ପାସେଞ୍ଜର ଯାନ ବିକ୍ରି ୧୮% କମିଲା

ନୂଆଦିଲ୍ଲୀ,୧୧-୭: ଚଳିତ ବର୍ଷ ଜୁନମାସରେ ପାସେଞ୍ଜର ଯାନ ବିକ୍ରି ୧୭.୫୪% ହ୍ରାସ ଘଟି ୨.୨୫ ଲକ୍ଷ ୟୁନିଟ ରହିଛି। ଏହା ଗତ ବର୍ଷ ସମାନ ସମୟରେ ୨.୭୩ ଲକ୍ଷ ୟୁନିଟ ରହିଥିଲା। ଦେଶ ମଧ୍ୟରେ କାର ବିକ୍ରି ୨୪.୯୭% ହ୍ରାସ ଘଟି ୧.୩୯ ଲକ୍ଷ ୟୁନିଟ ରହିଛି। ଏହା ୨୦୧୮ ଜୁନରେ ୧.୮୩ ଲକ୍ଷ ୟୁନିଟ ରହିଥିଲା ବୋଲି ଭାରତୀୟ ଅଟୋମୋବାଇଲ ମାନୁଫାକଚରର ସଂଘ(ଏସ୍‌ଆଇଏଏମ୍‌) ପକ୍ଷରୁ ବୁଧବାର ସୂଚନା ଦିଆଯାଇଛି। ଗତ ମାସରେ ମୋଟର ସାଇକେଲ ବିକ୍ରି ୯.୫୭% ହ୍ରାସ ଘଟି ୧୦.୮୪ ଲକ୍ଷ ୟୁନିଟ ରହିଛି। ଯାହା ପୂର୍ବବର୍ଷ ସମାନ ଅବଧିରେ ୧୧.୯୯ ଲକ୍ଷ ୟୁନିଟ ଥିଲା। ମୋଟ ୨ ଚକିଆ ଯାନ ବିକ୍ରି ଜୁନରେ ୧୧.୬୯% ହ୍ରାସ ଘଟିଛି। ସେହିଭଳି ବାଣିଜି୍ୟକ ଯାନ ବିକ୍ରି ୧୨.୨୭% ହ୍ରାସ ହୋଇଛି। ସମସ୍ତ ବର୍ଗରେ ଯାନ ବିକ୍ରି ୧୨.୩୪% କମି ୧୯.୯୭ ଲକ୍ଷ ୟୁନିଟ ରହିଛି। ଯାହା ପୂର୍ବ ବର୍ଷରେ ୨୨.୭୯ ଲକ୍ଷ ୟୁନିଟ ଥିଲା। ଏପ୍ରିଲ-ଜୁନ ସମୟରେ ପାସେଞ୍ଜର ଯାନ ବିକ୍ରି ୧୮.୨୪% କମିଛି। ଏହି ସମୟରେ ସବୁ ବର୍ଗ ଯାନ ବିକ୍ରି ୧୨.୩୫% କମିଥିବା ସଂଘ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଆସିବେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ: ସୁରକ୍ଷା, ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୬।୬: ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଏକ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି। ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ରାଷ୍ଟ୍ରପତି ଏବଂ…

କେସିଙ୍ଗାର ଦୁଇ ଜଣ ଓପିଏସସିଙ୍କୁ ସମ୍ବର୍ଦ୍ଧନା: ଗରିବଙ୍କ ସମସ୍ୟା ବୁଝିବାକୁ ଉଭୟଙ୍କୁ କହିଲେ ବିଡିଓ

କେସିଙ୍ଗା, ୧୬।୬ (ତୁମେଶ୍ୱର ସାହୁ ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୨ ଜଣ ଓପିଏସସିଙ୍କୁ ବୃନ୍ଦାବନ ସଂସ୍କୃତି ଅନୁଷ୍ଠାନ ପକ୍ଷରୁ ବିଏସଏର ନୂତନ ସଭାଗୃହରେ ମଙ୍ଗଳବାର…

ମୃତ୍ୟୁ ପୂର୍ବରୁ ମା’ଙ୍କୁ ହ୍ବାଟଆପ୍‌ରେ ଚାଟିଂ କରିଥିଲେ ଚନ୍ଦ୍ରିକା, କହି ଦେଇଥିଲେ ଏହି କଥା…

କଟକ,୧୬।୬: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ମୃତ୍ୟୁ ମାମଲାରେ ଡିଜିଟାଲ ତଥ୍ୟ ସଂଗ୍ରହ ହୋଇଛି। ଉଦଳା ସ୍ଥିତ ଚନ୍ଦ୍ରିକାଙ୍କ ଘରୁ ତଥ୍ୟ ସଂଗ୍ରହ କରାଯାଇଥିବା କଟକ ଡିସିପି ……

ମନ୍ତ୍ରୀଙ୍କ ବଡ଼ ସୂଚନା: ଏହିଦିନ ମିଳିବ ହିତାଧିକାରୀଙ୍କୁ ଭତ୍ତା ଟଙ୍କା!

ଭୁବନେଶ୍ୱର,୧୬।୬: ହିତାଧିକାରୀଙ୍କ ପାଇଁ ଆସିଲା ଖୁସିଖବର। ଖୁବ୍‌ଶୀଘ୍ର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯିବ ଭତ୍ତା ଟଙ୍କା । ଏନେଇ ମଙ୍ଗଳବାର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ…

ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଲା କେପ୍‌ ଭର୍ଡେ

ଆଟଲାଣ୍ଟା,୧୫ା୬- ବିଶ୍ୱ ମାନ୍ୟତାର ୬୭ତମ ସ୍ଥାନରେ ଥିବା କେପ ଭର୍ଡେ ତା’ର ପଦାର୍ପଣ ବିଶ୍ୱକପ୍‌ ମ୍ୟାଚ୍‌ରେ ଇତିହାସ ରଚିଛି। ଟୁର୍ନାମେଣ୍ଟର ଅନ୍ୟତମ ଫେଭରିଟ ସ୍ପେନ ବିପକ୍ଷରେ ଖେଳାଯାଇଥିବା…

ଅଜଣା ରୋଗରେ ବହୁସଂଖ୍ୟକ ଛେଳି ମୃତ; ପ୍ରାଣୀ ବିଭାଗ ପାଖରେ ନାହିଁ ଖବର

ଦିଗପହଣ୍ଡି,୧୬।୬(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମ୍ମା, ଟିକରପଡ଼ା, ଢେପାପେଣ୍ଠ ପ୍ରଭୃତି ଗ୍ରାମମାନଙ୍କରେ ଗତ କିଛିଦିନ ହେଲା ଅଜଣା ରୋଗରେ…

ଥମୁନି ପଶୁ କାମୁଡ଼ା, ଟିକାକରଣ ଭରସାରେ ରୋଗୀ

ଛତ୍ରପୁର, ୧୬।୬ (ଦିଲୀପ ସାମଲ): ଘରେ ନିରୀହ ପଶୁ ପାଳିଲେ ଗୃହ ପରିବାର ଭିତରେ ଆତ୍ମୀୟତା ସହିତ ସେବା ମନୋବୃତ୍ତି ବଢ଼େ ବୋଲି ବିଶାସରେ ଅଛି। କିନ୍ତୁ…

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଟ୍ରକ୍‌, ୨ ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ,୧୬।୬(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ଭଷ୍ମା ଥାନା ଅନ୍ତର୍ଗତ କଇତରା ନିକଟରେ ବିଜୁ ଏକ୍ସପ୍ରେସ ଓ୍ବେରେ ମଙ୍ଗଳବାର ସକାଳେ ଦୁଇ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri