Posted inଜାତୀୟ

ପିଓକେରେ ଆତଙ୍କବାଦୀଙ୍କୁ ତାଲିମ୍‌ ଦେଉଛି ପାକିସ୍ତାନ ସୈନ୍ୟ ବିଭାଗ: ରେଶିୟନ୍‌-କଦଲନ ଗଲି ମଧ୍ୟ ଦେଇ ଭାରତରେ ଅନୁପ୍ରବେଶ ଷଡ଼ଯନ୍ତ୍ର

ଶ୍ରୀନଗର,୪।୯: ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ଅଧିକୃତ କଶ୍ମୀର(ପିଓକେ)ରେ ଷଡ଼ଯନ୍ତ୍ର ରଚାଯାଉଛି। ଏଠାରେ ପାକିସ୍ତାନ ସୈନ୍ୟ ବିଭାଗର ୫୦ ଜଣ କମାଣ୍ଡୋ ଆତଙ୍କବାଦୀଙ୍କୁ ଆବଶ୍ୟକ ତାଲିମ୍‌ ଦେଉଛନ୍ତି। ସେମାନଙ୍କୁ କଶ୍ମୀରର ରେଶିୟନ୍‌ ଓ କଦଲନ ଗଲି ମଧ୍ୟ ଦେଇ ଭାରତରେ ଅନୁପ୍ରବେଶ କରାଇବା ପାଇଁ ଷଡ଼ଯନ୍ତ୍ର ହୋଇଛି। ଅସ୍ତ୍ରବିରତି ଉଲ୍ଲଂଘନ ଆଳରେ କଭର ଫାୟାର ଦେଇ ଆତଙ୍କବାଦୀଙ୍କୁ ଭାରତରେ ଅନୁପ୍ରବେଶ କରାଇବା ଲାଗି ପାକିସ୍ତାନ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକରୁ ଉଦ୍ୟମ ଜାରି ରହିଥିବା ଭାରତୀୟ ସୁରକ୍ଷା ଏଜେନ୍ସିଙ୍କ ଦ୍ୱାରା ପ୍ରକାଶ ହୋଇଥିବା ରିପୋର୍ଟରେ ଦର୍ଶାଯାଇଛି। ସେହିପରି ମୁଜାଫରବାଦ୍‌ରେ ସ୍ପେଶାଲ ସର୍ଭିସ୍‌ ଗ୍ରୁପ୍‌ର ୮୦ ଜଣ କମାଣ୍ଡୋଙ୍କୁ ଭାରତରେ ଆକ୍ରମଣ ଲାଗି ସ୍ବତନ୍ତ୍ର ତାଲିମ୍‌ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ଫରଓ୍ବାର୍ଡ ପୋଷ୍ଟଗୁଡ଼ିକ ପକ୍ଷରୁ ନିୟନ୍ତ୍ରଣ ରେଖାଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦୋନ୍ନତିରେ ସଂରକ୍ଷଣ ବନ୍ଦ ହେଲେ ସାଢ଼େ ୪ ଲକ୍ଷ କର୍ମଚାରୀ ହେବେ ପ୍ରଭାବିତ, ବଢ଼ିବ ଅଶାନ୍ତି…

ନୂଆଦିଲ୍ଲୀ, ୩୧।୩ : ସରକାରୀ ଚାକିରିରେ କର୍ମଚାରୀଙ୍କ ପଦୋନ୍ନତି ପାଇଁ ସଂରକ୍ଷଣକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟରେ ଉତ୍ତର ରଖିଛନ୍ତି। ସରକାର କୋର୍ଟଙ୍କୁ କହିଛନ୍ତି ଯେ ୨୦୦୭...

ମାସେ ପାରୋଲରେ ଯିବେ ରାମ ରହିମ

ସିରସା,୧୭।୬: ହରିଆଣାର ପଞ୍ଚକୁଲା ବଳାତ୍କାର ମାମଲାରେ ଜେଲ୍‌ରେ ଥିବା ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂଙ୍କୁ ଆଶ୍ୱସ୍ତି ମିଳିଛି। ଶୁକ୍ରବାର ରାମ...

