Posted inଜାତୀୟ

ପିଓକେ ଶିବିରରେ ୫୦୦ ଆତଙ୍କବାଦୀ

ଜମ୍ମୁ,୧୨ା୧୦(ପି.ଟି.): ପାକ୍‌-ଅଧିକୃତ କଶ୍ମୀର (ପିଓକେ)ସ୍ଥିତ ତାଲିମ ଶିବିରଗୁଡ଼ିକରେ ପ୍ରାୟ ୫୦୦ ଆତଙ୍କବାଦୀ ଅଛନ୍ତି। ସେମାନେ ଏଲ୍‌ଓସି ଅତିକ୍ରମ କରି ଜମ୍ମୁ-କଶ୍ମୀରରେ ଅନୁପ୍ରବେଶ ପାଇଁ ସୁଯୋଗ ଖୋଜୁଛନ୍ତି ବୋଲି ଶୁକ୍ରବାର ସେନା ପକ୍ଷରୁ କୁହାଯାଇଛି। ନର୍ଦ୍ଦର୍ନ କମାଣ୍ଡ ମୁଖ୍ୟ ଲ୍ୟୁଟ୍‌ନାଣ୍ଟ ଜେନେରାଲ ରଣବୀର ସିଂ କହିଛନ୍ତି, ଜମ୍ମୁ-କଶ୍ମୀରରେ ୨୦୦ରୁ ୩୦୦ ଆତଙ୍କବାଦୀ ସକ୍ରିୟ ଅଛନ୍ତି। ସେମାନେ ପାକିସ୍ତାନ ସମର୍ଥନରେ ଉପତ୍ୟକାରେ ଅସ୍ଥିରତା ସୃଷ୍ଟି ପାଇଁ ଯୋଜନା ଚଳାଇଛନ୍ତି। ସେହିପରି ପିଓକେସ୍ଥିତ ତାଲିମ ଶିବିରଗୁଡ଼ିକରେ ଥିବା ଆତଙ୍କବାଦୀଙ୍କ ସଂଖ୍ୟା ତାଲିମ ନିର୍ଘଣ୍ଟ ଅନୁସାରେ ସଂଖ୍ୟା ବଦଳୁଥାଏ। ସେମାନଙ୍କ ସଂଖ୍ୟା ଯେତେ ହୋଇଥାଉନା କାହିଁକି ଅନୁପ୍ରବେଶ ରୋକିବା ପାଇଁ ଭାରତୀୟ ସୁରକ୍ଷା ବଳ ସମ୍ପୂର୍ଣ୍ଣ ଭାବେ ସକ୍ଷମ। ଉପତ୍ୟକାରେ ଶାନ୍ତି ବଜୟ ରଖିବା ପାଇଁ ଆତଙ୍କବାଦୀଙ୍କୁ ନିପାତ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାହୁଲ ଗାନ୍ଧୀଙ୍କୁ ଅହଙ୍କାରର ଚାପୁଡା ମାରିଛନ୍ତି କୋର୍ଟ: ସମ୍ବିତ ପାତ୍ର

ନୂଆଦିଲ୍ଲୀ, ୨୦।୪: ମୋଦି ସାଙ୍ଗିଆ ମାମଲାରେ ରାହୁଲ ଗାନ୍ଧୀଙ୍କ ଦାଖଲ ଯାଚିକାକୁ ସୁରଟର ସେସନ କୋର୍ଟ ଖାରଜ କରିଦେଇଛନ୍ତି। ଏ ନେଇ ଭାଜପା ସୁରଟ ସେସନ...

ବିଷାକ୍ତ ପାଣି ପିଇ ଚାଲିଗଲା ଛାତ୍ରଙ୍କ ଜୀବନ, ୫୦ ଅସୁସ୍ଥ

କୋଲକାତା,୨୮।୮: ପଶ୍ଚିମବଙ୍ଗ ନଦିୟା ଜିଲା ମଥୁଆପୁରରେ ବିଷାକ୍ତ ଜଳ ପିଇ ଜଣେ ୧୨ ବର୍ଷର ଛାତ୍ରଙ୍କ ମୃତ୍ୟୁ ଘଟିଛି। ଏପରିକି ୫୦ରୁ ଊର୍ଦ୍ଧ୍ୱ ଗ୍ରାମବାସୀ ଅସୁସ୍ଥ...

