ପାର୍ଶ୍ୱ ରାସ୍ତା ପାଇଁ ଜଙ୍ଗଲରୁ ଗଛ କଟା ଅଭିଯୋଗ: ବନ ବିଭାଗ ଉପରକୁ ଦୋଷ ଠେଲିଲା ଠିକାସଂସ୍ଥା

ବନ୍ତଳା,୨୪ା୧୨(ଡି.ଏନ.ଏ.) – ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟର ପୁରୁଣାକୋଟ ଥାନା ଟିକରପଡା ରେଞ୍ଜ ଅଧୀନରେ ଥିବା କୁସଖଳିଠାରୁ ଟିକରପଡା ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତୀକରଣ କାର୍ଯ୍ୟ ବେଳେ ପାର୍ଶ୍ୱ ରାସ୍ତା ନିର୍ମାଣ ପାଇଁ ଅଭୟାରଣ୍ୟ ଆଇନ ଉଲ୍ଲଂଘନ କରାଯାଇ ଜଙ୍ଗଲରୁ ଗଛ କଟାଯାଇଥିବା ଅଭିଯୋଗ ହେଉଛି। ଏହାକୁ ନେଇ ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ଦେଖା ଦେଇଥିବା ବେଳେ ଠିକା ସଂସ୍ଥା କିନ୍ତୁ ବନ ବିଭାଗ ଉପରକୁ ଦୋଷ ଠେଲିଛି। ଲିଖିତ ଅନୁମତି ନ ଥିଲେ ବି ବନ ବିଭାଗ ଏଥିପାଇଁ କହିଥିବା ଠିକାସଂସ୍ଥା ପକ୍ଷରୁ କୁହାଯାଇଛି।
ଅଭିଯୋଗରୁ ପ୍ରକାଶ ଯେ, ଅଭୟାରଣ୍ୟ ଦେଇ ଯାଇଥିବା ପୂର୍ତ୍ତ ବିଭାଗ ରାସ୍ତା ପ୍ରଶସ୍ତୀକରଣ ସହ ଛୋଟ ଛୋଟ ପୋଲ ନିର୍ମାଣ ହେଉଛି। ଏହି ରାସ୍ତାକୁ ଲାଗି ସରକାରୀ ଓ ବେସରକାରୀ ଜାଗା ଥିଲେ ବି ସେଥିରେ ପାର୍ଶ୍ୱ ରାସ୍ତା କରା ନ ଯାଇ ପାହାଡ଼ ଓ ଗଛ କାଟି ପାର୍ଶ୍ୱରାସ୍ତା ନିର୍ମାଣ କରାଯାଉଛି। ଅଭୟାରଣ୍ୟ ଆଇନ ଅନୁଯାୟୀ ଗଛର ପତ୍ର, ପାଣି ନଷ୍ଟ କରାଯାଇ ପାରିବ ନାହିଁ। ଏଥିସହିତ ବନ୍ୟଜନ୍ତୁଙ୍କ ବାସସ୍ଥଳୀ ଓ ଖାଦ୍ୟ ନଷ୍ଟ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆଇନ ରହିଛି। ତେଣୁ ଏଠାରେ ବନ୍ୟପ୍ରାଣୀ ଆଇନ ୧୯୭୨କୁ ଉଲ୍ଲଂଘନ କରାଯାଇଥିବା ବୁଦ୍ଧୀଜୀବୀମାନେ କହିଛନ୍ତି। ଏପରି ଘଟଣାକୁ ନେଇ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ପ୍ରଦୀପ ରାଜ କରାଟେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ତୁରନ୍ତ ଏ ନେଇ ପୂର୍ତ୍ତ ବିଭାଗକୁ ଚିଠି କରିବା ସହିତ ତଦନ୍ତ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସାତକୋଶିଆ ଡିଏଫଓଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସାତକୋଶିଆ ଡିଏଫ୍‌ଓ ରାମସ୍ବାମୀ ପି. କହିଛନ୍ତି, ରାସ୍ତା ନିର୍ମାଣ ପାଇଁ ପାହାଡ଼ ଓ ଗଛ କାଟିବାକୁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। ପୂର୍ତ୍ତ ବିଭାଗ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀଙ୍କ ନିକଟକୁ ଚିଠି କରାଯାଇଛି। ପୂର୍ତ୍ତ ବିଭାଗ ଏସ୍‌ଡିଓ ବିନୟ କୁମାର ପାଢୀ କହିଛନ୍ତି, ଗଛ ନଷ୍ଟ କରି ପାର୍ଶ୍ୱ ରାସ୍ତା ନିର୍ମାଣ ପାଇଁ କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ। ସାଧାରଣ ଲୋକ ଓ ଗାଡି ଯିବା ଆସିବା ପାଇଁ ଠିକାଦାର ପାର୍ଶ୍ୱ ରାସ୍ତା ନିର୍ମାଣ କରିଥାନ୍ତି। ଏ ସମ୍ପର୍କରେ ରାସ୍ତା କାର୍ଯ୍ୟ କରୁଥିବା ଠିକାସଂସ୍ଥାର ପ୍ରମୁଖ ଆନନ୍ଦ ରାଉଳ କହିଛନ୍ତି, ପୂର୍ତ୍ତ ବିଭାଗ ରାସ୍ତାକୁ ଲାଗି ବେସରକାରୀ ଜମି ରହିଛି। କିନ୍ତୁ ମାଲିକମାନେ ଜମି ଛାଡ଼ିଲେନି। ବନ ବିଭାଗ କହିବାରୁ ପାହାଡ଼ ଉପରେ ପାର୍ଶ୍ୱ ରାସ୍ତା ନିର୍ମାଣ କରାଯାଇଛି। ହେଲେ କୌଣସି ଲିଖିତ ଆଦେଶ ବନ ବିଭାଗ ଦେଇ ନାହିଁ ବୋଲି ରାଉଳ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗଳାର ସିଏମ ହେବାପରେ ଶୁଭେନ୍ଦୁଙ୍କୁ ମାସକୁ ମିଳିବ କେତେ ଦରମା? କାଲିଠୁ ବଙ୍ଗର ଧରିବେ ମଙ୍ଗ

