Posted inଜାତୀୟ

ପିଏମ୍‌ସି ବ୍ୟାଙ୍କ ଦୁର୍ନୀତି: ୨୧ ହଜାରରୁ ଅଧିକ ଭୂତ ଖାତା

ମୁମ୍ବାଇ,୬।୧୦: ପଞ୍ଜାବ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ(ପିଏମ୍‌ସି) ବ୍ୟାଙ୍କ ଦୁର୍ନୀତିର ପର୍ଦ୍ଦାଫାଶ୍‌ ହୋଇଛି। ମୁମ୍ବାଇ ପୋଲିସର ଅପରାଧ ଶାଖା ପକ୍ଷରୁ ଏନେଇ ଖୋଳତାଡ଼ ଆରମ୍ଭ ହୋଇଛି। ବ୍ୟାଙ୍କରେ ୨୧ ହଜାର ୪୯ ନକଲି ସଞ୍ଚୟ ଖାତା ରହିଛି। ସେଥିମଧ୍ୟରୁ ଅଧିକାଂଶ ଭୂତ ଖାତା ରହିଛି। ଏସବୁ ଖାତା ଧାରକଙ୍କ ମୃତ୍ୟୁ ବହୁପୂର୍ବରୁ ହୋଇସାରିଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରଥମେ ୪୪ଟି ଖାତାର ଯାଞ୍ଚ୍‌ କରାଯାଇଥିଲା ସେଥିମଧ୍ୟରୁ କେବଳ ୧୦ ଠିକ୍‌ ଥିବା ଜଣାପଡ଼ିଥିଲା। ବ୍ୟାଙ୍କରେ ୩ ହଜାର କୋଟି ଟଙ୍କାର ପାଣ୍ଠି ଅଭାବ ଦେଖାଯିବାର ଆଶଙ୍କା ସୃଷ୍ଟି ହୋଇଛି। ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ୧୯୪୯ ସେକସନ୍‌ ୩୫-ଏ ଅନ୍ତର୍ଗତ ପିଏମ୍‌ସି ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏହାଦ୍ୱାରା ବ୍ୟାଙ୍କରେ କୌଣସି ସ୍ଥାୟୀ ଜମା ଖାତା ଖୋଲାଯାଇପାରିବ ନାହିଁ। ଏହା ସହିତ ବ୍ୟାଙ୍କ ଋଣ ମଧ୍ୟ ଦେଇପାରିବ ନାହିଁ


Enter your email to get our daily news in your inbox.

All Right Reserved By Dharitri.Com

ଭାରତ ସମସ୍ତ ଦେଶର ସମୃଦ୍ଧି ଚାହେଁ: ୟୁକ୍ରେନ ଯୁଦ୍ଧ ନେଇ ନୌସେନା ମୁଖ୍ୟଙ୍କ ମନ୍ତବ୍ୟ…

ନୂଆଦିଲ୍ଲୀ,୪।୩ : ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର କହିଛନ୍ତି ଯେ ଯେତେବେଳେ ବି ଟେକ୍ନୋଲୋଜି ଆସେ, ଏହାକୁ କାଉଣ୍ଟର କରିବା ଜ୍ଞାନକୌଶଳ ମଧ୍ୟ...

ସ୍କୁଲ୍‌ ଛାତ୍ରୀଙ୍କୁ ବଳାତ୍କାର ମାମଲା: ମହନ୍ତ ଶିବମୂର୍ତ୍ତି ଗିରଫ

ବେଙ୍ଗାଲୁରୁ,୧ା୯: ନାବାଳିକା ଯୌନ ନିର୍ଯାତନା ଓ ବଳାତ୍କାର ମାମଲାରେ କର୍ନାଟକର ଏକ ପ୍ରମୁଖ ଲିଙ୍ଗାୟତ ମଠର ମହନ୍ତ ଶିବମୂର୍ତ୍ତି ମୁରୁଘା ଶରାନାରୁଙ୍କୁ ଗୁରୁବାର ରାତିରେ ଗିରଫ...

