ପିଡିଏସ୍‌ରେ ମିଳିବ ଅତିରିକ୍ତ ୫ କିଲୋ ଖାଦ୍ୟଶସ୍ୟ

ନୂଆଦିଲ୍ଲୀ,୨୭। ୩: ଲକ୍‌ଡାଉନ ସମୟରେ ଦେଶର ୮୦ କୋଟି ରାଶନକାର୍ଡଧାରୀ ଯେଭଳି କେହି ଭୋକିଲା ନ ରୁହନ୍ତି ତାକୁ ଧ୍ୟାନରେ ରଖି ସରକାର ଗୁରୁବାର ଅତିରିକ୍ତ ପଦକ୍ଷେପ ଗ୍ରହଣ କରିଛନ୍ତି। ବ୍ୟକ୍ତିପିଛା ଅତିରିକ୍ତ ୫ କିଲୋ ଖାଦ୍ୟଶସ୍ୟ ଏବଂ ପରିବାର ପିଛା ଏକ କିଲୋ ଡାଲି ଆଗାମୀ ୩ ମାସ ଯାଏ ପ୍ରଦାନ କରାଯିବ ବୋଲି କେନ୍ଦ୍ର ସରକାର କହିଛନ୍ତି। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନ୍ତର୍ଗତ ହିତାଧିକାରୀ ଏବେ ଯେତେ ପରିମାଣର ସବସିଡି ଖାଦ୍ୟଶସ୍ୟ ଲାଭ କରୁଛନ୍ତି ତାଠାରୁ ଅତିରିକ୍ତ ଭାବେ ଲୋକଙ୍କୁ ସାମଗ୍ରୀ ପ୍ରଦାନ କରାଯିବ। ଏବେ ଲୋକମାନେ ସବସିଡି ଦରରେ କିଲୋ ପିଛା ୨ ଟଙ୍କା ଦାମରେ ଗହମ ଏବଂ କିଲୋ ପ୍ରତି ୩ ଟଙ୍କାରେ ଚାଉଳ ପାଇ ପାରୁଛନ୍ତି। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଲୋକଙ୍କୁ ଏହି ସୁବିଧା ସୁଯୋଗ ପ୍ରଦାନ କରାଯିବ। ଦେଶର ୮୦ କୋଟି ଗରିବ ଲୋକଙ୍କୁ ଆଗାମୀ ୩ ମାସ ଯାଏ ଅତିରିକ୍ତ ୫ କିଲୋ ଖାଦ୍ୟଶସ୍ୟ ପବ୍ଲିକ ଡିଷ୍ଟ୍ରିବ୍ୟୁଶନ ସିଷ୍ଟମରେ ପ୍ରଦାନ କରାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ କହିଛନ୍ତି। ଲୋକମାନେ ସେମାନଙ୍କ ଆବଶ୍ୟକତା ମୁତାବକ ଡାଲି ଚୟନ କରିପାରିବେ। ୨ଟି କିସ୍ତିରେ ରାଶନକାର୍ଡଧାରୀମାନେ ଏହି ଖାଦ୍ୟଶସ୍ୟ ନେଇ ପାରିବେ। ସରକାରୀ ତଥ୍ୟ ମୁତାବକ ଭାରତୀୟ ଖାଦ୍ୟ ନିଗମ(ଏଫ୍‌ସିଆଇ) ନିକଟରେ ୫୮.୪୯ ଲକ୍ଷ ଟନର ଖାଦ୍ୟ ଶସ୍ୟ ରହିଛି। ଏହା ମଧ୍ୟରେ ୩୦.୯୭ ଲକ୍ଷ ଟନ୍‌ ଚାଉଳ ରହିଥିବା ବେଳେ ୨୭.୫୨ ଲକ୍ଷ ଟନ୍‌ ଗହମ ରହିଛି।
କରୋନା ପ୍ରଭାବକୁ କମ୍‌ କରିବା ଲାଗି ସାରା ଦେଶରେ ଏବେ ଲକ୍‌ଡାଉନ ଘୋଷଣା କରାଯାଇଛି। ଏହା ଦ୍ୱାରା ଦେଶର ବିଭିନ୍ନବର୍ଗ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ବିଶେଷ କରି ଗରିବ ଲୋକଙ୍କ ସହାୟତା କରିବା ଲାଗି ସରକାର ଗୁରୁବାର ୧.୭ ଲକ୍ଷ କୋଟି ଟଙ୍କାର ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି। ଲକ୍‌ଡାଉନ ପରଠାରୁ କଟକଣା ବଢାଯାଇଛି। ଗରିବ ଲୋକ ଏବଂ ଶ୍ରମିକ ଶ୍ରେଣୀ ଯେଭଳି ଅସୁବିଧା ସାମ୍ନା ନ କରନ୍ତି ତାକୁ ଧ୍ୟାନରେ ରଖି ସରକାର ପ୍ୟାକେଜ ଘୋଷଣା କରିଛନ୍ତି ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏକ ଖବରଦାତା କାର୍ଯ୍ୟକ୍ରମରେ ସୂଚନା ଦେଇଛନ୍ତି। ବର୍ତ୍ତମାନ ଘୋଷଣା ହୋଇଥିବା ୨୧ ଦିନିଆ ଲକ୍‌ଡାଉନ ସମୟରେ ଯେଭଳି କେହି ଭୋକିଲା ନ ରହି ଯାନ୍ତି ତାକୁ ସରକାର ଧ୍ୟାନରେ ରଖିଛନ୍ତି। ଖାଦ୍ୟ ଏବଂ ଅର୍ଥ ଯେଭଳି ଲୋକଙ୍କ ନିକଟରେ ପହଞ୍ଚିବ ତାକୁ ସରକାର ଗୁରୁତ୍ୱ ଦେଇଛନ୍ତି। ସରକାର ଅନ୍ୟ ଦିଗଗୁଡିକୁ ମଧ୍ୟ ଧ୍ୟାନରେ ରଖିଛନ୍ତି ବୋଲି ସୀତାରାମନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପର୍ବପର୍ବାଣୀ ପୂର୍ବରୁ ବଡ଼ ଝଟକା! ଦୈନନ୍ଦିନ ବ୍ୟବହାରର ସାମଗ୍ରୀ ଉପରେ ମହଙ୍ଗା ମାଡ଼, ବଢିଯିବ ଦାମ୍‌

