ପିଲାଙ୍କ ସୁରକ୍ଷା ପାଇଁ ନେହୁରା ହେଲେ କ୍ୟାନସର ପୀଡ଼ିତା

କଟକ ଅଫିସ, ୧୦।୯: ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ସୋମବାର ଏକ କରୁଣ ଦୃଶ୍ୟ ଦେଖିବାକୁ ମିଳିଛି। କର୍କଟ ରୋଗରେ ପୀଡ଼ିତ ମହିଳା ମୁନି ଖାତୁନ ନିଜ ୩ କୁନି ଛୁଆଙ୍କୁ ଆଶ୍ରୟ ଦେବା ପାଇଁ ନିବେଦନ କରୁଥିଲେ। ମୋ ୩ ପିଲାଙ୍କୁ କେହି ଜଣେ ରଖିଥାଅ। ମୋ ସ୍ବାମୀ ଜାଣିଲେ ଛୁଆମାନଙ୍କୁ ବିକିଦେବେ। ମୁଁ ଡାକ୍ତରଖାନାରେ ଭଲ ହୋଇସାରିଲେ ସେମାନଙ୍କୁ ନେଇ ଆସିବି ବୋଲି ଗୁହାରି କରୁଥିଲେ। ଏହି ଘଟଣା ଜଣାପଡ଼ିବା ପରେ ମେଡିକାଲ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଥିଲା। ସାମାଜିକ କର୍ମୀ ଅଭିମନ୍ୟୁ ଦାସ ଖବରପାଇ ମୁନିଙ୍କ ପାଖରେ ପହଞ୍ଚତ୍ବା ସହ କର୍ତ୍ତୃପକ୍ଷଙ୍କ କାନରେ କଥା ପକାଇଥିଲେ। ପରେ ୩ ଛୁଆଙ୍କୁ ଜିଲା ଶିଶୁ ମଙ୍ଗଳ କମିଟି (ସିଡବ୍ଲ୍ୟୁସି)କୁ ହସ୍ତାନ୍ତର କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମୁନି ବେସାହାରା ଭାବେ ମେଡିକାଲ ବାରଣ୍ଡାରେ ପଡ଼ିଛନ୍ତି। ତାଙ୍କୁ ଅଭାବଗ୍ରସ୍ତ ରୋଗୀ ଭାବେ ଚିହ୍ନଟ କରାଯାଇ ସରକାରୀ ସ୍ତରରେ ମିଳୁଥିବା ସମସ୍ତ ସହାୟତା ପ୍ରଦାନ କରାଯାଉ ବୋଲି ଦାବି ହୋଇଛି।
ସୂଚନାଥାଉ କି, କେନ୍ଦୁଝର ବରପଦା ଅଞ୍ଚଳର ମୁନି ବିହାର ରାଜ୍ୟ କିଷାନଗଞ୍ଜ ଅଞ୍ଚଳର ଗୁଣ ଖାତୁନଙ୍କୁ ପ୍ରେମ ବିବାହ କରିଥିଲେ। ମୁନିଙ୍କର ତିନୋଟି ଛୋଟ ପିଲା ଅଛନ୍ତି। ସେମାନଙ୍କ ମଧ୍ୟରେ ୨ ଝିଅ ଓ ଜଣେ ପୁଅ। କିଛିମାସ ତଳେ ପାରିବାରିକ କଳହ ଯୋଗୁ ମୁନିଙ୍କୁ ଗୁଣ ଘରୁ ବାହାର କରିଦେଇଥିଲେ। ଅର୍ଥ ଅଭାବରୁ ସବୁବେଳେ ଗଣ୍ଡଗୋଳ ହେଉଥିଲା ବୋଲି ମୁନି କହିଛନ୍ତି। ଏପରି କି ସ୍ବାମୀ ଗୁଣ ପିଲାମାନଙ୍କୁ ବିକିବା ପାଇଁ ଚେଷ୍ଟା କରୁଥିଲେ ବୋଲି ସେ ଅଭିଯୋଗ ଉଠାଇଛନ୍ତି। ତିନି ପିଲାଙ୍କୁ ଧରି ଓଡ଼ିଶା ଆସି କେନ୍ଦୁଝର ଆନନ୍ଦପୁର ଅଞ୍ଚଳରେ ମୁନି ଘରଭଡ଼ା ନେଇ ରହୁଥିଲେ। କିଛିଦିନ ତଳେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା। ସେ ପରୀକ୍ଷା କରିବାରୁ ଜାଣିବାକୁ ପାଇଥିଲେ ଯେ ତାଙ୍କୁ କ୍ୟାନସର ହୋଇଛି। ତିନିଦିନ ହେବ ସେ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ନିଜେ ରୋଗାଗ୍ରସ୍ତ ହୋଇ ଅସହ୍ୟ ଯନ୍ତ୍ରଣା ସହୁଥିବା ବେଳେ ୩ ପିଲାଙ୍କ ଦେଖାଶୁଣା କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଛି। ମୁନି ନିଜ ପିଲାମାନଙ୍କୁ ନେଇ ପାଖରେ ରଖିବା ପାଇଁ କେତେଜଣ ରୋଗୀ ସମ୍ପର୍କୀୟଙ୍କ ଗୋଡ଼ ଧରୁଥିବା ଭଳି କରୁଣ ଚିତ୍ର ଦେଖିବାକୁ ମିଳିଥିଲା। ଅଭିମନ୍ୟୁ ମୁନିଙ୍କୁ ଭେଟିବା ପରେ ମେଡିକାଲ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରିଥିଲେ। ପରେ ଜିଲା ଶିଶୁ ମଙ୍ଗଳ କମିଟି କର୍ମକର୍ତ୍ତାଙ୍କୁ ଡକା ଯାଇଥିଲା। ଚୌଦ୍ୱାରସ୍ଥିତ ଏକ ଆଶ୍ରମରେ ମୁନିଙ୍କର ୩ ପିଲାଙ୍କୁ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ନଦୀବାଲି ନୀତିକୁ ମଞ୍ଜୁରୀ

