ପିଏମ୍‌ କିଷାନ ଲାଗି ଆଧାର ହେବ ଅନିବାର୍ଯ୍ୟ

ନୂଆଦିଲ୍ଲୀ,୧୧-୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା(ପିଏମ୍‌-କିଷାନ)ର ଲାଭ ନେବା ଲାଗି ଡିସେମ୍ବର ୧ ପରଠାରୁ ଆଧାର ଅନିବାର୍ଯ୍ୟ ହେବ। ଆଧାର ପ୍ରମାଣନ ହୋଇଥିବା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଯୋଜନାରେ ପ୍ରଦାନ କରାଯିବ ଅର୍ଥ ଦିଆଯିବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ ସୂଚନା ଦେଇଛନ୍ତି। ପିଏମ୍‌ କିଷାନ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୪ କୋଟି କୃଷକ ଯୋଡି ହୋଇଛନ୍ତି। ଏମାନଙ୍କୁ ବାର୍ଷିକ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ ଲାଗି ଯୋଜନା ରହିଛି। ପ୍ରଥମ କିସ୍ତି ପାଇବା ଲାଗି ଡିସେମ୍ବର ୨୦୧୮ରୁ ମାର୍ଚ୍ଚ ୨୦୧୯ ମଧ୍ୟରେ ଆଧାରକୁ ଇଚ୍ଛାଧିନ କରାଯାଇଥିଲା। ଏହାବାଦ ଆସାମ, ମେଘାଳୟ ଏବଂ ଜମ୍ମୁ କଶ୍ମୀର ଲାଭି ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଆଧାରକୁ ଇଚ୍ଛାଧିନ କରାଯାଇଛି। ଦ୍ୱିତୀୟ କିସ୍ତି ପାଇବା ଲାଗି ଆଧାର ନିଶ୍ଚିତ ଭାବେ ଦେବାକୁ ପଡିବ। ଆଧାର ସଂଯୋଗୀକରଣ ବିଳମ୍ବ ହେବା ଯୋଗୁ ଏହି ସର୍ତ୍ତକୁ ନଭେମ୍ବର ୩୦ ଯାଏ କୋହଳ କରାଯାଇଥିଲା। ମାତ୍ର ଡିସେମ୍ବର ୧ ପରଠାରୁ ହିତାଧିକାରୀଙ୍କ ଲାଗି ଆଧାର ସଂଯୋଗ ବାଧ୍ୟତାମୂଳକ ବୋଲି କୁହାଯାଇଛି। ନଭେମ୍ବର ୩୦ ସୁଦ୍ଧା ସରକାର ୭.୬୦ କୋଟି ହିତାଧିକାରୀଙ୍କୁ ୩୫, ୮୮୨.୮ କୋଟି ଟଙ୍କା ପ୍ରଦାନ କରିଛନ୍ତି। ପ୍ରକୃତ ହିତାଧିକାରୀଙ୍କୁ ସୁବିଧାର ଲାଭ ପ୍ରଦାନ ଲାଗି ଏଭଳି ନିଷ୍ପତ୍ତି ତୋମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏୟାର ଏସିଆର ଟ୍ରାଭେଲ ଫେୟାର ଆଜିଠାରୁ

ଭୁବନେଶ୍ୱର,୨-୮-ପର୍ଯ୍ୟଟନ ବିକାଶ ଲାଗି ଏୟାର ଏସିଆ ପକ୍ଷରୁ ଏକ ଟ୍ରାଭେଲ ଫେୟାର ଶୁକ୍ରବାରଠାରୁ ଭୁବନେଶ୍ୱରରେ ଅନୁଷ୍ଠିତ ହେଉଛି। ଏହା ତିନିଦିନ ବ୍ୟାପି ସ୍ଥାନୀୟ ଏସ୍‌ପ୍ଲାନେଡ ଓ୍ବାନ...

କେନ୍ଦ୍ର କର୍ମଚାରୀଙ୍କ ବେତନ କାଟ ପ୍ରସ୍ତାବ ନାହିଁ

ନୂଆଦିଲ୍ଲୀ,୧୨।୫: ଦେଶର ଅର୍ଥ ବ୍ୟବସ୍ଥା ଏବେ ସଙ୍କଟ ସମୟ ଦେଇ ଗତି କରୁଛି। ଖର୍ଚ୍ଚକାଟ କରିବା ଲାଗି ସରକାର କେନ୍ଦ୍ର କର୍ମଚାରୀଙ୍କ ବେତନରେ ହ୍ରାସ କରିବା...