ଫୈଜାବାଦ କୋର୍ଟ ବିସ୍ଫୋରଣ ମାମଲା: ୨ ଜଣଙ୍କୁ ଆଜୀବନ ଜେଲ

ଫୈଜାବାଦ, ୨୨ା୧୨(ପି.ଟି.): ୨୦୦୭ ନଭେମ୍ବରରେ ଉତ୍ତର ପ୍ରଦେଶର ଫୈଜାବାଦ କୋର୍ଟରେ ହୋଇଥିବା ବୋମା ବିସ୍ଫୋରଣ ମାମଲାରେ ଶନିବାର ସ୍ବତନ୍ତ୍ର ଆତଙ୍କ ନିରୋଧୀ ଅଦାଲତ ୨ ଅଭିଯୁକ୍ତଙ୍କୁ...

୫ ଶହ ତଳେ ଦୈନିକ ସଂକ୍ରମଣ…

ନୂଆଦିଲ୍ଲୀ, ୨୧।୧୧: ଥଣ୍ଡା ବଢ଼ିବା ସହିତ ଦେଶରେ କରୋନା ମହାମାରୀ ସଂକ୍ରମଣ ଥମିବାରେ ଲାଗିଛି। ଇତି ମଧ୍ୟରେ ଦେଶରେ ସକ୍ରିୟ ମାମଲା କମି ୭ ହଜାର...

ରୋବୋ କରିବ ନାଳ ସଫା

ବିଶାଖାପଟ୍ଟନମ୍‌, ୨୧।୧: ନାଳ ସଫା କାର୍ଯ୍ୟରେ ଏବେ ରୋବୋକୁ ନିୟୋଜିତ କରାଯିବ। ବିଶାଖାପଟ୍ଟନମ୍‌ ମ୍ୟୁନିସ୍‌ପାଲ୍‌ କର୍ପୋରେଶନ ପକ୍ଷରୁ ଏଭଳି ରୋବୋ କିଣିବା ଲାଗି ଯୋଜନା କରାଯାଇଛି।...

ବିଧାନପରିଷଦରେ କାନ୍ଦିଲେ ମନ୍ତ୍ରୀ

ଲକ୍ଷ୍ନୌ,୨୭।୫: ୟୁପି ବିଧାନସଭାର ବଜେଟ ଅଧିବେଶନ ଚାଲିଛି। ଏହି ବଜେଟ ଅଧିବେଶନରେ ଏକ ଚର୍ଚ୍ଚିତ ଘଟଣା ଘଟିଛି। ବିଧାନ ପରିଷଦରେ ଯୋଗୀ ସରକାରରେ ମତ୍ସ୍ୟ ବିଭାଗର...

ପୋଲାଭରମ ଯୋଗୁ ଓଡ଼ିଶାର ୧୦୦୨ ପରିବାର ପ୍ରଭାବିତ ହେବେ

ନୂଆଦିଲ୍ଲୀ, ୩ା୨: ଆନ୍ଧ୍ର ପ୍ରଦେଶରେ ନିର୍ମାଣାଧୀନ ବହୁମୁଖୀ ନଦୀବନ୍ଧ ପୋଲାଭରମ ପ୍ରକଳ୍ପ ଯୋଗୁ ଓଡ଼ିଶାର ଅନୂ୍ୟନ ୧୦୦୨ ପରିବାର ପ୍ରଭାବିତ ହେବେ। ସେଥିରୁ ୯୦୩ ପରିବାର...

କରୋନା ଆତଙ୍କ: ଏପ୍ରିଲ ୮ରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି

ନୂଆଦିଲ୍ଲୀ,୫।୪: ଭାରତରେ କରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏଥି ସହ କରୋନାର ନୂଆ ଷ୍ଟ୍ରେନ୍‌ ଏବେ ଚିନ୍ତା ବଢ଼ାଇଛି। ଦେଶରେ ବର୍ଦ୍ଧିତ କରୋନା...

Advertisement
Archives

Model This Week