Posted inଜାତୀୟ

ପିଏମ୍‌ କିଷାନ ଲାଗି ଆଧାର ଅନିବାର୍ଯ୍ୟ

ନୂଆଦିଲ୍ଲୀ,୧୧ା୧୨: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା (ପିଏମ୍‌-କିଷାନ)ର ଲାଭ ନେବା ଲାଗି ଡିସେମ୍ବର ପରଠାରୁ ଆଧାର ଅନିବାର୍ଯ୍ୟ ହେବ। ଆଧାର ପ୍ରମାଣନ ହୋଇଥିବା କୃଷକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯୋଜନା ଅର୍ଥ ଦିଆଯିବ ବୋଲି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଲୋକସଭାରେ ସୂଚନା ଦେଇଛନ୍ତି। ପିଏମ୍‌ କିଷାନ ଯୋଜନାରେ ବର୍ତ୍ତମାନ ସୁଦ୍ଧା ୧୪ କୋଟି କୃଷକ ଯୋଡିହୋଇଛନ୍ତି। ଏମାନଙ୍କୁ ବାର୍ଷିକ ୩ଟି କିସ୍ତିରେ ୬ ହଜାର ଟଙ୍କା ପ୍ରଦାନ ଲାଗି ଯୋଜନା ରହିଛି। ପ୍ରଥମ କିସ୍ତି ପାଇବା ଲାଗି ଡିସେମ୍ବର ୨୦୧୮ରୁ ମାର୍ଚ୍ଚ ୨୦୧୯ ମଧ୍ୟରେ ଆଧାରକୁ ଇଚ୍ଛାଧୀନ କରାଯାଇଥିଲା। ଏହାବାଦ ଆସାମ, ମେଘାଳୟ ଏବଂ ଜମ୍ମୁ କଶ୍ମୀର ଲାଗି ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଆଧାରକୁ ଇଚ୍ଛାଧୀନ କରାଯାଇଛି। ଦ୍ୱିତୀୟ କିସ୍ତି ପାଇବା ଲାଗି ଆଧାର ନିଶ୍ଚିତ ଭାବେ ଦେବାକୁ ପଡିବ। ଆଧାର ସଂଯୋଗୀକରଣ ବିଳମ୍ବ ହେବା ଯୋଗୁ ଏହି ସର୍ତ୍ତକୁ ନଭେମ୍ବର ୩୦ ଯାଏ କୋହଳ କରାଯାଇଥିଲା। ମାତ୍ର ଡିସେମ୍ବର ୧ ପରଠାରୁ ହିତାଧିକାରୀଙ୍କ ଲାଗି ଆଧାର ସଂଯୋଗ ବାଧ୍ୟତାମୂଳକ ବୋଲି କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିର ଦର୍ଶନକୁ ନେଇ ପୋଲିସ-ପୁରୋହିତ ମୁହାଁମୁହିଁ

ମିର୍ଜାପୁର,୨୧।୬: ଉତ୍ତରପ୍ରଦେଶର ବିନ୍ଧ୍ୟାଞ୍ଚଳରେ ଥିବା ପ୍ରସିଦ୍ଧ ମା’ ବିନ୍ଧବାସିନି ମନ୍ଦିରରେ ଦର୍ଶନ ଓ ପୂଜାକୁ ନେଇ ରବିବାର ପୋଲିସ ଓ ପୁରୋହିତ ମୁହାଁମୁହିଁ ହୋଇଥିବା ଜଣାପଡ଼ିଛି।...

ହରିୟାଣାରେ ମୃଦୁ ଭୂକମ୍ପ

ସୋନିପତ,୨୦।୭: ହରିୟାଣାର ସୋନିପତରେ ଶନିବାର ଏକ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ସକାଳ ୭ଟା ୪୫ରେ ଭୂକମ୍ପ ହୋଇଥିବା ବେଳେ ସେଠାକାର ଲୋକେ ଭୟଭୀତ ହୋଇ...