ଭୁବନେଶ୍ୱର,୨୮।୮(ବ୍ୟୁରୋ): ରାଜ୍ୟରେ ନଦୀବାଲିର ସୁବିନିଯୋଗ ଓ ସୁପରିଚାଳନା ପାଇଁ ଓଡ଼ିଶା ନଦୀବାଲି ନୀତି-୨୦୨୧ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ବାଲି ଚାହିଦା...

ସଙ୍କଳ୍ପବଦ୍ଧ ହୋଇ କାର୍ଯ୍ୟ କରିବାକୁ ପରାମର୍ଶ

ଅନୁଗୋଳ ଅଫିସ, ୨୮।୯ ଅନୁଗୋଳ ଜିଲାରେ ଜଳସେଚନର ଅନେକ ସମ୍ଭାବନା ରହିଛି। ଏହି ସମ୍ଭାବନାକୁ କାର୍ଯ୍ୟରେ ପରିଣତ କରିବା ପାଇଁ ସମସ୍ତେ ଏକ ଲକ୍ଷ୍ୟ ସ୍ଥିର...

୨୦୨୫ ସୁଦ୍ଧା ଓଡ଼ିଶାକୁ ଶିଶୁ ଶ୍ରମମୁକ୍ତ ରାଜ୍ୟ ଲକ୍ଷ୍ୟ

ଭୁବନେଶ୍ୱର, ୧୩ା୬(ବ୍ୟୁରୋ): ଓଡ଼ିଶାକୁ ୨୦୨୫ ସୁଦ୍ଧା ଶିଶୁ ଶ୍ରମ ମୁକ୍ତ ରାଜ୍ୟ ଭାବରେ ଗଢ଼ିତୋଳିବା ପାଇଁ ଲକ୍ଷ୍ୟ ରହିଛି। ଏଥିପାଇଁ ସବୁ କ୍ଷେତ୍ରରେ ଉଦ୍ୟମର ଆବଶ୍ୟକତା...

ଇଷ୍ଟକୋଷ୍ଟର ଟିଟିଆଇ ପାର୍ବତୀ

କଟକ ଅଫିସ,୬।୧୨:ଟ୍ରେନ୍‌ ଟିକେଟ୍‌ ଇନ୍ସପେକ୍ଟର(ଟିଟିଆଇ) ଡ୍ୟୁଟି ଅତ୍ୟନ୍ତ କଷ୍ଟକର। ଡ୍ୟୁଟିବେଳେ ଅନେକ ସମୟରେ ପ୍ରତିକୂଳ ପରିସ୍ଥିତି ସାମ୍ନା କରିବାକୁ ପଡ଼ିଥାଏ। ଗୋଟିଏ ଜୋନ୍‌ରୁ ଅନ୍ୟ ଜୋନ୍‌କୁ...

ଦୁଇ ଦିନିଆ କଟକ ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ

କଟକ ଅଫିସ, ୧୭।୭: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ଅଗଷ୍ଟ ୮ ତାରିଖରେ ଦୁଇ ଦିନିଆ ଗସ୍ତରେ କଟକ ଆସିବେ । ଜବାହରଲାଲ ନେହରୁ...

ରାଜ୍ୟ ସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶର, ୧୩।୫(ବ୍ୟୁରୋ): ରାଜ୍ୟ ସଭା ଉପନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ସୁବାସ ସିଂଙ୍କ ଇସ୍ତଫା ପରେ ଖାଲି ଥିବା ପଦବୀ ପୂରଣ ପାଇଁ...

CORONAVIRUS UPDATE: ସୁସ୍ଥ ହେଲେ ଆଉ ୨୭; ରାଜ୍ୟରେ ମୋଟ ଆରୋଗ୍ୟ ସଂଖ୍ୟା ୧୪୩କୁ ବୃଦ୍ଧି

ଭୁବନେଶ୍ୱର,୧୩।୫(ବ୍ୟୁରୋ): ରାଜ୍ୟରେ ଆଉ ୨୭ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ବାଲେଶ୍ୱରର ୯, ଭୁବନେଶ୍ୱରର ୮, ଭଦ୍ରକର ୪, ଗଞ୍ଜାମ ଓ ସୁନ୍ଦରଗଡ଼ର...

୧୦୮ ଓ ୧୦୨ ଆମ୍ବୁଲାନ୍ସ ସେବାରେ ରେକର୍ଡ

ଭୁବନେଶ୍ୱର,୧୬ା୫ (ବ୍ୟୁରୋ): ଲକ୍‌ଡାଉନ୍‌ ଜାରି ରହିଥିବାବେଳେ ମାର୍ଚ୍ଚ ଓ ଏପ୍ରିଲ୍‌ରେ ୧୦୮ ଏବଂ ୧୦୨ ଆମ୍ବୁଲାନ୍ସ ରେକର୍ଡ ସଂଖ୍ୟକ ରୋଗୀଙ୍କୁ ଜରୁରୀକାଳୀନ ସେବା ଯୋଗାଇଛି। ମୟୂରଭଞ୍ଜରେ...

Advertisement
Archives

Model This Week