ପିଏମ୍‌ଜିକେପିରେ ୩୪,୮୦୦ କୋଟିର ସହାୟତା

ମୁମ୍ବାଇ,୭।୫: ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ (ପିଏମ୍‌ଜିକେପି) ବାବଦକୁ ସରକାର ୩୪,୮୦୦ କୋଟି ଟଙ୍କାର ସହାୟତା ପ୍ରଦାନ କରିଛନ୍ତି। ପ୍ରାୟ ୩୯ କୋଟି ହିତାଧିକାରୀଙ୍କୁ ଡିଜିଟାଲ ପେମେଣ୍ଟ ଭିତ୍ତିଭୂମିରେ ଏହି ସହାୟତା ଯୋଗାଇ ଦିଆଯାଇଛି। ଲକ୍‌ଡାଉନରେ ବର୍ତ୍ତମାନ ଗରିବ ଲୋକମାନେ ଫସି ରହିଥିବାରୁ ବିଭିନ୍ନ ଅସୁବିଧା ସାମ୍ନା କରୁଛନ୍ତି। ସରକାର ଘୋଷଣା କରିଥିବା ୧.୭୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ ଅନ୍ତର୍ଗତ ଏହି ଅର୍ଥ ରାଶି ରହିଛି। ମାର୍ଚ୍ଚ ୨୬ରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଏହି ଆର୍ଥତ୍କ ପ୍ୟାକେଜ ସମ୍ପର୍କରେ ଘୋଷଣା କରିଥିଲେ। ପ୍ୟାକେଜର ପରିଚାଳନା ନେଇ କେନ୍ଦ୍ର ଏବଂ ରାଜ୍ୟ ସରକାର ନିୟମିତ ଭାବେ ସମୀକ୍ଷା କରୁଛନ୍ତି। ପିଏମ୍‌ କିଷାନର ପ୍ରଥମ କିସ୍ତି ଭାବେ ମେ ୫ରେ ସରକାର ୧୬,୩୯୪ କୋଟି ପ୍ରଦାନ କରିଥିଲେ। ଏଥିରେ ୮.୧୯ କୋଟି ହିତାଧିକାରୀଙ୍କୁ ସେମାନଙ୍କ ଆକାଉଣ୍ଟରେ ସିଧାସଳଖ ୨ ଟଙ୍କା ଲେଖାଏ ଦିଆଯାଇଥିଲା।
ସେହିଭଳି ୨୦.୦୫ କୋଟି ମହିଳାଙ୍କ ଜନଧନ ଖାତାରେ ୧୦,୦୨୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ଦ୍ୱିତୀୟ କିସ୍ତିରେ ୫.୫୭ କୋଟି ମହିଳାଙ୍କ ଜନଧନ ଖାତାରେ ୨୭୮୮ କୋଟି ଦିଆଯାଇଛି। ନ୍ୟାଶନାଲ ସୋସିଆଲ ଆସିଷ୍ଟାନ୍ସ ପ୍ରୋଗ୍ରାମରେ ୨.୮୨ କୋଟି ହିତାଧିକାରୀଙ୍କୁ ୧୪୦୦


Enter your email to get our daily news in your inbox.

All Right Reserved By Dharitri.Com

୧୦ ଟିକିଆ ମୋବାଇଲ ନମ୍ବର ଜାରି ରହିବ

ନୂଆଦିଲ୍ଲୀ,୧।୬: ଘରୋଇ ବଜାରର ଉପଭୋକ୍ତାଙ୍କ ଲାଗି ୧୧ ଟିକିଆ ମୋବାଇଲ ନମ୍ବର ଜାରି କରିବା ଲାଗି କୌଣସି ପ୍ରସ୍ତାବ ବର୍ତ୍ତମାନ ସୁଦ୍ଧା ଦିଆଯାଇ ନାହିଁ। ଭାରତୀୟ...

ହଲ୍‌ ଅଫ୍‌ ଫେମ୍‌ ୨.୦ ରେ ୨୫ ଷ୍ଟାର୍ଟଅପ

ଭୁବନେଶ୍ୱର,୨୨।୧୧: ଷ୍ଟାର୍ଟଅପ ଓଡ଼ିଶା ଓ ଟିଆଇଇ ଭୁବନେଶ୍ୱର ପକ୍ଷରୁ ‘ହଲ୍‌ ଅଫ୍‌ ଫେମ୍‌ ୨.୦’ର ଶୁଭାରମ୍ଭ ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକି ସୋମବାର ସ୍ଥାନୀୟ ଜୟଦେବ...

ଲିଗାଲ ଟେକ୍‌ନୋଲୋଜିରେ ନୂତନ ବିବର୍ତ୍ତନ

ଏକ ଦଶନ୍ଧିରୁ ଅଧିକ ସମୟର ସଂଘର୍ଷରତ ଯାତ୍ରା ପରେ ରାକେଶ ଶତପଥୀ ଜଣେ ଦକ୍ଷ ଡିରେକ୍ଟର ତଥା କମ୍ପ୍ୟୁଟର ଇଞ୍ଜିନିୟର ଭାବେ ଏପିକ୍‌ ଗ୍ଲୋବାଲ ୟୁଏସ୍‌...

ଛାତ୍ରୀଛାତ୍ରଙ୍କୁ ପୁରସ୍କୃତ କଲା ପୂର୍ବତଟ ରେଳପଥ

ଭୁବନେଶ୍ୱର,୫ା୧୧: ପୂର୍ବତଟ ରେଳପଥ ପକ୍ଷରୁ ନିକଟରେ ସତର୍କତା ସଚେତନତା ସପ୍ତାହ-୨୦୨୨ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବତଟ ରେଳପଥ ମୁଖ୍ୟାଳୟ, ଭୁବନେଶ୍ୱରଠାରେ ଏକ ପୁରସ୍କାର...

ଭୁବନେଶ୍ୱରରେ ଟୋଟାଲ ଏଲ୍‌ପିଜି ସେବା

ଭୁବନେଶ୍ୱର: ଫ୍ରାନ୍ସ ଭିତ୍ତିକ ତୈଳ ଏବଂ ଗ୍ୟାସ୍‌ କମ୍ପାନୀ ‘ଟୋଟାଲ’ ଭୁବନେଶ୍ୱର ବଜାରରେ ଏଲ୍‌ପିଜି ବିତରଣ ବାଣିଜ୍ୟ କ୍ଷେତ୍ରରେ ପ୍ରବେଶ କରିଛି। ଖୋର୍ଦ୍ଧା ଜିଲା ପାଇଁ...

ରାଜ୍ୟଗୁଡ଼ିକର ଜିଏସ୍‌ଟି କ୍ଷତି କମିବ

ନୂଆଦିଲ୍ଲୀ,୨୨।୨:  ରାଜ୍ୟଗୁଡ଼ିକର ସାମଗ୍ରୀ ଓ ସେବା ଟିକସ(ଜିଏସ୍‌ଟି) ଜନିତ ରାଜସ୍ବ କ୍ଷତି ଚଳିତ ଆର୍ଥତ୍କ ବର୍ଷରେ ୪୦ ହଜାର କୋଟି କମିପାରେ। ଗତ ୪ ମାସରେ ଜିଏସ୍‌ଟି...

୨୦୧୮ରେ ବିଶ୍ୱର ବୃହତ ଅର୍ଥନୀତି;୫ରୁ ୭କୁ ଖସିଲା ଭାରତ

ନୂଆଦିଲ୍ଲୀ,୩-୮: ଅର୍ଥନୀତି କ୍ଷେତ୍ରରେ ମୋଦି ସରକାରଙ୍କୁ ଜୋର୍‌ ଝଟକା ଲାଗିଛି। ୨୦୨୪-୨୫ ସୁଦ୍ଧା ୫ ଲକ୍ଷ କୋଟି ଡଲାର ସହ ବିଶ୍ୱର ତୃତୀୟ ବୃହତ ଅର୍ଥନୀତି...

ଶସ୍ତା ହେଲା ଗ୍ୟାସ ସିଲିଣ୍ଡର…

ନୂଆଦିଲ୍ଲୀ, ୧।୬ : ଦେଶରେ ଦର ଦାମ ବୃଦ୍ଧି ଯୋଗୁ ସଙ୍କଟ ସୃଷ୍ଟି ହୋଇଥିବାବେଳେ ଲୋକଙ୍କ ପାଇଁ ଖୁସି ଖବର ଆସିଛି। ଏଲପିଜି ସିଲିଣ୍ଡରର ଦାମ୍‌ରେ...

Advertisement
Archives

Model This Week