ପିଏମ୍‌ କିଷାନରେ କୃଷକଙ୍କୁ ୫୦,୮୫୦ କୋଟି ଟଙ୍କା ପ୍ରଦାନ

ନୂଆଦିଲ୍ଲୀ,୨୩।୨ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ କେନ୍ଦ୍ର ସରକାର ୫୦,୮୫୦ କୋଟି ଟଙ୍କା ପ୍ରଦାନ କରିଥିବା ଶନିବାର କହିଛନ୍ତି। ଇନପୁଟ ଖର୍ଚ୍ଚ ଏବଂ ଘର ଖର୍ଚ୍ଚ ଉଠାଇବା ଦିଗରେ ଏହା ସହାୟକ ହେବ ବୋଲି ସରକାର ମତ ରଖିଛନ୍ତି। ଫେବୃୟାରି ୨୪ରେ ଉକ୍ତ ଯୋଜନାକୁ ଗୋଟିଏ ବର୍ଷ ପୂରଣ ହେବାକୁ ଯାଉଛି। ଯୋଜନାର ରୂପାୟନ କିଭଳି ହୋଇଛି ତାକୁ ନେଇ କୃଷି ମନ୍ତ୍ରଣାଳୟ ପକ୍ଷରୁ ଏଭଳି ତଥ୍ୟ ପ୍ରକାଶ କରାଯାଇଛି। ଗତ ବର୍ଷ ଉକ୍ତ ଯୋଜନାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଗୋରଖପୁରରେ ଶୁଭାରମ୍ଭ କରିଥିଲେ। ଉକ୍ତ ଯୋଜନାରେ କେନ୍ଦ୍ର ସରକାର ବାର୍ଷିକ ୩ ଟି କିସ୍ତିରେ ୬ ହଜାର ଟଙ୍କା କୃଷକଙ୍କ ବ୍ୟାଙ୍କ ଖାତାକୁ ପ୍ରଦାନ କରୁଛି। ଯୋଜନାରେ ୧୪ କୋଟି ହିତାଧିକାରୀ ରହିଛନ୍ତି। ଚଳିତ ବର୍ଷ ଫେବୃୟାରୀ ସୁଦ୍ଧା ୮.୪୬ କୋଟି କୃଷକଙ୍କୁ ସୁବିଧା ପ୍ରଦାନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପହିଲାରୁ ବଢ଼ିବ ବିମାନ ଭଡ଼ା

ନୂଆଦିଲ୍ଲୀ: ମହାମାରୀ ସମୟରେ ପୁଣି ଥରେ ବିମାନ ଭଡ଼ା ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଶୁକ୍ରବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ...

ଆମାଜନ ସପକ୍ଷରେ ରାୟ

ମୁମ୍ବାଇ, ୭।୮: ଫ୍ୟୁଚର ଗ୍ରୁପ୍‌ର ରିଟେଲ କାରବାର ଅଧିଗ୍ରହଣ ନେଇ ରିଲାଏନ୍ସ ସହ ୨୪,୭୧୩ କୋଟି ଟଙ୍କାର ଡିଲ୍‌କୁ ସୁପ୍ରିମକୋର୍ଟଙ୍କ ଝଟକା ଲାଗିଛି। ସର୍ବୋଚ୍ଚ ଅଦାଲତ...

୧୪% ବଢ଼ିଲା ସ୍ପାଇସ୍‌ ଜେଟ୍‌ ଶେୟାର

ନୂଆଦିଲ୍ଲୀ: ଗୁରୁବାର ସ୍ପାଇସ୍‌ ଜେଟ କମ୍ପାନୀର ଶେୟାର କାରବାର ୧୪% ବଢ଼ିଥିବା ନଜରକୁ ଆସିଛି। ଆମେରିକାର ଫେଡେରାଲ ଆଭିଏଶନ ଆଡମିନିଷ୍ଟ୍ରେଶନ(ଏଫ୍‌ଏଏ) ବୋଇଂ ୭୩୭ ମାକ୍ସ ବିମାନର...

