ପାସେଞ୍ଜର ଗାଡ଼ି ବିକ୍ରି: ମାରୁତି-ଟାଟାକୁ କ୍ଷତି, ହ୍ୟୁଣ୍ଡାଇ-ମହିନ୍ଦ୍ରା ଲାଭବାନ

ନୂଆଦିଲ୍ଲୀ,୧୬।୯: ଚଳିତ ଆର୍ଥିକବର୍ଷର ଏପ୍ରିଲରୁ ଅଗଷ୍ଟ ମଧ୍ୟରେ ମାରୁତି ସୁଜୁକି ଇଣ୍ଡିଆ ଓ ଟାଟା ମୋଟର୍ସର ପାସେଞ୍ଜର ଗାଡ଼ି ବିକ୍ରି ହ୍ରାସ ପାଇଛି। ଅନ୍ୟପକ୍ଷରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଓ ହ୍ୟୁଣ୍ଡାଇ ମୋଟର୍ସର ବିକ୍ରି ବଢ଼ିଛି ବୋଲି ଅଟୋ ନିର୍ମାତା ସଂଗଠନ ସିଆମ୍‌ ପକ୍ଷରୁ ପ୍ରକାଶିତ ରିପୋର୍ଟରେ କୁହାଯାଇଛି। ମାରୁତିର ଏପ୍ରିଲ-ଅଗଷ୍ଟରେ ମୋଟ୍‌ ଗାଡ଼ି ବିକ୍ରି ୫,୫୫,୦୬୪ ଥିବା ବେଳେ ବର୍ଷକ ପୂର୍ବରୁ ଏହି ଅବଧିରେ ଏହା ୭,୫୭,୨୮୯ ଥିଲା। ଫଳରେ କମ୍ପାନୀ ବଜାର ଅଂଶ ୫୨.୧୬ରୁ ହ୍ରାସ ପାଇ ୪୯.୮୩ ପ୍ରତିଶତ ହୋଇଛି। ସେହିପରି ଟାଟା ମୋଟର୍ସର ବିକ୍ରି ଏହି ସମୟରେ ୧.୩୯% ହ୍ରାସ ପାଇଛି। ଆଲୋଚ୍ୟ ମାସ ମଧ୍ୟରେ କମ୍ପାନୀ ୬୦,୦୯୩ ଗାଡ଼ି ବିକ୍ରି କରିଥିଲା, ଯାହାକି ପୂର୍ବ ବର୍ଷ ୯୮,୭୦୨ ଥିଲା। ଏହାର ବଜାର ଅଂଶ ୬.୭୯ରୁ ୫.୪୧ ପ୍ରତିଶତକୁ ହ୍ରାସ ପାଇଛି। ଅନ୍ୟପକ୍ଷରେ ଏହି ସମୟରେ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆର ବିକ୍ରି ୨.୭୭% ବୃଦ୍ଧି ପାଇଛି। ଏହା ଏପ୍ରିଲ-ଅଗଷ୍ଟ ମଧ୍ୟରେ ୨,୦୩,୭୨୯ ଗାଡ଼ି ବିକ୍ରି କରିଛି, ଯାହା କି ପୂର୍ବ ବର୍ଷ ୨,୨୬,୩୯୬ ବିକ୍ରି କରିଥିଲା। ତେବେ ଚଳିତ ଆର୍ଥିକ ବର୍ଷରେ କମ୍ପାନୀ କମ୍‌ ଗାଡ଼ି ବିକ୍ରି କରିଥିଲେ ସୁଦ୍ଧା ଏହାର ବଜାର ଅଂଶ ୧୫.୫୯ ପ୍ରତିଶତରୁ ୧୮.୩୬ ପ୍ରତିଶତକୁ ବୃଦ୍ଧିପାଇଛି। ସେହିପରି ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ୮୯,୭୩୩ ଗାଡ଼ି ବିକ୍ରି କରିଛି। କିନ୍ତୁ ଗତ ଆର୍ଥିକ ବର୍ଷର ଏହି ସମୟରେ ଏହା ୧,୦୦,୦୧୫ ଗାଡ଼ି ବିକ୍ରି କରିଥିଲା। କିନ୍ତୁ ଏହାର ବଜାର ଅଂଶ ୬.୮୯ରୁ ୮.୦୮ ପ୍ରତିଶତକୁ ବଢ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ଖିମ୍‌ଜୀ ଜୁଏଲର୍ସର ଏକ୍ସକ୍ଲୁସିଭ ଷ୍ଟୋର

ଭୁବନେଶ୍ୱର,୨୫ା୨: ରାଜ୍ୟର ସର୍ବପୁରାତନ ଅଳଙ୍କାର ପ୍ରତିଷ୍ଠାନ ଖିମ୍‌ଜୀ ଜୁଏଲର୍ସର ଏକ୍ସକ୍ଲୁସିଭ ଷ୍ଟୋର ଶୁକ୍ରବାର ପୁରୀ ସହରର ଭିଆଇପି ରୋଡ୍‌ସ୍ଥିତ ପୋଲିସ ଲାଇନଠାରେ ଆନୁଷ୍ଠାନିକ ଭାବେ ଉଦ୍‌ଘାଟିତ...

