ପିଇଓ ସ୍ମିତାରାଣୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା: କଂଗ୍ରେସ ପରେ ସିବିଆଇ ତଦନ୍ତ ଦାବି କଲା ଭାଜପା

ଭୁବନେଶ୍ୱର,୧୯।୧୦(ବ୍ୟୁରୋ): ଯାଜପୁର ଜିଲା ଧର୍ମଶାଳା ବ୍ଲକ ହରିଦାସପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରିଣୀ ସ୍ମିତାରାଣୀ ବିଶ୍ୱାଳଙ୍କ ସନ୍ଦେହଜନକ ମୃତ୍ୟୁକୁ ନେଇ ପ୍ରଥମେ କଂଗ୍ରେସ ସିବିଆଇ ତଦନ୍ତ ଦାବି କରିଥିଲା। ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ଭାଜପା ନେତା ପ୍ରକାଶ ମିଶ୍ର ମଧ୍ୟ ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ କହିଛନ୍ତି, ପାରିପାଶ୍ୱିକ ଅବସ୍ଥା ଦେଖିଲେ ସ୍ମିତାଙ୍କୁ ବଳାତ୍କାର ଏବଂ ହତ୍ୟା କରାଯାଇଥିବା ଲାଗୁଛି। ସେଠାରେ ସରପଞ୍ଚଙ୍କ ସ୍ବାମୀଙ୍କ ସହ ଏକାଧିକ ଲୋକ ଥିଲେ। କୌଣସି ସରକାରୀ ଯୋଜନା ଲାଗି ତାଙ୍କୁ ଅତ୍ୟଧିକ ବାଧ୍ୟ କରାଯାଇଛି। ସ୍ମିତାରାଣୀ ନ ମାନିବାରୁ ହୁଏତ ତାଙ୍କୁ ହତ୍ୟା କରାଯାଇଥାଇପାରେ। ଯଦି ବି ତାହା ହତ୍ୟା ନୁହେଁ, ଆତ୍ମହତ୍ୟା ତେବେ ତାଙ୍କୁ କିଏ ଏଥିପାଇଁ ବାଧ୍ୟ କଲା ତାହା ତଦନ୍ତ କରାଯାଉ। କାରଣ ଆତ୍ମହତ୍ୟା ପାଇଁ ବାଧ୍ୟ କରିବା ହତ୍ୟାଠାରୁ ବି ଅତ୍ୟଧିକ ଜଘନ୍ୟ। ଏଣୁ ଘଟଣାର ତଦନ୍ତ ଭାର ସିବିଆଇକୁ ଦିଆଯାଉ, ପ୍ରକୃତ ତଥ୍ୟ ସାମ୍ନାକୁ ଆସିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ସ୍ମିତାରାଣୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ଏବଂ ସ୍ବାମୀ ଅଭିଯୋଗ କରିଥିବା ବେଳେ ସେମାନଙ୍କୁ ରାଜ୍ୟ ଭାଜପା ଏବଂ କଂଗ୍ରେସ ପକ୍ଷରୁ ପୃଥକ୍‌ ଟିମ୍‌ ଭେଟି ସମବେଦନା ଜଣାଇଛନ୍ତି। ଏଥିସହ ଭାଜପା ଓ କଂଗ୍ରେସ ଟିିମ୍‌ ଯାଜପୁର ଏସ୍‌ପିଙ୍କୁ ଭେଟି ତଦନ୍ତ ସମ୍ପର୍କରେ ପଚାରି ବୁଝିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହତ୍ୟାକାରୀଙ୍କ ପତ୍ତା ପାଉନି କମିଶନରେଟ୍‌ ପୋଲିସ

ଭୁବନେଶ୍ୱର, ୩୦।୯(ବ୍ୟୁରୋ): ରାଜଧାନୀରେ ଘଟିଥିବା ଏକାଧିକ ହତ୍ୟା ଘଟଣା ଉପରୁ କମିଶନରେଟ ପୋଲିସ ପରଦା ଉଠାଇ ପାରୁନାହିଁ। ହତ୍ୟା ଅଭିଯୁକ୍ତମାନେ ଫେରାର ହୋଇ ବୁଲୁଥିବାବେଳେ ପୋଲିସ...

ଘରୋଇ ଡାକ୍ତରଖାନାର ଚିକିତ୍ସକଙ୍କ ପାଇଁ ସ୍ବାସ୍ଥ୍ୟବିଭାଗ ଜାରି କଲା ଗାଇଡଲାଇନ୍‌

ଭୁବନେଶ୍ୱର,୧୭ା୭(ବ୍ୟୁରୋ)-ରାଜ୍ୟରେ ସ୍ବାସ୍ଥ୍ୟସେବା କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀ ଏବଂ ଡାକ୍ତରଙ୍କ ମଧ୍ୟରେ କୋଭିଡ୍‌-୧୯ ସଂକ୍ରମଣ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଘରୋଇ...

ଅଣ୍ଟା ସଳଖୁଛି ହୋଟେଲ ଶିଳ୍ପ

ରିପୋର୍ଟ-ହେମନ୍ତ କୁମାର ନାୟକ ପୁରୀ ଅଫିସ, ୩୧।୫: ଫନୀ ମାଡ଼ରେ ଦୋହଲିଯାଇଛି ପୁରୀ ହୋଟେଲ ଶିଳ୍ପର ଭିତ୍ତିଭୂମି। ପ୍ରାୟ ଅଳ୍ପବହୁତେ ସବୁ ହୋଟେଲ କ୍ଷତିଗ୍ରସ୍ତ ହୋଇଛି।...

ଭାଙ୍ଗିଲା ରାମେଶ୍ୱର ମନ୍ଦିରର ଦଧିନଉତି

ଭୁବନେଶର,୧୫।୭: ଘଡ଼ଘଡ଼ିରେ ଭୁବନେଶରରେ ଥିବା ରାମେଶ୍ୱର ମନ୍ଦିରର ଦଧିନଉତି ଭାଙ୍ଗିପଡ଼ିଛି। ମନ୍ଦିର ଭିତରେ ସେବାୟତ ଥିବା ବେଳେ ଏହି ଅଘଟଣ ଘଟିଛି। ସଂପୂର୍ଣ୍ଣ ଭାବେ ଦଧିନଉତି...

ଓଡ଼ିଶାରେ ବାତ୍ୟାର ପଡିବ ପ୍ରଭାବ

ଭୁବନେଶ୍ୱର,୭।୧୧(ବ୍ୟୁରୋ): ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ଗଭୀର ଅବପାତରେ ପରିଣତ ହୋଇଛି। ସମ୍ଭାବ୍ୟ ବାତ୍ୟା ‘ବୁଲ୍‌ବୁଲ’ର ପ୍ରଭାବ ଓଡ଼ିଶାରେ ପଡିବ ନାହିଁ ବୋଲି ବୁଧବାର...

ସହରର କଞ୍ଜରଭାନ୍ସି ଲେନ୍‌ରୁ ହଟିବ ଜବରଦଖଲ

ଭୁବନେଶ୍ୱର,୨।୧୨(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ବିଭିନ୍ନ କଞ୍ଜରଭାନ୍ସି (ସଂରକ୍ଷିତ) ଲେନରେ ଥିବା ଜବରଦଖଲ ଖୁବ୍‌ଶୀଘ୍ର ହଟିବ। ସହରର ସୁନ୍ଦର ଓ ସ୍ବାସ୍ଥ୍ୟକର କରିବା ପାଇଁ ୩ଦିନ...

କର୍ତ୍ତବ୍ୟ ଆଗ ବିବାହ ପଛ: ବ୍ୟକ୍ତିଗତ ସ୍ବାର୍ଥକୁ ପଛରେ ପକାଇ ଉଦାହରଣ ସୃଷ୍ଟି କଲେ ସୁନ୍ଦରଗଡ଼ର ୨ ମହିଳା ପୋଲିସ କର୍ମଚାରୀ

ସୁୁନ୍ଦରଗଡ, ୨୧।୪ (ଡି.ଏନ୍‌.ଏ.): ମହାମାରୀ କରୋନା ସହ ଲଢେଇରେ ସବୁଠୁ ବଡ ଯୋଦ୍ଧା ପାଲଟିଛନ୍ତି ଡାକ୍ତର ଏବଂ ପୋଲିସ। ଏହି ଲଢେଇରେ କର୍ତ୍ତବ୍ୟକୁ ଆଗରେ ରଖି...

ସ୍ମିତାରାଣୀ ପ୍ରସଙ୍ଗ:ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ଭାଜପା

ଭୁବନେଶ୍ୱର,୧୯ା୧୧(ବ୍ୟୁରୋ): ଯାଜପୁର ଜିଲା ହରିଦାଶପୁର ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ(ପିଇଓ) ସ୍ମିତାରାଣୀ ବିଶ୍ୱାଳଙ୍କ ମୃତ୍ୟୁ ପ୍ରସଙ୍ଗ ଲଗାତର ୪ଦିନ ହେଲା ଭାଜପା ସଦସ୍ୟମାନେ ବିଧାନସଭାରେ ଉଠାଇ ଆସୁଛନ୍ତି।...

Advertisement
Archives

Model This Week