ପିଇଓ ସ୍ମିତାରାଣୀଙ୍କ ହତ୍ୟା ଘଟଣାକୁ ଆତ୍ମହତ୍ୟା ବୋଲି କହି ମନ୍ତ୍ରୀ ଷଡ଼ଯନ୍ତ୍ରରେ ମୋହର ମାରିଛନ୍ତି: ଭାଜପା

ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଯାଜପୁର ଜିଲା ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ୱାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାକୁ ଆତ୍ମହତ୍ୟା ବୋଲି ଗୁରୁବାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିଧାନସଭାରେ କହିବାକୁ ନେଇ ପୁଣି ରାଜନୀତି ସରଗରମ। ଶୁକ୍ରବାର ଏକ ଖବରଦାତା ସମ୍ମିଳନୀ କରି ଭାଜପା ଏହାକୁ ନିନ୍ଦା କରିଛି। ସ୍ମିତାରାଣୀ ହତ୍ୟା ଏବଂ ବଳାତ୍କାର ଘଟଣାକୁ ଆତ୍ମହତ୍ୟାର ରୂପ ଦେବା ଲାଗି ଚାଲିଥିବା ଷଡ଼ଯନ୍ତ୍ର ଉପରେ ମନ୍ତ୍ରୀ ମୋହର ମାରିଥିବା ସେ କହିଛନ୍ତି। ଏହାଦ୍ୱାରା ଜଣେ କର୍ମଜୀବୀ ମହିଳାଙ୍କୁ ନ୍ୟାୟ ଦେବାକୁ ସରକାର ବିଫଳ ହୋଇଛନ୍ତି।

ସ୍ମିତାଙ୍କ ବାପା ଦେଇଥିବା ବୟାନ ମଧ୍ୟ ଚିନ୍ତାଜନକ। ଥାନାରେ ଅଭିଯୋଗ କରିବା ବଦଳରେ ଜଣେ ପୋଲିସ ଅଧିକାରୀ ତାଙ୍କ ଝିଅ ଆତ୍ମହତ୍ୟା କରିଛି ବୋଲି ଲେଖିବା ପାଇଁ ବାଧ୍ୟ କରିଥିଲେ ବୋଲି ସେ କହିଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରେ ଶ୍ୱାସରୁଦ୍ଧ ହୋଇ ତାଙ୍କ ମୃତ୍ୟୁ ଘଟିଥିବା ବାହାରିଥିବା ବେଳେ ଗୃହରେ ମନ୍ତ୍ରୀ ରିପୋର୍ଟରେ ଆତ୍ମହତ୍ୟାଜନିତ ମୃତ୍ୟୁ ବୋଲି ଲେଖାଯାଇଥିବା କହିଛନ୍ତି। ସେ ଏହାକୁ କେଉଁ ସୁତ୍ରରୁ ଜାଣିଲେ ବୋଲି ଭାଜପା ପ୍ରଶ୍ନ କରିଛି।

ବିଧାନସଭାରେ ମୋସନ ଆସିବା ସହ ସିବିଆଇ ତଦନ୍ତ ପାଇଁ ରୁଲିଙ୍ଗ ହେବ ବୋଲି ଆଶା ରଖିଥିଲୁ। ହେଲେ କଂଗ୍ରେସ-ବିଜେଡି ଏକାଠି ହୋଇ ଘଟଣାର ଦିଗକୁ ବଦଳାଇଦେଲେ। ହେଲେ ଭାଜପା ତାର ଲଢ଼େଇ ଜାରି ରଖିବ। ତେବେ ରାଜ୍ୟ ସରକାର ଯାଜପୁର ଏସ୍‌ପି ଏବଂ ମହିଳା କମିଶନର ଅଧ୍ୟକ୍ଷାଙ୍କୁ ତୁରନ୍ତ ବହିଷ୍କାର କରନ୍ତୁ। ଏଥିସହ ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ଦାୟିତ୍ୱ ହସ୍ତାନ୍ତର କରାଯାଉ ବୋଲି ଭାଜପା ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ; ଉଠା ଦୋକାନିଙ୍କୁ ସଚେତନ, ଭେଣ୍ଡିଂଜୋନକୁ ଯିବାକୁ ନିବେଦନ କଲେ…..

ଦାରିଙ୍ଗବାଡି,୩୧।୫(ଅରୁଣ ସାହୁ): ଓଡିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଛି । ଏହି ରୌଦ୍ର ତାପରୁ ସୁରକ୍ଷିତ ରହିବା ପାଇଁ ରବିବାର ସାପ୍ତାହିକ ହାଟରେ…

ଆମପାଣି ଘାଟିରେ ଭୟଙ୍କର ସଡକ ଦୁର୍ଘଟଣା; ଜଳିଗଲା ଟ୍ରଲର୍, କୁକୁଡା ସବୁ

କୋକସରା,୩୧।୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି – ନବରଙ୍ଗପୁର ଜିଲା ସୀମାନ୍ତ ଆମପାଣି ଘାଟିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ୨୬ ନମ୍ବର ଜାତୀୟ ରାଜପଥର…

ଦାଦନ ଖଟିବାକୁ ଯାଇଥିବା ଯୁବତୀଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଆଣିବା ପାଇଁ ପ୍ରଶାସନକୁ ଗୁହାରି

ଗୁଣୁପୁର,୩୧।୫( ସୁଜାତା ପାଢ଼ୀ): ଆନ୍ଧ୍ରକୁ ଦାଦନ ଖଟିବାକୁ ଯାଇଥିବା ଗୁଣପୁର ବ୍ଳକ୍ ଶଗଡା ଗ୍ରାମର ଜୈନକ ଯୁବତୀ ବିଲମା ଗମାଙ୍ଗ (୨୬)ଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି…

ସିଏମ ଟ୍ରଫି ଫୁଟବଲ ପ୍ରତିଯୋଗିତା, ସୁନ୍ଦରଗଡ଼ ଯାତ୍ରା କଲେ କେନ୍ଦୁଝର ଦଳ

କେନ୍ଦୁଝର,୩୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): ରାଜ୍ୟ କ୍ରୀଡା ଓ ଯୁବସେବା ବିଭାଗ, ଫୁଟବଲ ଆସୋସିଏସନ ଅଫ ଓଡିଶା ଏବଂ ସୁନ୍ଦରଗଡ଼ ଜିଲା କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ସିଏମ ଟ୍ରଫି…

କ୍ଷୀର ବିକ୍ରି କରି ଫେରୁଥିବା ବେଳେ ଧକ୍କା ଦେଇଥିଲା ବୁଲେଟ୍, ଚାଲିଗଲା ବୃଦ୍ଧଙ୍କ ଜୀବନ

ଦିଗପହଣ୍ଡି,୩୧।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ଗ୍ରାମ ମା ‘ ତାରିଣୀ ମନ୍ଦିର ନିକଟ ରାସ୍ତାରେ ଗତ ଶୁକ୍ରବାର ସକାଳେ ବୁଲେଟ-ବାଇକ ଭିତରେ…

ଅନ୍-ସ୍କ୍ରିନ୍ ମାର୍କିଂ ବିବାଦ ଉପରେ CBSEର ୟୁଟର୍ନ, ପ୍ରଥମେ ଖାରଜ ପରେ ଏବେ ତ୍ରୁଟି ସ୍ବୀକାର କଲା

ନୂଆଦିଲ୍ଲୀ,୩୧।୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ଏହାର ଅନ୍-ସ୍କ୍ରିନ୍ ମାର୍କିଂ (OSM) ସିଷ୍ଟମକୁ ନେଇ ବିବାଦ ସମ୍ପର୍କରେ ଏକ ବଡ଼ ୟୁ-ଟର୍ଣ୍ଣ ନେଇଛି । ଉତ୍ତର…

ବିଧାୟକଙ୍କୁ ପରିଗଣନା ଫର୍ମ ବାଣ୍ଟିଲେ ଭଞ୍ଜନଗର ଉପଜିଲାପାଳ, ବିଏଲଓମାନଙ୍କୁ ଦେଲେ ଏହି ନିର୍ଦ୍ଦେଶ

ଭଞ୍ଜନଗର,୩୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଉପଖଣ୍ଡରେ ଏସ ଆଇ ଆର କାର୍ଯ୍ୟ ଶନିବାର ଠାରୁ ଆରମ୍ଭ ହୋଇଯାଇଛି । ରବିବାର ଭଞ୍ଜନଗର ଉପଜିଲାପାଳ ଉମା ଶଙ୍କର…

କେସିଙ୍ଗାରେ ଦଶମ-ଦ୍ୱାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧନା

କେସିଙ୍ଗା,୩୧ା୫(ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ଯୋଲକୋ ସ୍ଥିତ ବୌଦ୍ଧ ମଣ୍ଡପ ଠାରେ ଚଳିତ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ୮୦ ପ୍ରତିଶତରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri