ପିଏମ୍‌ସି ଜମାକାରୀଙ୍କ ଉଠାଣସୀମା ୫୦ ହଜାରକୁ ବୃଦ୍ଧି

ନୂଆଦିଲ୍ଲୀ,୬-୧୧: ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର କୋଅପରେଟିଭ ବ୍ୟାଙ୍କ(ପିଏମ୍‌ସି) ଜମାକାରୀଙ୍କ ଲାଗି ଖୁସି ଖବର। ରିଜର୍ଭ ବ୍ୟାଙ୍କ ମଙ୍ଗଳବାର ପିଏମ୍‌ସି ଜମାକାରୀଙ୍କ ଉଠାଣ ସୀମା ୫୦ ହଜାର ଟଙ୍କାକୁ ବୃଦ୍ଧି କରିଛି। ଏହା ପୂର୍ବରୁ ୪୦,୦୦୦ ଟଙ୍କା ରହିଥିଲା। ଏହି ବ୍ୟାଙ୍କରେ ବୃହତ୍‌ ପରିମାଣର ଋଣ ଠକେଇ ସାମ୍ନାକୁ ଆସିବା ପରେ ରିଜର୍ଭ ବ୍ୟାଙ୍କ ଉଠାଣ ଉପରେ କଟକଣା ଲଗାଇବା ସହ ଲୋକମାନେ ମାତ୍ର ୧ ହଜାର ଟଙ୍କା ଉଠାଇବାକୁ ସକ୍ଷମ ହେବେ ବୋଲି କହିଥିଲା। ସେପ୍ଟେମ୍ବର ୨୩ରେ ଏହି ସୀମାକୁ ୪୦ ହଜାର ଟଙ୍କାକୁ ବଢାଯାଇଥିଲା। ସୂଚନା ଯୋଗ୍ୟ, ବ୍ୟାଙ୍କରେ ଟଙ୍କା ଥାଇ ମଧ୍ୟ ଲୋକମାନେ ଏହାକୁ ଉଠାଣରେ ସକ୍ଷମ ନ ହେବା ଯୋଗୁ ନାହିଁ ନ ଥିବା ଅସୁବିଧା ସାମ୍ନା କରିଥିଲେ। ଏହାକୁ ନେଇ ଲୋକମାନେ ବିକ୍ଷୋଭ କରିବା ସହ ନିର୍ମଳା ସୀତାରାମନଙ୍କ ହସ୍ତକ୍ଷେପ ଲୋଡିଥିଲେ। ଲୋକଙ୍କ ଅସୁବିଧାକୁ ଧ୍ୟାନରେ ରଖି ଉଠାଣକୁ ଧୀରେ ଧୀରେ କୋହଳ କରାଯାଉଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କମିବାକୁ ଯାଉଛି ଖାଇବା ତେଲ ଦର

ନୂଆଦିଲ୍ଲୀ,୨୨।୧୦: ପାର୍ବଣ ସମୟରେ ଡାଲି ଏବଂ ଖାଇବା ତେଲ ଦର ନିୟନ୍ତ୍ରଣକୁ ଆଣିବା ଲାଗି ବିଭିନ୍ନ ପଦକ୍ଷେପ ନେଉଛନ୍ତି କେନ୍ଦ୍ର ସରକାର। ଆମଦାନୀ ବଢ଼ାଇବା ସହ...

୯୨୯ କୋଟି ଉଠାଇଲେ ଏଫ୍‌ପିଆଇ

ନୂଆଦିଲ୍ଲୀ,୧୨।୪: ଚଳିତ ମାସ ଭାରତୀୟ ପୁଞ୍ଜି ବଜାରରୁ ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର (ଏଫ୍‌ପିଆଇ)ମାନେ ୯୨୯ କୋଟି ଟଙ୍କା ଉଠାଇଛନ୍ତି। କୋଭିଡ୍‌ ମାମଲା ବଢୁଥିବାରୁ ନିବେଶକମାନେ ଭୟଭୀତ...

milk mantra

ବନ୍ୟାବିପନ୍ନ ଦୁଗ୍ଧଚାଷୀଙ୍କୁ ମିଲ୍କ ମନ୍ତ୍ରର ସହାୟତା

ଭୁବନେଶ୍ୱର, ୧୫।୯ : ଚଳିତ ବର୍ଷ ବନ୍ୟାରେ ପ୍ରଭାବିତ ହୋଇଥିବା ପୁରୀ ଜିଲା କଣାସ ବ୍ଲକର ଶତାଧିକ ଦୁଗ୍ଧଚାଷୀଙ୍କୁ ଷ୍ଟାର୍ଟଅପ କମ୍ପାନୀ ମିଲ୍କ ମନ୍ତ୍ର ପକ୍ଷରୁ...