ଷ୍ଟାର୍ଟଅପ୍‌ ପ୍ରତିଷ୍ଠାରେ ଦିଲ୍ଲୀ-ଏନ୍‌ସିଆର୍‌ ସର୍ବାଗ୍ରେ

ନୂଆଦିଲ୍ଲୀ,୧୦-୯: ଷ୍ଟାର୍ଟଅପ୍‌ ଏବଂ ୟୁନିକର୍ନ ପ୍ରତିଷ୍ଠା କ୍ଷେତ୍ରରେ ମୁମ୍ବାଇ, ବେଙ୍ଗାଲୁରୁକୁ ପଛରେ ପକାଇ ଦେଇଛି ଦିଲ୍ଲୀ-ଏନ୍‌ସିଆର୍‌। ଏଠାରେ ଷ୍ଟାର୍ଟଅପ୍‌ଙ୍କ ସଂଖ୍ୟା ୭୦୩୯ରେ ପହଞ୍ଚତ୍ଛି ବୋଲି ଜିନୋଭ...

୭,୯୨୬ କୋଟିର ବ୍ୟାଙ୍କ ଠକେଇ

  ନୂଆଦିଲ୍ଲୀ: ବ୍ୟାଙ୍କଗୁଡ଼ିକରେ ଠକେଇ ମାମଲା ବଢିବାରେ ଲାଗିଛି। ନୀରବ ମୋଦି ଏବଂ ମେହୁଲ ଚୋକ୍‌ସିଙ୍କ ଭଳି ବ୍ୟକ୍ତି ପଞ୍ଜାବ ନ୍ୟାଶନାଲ (ପିଏନ୍‌ବି)କୁ ପ୍ରାୟ ୧୩...

ଅଭିବୃଦ୍ଧି ପଥରେ ପାରାଦୀପ ପୋର୍ଟ

ଭୁବନେଶ୍ୱର,୩।୪: ପାରାଦୀପ ପୋର୍ଟ ଅଥରିଟି (ପିପିଏ) ପକ୍ଷରୁ ରବିବାର ବାର୍ଷିକ ଖବରଦାତା ସମ୍ମିଳନୀର ଆୟୋଜନ କରାଯାଇଥିଲା। ଏହି ଅବସରରେ ପାରାଦୀପ ପୋର୍ଟର ଚେୟାରମ୍ୟାନ ପି.ଏଲ. ହାରାନନ୍ଦା...

‘ସ୍ବତନ୍ତ୍ର ୫ଜି ୟୁଜର୍ସ ୧୦ ନିୟୁତରୁ ଅଧିକ’

ନୂଆଦିଲ୍ଲୀ,୨୮।୨: ଦେଶର ପ୍ରମୁଖ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ୍‌ ନିକଟରେ ଆଉ ଏକ ବିଶେଷ ସଫଳତା ହାସଲ କରିଥିବା ଜଣାପଡିଛି। ଏପରିକି ଏୟାରଟେଲ ନେଟ୍‌ୱର୍କରେ ସ୍ବତନ୍ତ୍ର...

ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୬-୪: ଆଲ୍ଲାହାବାଦ ବ୍ୟାଙ୍କ ପକ୍ଷରୁ ଏହାର କଲିକତାସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ୧୫୫ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ବ୍ୟାଙ୍କର ଏମ୍‌ଡି ତଥା ସିଇଓ ସିଏଚ୍‌ ଏସ୍‌.ଏସ୍‌....

ବିମାନଯାତ୍ରାରେ ବୃଦ୍ଧି

ନୂଆଦିଲ୍ଲୀ, ୨୨ା୫: ଗତ ମାସ ଅର୍ଥାତ୍‌ ଏପ୍ରିଲରେ ପ୍ରାୟ ୧.୦୮ କୋଟି ଯାତ୍ରୀ ଘରୋଇ ବିମାନ ଯାତ୍ରା କରିଛନ୍ତି। ମାର୍ଚ୍ଚ ତୁଳନାରେ ବିମାନଯାତ୍ରାରେ ୨% ବୃଦ୍ଧି...

Advertisement
Archives

Model This Week