‘ମୁଁ ବାହାର ଲୋକ, ଆଉ ଯେଉଁମାନେ ଗୁଜରାଟରୁ ଆସିଛନ୍ତି ସେମାନେ ନିଜ ଲୋକ’

କୋଲକାତା,୯।୩ : ‘ଜୟ ନନ୍ଦିଗ୍ରାମ’ ସ୍ଲୋଗାନ ସହ ମଙ୍ଗଳବାର ପଶ୍ଚିମ ବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନନ୍ଦିଗ୍ରାମ ଆସନ ପାଇଁ ପ୍ରଚାର ଆରମ୍ଭ କରିଛନ୍ତି। ଏଠାରେ...

ଦୁବାଇ, ଥାଇଲାଣ୍ଡରେ ରହିଛି ବିକାଶଙ୍କ ସମ୍ପତ୍ତି !

କାନପୁର,୧୧।୭: କୁଖ୍ୟାତ ଅପରାଧୀ ବିକାଶ ଦୁବେଙ୍କ ମୃତ୍ୟୁ ପରେ ବି ସେ ଏବେ ରହୁଛନ୍ତି ଚର୍ଚ୍ଚାରେ। ଉତ୍ତରପ୍ରଦେଶ ଏସ୍‌ଟିଏଫ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ବିକାଶଙ୍କର...

କରୋନା ରୋଗୀଙ୍କ ମୃତ୍ୟୁ ଦେଖି ଭୋ ଭୋ କାନ୍ଦିଲେ ଡାକ୍ତର, କହିଲେ…

ଲକ୍ଷ୍ନୌ,୧।୫: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧୀକ୍ଷକ ଡା. ଏ କେ ରାୟ କରୋନା ରୋଗୀଙ୍କ ମୃତ୍ୟୁ ଦେଖି ନିଜ ଚାମ୍ବରରେ...

ସିଆଚେନ୍‌ରେ ହାତୁଡ଼ିରେ ପିଟିଲେ ଅଣ୍ଡା ବି ଫାଟୁନି: ଖାଦ୍ୟ ପାଇଁ ହନ୍ତସନ୍ତ ଯବାନ

ସିଆଚେନ୍‌, ୯।୬: ସିଆଚେନ୍‌ରେ ୨୦ ହଜାର ମିଟର ଉପରେ ଦେଶର ସୁରକ୍ଷା ପାଇଁ ମୁତୟନ ରହିଛନ୍ତି ସେନା ଯବାନ। ଯବାନଙ୍କ ପାଇଁ ବିଭିନ୍ନ ଖାଦ୍ୟ ସାମଗ୍ରୀ...

କରୋନା ଆକ୍ରାନ୍ତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଦିଆଗଲା ପ୍ଲାଜମା ଥେରାପି

ନୂଆଦିଲ୍ଲୀ, ୨୫।୯: କରୋନା ଆକ୍ରାନ୍ତ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ସାକେତ୍‌ସ୍ଥିତ ମ୍ୟାକ୍ସ ହସ୍ପିଟାଲରେ ପ୍ଲାଜମା ଥେରାପି ଦିଆଯାଇଛି। ୨୪ ସେପ୍ଟେମ୍ବରରେ ସିସୋଦିଆଙ୍କୁ ଲୋକନାୟକ ଜୟପ୍ରକାଶ...

ମୋଦି ସରକାରଙ୍କ ଶହେ ଦିନରେ ଦେଶର ଅର୍ଥ ବ୍ୟବସ୍ଥା ଭୁଶୁଡ଼ି ଯାଇଛି: କପିଲ୍‌ ସିବଲ୍‌

ନୂଆଦିଲ୍ଲୀ,୮।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାରଙ୍କ ଶହେ ଦିନ ପୂରଣ ହୋଇଛି। ଏହି ଅବସରରେ କଂଗ୍ରେସ ପକ୍ଷରୁ ବରିଷ୍ଠ ନେତା କପିଲ୍‌ ସିବଲ୍‌ ମୋଦି ସରକାରଙ୍କୁ...

Advertisement


Archives

Model This Week