ରୋଜଗାର ଗ୍ୟାରେଣ୍ଟି ଯୋଜନା ଆସିବ

ନୂଆଦିଲ୍ଲୀ,୧୯।୫: କୋଭିଡ୍‌ ମହାମାରୀ କାରଣରୁ ମାନ୍ଦା ଅର୍ଥ ବ୍ୟବସ୍ଥା ଏବଂ ବଢୁଥିବା ବେରୋଜଗାରୀ ଉପରେ ଅଙ୍କୁଶ ଲଗାଇବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦ (ଇଏସି-ପିଏମ୍‌) ପକ୍ଷରୁ...

ଲକ୍‌ଡାଉନ ଘୁଞ୍ଚିଲେ ଗରିବଙ୍କ ସଙ୍କଟ ବଢ଼ିଯିବ:ଡି. ସୁବାରାଓ

ନୂଆଦିଲ୍ଲୀ,୨୮।୪: କରୋନା ରୋକିବାକୁ ଏବେ ଲକ୍‌ଡାଉନ ଭଳି ପଦକ୍ଷେପ ନିଆଯାଇଛି। ସରକାର ଲକ୍‌ଡାଉନକୁ ମେ ମାସ ୩ ଯାଏ ଘୁଞ୍ଚାଇଛନ୍ତି। ବର୍ତ୍ତମାନ ଗରିବଙ୍କ ଜୀବନ ଜୀବିକା...

ଫେସ୍‌ବୁକ୍‌ ଛାଡ଼ିଲେ ପବ୍ଲିକ ପଲିସି ମୁଖ୍ୟ ଆଂକ୍ଷୀ ଦାସ

ବାଙ୍ଗାଲୋର: ପ୍ରମୁଖ ସୋସିଆଲ ମିଡିଆ ପ୍ଲାଟ୍‌ଫର୍ମ ଫେସ୍‌ବୁକ୍‌ର ବଜାର ଲାଗି ନିଯୁକ୍ତ ପବ୍ଲିକ ପଲିସି ମୁଖ୍ୟ ଆଂକ୍ଷୀ ଦାସ କମ୍ପାନୀ ଛାଡ଼ିଛନ୍ତି। ଏହି ସୋସିଆଲ ମିଡିଆ...

ବିତ୍ତୀୟ ନିଅଣ୍ଟ ୭୮% ଟପିଲା

ନୂଆଦିଲ୍ଲୀ,୧-୧୦: ୨୦୧୯-୨୦ ଆର୍ଥତ୍କ ବର୍ଷ ଲାଗି ଦେଶର ବିତ୍ତୀୟ ନିଅଣ୍ଟ ପରିମାଣ ଅଗଷ୍ଟ ମାସ ଶେଷ ସୁଦ୍ଧା ବଜେଟ ଧାର୍ଯ୍ୟ ଲକ୍ଷ୍ୟର ୭୮.୭% ଟପି ୫.୫୪...

ତେଲରେ ନିଆଁ

ଭୁବନେଶ୍ୱର, ୨୫।୧ (ବ୍ୟୁରୋ): ପେଟ୍ରୋଲ ଏବଂ ଡିଜେଲ ଦର କମିବା ଦେଖାଯାଉନାହିଁ। ଚଳିତ ସପ୍ତାହରେ ଇନ୍ଧନ ଦର ୪ଥର ବଢିଲାଣି। ସେହିଭଳି ଜାନୁୟାରୀରେ ତେଲ ଦର...

ନିବେଶକଙ୍କ ୨୯ଲକ୍ଷ କୋଟି ଟଙ୍କାର କ୍ଷତି

ନୂଆଦିଲ୍ଲୀ,୧୫।୫: ଗତ ୧ମାସ ହେଲା ଶେୟାର ବଜାରରେ ଲଗାତର କ୍ଷତି ଦେଖିବାକୁ ମିଳିଛି। ବିଶେଷ ଭାବରେ ଚଳିତ ମେ’ ପ୍ରଥମ ସପ୍ତାହରେ ଭାରତର ରିଜର୍ଭ ବ୍ୟାଙ୍କ୍‌...

୫୭% ଯାନର ଇନସ୍ୟୁରାନ୍ସ ନାହିଁ

ନୂଆଦିଲ୍ଲୀ: ଦେଶ ମଧ୍ୟରେ ଚାଲୁଥିବା ପ୍ରାୟ ୫୭% ଯାନର ଇନସ୍ୟୁରାନ୍ସ ନାହିଁ। ଗତ ବର୍ଷ ଏହା ୫୪% ସ୍ତରରେ ରହିଥିବା ବେଳେ ଚଳିତ ବର୍ଷ ଏଥିରେ...

Advertisement
Archives

Model This Week