Posted inଖେଳ

ପିସିବି କ୍ରିକେଟ କମିଟି: ମହସିନଙ୍କ ସ୍ଥାନରେ ଆକ୍ରମ ହେବେ ଚେୟାରମ୍ୟାନ

କରାଚୀ, ୨୧ା୬ (ପି.ଟି.)-ପୂର୍ବତନ ଟେଷ୍ଟ କ୍ରିକେଟର ମହସିନ ଖାଁ ପାକିସ୍ତାନ କ୍ରିକେଟ ବୋର୍ଡ(ପିସିବି) କ୍ରିକେଟ କମିଟି ଚେୟାରମ୍ୟାନ ପଦବୀରୁ ଓହରିଯାଇଛନ୍ତି। ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଓ୍ବାସିମ ଆକ୍ରମ କମିଟିର ନୂତନ ମୁଖ୍ୟ ହେବେ। କ୍ରିକେଟ କମିଟିରୁ ତାଙ୍କୁ ଅବ୍ୟାହତି ଦେବା ଲାଗି ମହସିନ ପିସିବି ଚେୟାରମ୍ୟାନ ଏହେସାନ ମନିଙ୍କୁ ଅନୁରୋଧ କରିଥିଲେ। ସୂଚନାଯୋଗ୍ୟ, କ୍ରିକେଟ କମିଟି ପାକିସ୍ତାନ ଦଳ ଏବଂ ଏହା ସହଯୋଗୀ ଷ୍ଟାଫ୍‌ଙ୍କ ଗତ ୩ ବର୍ଷର ପ୍ରଦର୍ଶନକୁ ସମୀକ୍ଷା କରିବ ବୋଲି ବୁଧବାର ପିସିବି ଘୋଷଣା କରିଥିଲା। ଗୁରୁବାର ପିସିବି ବୋର୍ଡ ଅଫ୍‌ ଗଭର୍ନର୍ସ ବୈଠକ ବସିଥିଲା। ଏଥିରେ ସମ୍ବିଧାନ ସଂଶୋଧନ କରାଯାଇ ପରିଚାଳନା ନିର୍ଦ୍ଦେଶକଙ୍କ କ୍ଷମତା ପରିସରକୁ ବୃଦ୍ଧି କରାଯାଇଥିଲା। ଏହେସାନ ମନି କହିଛନ୍ତି ମହସିନଙ୍କ ଭଳି ଜଣେ ବ୍ୟକ୍ତିକୁ ଆମେ ଛାଡ଼ିବାକୁ ଚାହୁଁନା, କିନ୍ତୁ ତାଙ୍କ ନିଷ୍ପତ୍ତିକୁ ଆମେ ସମ୍ମାନ ଦେବାକୁ ଚାହୁଁ। ଅନ୍ୟପକ୍ଷରେ ମହସିନ କହିଛନ୍ତି, ପାକିସ୍ତାନ କ୍ରିକେଟ ପାଇଁ କାର୍ଯ୍ୟକରିବା ଲାଗି ମୁଁ ସବୁବେଳେ ଉପଲବ୍ଧ। ମୋ ଅତୀତ ରେକର୍ଡ ଭିତ୍ତିରେ ଉପଯୁକ୍ତ ପଦବୀ ମିଳିଲେ ମୁଁ ଗ୍ରହଣ କରିବାକୁ ପ୍ରସ୍ତୁତ। ମହସିନ କ୍ରିକେଟ କମିଟିରୁ ଓହରିଯିବା ଅର୍ଥ ବିଶ୍ୱକପ୍‌ ପରେ ତାଙ୍କୁ ଏକ ଗୁରୁଦାୟିତ୍ୱ ପ୍ରଦାନ କରିବା ଲାଗି ବୋର୍ଡ ଯୋଜନା କରୁଥିବା ସ୍ପଷ୍ଟ ସୂଚନା ମିଳୁଛି। ସୂଚନାଯୋଗ୍ୟ, ମହସିନ, ଓ୍ବାସିମ ଓ ମିସ୍‌ବା ଟେଲିଭିଜନ ଏବଂ ୟୁଟୁବ୍‌ର ବିଭିନ୍ନ କାର୍ଯ୍ୟକ୍ରମରେ କ୍ରିକେଟ ବିଶେଷଜ୍ଞ ଭାବେ ଅଂଶଗ୍ରହଣ ଚଳିତ ବିଶ୍ୱକପ୍‌ରେ ପାକିସ୍ତାନ ପ୍ରଦର୍ଶନକୁ ନେଇ କଡ଼ା ସମାଲୋଚନା କରିଛନ୍ତି। ଓ୍ବାସିମ ନିକଟ ଅତୀତରେ ସ୍ପଷ୍ଟ କରିଥିଲେ ପାକିସ୍ତାନ କ୍ରିକେଟ ବ୍ୟବସ୍ଥାରେ ଆମୂଳଚୁଳ ପରିବର୍ତ୍ତନ ଦରକାର। କ୍ରିକେଟ କମିଟି ଠିକଣାରୂପେ କାର୍ଯ୍ୟ କରୁ ନାହିଁ। ଅନ୍ୟପକ୍ଷରେ ବିଶ୍ୱକପ୍‌ ପରେ ଏହାର ସୁପାରିସ ଚେୟାରମ୍ୟାନ ଏବଂ ବୋର୍ଡ ଅଫ୍‌ ଗଭର୍ନସର୍ର୍ଙ୍କ ନିକଟକୁ ପଠାଇବ ଲାଗି କ୍ରିକେଟ କମିଟିକୁ ପିସିବି ନିର୍ଦ୍ଦେଶ ଦେଇଛି। ଖବର ଅନୁସାରେ ଆଇସିସି ବିଶ୍ୱକପ୍‌ ପରେ ଅଧିନାୟକ, ଟିମ୍‌ ମ୍ୟାନେଜମେଣ୍ଟ ଏବଂ ସିଲେକ୍ସନ କମିଟିରେ ପରିବର୍ତ୍ତନ ସହ ଖେଳାଳିମାନଙ୍କ ଲାଗି ନୂଆ ନିୟମ ଲାଗୁ କରାଯିବା ଲାଗି ଯୋଜନା ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କାହିଁକି କୋହଲିଙ୍କ ଉପରେ ଖପ୍ପା ଭାରତୀୟ ପ୍ରଶଂସକ… ଜାଣନ୍ତୁ କେବେଠାରୁ ମାରି ନାହାନ୍ତି ଶତକ

ନୂଆଦିଲ୍ଲୀ,୨୭।୬: ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲରେ ଟିମ୍‌ ଇଣ୍ଡିଆର ଲଜ୍ଜାଜନକ ପରାଜୟ ପରେ ଦଳର ବ୍ୟାଟ୍ସମ୍ୟାନଙ୍କ ଉପରେ ଖପ୍ପା ହୋଇଛନ୍ତି ଭାରତୀୟ ପ୍ରଶଂସକ। ଦ୍ୱିତୀୟ...

ପଞ୍ଜାବର କାହାଣୀ ଶେଷ

ଶାରଜା,୩।୧୦: ଶାରଜାର ପିଚ୍‌ରେ ୧୬୫ ରନ୍‌ର ବିଜୟ ଲକ୍ଷ୍ୟର ପିଛା କରୁଥିବା ପଞ୍ଜାବ କିଙ୍ଗ୍ସ ବିନା କ୍ଷତିରେ ୧୧ ଓଭରରେ ୯୧ ରନ୍‌ କରିଥିଲା। ଲଗୁଥିଲା...

ଏନ୍‌ସିଏ ମୁଖ୍ୟ ପଦବୀ ପାଇଁ ପୁଣି ଆବେଦନ କଲେ ଦ୍ରାବିଡ

ବେଙ୍ଗାଲୁରୁ,୧୯।୮: ଭାରତୀୟ କ୍ରିକେଟଜଗତରେ ରାହୁଲ ଦ୍ରାବିଡ଼ ଅନ୍ୟତମ ସମ୍ମାନିତ ଖେଳାଳି। ସେ ଜଣେ ସକ୍ରିୟ କ୍ରିକେଟର ହିସାବରେ ତ କେବେ କୋଚିଂ କ୍ୟାରିୟରକୁ ନେଇ ଚର୍ଚ୍ଚାରେ...

ସେମିଫାଇନାଲରେ ଭାରତ

ହାଙ୍ଗଝୋ,୨୧।୯: ଆଜି ଏସିଆନ ଗେମ୍ସ ୨୦୨୩ରେ ମହିଳା କ୍ରିକେଟ ଇଭେଣ୍ଟରେ ଭାରତ ଏବଂ ମାଲେସିଆ ମଧ୍ୟରେ ଏକ ମ୍ୟାଚ ଖେଳାଯାଇଥିଲା। ବର୍ଷା ଯୋଗୁ ଏହି କ୍ୱାର୍ଟର...

ରାହୁଲ-ରୋହିତ ମୁକାବିଲା

ଆବୁଧାବି, ୧।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଆଜି ଭାରତୀୟ ଦଳର ଦୁଇ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଦଳ ମଧ୍ୟରେ ରୋଚକ...

ଭାରତ ସିରିଜ ପରେ ସନ୍ନ୍ୟାସ ନେବେ ଗେଲ୍‌

ମାଞ୍ଚେଷ୍ଟର, ୨୭।୬(ପି.ଟି.)- ବିସ୍ଫୋରକ ଓ୍ବେଷ୍ଟଇଣ୍ଡିଜ ଓପନିଂ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ନେଇ ତାଙ୍କ ମତ ବଦଳାଇଛନ୍ତି। ଘରୋଇ ମାଟିରେ ଭାରତ...

ଖ୍ରୀଷ୍ଟିଆନ ପରେ ଏବେ ହିନ୍ଦୁ ରୀତିନୀତିରେ ବିବାହ କଲେ ହାର୍ଦ୍ଦିକ

ଭାରତର ତାରକା କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଖ୍ରୀଷ୍ଟିଆନ ପରେ ଏବେ ହିନ୍ଦୁ ରୀତିନୀତି ଅନୁଯାୟୀ ନତାଶା ଷ୍ଟାନକୋଭିକଙ୍କୁ ବିବାହ କରିଛନ୍ତି। ହାର୍ଦ୍ଦିକ ଇନଷ୍ଟାଗ୍ରାମରେ ଏହାର ଫଟୋ...

ପ୍ରଥମ ଥର ଝିଅଙ୍କ ସହ ବିଜ୍ଞାପନରେ ନଜର ଆସିଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ଏବେ ମାତ୍ର ୫ ବର୍ଷର। ମାତ୍ର ୫ ବର୍ଷ ବୟସରୁ ସେ...

Advertisement
Archives

Model This Week