ପିତାଙ୍କ ୮୦ତମ ଜନ୍ମଦିବସରେ ଏହି ପ୍ରଶ୍ନ ପଚାରିଥିଲେ ଅମିତାଭ, ଭିଡିଓ ଭାଇରାଲ

ବିଗ୍‌ ବି ଅମିତାଭ ବଚ୍ଚନ ନିଜର ଫିଲ୍ମ ଶୁଟିଂରୁ କିଛି ସମୟ ବାହାର କରି ସୋସିଆଲ ମିଡିଆରେ ଆକ୍ଟିଭ୍‌ ରହୁଛନ୍ତି। କବିତା ହେଉକି କି ଫ୍ୟାମିଲି ଫଟୋ ପ୍ରତିଦିନ କିଛି ନା କିଛି ଶେୟାର କରି ପ୍ରଶଂସକମାନଙ୍କୁ ଜଣାଉଛନ୍ତି। ଏବେ ସୋସିଆଲ ମିଡିଆରେ ଏକ ପୁରୁଣା ଫ୍ୟାମିଲି ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓଟି ଅମିତାଭଙ୍କ ପିତା ହରିବଂଶ ରାୟ ବଚ୍ଚନଙ୍କ ୮୦ ତମ ଜନ୍ମଦିବସ ପାଳନ ସମୟର। ଏଥିରେ ଅମିତାଭ, ଜୟା, ମା’ ତେଜି ବଚ୍ଚନ ଏବଂ ହରିବଂଶ ରାୟ ବଚ୍ଚନ ଅଛନ୍ତି। ଭିଡିଓଟି ଶେୟାର କରି ଅମିତାଭ କ୍ୟାପଶନ ଲେଖିଛନ୍ତି, ଏମିତି ସମୟ, ଯେଉଁଠି ସବୁବେଳେ ପ୍ରେମ ହୋଇଥାଏ ଆଉ ବାରମ୍ବାର ଜୀଇଁଉଠେ ମଣିଷ। ଅମିତାଭ ପିତା ହରିବଂଶଙ୍କୁ ଏକ ପ୍ରଶ୍ନ ପଚାରୁଥିବା ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି।

ଅମିତାଭ ପିତାଙ୍କୁ ପଚାରୁଛନ୍ତି, ଆପଣଙ୍କୁ ଯେତେବେଳେ ୬୦ ହୋଇଥିଲା ଆମେ ଜନ୍ମଦିବସ ପାଳନ କରିଥିଲୁ। ସେତେବେଳେ ଆପଣ କହିଥିଲେ ‘ଜବ୍‌ ସାଠା ତପ୍‌ ପାଠା’ । ଏବେ ଆପଣଙ୍କୁ ୮୦ ତା’ହେଲେ କ’ଣ କହିବେ? ପଛରୁ ଉତ୍ତର ଆସିଲା ‘ଲପ୍ସି’। ଏହା ଶୁଣି ସମସ୍ତେ ହସି ଉଠିଥିଲେ। ମା’ ତେଜି ଅମିତାଭଙ୍କୁ‘ଲପ୍ସି’ର ଅର୍ଥ ବୁଝାଇ କହିଲେ ଏହା ଏକ ମିଠାଇ। ଯାହା ଖୁବ୍‌ ସ୍ବାଦିଷ୍ଟ। ପୁଣି ହରିବଂଶଙ୍କୁ ସମସ୍ତେ ପଚାରିଲେ ଯେତେବେଳେ ଆପଣଙ୍କୁ ୯୦ କି ୧୦୦ହେବ କ’ଣ କହିବେ? ଏହାର ଉତ୍ତରରେ ହରିବଂଶ କହିଲେ, ସେ ସମୟ ଆସୁ। ୧୦୦ ବୟସରେ ପହଞ୍ଚି ସାରନ୍ତୁ। ତା’ ପରେ ଉତ୍ତର ଦେବେ। ଏହି ଭିଡିଓଟି ବେଶ୍‌ ଭାଇରାଲ ହେବାରେ ଲାଗିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ରିଲିଜ୍‌ ହେଲା ‘ପଠାନ୍‌’ର ଦମଦାର୍‌ ଟିଜର

ମୁମାଇ: ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ୍‌ ୫୭ ବର୍ଷ ବୟସରେ ପାଦ ଥାପିଛନ୍ତି। ଆଜି ତାଙ୍କ ଜନ୍ମଦିନ ଅବସରରେ ଫିଲ୍ମ ‘ପଠାନ୍‌’ର ଟିଜର ରିଲିଜ୍‌ କରିଛନ୍ତି...

ମୋତେ ତୁମେ କେବେ ଭୁଲି ପାରିବ ନାହିଁ, କାହା ଉଦ୍ଦେଶ୍ୟରେ ଏମିତି କହିଥିଲେ ରେଖା

ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ରେଖା ତାଙ୍କ ଅଭିନୟରେ ଲୋକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ରେଖା ସୋସିଆଲ ମିଡିଆଠାରୁ ଦୂରରେ ଥାଇପାରନ୍ତି, କିନ୍ତୁ...

ମୃତ୍ୟୁ ପୂର୍ବରୁ ଶ୍ରୀଦେବୀ ଶେୟାର କରିଥିଲେ ଏହି ଫଟୋ, ଆଜି ବି ଲୋକେ କରୁଛନ୍ତି ଏମିତି କମେଣ୍ଟ

ମୁମ୍ବାଇ: ବଲିଉଡ୍‌ର ସୁନ୍ଦରୀ ଅଭିନେତ୍ରୀ ଶ୍ରୀଦେବୀଙ୍କ ମୃତ୍ୟୁ ଆଜକୁ ୩ ବର୍ଷ ତଳେ ହୋଇଥିଲା। ୨୪ ଫେବୃୟାରୀ ୨୦୧୮ରେ ଶ୍ରୀଦେବୀଙ୍କ ମୃତ୍ୟୁ ଘଟିଥିଲା। ଅଚାନକ ମୃତ୍ୟୁ...

ବୟଫ୍ରେଣ୍ଡ୍‌ଙ୍କ ବିନା ଜନ୍ମଦିନ ପାଳିଲେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଆଜି ୨୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ଏକ ପାର୍ଟିର ଆୟୋଜନ କରାଯାଇଥିଲା। ଏହି ପାର୍ଟିରେ ଅନେକ ସେଲିବ୍ରିଟି...

କରଣଙ୍କ ରୋମାଣ୍ଟିକ୍‌ ଫିଲ୍ମରେ ନଜର ଆସିବେ ଆୟୁଷ୍ମାନ

ମୁମ୍ବାଇ: ଗୋଟିଏ ପରେ ଗୋଟିଏ ହିଟ୍‌ ଫିଲ୍ମ ଭେଟି ଦେବା ପରେ ଅଭିନେତା ଆୟୁଷ୍ମାନ ଖୁରାନାଙ୍କ ଚାହିଦା ବଢ଼ିଗଲାଣି। ନାମୀଦାମୀ ନିର୍ଦ୍ଦେଶକ ଆୟୁଷ୍ମାନଙ୍କୁ ତାଙ୍କ ଫିଲ୍ମରେ...

‘ଶୁଭ ମଙ୍ଗଲ ଜ୍ୟାଦା ସାବଧାନ’ର ପୋଷ୍ଟର ରିଲିଜ: ଗେ’ ଭୂମିକାରେ ଆୟୁଷ୍ମାନ

ମୁମ୍ବାଇ: ବଲିଉଡ୍‌ର ଜଣେ ଭର୍ସାଟାଇଲ ଅଭିନେତା ହେଲେ ଆୟୁଷ୍ମାନ ଖୁରାନ୍ନା। ଯେକୌଣସି ଚରିତ୍ରରେ ସେ ଖୁବ୍‌ ସହଜରେ ଢଳି ଯାଇଥାନ୍ତି। ଏପରିକି ତାଙ୍କ ଅଭିନୀତ ଫିଲ୍ମଗୁଡ଼ିକ...

ମା’ ହେଲେ ଅଭିନେତ୍ରୀ

ହାଇଦ୍ରାବାଦ: ମା’ ହେଲେ ଲୋକପ୍ରିୟ ଅଭିନେତ୍ରୀ କାଜଲ ଅଗ୍ରଓ୍ବାଲ। ସେ ଏବଂ ସ୍ବାମୀ ଗୌତମ କିଚଲୁ ଏକ ପୁତ୍ର ସନ୍ତାନକୁ ସ୍ବାଗତ କରିଛନ୍ତି। ଏହାକୁ ନେଇ...

କରୋନାକୁ ଡରି ହୋଲି ଖେଳିବେନି ରାକ୍ଷୀ, ପ୍ରଶଂସକଙ୍କୁ କହିଲେ ସତର୍କ ରୁହନ୍ତୁ

ବମ୍ବେ: ଦିନକୁ ଦିନ କାୟା ବିସ୍ତାର କରିବାରେ ଲାଗିଛି କରୋନା। ଗୋଟିଏ ପରେ ଗୋଟିଏ ଦେଶରେ ଏହା ପ୍ରଭାବ ବିସ୍ତାର କରୁଛି। ବଲିଉଡ୍‌ କଳାକାର ମଧ୍ୟ...

Advertisement
Archives

Model This Week