ହର୍ନ ମାରିଲେ ଗଣିବାକୁ ପଡ଼ିବ ଜରିମାନା

ନୂଆଦିଲ୍ଲୀ,୨୫ା୧୨- ଏଣିକି ହର୍ନ ମାରିଲେ ମଧ୍ୟ ଗଣିବାକୁ ପଡ଼ିବ ମୋଟା ଅଙ୍କର ଜରିମାନା। ତେବେ ଏହି ନିୟମ ପୂରା ଦେଶରେ ଲାଗୁ ହୋଇ ନାହିଁ। ଦିଲ୍ଲୀରେ...

ଗୋଆ ପହଞ୍ଚିଲେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ

ମୁମ୍ବାଇ,୨ ।୭: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଶନିବାର ଗୋଆ ପହଞ୍ଚିଛନ୍ତି । ଯେଉଁଠାରେ ଶିବସେନାର ସମସ୍ତ ଅସନ୍ତୁଷ୍ଟ ବିଧାୟକ ରହିଛନ୍ତି ସେହିଠାରେ ପହଞ୍ଚିଛନ୍ତି ସିନ୍ଧେ...

ଭିକାରୀଙ୍କ ବଦାନ୍ୟତା, କରୋନା ରିଲିଫ୍‌ ପାଣ୍ଠିକୁ ଦେଲେ…

ଚେନ୍ନାଇ,୧୯ା୮: କରୋନା ମହାମାରୀ ସମଗ୍ର ବିଶ୍ୱବାସୀଙ୍କ ଆର୍ଥିକ ସ୍ଥିତିକୁ ଦୋହଲାଇ ଦେଇଛି। ଏହି ସଙ୍କଟ ସମୟରେ ଲୋକେ ଜଣେ ଜଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ...

କଂଗ୍ରେସ ମଙ୍ଗ ଧରିବାକୁ ପ୍ରିୟଙ୍କା ଅମଙ୍ଗ

ନୂଆଦିଲ୍ଲୀ,୨୫ା୭: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ବୁଧବାର ଦଳର ମଙ୍ଗ ଧରିବା ପାଇଁ ମନାକରିଦେଇଛନ୍ତି। ସେ ଅଧ୍ୟକ୍ଷ ପଦରେ ଆସୀନ ହେବା ପାଇଁ...

କଂଗ୍ରେସରୁ ଇସ୍ତଫା ଦେଲେ ଦେଶର ପ୍ରଥମ ରାଜ୍ୟପାଳଙ୍କ ଅଣନାତି

ନୂଆଦିଲ୍ଲୀ,୨୩।୨: ଦେଶର ପ୍ରଥମ ରାଜ୍ୟପାଳ ଜେନେରାଲ ସି ରାଜାଗୋପାଲାଚାରିଙ୍କ ଅଣନାତି ତଥା କଂଗ୍ରେସ ନେତା ସିଆର କେଶବନ ଗୁରୁବାର କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। କେଶବନ ତାଙ୍କ...

ହାଇଓ୍ବେରେ ଓଲଟିଲା ଖାଇବା ତେଲ ବୋଝେଇ ଟ୍ୟାଙ୍କର୍‌ , ବାସନ କୁସନରେ ବୋହି ନେଲେ ଲୋକେ…

ପାଲଘର, ୨୨।୫ : ମହାରାଷ୍ଟ୍ରର ବ୍ୟସ୍ତବହୁଳ ମୁମ୍ବାଇ-ଅହମ୍ମଦାବାଦ ରାଜପଥରେ ଖାଇବା ତେଲ ନେଇଥିବା ଏକ ଟ୍ୟାଙ୍କର୍‌ ଓଲଟି ପଡିଥିଲା। ଯେଉଁଥିପାଇଁ ପ୍ରାୟ ତିନି ଘଣ୍ଟା ଧରି...

Advertisement
Archives

Model This Week