Posted inଜାତୀୟ

ପିଆଜ ଦରବୃଦ୍ଧିକୁ ନେଇ ପ୍ରତିବାଦ କଲେ ଚନ୍ଦ୍ରାବାବୁ

ଅମରାବତୀ,୯।୧୨: ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଏନ୍‌. ଚନ୍ଦ୍ରାବାବୁ ନାଇଡୁ ସୋମବାର ପିଆଜ ଦରବୃଦ୍ଧିକୁ ନେଇ ବିରୋଧ ପ୍ରଦର୍ଶନ କରିଛନ୍ତି। ବିଧାନସଭା ନିକଟ ଭେଙ୍କଟପାଲେମ ଗାଁ ନିକଟରେ ଥିବା ଫାୟାର ଷ୍ଟେଶନ ପାଖରେ ଟିଡିପି କର୍ମୀମାନେ ବେକରେ ପିଆଜ ମାଳ ପକାଇ ବିରୋଧ ପ୍ରଦର୍ଶନ କରିଥିବା ଦେଖିବାକୁ ମିଳିଛି। ଏହାସହ ପିଆଜର ଏକ ବଡ ମଡେଲ ପ୍ରସ୍ତୁତ କରି ହାତରେ ଧରିବା ସହ ନିକିତିର ଗୋଟିଏ ପଟେ ସୁନା ଓ ଅନ୍ୟପଟେ ପିଆଜ ରଖି ବିରୋଧ କରାଯାଇଛି। ଏହାକୁ ନେଇ ଚନ୍ଦ୍ରାବାବୁ କହିଛନ୍ତି ଏବେ ପିଆଜର ଏମିତି ମୂଲ୍ୟ ବୃଦ୍ଧି ହୋଇଛି ଯେ ଏବେ ଏହା ଯେମିତି ସୁନା ଭଳି ମୂଲ୍ୟବାନ ହୋଇଯାଇଛି। ହେଲେ ସେନେଇ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଇ ନାହାଁନ୍ତି। ଯେପର୍ଯ୍ୟନ୍ତ ପିଆଜର ମୂଲ୍ୟହ୍ରାସ ନ ହେବ ସେପର୍ଯ୍ୟନ୍ତ ବିରୋଧ ପ୍ରଦର୍ଶନ ଜାରି ରହିବ ବୋଲି ସେ କହିଛନ୍ତି। ଏହି ବିରୋଧ ପ୍ରଦର୍ଶନ ସମୟରେ ସେ ବିଧାନସଭା ଆଡକୁ ଅଗ୍ରସର ହେଉଥିବା ବେଳେ ପୋଲିସ ତାଙ୍କୁ ଅଟକାଇ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ଐତିହାସିକ ସୁଧାରରେ ପରିପୂର୍ଣ୍ଣ: ଯୋଗୀ ଆଦିତ୍ୟନାଥ

ନୂଆଦିଲ୍ଲୀ,୩୦।୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷର କାର୍ଯ୍ୟକାଳକୁ ପ୍ରଶଂସା କରିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଗୋଟିଏ ବର୍ଷରେ ଏହି କାର୍ଯ୍ୟକାଳ...

ଟିଏମସିର ଆନ୍ତରିକ କହଳ: ଘୋଷଣା ହେଲା ନୂଆ ୱାର୍କିଂ କମିଟି

କୋଲକାତା,୧୩ ।୨: ତୃଣ ମୂଳ କଂଗ୍ରେସ(ଟିଏମସି)ରେ ‘ଜଣେ ବ୍ୟକ୍ତି ଗୋଟିଏ ପଦ’ ବିବାଦ ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଘରେ ଶନିବାର ସନ୍ଧ୍ୟାରେ ଦଳର...

ସଂଖ୍ୟାଲଘୁଙ୍କୁ ଟାର୍ଗେଟ କରାଯାଉଛି

ଉଦୟପୁର,୧୪।୫(ପି.ଟି.): ରାଜସ୍ଥାନର ଉଦୟପୁରଠାରେ କଂଗ୍ରେସର ୩ ଦିନିଆ ଚିନ୍ତନ ଶିବିରକୁ ଦଳ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶୁକ୍ରବାର ଉଦ୍‌ଘାଟନ କରିବା ସହ ଭାଜପା ଏବଂ ପ୍ରଧାନମନ୍ତ୍ରୀ...

ଅନୁପ୍ରବେଶକାରୀଙ୍କୁ ରୋକିବ ରୋବ: ସୀମାରେ ହେବ ମୁତୟନ

ବେଙ୍ଗାଲୁର୍‌,୨।୫: ସୀମାରେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ମୁତୟନ କରାଯିବ ରୋବ। ଏନେଇ ଭାରତୀୟ ବୈଜ୍ଞାନିକମାନେ ୨୦୧୮ ଡିସେମ୍ବରରୁ ଉଦ୍ୟମ ଜାରି ରଖିଛନ୍ତି। ପରୀକ୍ଷାମୂଳକ ଭାବେ ୨୦୧୯...

ଧରାହେଲା ଗୁପ୍ତଚର ପାରା

ଶ୍ରୀନଗର,୨୬ା୫: ଜମ୍ମୁ-କଶ୍ମୀରର କଠୁଆ ଜିଲାରୁ ସ୍ଥାନୀୟ ଲୋକେ ଏକ ଗୁପ୍ତଚର ପାରାକୁ ଧରିଛନ୍ତି। ପାକିସ୍ତାନରୁ ଆସିଥିବା ଏହି ପାରା ହୀରାନଗର ସେକ୍ଟରରେ ଉଡୁଥିବାବେଳେ ମନ୍ୟାରି ଗ୍ରାମର...

ଜମ୍ମୁ-କଶ୍ମୀରରେ ସୁରକ୍ଷା କର୍ମୀଙ୍କୁ ମିଳିଛି ବଡ ସଫଳତା

ଶ୍ରୀନଗର,୨୬।୧: ଅଓ୍ବନ୍ତିପୋରାରେ ଶନିବାର ହୋଇଥିବା ଏନ୍‌କାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଏଥିରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟର ମାଇଣ୍ଡଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଆତଙ୍କବାଦୀ...

ନିର୍ଭୟା ମାମଲା: ଖାରଜ ହେଲା ପବନଙ୍କ କ୍ଷମା ଆବେଦନ

ନୂଆଦିଲ୍ଲୀ,୨।୩: ନିର୍ଭୟା ଗଣବଳାତ୍କାର ମାମଲାର ଅନ୍ୟତମ ଦୋଷୀ ପବନ ଗୁପ୍ତାଙ୍କ ରାଜକ୍ଷମା ଆବେଦନକୁ ସୋମବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖାରଜ କରି ଦେଇଛନ୍ତି। ସୋମବାର ସକାଳୁ...

ବିହାରକୁୁ ସମ୍ଭାଳିବାରେ ନୀତିଶ ଅକ୍ଷମ: ତେଜସ୍ବୀ

ପାଟନା,୨।୧୧: ବିହାର ବିଧାନସଭା ନିର୍ବାଚନ ପ୍ରଚାରରେ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ କାଦୁଅ ଫିଙ୍ଗା ଜାରି ରହିଛି। ଆର୍‌ଜେଡ଼ି ପକ୍ଷରୁ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ନୀତିଶ...

Advertisement
Archives

Model This Week