କୋଲକାତା,୮।୫: ପଶ୍ଚିମବଙ୍ଗ ରାଜନୀତିରେ ଏକ ନୂତନ ଯୁଗର ଆରମ୍ଭ ହେଉଛି। ଏକ ଐତିହାସିକ ବିଜୟ ପରେ, ଭାରତୀୟ ଜନତା ପାର୍ଟି (ବିଜେପି) ଶୁଭେନ୍ଦୁ ଅଧିକାରୀଙ୍କୁ ତାଙ୍କ ବିଧାୟକ…

ସର୍ବସମ୍ମୁଖରେ ଠେଙ୍ଗାରେ ପିଟି ଯୁବକକୁ ହତ୍ୟା

ଟେନସା,୮।୫(ସମୀର କୁମାର ପାଢୀ): ଭୋଜି ଭାତ ଚାଲିଥିବା ବେଳେ ସାମାନ୍ୟ ବଚସାକୁ ନେଇ ସର୍ବ ସମ୍ମୁଖରେ ଠେଙ୍ଗାରେ ପିଟିପିଟି ଯୁବକଙ୍କୁ ହତ୍ୟା କରିବା ଘଟଣା ଏବେ କୋଇଡା…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

ପ୍ରଥମେ ମମତା ବାନାର୍ଜୀଙ୍କ ସହ କାମ କରି ରାଜନୀତିରେ ପାଇଥିଲେ ସ୍ବତନ୍ତ୍ର ସ୍ଥାନ, ଶୁଭେନ୍ଦୁ ଅଧିକାରୀଙ୍କ କାହାଣୀ ଜାଣିଲେ…

କୋଲକାତା,୮।୫: ବଙ୍ଗଳାରେ ଭାଜପାର ପ୍ରଥମ ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଶୁଭେନ୍ଦୁ ଅଧିକାରୀଙ୍କୁ ଦଳ ଏବେ ଏକ ପ୍ରମୁଖ ଦାୟିତ୍ୱ ଦେଇଛି। ଶୁଭେନ୍ଦୁ ଅଧିକାରୀ ହେବେ…

ସୌମ୍ୟରଞ୍ଜନ ହତ୍ୟା ମାମଲା: ରାସ୍ତା ଅବରୋଧ କଲେ ଗ୍ରାମବାସୀ

ନିଆଳି,୮।୫: ଭୁବନେଶ୍ୱର ଉପକଣ୍ଠସ୍ଥ ବାଲିଅନ୍ତାରେ ସୌମ୍ୟରଞ୍ଜନ ସ୍ବାଇଁଙ୍କୁ ପିଟିପିଟି ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହାରେ ପ୍ରତିବାଦରେ ଶୁକ୍ରବାର ମୌଜପୁର ଗ୍ରାମବାସୀ ଫୁଲନଖରା-ନିଆଳି ରାସ୍ତା ଅବରୋଧ…

‘ଆମ ଦ୍ୱାରା ଦୁଇଟି ଭୁଲ ହୋଇଛି…’, ମମତାଙ୍କୁ ଭେଟିବା ପରେ ଏମିତିି କାହିଁକି କହିଲେ ଅଖିଳେଶ

କୋଲକାତା,୮।୫: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏବଂ ଏସପି ସୁପ୍ରିମୋ ବର୍ତ୍ତମାନ ପଶ୍ଚିମବଙ୍ଗରେ ଅଛନ୍ତି। ଟିଏମସିର ପରାଜୟ ପରେ ଅଖିଳେଶ ଯାଦବ ମମତା ବାନାର୍ଜୀଙ୍କୁ ଭେଟିବା ପାଇଁ…

ତାମିଲନାଡୁରେ ପୁଣିଥରେ ହେବ ନିର୍ବାଚନ! ଜାତୀୟ ରାଜନୀତିରେ ଚହଳ

ଚେନ୍ନାଇ,୮।୫: ତାମିଲନାଡୁ ରାଜନୀତିରେ ଉଷ୍ମତା କେବଳ ମେ ମାସ ଖରା ପାଗ ଯୋଗୁଁ ନୁହେଁ, ବରଂ କ୍ଷମତାର ପରିବର୍ତ୍ତନଶୀଳ ସମୀକରଣରୁ ଉତ୍ପନ୍ନ ହୋଇଛି। ଅଭିନେତାରୁ ରାଜନେତା ହୋଇଥିବା…

ସ୍କୁଟିକୁ ଧକ୍କାଦେଲା ‘ଆମ ବସ୍‌’

ସମ୍ବଲପୁର,୮ା୫(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲା ଥାନା ଅନ୍ତର୍ଗତ ପିସି ବ୍ରିଜ୍‌ ନିକଟରେ ଜାତୀୟ ରାଜପଥ(୫୩) ଉପରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି। ଦୁର୍ଘଟଣାରେ ବୁର୍ଲାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri