ପିଏମ୍‌ଇଜିପିରେ ଅଧିକ ଋଣ ଦିଅନ୍ତୁ ବ୍ୟାଙ୍କ

ଭୁବନେଶ୍ୱର, ୬-୯(ବ୍ୟୁରୋ): ସାରା ଦେଶରେ ନିଯୁକ୍ତି ସୃଷ୍ଟି କ୍ଷେତ୍ରରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ଦେଶର ଅର୍ଥନୈତିକ ବିକାଶ କ୍ଷେତ୍ରରେ ଏହି ସଂସ୍ଥାଗୁଡିକର ଯୋଗଦାନ ଅତୁଳନୀୟ। ସରକାର ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ କରିବା ଦିଗରେ ବିଭିନ୍ନ ପଦକ୍ଷେପ ନେଉଛନ୍ତି। ଏଭଳି ସ୍ଥିତିରେ ଶିଳ୍ପ ସଂସ୍ଥା ସ୍ଥାପନ ଲାଗି ଉଦ୍ୟୋଗୀଙ୍କୁ ସହାୟତା କରିବା ଦିଗରେ ବ୍ୟାଙ୍କଗୁଡିକ ଆଗେଇ ଆସିବାକୁ କେନ୍ଦ୍ର ଏମ୍‌ଏସ୍‌ଏମ୍‌ଇ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ ଆହ୍ବାନ ଜଣାଇଛନ୍ତି।
ସ୍ଥାନୀୟ ଏକ ହୋଟେଲରେ ଖଦି ଏବଂ ଗ୍ରାମୋଦ୍ୟୋଗ କମିଶନ(କେଭିଆଇସି) ପକ୍ଷରୁ ଅନୁଷ୍ଠିତ ରାଜ୍ୟସ୍ତରୀୟ ପ୍ରଧାନମନ୍ତ୍ରୀ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ(ପିଏମ୍‌ଇଜିପି) କର୍ମଶାଳାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଷଡଙ୍ଗୀ କହିଛନ୍ତି, ସଂସ୍ଥାଗୁଡିକ କିଭଳି ଭଲ ଭାବେ ଋଣ ପାଇ ପାରିବେ ସେ ଦିଗରେ ବ୍ୟାଙ୍କ ଯନତ୍ବାନ ହେବା ଆବଶ୍ୟକ। ଏହି ଯୋଜନାରେ ଧାର୍ଯ୍ୟ ଲକ୍ଷ୍ୟ ମଧ୍ୟରୁ ଅଧିକରୁ ଅଧିକ ଋଣ ପ୍ରଦାନ ପାଇଁ ବ୍ୟାଙ୍କ ଆଗେଇ ଆସନ୍ତୁ ବୋଲି ସେ ମତ ଦେଇଛନ୍ତି। ସଂସ୍ଥାଗୁଡିକ ବିଭିନ୍ନ ସମୟରେ ଋଣ ଲାଭ କରିବାକୁ ଅସୁବିଧାର ସାମ୍ନା କରୁଛନ୍ତି। ଅପରପକ୍ଷରେ ଧାର୍ଯ୍ୟ ଲକ୍ଷ୍ୟଠାରୁ ବ୍ୟାଙ୍କଗୁଡିକ ଋଣ ପ୍ରଦାନ ହାରକୁ ଆହୁରି ଉନ୍ନତ କରିବାକୁ ହେବ। ସଂସ୍ଥାଗୁଡିକ ନିଯୁକ୍ତିକୁ ପ୍ରୋତ୍ସାହିତ କରୁଥିବାରୁ ସେମାନେ ଉତ୍ସାହିତ ହେଲେ ଅଧିକ ହାରରେ ନିଯୁକ୍ତି ସୃଷ୍ଟି ଦିଗରେ କାର୍ଯ୍ୟ କରିବେ। ଏହା ରାଜ୍ୟ ତଥା ଦେଶର ବିକାଶ ଦିଗରେ ସହାୟକ ହୋଇ ପାରିବ ବୋଲି ଷଡଙ୍ଗୀ କହିଛନ୍ତି। ଏ ଦିଗରେ ମିଳିତ ହୋଇ କାର୍ଯ୍ୟ କରିବାକୁ ବ୍ୟାଙ୍କ, ବିତ୍ତୀୟ ପ୍ରତିଷ୍ଠାନ ଏବଂ ଅଂଶୀଦାରଙ୍କୁ ସେ ଆହ୍ବାନ ଜଣାଇଛନ୍ତି।
ସେହିଭଳି ପିଏମ୍‌ଇଜିପିରେ ଆସୁଥିବା ପ୍ରସ୍ତାବଗୁଡିକ ଉପରେ ବ୍ୟାଙ୍କଗୁଡିକ ତ୍ୱରିତ ମଞ୍ଜୁରୀ ପ୍ରଦାନ କରିବା ନେଇ କେଭିଆଇସିର ରାଜ୍ୟ ନିର୍ଦ୍ଦେଶକ ସମୀର କୁମାର ମହାନ୍ତି ମତପ୍ରକାଶ କରିଛନ୍ତି। କାର୍ଯ୍ୟକ୍ରମରେ ଖଦି ଏବଂ ଗ୍ରାମୋଦ୍ୟୋଗ କମିଶନର ସଭାପତି ସଂଗ୍ରାମ କେଶରୀ ପାଇକରାଏ, ଶିଳ୍ପ ନିର୍ଦ୍ଦେଶକ ପ୍ରଣବ ଜ୍ୟୋତି ନାଥ, ଏସ୍‌ଏଲ୍‌ବିସି କନଭେନର ଟି.ଆର. ଚୋକଲିଙ୍ଗମ, କେଭିଆଇସି ଡେପୁଟି ଡାଇରେକ୍ଟର ପି.କେ ଶତପଥୀ ପ୍ରମୁଖ ଯୋଗ ଦେଇ ପିଏମ୍‌ଇଜିପିର ବିଭିନ୍ନ ଦିଗ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଥିରେ ବ୍ୟାଙ୍କଗୁଡିକର ସ୍ଥାନୀୟ ମୁଖ୍ୟ, ଜିଲା ସ୍ତରରୁ ପ୍ରବନ୍ଧକ, ଡିଆଇସି, ଆରଆଇସିର ସାଧାରଣ ପ୍ରବନ୍ଧକ, ରିଜର୍ଭ ବ୍ୟାଙ୍କ, ନାବାର୍ଡ, ସିଡବି, କୟରବୋର୍ଡ, ଖଦି ଏବଂ ଗ୍ରାମୋଦ୍ୟୋଗ ବୋର୍ଡ, ଏନ୍‌ଏସ୍‌ଆଇସି, ସିଟିଟିସି ଏବଂ ଏମ୍‌ଏସ୍‌ଏମ୍‌ଇ ଡିଆଇର ପ୍ରତିନିଧି ମାନେ ଉପସ୍ଥିିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ପତାକା ସମାନତାର ପ୍ରତୀକ

ଭୁବନେଶ୍ୱର,୩।୫: ଦେଶର ପ୍ରମୁଖ ସାମାଜିକ ଅନୁଷ୍ଠାନ ଫ୍ଲାଗ୍‌ ଫାଉଣ୍ଡେଶନ ଅଫ୍‌ ଇଣ୍ଡିଆ (ଏଫ୍‌ଏଫ୍‌ଓଆଇ) ପକ୍ଷରୁ ପୁଣେସ୍ଥିତ ଆର୍ମଡ ଫୋର୍ସସେ ମେଡିକାଲ କଲେଜ (ଏଏଫ୍‌ଏମ୍‌ସି) ପରିସରରେ ଏକ...

ମାଲାବାରରେ ‘ଏକ୍ସକ୍ଲୁସିଭ୍‌ ବ୍ରାଣ୍ଡେଡ୍‌ ଜୁଏଲେରି ଶୋ’

ଭୁବନେଶ୍ୱର,୧୩ା୮: ଦେଶର ପ୍ରମୁଖ ଅଳଙ୍କାର ପ୍ରତିଷ୍ଠାନ ମାଲାବାର ଗୋଲ୍ଡ ଆଣ୍ଡ ଡାଇମଣ୍ଡସର ଭୁବନେଶ୍ୱର ଶହୀଦନଗରସ୍ଥିତ ଏକ୍ସକ୍ଲୁସିଭ ଷ୍ଟୋର ପରିସରରେ ଶୁକ୍ରବାର ଏକ ୧୦ ଦିନିଆ ‘ଏକ୍ସକ୍ଲୁସିଭ...

ଜିଡିପି ବିବାଦ: ସୁବ୍ରମଣ୍ୟନ୍‌ଙ୍କୁ ଜବାବ ଦେବେ ସରକାର

ନୂଆଦିଲ୍ଲୀ,୧୩-୬: ଏନ୍‌ଡିଏ ସରକାର ଅମଳରେ ଜିଡିପି ହାର ଦର୍ଶାଇବାରେ ମିଥ୍ୟାର ଆଶ୍ରୟ ନିଆଯାଇଥିଲା ବୋଲି ପୂର୍ବତନ ଅର୍ଥନୈତିକ ଉପଦେଷ୍ଟା ଅରବିନ୍ଦ ସୁବ୍ରମଣ୍ୟନ୍‌ ଏକ ରିପୋର୍ଟ ପ୍ରକାଶ...

ଗୁଗଲ ପ୍ଲେ ଷ୍ଟୋରରୁ ହଟିଲା ‘ପେଟିଏମ୍‌ ଆପ୍‌’: ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୧୮।୯: ଗୁଗଲ ନିଜ ପ୍ଲେ ଷ୍ଟୋରରୁ ଶୁକ୍ରବାର ପେଟିଏମ୍‌ ଆପ୍‌କୁ ହଟାଇ ଦେଇଛି। ଏନେଇ ପ୍ରତିକ୍ରିୟା ରଖି ଗୁଗଲ କହିଛି, କମ୍ପାନୀ ନିଜର ପ୍ଲାଟଫର୍ମରେ କୌଣସି...

ଭାରତକୁ ଜିଏସ୍‌ପି ମାନ୍ୟତା ଫେରାଇବା ନେଇ ୟୁଏସ୍‌ର ବିଚାର

ଓ୍ବାଶିଂଟନ,୨୦।୬: ବାଣିଜ୍ୟ ସୁବିଧା ଲାଗି ଆମେରିକା ପ୍ରଦାନ କରୁଥିବା ଜେନେରାଲାଇଜ୍ଡ ସିଷ୍ଟମ ଅଫ୍‌ ପ୍ରିଫରେନ୍ସ(ଜିଏସ୍‌ପି) ମାନ୍ୟତା ଭାରତକୁ ପୁଣି ଥରେ ପ୍ରଦାନ କରିବାକୁ ଆମେରିକା ବିଚାର...

୪୦୦ ଜିଲାରେ ଆୟୋଜିତ ହେବ ଋଣ ମେଳା;୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଏନ୍‌ପିଏ ଘୋଷିତ ହେବନି ଏମ୍‌ଏସ୍‌ଏମ୍‌ଇ ଋଣ

ନୂଆଦିଲ୍ଲୀ,୨୦-୯: ସୁକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ) ସେକ୍ଟରରେ ଦେଖାଦେଇଥିବା ମାନ୍ଦାବସ୍ଥାକୁ ଦୂରକରିବା ଲକ୍ଷ୍ୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଗୁରୁବାର ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଛନ୍ତି।...

ସୁନା ୬୩ ହଜାର ଛୁଇଁପାରେ

ନୂଆଦିଲ୍ଲୀ: ଚଳିତ ବର୍ଷ କରୋନା ମହାମାରୀ କାରଣରୁ ସୁନା ଦର ନେଇ କାହାର ଆକଳନ ନ ଥିଲା। ୨୦୨୧ରେ ଏହି ମୂଲ୍ୟବାନ୍‌ ଧାତୁ ଦର ଆକାଶଛୁଆଁ ହୋଇପାରେ...

ମୁକେଶ ଅମ୍ବାନୀଙ୍କ ଠାରୁ ଜୁକରବର୍ଗ: କରୋନା ସମୟରେ ଏହି କୋଟିପତିମାନେ କେତେ ଟଙ୍କା ଦାନ କରିଛନ୍ତି ଜାଣନ୍ତୁ…

ପରୋପକାର ପରମଧର୍ମ। ଅର୍ଥାତ୍‌ ଅନ୍ୟର ହିତ ପାଇଁ ଦାନ ହେଉଛି ସବୁଠାରୁ ବଡ଼ ଧର୍ମ। ଦୁନିଆରେ ଅନେକ ଲୋକ ରହିଛନ୍ତି ଯେଉଁମାନେ କୋଟି କୋଟି ଟଙ୍କା...

Advertisement
Archives

Model This Week