ଅମ୍ଫନ୍‌ ପାଇଁ ଲକ୍ଷେ କୋଟି କ୍ଷତି

କୋଲକାତା,୨୪।୫: ମହାବାତ୍ୟା ଅମ୍ଫନ୍‌ ଯୋଗୁ ପୂର୍ବାଞ୍ଚଳ ରାଜ୍ୟ ପଶ୍ଚିମବଙ୍ଗରେ ବ୍ୟାପକ କ୍ଷତିକ୍ଷତି ଘଟିଥିଲେ ହେଁ ଓଡ଼ିଶା ସେତେଟା ପ୍ରଭାବିତ ହୋଇନାହିଁ। ଅମ୍ଫନ୍‌ ଯୋଗୁ ଭିତ୍ତିଭୂମି, କୃଷି...

ପ୍ରଭାବିତ କ୍ଷେତ୍ର ଲାଗି ଆସିବ ଆର୍ଥତ୍କ ପ୍ୟାକେଜ

ନୂଆଦିଲ୍ଲୀ,୨୦-୩: କରୋନା ଦ୍ୱାରା କ୍ଷତିଗ୍ରସ୍ତ କ୍ଷେତ୍ରଗୁଡିକୁ ସରକାର ସହାୟତା ପ୍ୟାକେଜ ପ୍ରଦାନ କରିବେ। ଏଥିଲାଗି ଏକ ଟାସ୍କଫୋର୍ସ ଗଠନ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର...

ଆଉ ୩୭୦ ବିମାନ କିଣିବ ଏୟାର ଇଣ୍ଡିଆ

ନୂଆଦିଲ୍ଲୀ,୧୭।୨:ଟାଟା ଗ୍ରୁପ୍‌ ଦ୍ୱାରା ପରିଚାଳିତ ଦେଶର ପ୍ରମୁଖ ବିମାନ ସେବା ପ୍ରଦାନକାରୀ ସଂସ୍ଥା ଏୟାର ଇଣ୍ଡିଆ ଗୁରୁବାର ଏକ ବାଣିଜି୍ୟକ ଅର୍ଡର ସମ୍ପର୍କରେ ଘୋଷଣା କରିଛି।...

ଆସାମରେ ୧୩ ହଜାର କୋଟି ନିବେଶ କରିବ ଓଏନ୍‌ଜିସି

ନୂଆଦିଲ୍ଲୀ,୧୨-୯: ତୈଳ ଏବଂ ପ୍ରାକୃତିକ ବାଷ୍ପ ନିଗମ(ଓଏନ୍‌ଜିସି) ଆସାମରେ ୧୩ ହଜାର କୋଟି ଟଙ୍କା ନିବେଶ କରିବ। ଏହି ଅର୍ଥରେ କମ୍ପାନୀ ଆସନ୍ତା ୫ ବର୍ଷରେ...

ରୁପେ ଡେବିଟ କାର୍ଡରେ ଶପିଂ ହେବ ଶସ୍ତା

ନୂଆଦିଲ୍ଲୀ,୧୫-୯: ନ୍ୟାଶନାଲ ପେମେଣ୍ଟସ କର୍ପୋରେଶନ ଅଫ୍‌ ଇଣ୍ଡିଆ(ଏନ୍‌ପିସିଆଇ) ଡିଜିଟାଲ ପେମେଣ୍ଟକୁ ପ୍ରୋତ୍ସାହିତ କରବାକୁ ଯାଇ ରୁପେ ଡେବିଟ୍‌ କାର୍ଡ ଜରିଆରେ ନେଣଦେଣ ଉପରେ ମର୍ଚ୍ଚେଣ୍ଟ ଡିସ୍‌କାଉଣ୍ଟ...

Advertisement
Archives

Model This Week