ଆମେରିକା ସହ ଟ୍ରେଡ୍‌ ଓ୍ବାର୍‌; ଭାରତର ହାତ ଧରିବାକୁ ଚାଇନା ରାଜି

ନୂଆଦିଲ୍ଲୀ,୨୧-୭: ଆତଙ୍କବାଦ୍‌ ଓ ସୀମା ବିବାଦ ସମେତ ବହୁ ପ୍ରସଙ୍ଗରେ ଭାରତ ବିରୋଧୀ ମନୋଭାବ ପୋଷଣ କରୁଥିବା ଚାଇନା ଏବେ ଆମେରିକା ବିରୋଧରେ ଟ୍ରେଡ୍‌ ଓ୍ବାର୍‌ରେ...

ବଢିଲା ସ୍ବାସ୍ଥ୍ୟକର୍ମୀଙ୍କ ସ୍ବାସ୍ଥ୍ୟବୀମା ଅବଧି

ନୂଆଦିଲ୍ଲୀ,୨୧।୬: କରୋନା ସଂକ୍ରମଣରୁ ଦେଶବାସୀଙ୍କୁ ସୁରକ୍ଷା ଯୋଗାଇ ଦେଉଥିବା ସ୍ବାସ୍ଥ୍ୟକର୍ମୀଙ୍କ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୫୦ଲକ୍ଷ ଟଙ୍କାର ସ୍ବାସ୍ଥ୍ୟବୀମା ପ୍ରଦାନ କରାଯାଉଛି। ଏହି ବୀମାର...

ବିମାନ ଯାତ୍ରା ଭଡ଼ା ଉପରେ ନଜର ରଖିବ ଡିଜିଟିଏ

ନୂଆଦିଲ୍ଲୀ,୧୭-୪: ଜେଟ୍‌ ଏୟାରଓ୍ବେଜରେ ସଙ୍କଟ ଦେଖାଦେବା ପରେ ବିମାନ କ୍ଷେତ୍ରରେ ଟିକେଟ ମୂଲ୍ୟ ଆକାଶଛୁଆଁ ହେଲାଣି। ଏହାଦ୍ୱାରା ଯାତ୍ରୀମାନେ ସିଧାସଳଖ ପ୍ରଭାବିତ ହେବା ସହିତ ସରକାରଙ୍କ...

ନିଲାମ ହୋଇଛି ୨୨ ଲୁହାପଥର ଖଣି

ନୂଆଦିଲ୍ଲୀ,୨୩-୭: ସରକାର ବର୍ତ୍ତମାନ ସୁଦ୍ଧା ୨୨ ଲୁହାପଥର ଖଣି ନିଲାମ କରିବାକୁ ସକ୍ଷମ ହୋଇଛି। ଏହି ଖଣିଗୁଡିକରେ ମୋଟ ୫୮୩.୦୫୭ ନିୟୁତ ଟନ୍‌ ଖଣିଜ ସମ୍ପଦ...

ଜିଭା ଆୟୁର୍ବେଦା ପକ୍ଷରୁ ଦେୟମୁକ୍ତ ପରାମର୍ଶ ପ୍ରଦାନ

ଭୁବନେଶ୍ୱର,୧୨।୭(ବ୍ୟୁରୋ) : ଜିଭା ଆୟୁର୍ବେଦା ପକ୍ଷରୁ ଜିଭା ସ୍ବାସ୍ଥ୍ୟ ସପ୍ତାହର ସପ୍ତମ ସଂସ୍କରଣ ଅବସରରେ ସାରା ଦେଶରେ ଦେୟମୁକ୍ତ ପରାମର୍ଶ ପ୍ରଦାନ କରାଯାଉଛି। ସାରା ଦେଶରେ...

Advertisement


Archives

Model This Week