ୍ଳ ଓ ମହାନ୍ତି ସେଠାରୁ ଫେରିଥିଲେ। ଶୁକ୍ଳଙ୍କ କହିବା ଅନୁଯାୟୀ, ପାରିବାରିକ ବିଶୃଙ୍ଖଳା ଯୋଗୁ ମହିଳା ଜଣଙ୍କ ଏଠାରେ ଘରଭଡ଼ା ନେଇ ରହିବା ସହ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରନ୍ତି। ତେଣୁ ପ୍ରତିଦିନ କମ୍ପାନୀକୁ ଯିବା ସମୟରେ ସେ ପୁଅକୁ ଘର ଭିତରେ ରଖି ବାହାରପଟୁ ତାଲାଦେଇଥାନ୍ତି। ପାଖାପାଖି ୮ରୁ ୯ ଘଣ୍ଟା ଧରି ନାବାଳକ ଜଣଙ୍କ ଘର ଭିତରେ ଏକୁଟିଆ ରହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଣ୍ଡାଘାଟିରେ ଜଳକଷ୍ଟ: ବର୍ଷାଦିନେ ବି ଚୁଆପାଣି ଭରସା

ଗୋବିନ୍ଦପାଲି,୨୨ା୭(ଡି.ଏନ.ଏ.)- ମାଲକାନଗିରି ଜିଲା ଖଇରପୁଟ ବ୍ଲକ ବଣ୍ଡାଘାଟି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ଦେଖିବାକୁ ମିଳିଛି। ବର୍ଷାଦିନେ ମଧ୍ୟ ଲୋକେ ଚୁଆପାଣି ଉପରେ ନିର୍ଭର କରୁଛନ୍ତି।...

ଛତ୍ରପୁର ଏନ୍‌ଏସି ଉପାଧ୍ୟକ୍ଷ ହେଲେ ଜି. ପାପା ରାଓ

ଛତ୍ରପୁର,୭ା୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଏନ୍‌ଏସି ଉପାଧ୍ୟକ୍ଷ ଭାବେ ୪ ନମ୍ବର ଓ୍ବାର୍ଡ ବିଜେଡି କାଉନସିଲର ଜି. ପାପା ରାଓ ଗୁରୁବାର ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି।...

ଦିନରେ ଭୋକରେ ରହିଲେ, ସନ୍ଧ୍ୟାରେ ମିଳିଲା ମଧ୍ୟାହ୍ନଭୋଜନ

ନବରଙ୍ଗପୁର,୧୭ା୧୧(ବି.ପ୍ର.): ହଷ୍ଟେଲ ଛାଡ଼ି ପ୍ରଧାନ ଶିକ୍ଷକ ଚାଲିଗଲେ। ପିଲାଙ୍କୁ ମିଳିଲାନି ମଧ୍ୟାହ୍ନ ଭୋଜନ ା ଭୋକ ଦିନସାରା ରହିଲେ ୭୨ ଛାତ୍ର। ସମସ୍ୟା ବୁଝିବାକୁ ମଧ୍ୟ...

ଅଣକୃଷି ଉତ୍ପାଦକ ସଙ୍ଗଠନକୁ ନାବାର୍ଡର ଅଣଦେଖା

ରସୁଲପୁର,୨୪ା୯(ଡି.ଏନ୍‌.ଏ): ରସୁଲପୁର ବ୍ଲକ ପ୍ରଥମାଖଣ୍ଡି ପଞ୍ଚାୟତ ଅଧୀନ ଗୋପାଳପୁର ଗାଁକୁ ୧୭ ତାରିଖରେ ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ)ର ଅଧ୍ୟକ୍ଷ ଡ....

ହୋଲ୍ଡିଂ ଟିକସ ବୃଦ୍ଧିକୁ ବିରୋଧ

ବାରିପଦା ଅଫିସ,୨୧।୫ ମୟୂରଭଞ୍ଜ ଜିଲା ବାରିପଦା ପୌର ପରିଷଦ ଅଞ୍ଚଳରେ ମାତ୍ରାଧିକ ହୋଲ୍ଡିଂ ଟିକସ ବୃଦ୍ଧି ପ୍ରତିବାଦରେ ଭଞ୍ଜସେନାର ଏକ ପ୍ରତିନିଧି ଦଳ ଶୁକ୍ରବାର ପୌରାଧ୍ୟକ୍ଷଙ୍କୁ...

ଟିଟୋ ଗ୍ୟାଙ୍ଗ୍‌ର ୪ ଗିରଫ

କଟକ ଅଫିସ,୨୮।୭: ଟିଟୋ ଗ୍ୟାଙ୍ଗ୍‌ ସହ ସମ୍ପୃକ୍ତ ଥିବା ୪ ଜଣ କୁଖ୍ୟାତ ଅଭିଯୁକ୍ତଙ୍କୁ ଚାଉଳିଆଗଞ୍ଜ ଥାନା ପୋଲିସ ଗିରଫ କରିଛି। ଡକାୟତି ପାଇଁ ଯୋଜନା...

ଏମଜିଏନଆରଇଜିଏସ୍‌ରେ ଶ୍ରମିକଙ୍କୁ ମିଳୁନି ପ୍ରାପ୍ର୍ୟ: ପିଡି ଡିଆର୍‌ଡିଏଙ୍କୁ ଦାବିପତ୍ର ପ୍ରଦାନ

ଭବାନୀପାଟଣା,୨୮।୬(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲାର ନର୍ଲା ବ୍ଲକରେ ଏମଜିଏନଆରଇଜିଏସ୍‌ ବାଟବଣା ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ୧୨ ଜଣ ଶ୍ରମିକ ପିଡି ଡିଆର୍‌ଡିଏଙ୍କୁ ଲିଖିତ...

ପରିବା ଟ୍ରକ୍‌ ଓଲଟି ମହାରାଷ୍ଟ୍ରର ୨ ମୃତ

ଭଞ୍ଜନଗର,୧୮ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ତାରାସିଂଙ୍ଗ ଥାନା ଅନ୍ତର୍ଗତ ଜାଡ଼ଧାର ଗ୍ରାମ ନିକଟରେ ଗୁରୁବାର ରାତିରେ ଏକ ପରିବା ବୋଝେଇ ଟ୍ରକ୍‌ ଗଛରେ ପିଟି...

Advertisement
Archives

Model This Week