ବର୍ଦ୍ଧିତ ପେଟ୍ରୋଲ କଥା ପଚାରିବାରୁ ମନ୍ତ୍ରୀ କହିଲେ- ‘ଅସୁବିଧା ନ ଥିଲେ ସୁଖକୁ ଉପଭୋଗ କରିହେବ ନାହିଁ’

ଭୋପାଳ,୧୧।୭: ଅସୁବିଧା ଥିଲେ ହିଁ ସୁଖକୁ ଉପଭୋଗ କରିହୁଏ। ଅସୁବିଧାନ ନ ରହିଲେ, ସୁଖକୁ ଉପଭୋଗ କରିବାରେ ମଜା ଆସିବ ନାହିଁ। ପେଟ୍ରୋଲ ଓ ଡିଜେଲ୍‌...

ଏମସିଡି ନିର୍ବାଚନ ଲାଗି ଏଏପିର ମହାଅଭିଯାନ ଆରମ୍ଭ

ନୂଆଦିଲ୍ଲୀ,୧୮ ।୧୧: ଆସନ୍ତା ମାସରେ ହେବାକୁ ଥିବା ଏମସିଡି ନିର୍ବାଚନ ଲାଗି ଆମ ଆଦମୀ ପାର୍ଟି(ଏଏପି) ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇ ଗଲାଣି । ଦଳ...

ବଜେଟ୍‌ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ: ବିରୋଧୀଙ୍କ ସହଯୋଗ ଲୋଡିଲେ ସରକାର

ନୂଆଦିଲ୍ଲୀ,୧୬।୬: ସୋମବାରଠାରୁ ସଂସଦର ବଜେଟ୍‌ ଅଧିବେଶନ ଆରମ୍ଭ ହେବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଅଧିବେଶନରେ ତିନି...

ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ଓ୍ବାନଖେଡେଙ୍କ ବିରୋଧରେ ସିବିଆଇ ପ୍ରକାଶ କଲା ବହୁତ ବଡ ତଥ୍ୟ

ନୂଆଦିଲ୍ଲୀ,୧୫।୫: ଆର୍ଯ୍ୟନ ଖାଁ ଡ୍ରଗ୍ସ ମାମଲାରେ ସିବିଆଇ ପକ୍ଷରୁ ବହୁତ ବଡ ତଥ୍ୟ ଦିଆଯାଇଛି। ସିବିଆଇ କହିଛି କି ଆର୍ଯ୍ୟନ ଖାଁଙ୍କ ପରିବାରଠାରୁ ୨୫ କୋଟି...

କରୋନା ସଂକ୍ରମଣରେ ଖବରଦାତାଙ୍କ ମୃତ୍ୟୁ

ଆଗ୍ରା,୮।୫: ନିକଟରେ ଉତ୍ତରପ୍ରଦେଶ ଆଗ୍ରାର ଜଣେ ଖବରଦାତା କରୋନାରେ ସଂକ୍ରମିତ ହୋଇଥିବା ଜଣାପଡିବା ପରେ ତାଙ୍କୁ ଏସ୍‌ଏନ୍‌ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଥିଲା। ଗତ ବୁଧବାରଠାରୁ...

ଦଳଦଳ ହେଲେଣି ଦଳ

ନୂଆଦିଲ୍ଲୀ, ୬।୨(ପି.ଟି.): ପଞ୍ଜୀକୃତ ଅଣସ୍ବୀକୃତ ରାଜନୈତିକ ଦଳ ସଂଖ୍ୟା ୨୦୧୦ରୁ ୨୦୧୯ ମଧ୍ୟରେ ଦୁଇଗୁଣ ବୃଦ୍ଧି ପାଇଛି। ଆସୋସିଏଶନ ଫର୍‌ ଡେମୋକ୍ରାଟିକ୍‌ ରିଫର୍ମସ୍‌ (ଏଡିଆର୍‌) ପକ୍ଷରୁ...

Advertisement
Archives

Model This Week