ନୂଆଦିଲ୍ଲୀ,୧।୮: ବର୍ତ୍ତମାନ ମୌସୁମୀ ଋତୁ ଚାଲିଛି। ଯେପରି ମୌସୁମୀ ବିଦାୟ ନେବ, ଭାରତୀୟମାନେ ପର୍ବପର୍ବାଣୀକୁ ସ୍ବାଗତ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେବେ। ଘର ରଙ୍ଗ କରିବାଠାରୁ…

ନୂଆ ମାସ, ନୂଆ ନିୟମ! ଅଗଷ୍ଟ ୧ରୁ ବଦଳିଲା ଅନେକ ବ୍ୟବସ୍ଥା, ଜାଣନ୍ତୁ କ’ଣ କ’ଣ…

ନୂଆଦିଲ୍ଲୀ,୧।୮: ପ୍ରତି ମାସର ପ୍ରଥମ ଦିନ ପରି ଅଗଷ୍ଟ ମାସ ମଧ୍ୟ ଏହା ସହିତ କିଛି ପରିବର୍ତ୍ତନ ନେଇ ଆସୁଛି, ଯାହା ଆମର ଏବଂ ଆପଣଙ୍କ ଜୀବନ…

ଟ୍ରେନ୍‌ରେ ଅଧିକ ସାମଗ୍ରୀ ନେବା ହେଲା ସହଜ! କନ୍‌ଫର୍ମ ଟିକେଟ୍‌ରେ ଆରମ୍ଭ ହେଲା ଅନ୍‌ଲାଇନ୍ ଲଗେଜ୍ ବୁକିଂ

ନୂଆଦିଲ୍ଲୀ,୩୧।୭: ଭାରତୀୟ ରେଳ ୩୧ ଜୁଲାଇରୁ କନ୍‌ଫର୍ମ ଟ୍ରେନ୍ ଟିକେଟ୍ ଥିବା ଯାତ୍ରୀଙ୍କ ପାଇଁ ବ୍ୟକ୍ତିଗତ ଜିନିଷପତ୍ର (ପର୍ସନାଲ ଲଗେଜ୍)ର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିବାକୁ ଯାଉଛି।…

ରକ୍ଷାବନ୍ଧନ ପୂର୍ବରୁ ବଡ଼ ଝଟକା! ପୋଷ୍ଟ ଅଫିସ ବଢ଼ାଇଲା ସ୍ପିଡ୍ ପୋଷ୍ଟ ଦର, ଜାଣିନିଅନ୍ତୁ କେତେ…

ନୂଆଦିଲ୍ଲୀ,୩୦।୭: ଆଜି ମଧ୍ୟ, ବହୁ ସଂଖ୍ୟକ ଲୋକ ପାନ୍, ଆଧାର କିମ୍ବା ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ପଠାଇବା ପାଇଁ ସ୍ପିଡ୍ ପୋଷ୍ଟ ବ୍ୟବହାର କରିବାକୁ ପସନ୍ଦ କରନ୍ତି…

ଲକ୍ଷ୍ମୀ ଯୋଜନା: ପ୍ରତିମାସରେ ମିଳିବ ୨୫୦୦ଟଙ୍କା, RD ରେ ଜମା କଲେ ସିଧା ୧ ଲକ୍ଷ! ଜାଣନ୍ତୁ ସମ୍ପୂର୍ଣ୍ଣ ହିସାବ…

ନୂଆଦିଲ୍ଲୀ,୩୦।୭: ସାଧାରଣତଃ ଆମକୁ ଟଙ୍କା ମିଳିଲେ ଆମେ ତାହା ଖର୍ଚ୍ଚ କରିଦେଇଥାଉ, କିନ୍ତୁ କିଛି ଟଙ୍କା ଯଦି ଆର.ଡି. (RD) ରେ ନିବେଶ କରାଯାଏ, ତେବେ ଅନେକ…

E20 ପେଟ୍ରୋଲକୁ ନେଇ ସରକାରଙ୍କ ବଡ଼ ବୟାନ! ପୁରୁଣା BS-3 ଗାଡ଼ିରେ ବଦଳାଇବାକୁ ପଡ଼ିପାରେ ଏସବୁ ପାର୍ଟସ୍

ନୂଆଦିଲ୍ଲୀ,୨୯।୭: ଯଦି ଆପଣଙ୍କ ପାଖରେ ୨୦୧୬ ମସିହା ପୂର୍ବରୁ ନିର୍ମିତ କୌଣସି BS-3 ମଡେଲର କାର୍ କିମ୍ବା ବାଇକ୍ ରହିଛି, ତେବେ ଏହି ଖବର ଆପଣଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri