Posted inଜାତୀୟ

ପାର୍ଲାମେଣ୍ଟରେ ବଢ଼ିଲା କର୍ନାଟକ ତାତି

ନଆଦିଲ୍ଲୀ,୧୦ା୭(ପି.ଟି.): କର୍ନାଟକର ମୋଟ ୧୭ ବିଧାୟକ ଅଦ୍ୟାବଧି ଇସ୍ତଫା ଦେଇଥିବାବେଳେ ଏଚ୍‌.ଡି. କୁମାରସ୍ବାମୀଙ୍କ ନେତୃତ୍ୱାଧୀନ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାର ଅଡ଼ୁଆରେ ପଡ଼ିଛନ୍ତି। ଏହି ତାତିର ଉଷ୍ମତା ମଙ୍ଗଳବାର ପାର୍ଲାମେଣ୍ଟରେ ଅନୁଭୂତ ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଲୋକ ସଭାରେ ଏନେଇ ସ୍ଲୋଗାନ ଦେଇଛନ୍ତି।
ଲୋକ ସଭାରେ ପ୍ରଥମଥର ପାଇଁ ରାହୁଲଙ୍କ ସ୍ଲୋଗାନ ଶୁଣିବାକୁ ମିଳିଛି। ରାହୁଲ ମଧ୍ୟାହ୍ନରେ ନିମ୍ନ ସଦନକୁ ଆସିଥିଲେ। ସେହି ସମୟରେ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ କର୍ନାଟକ ପ୍ରସଙ୍ଗ ଉଠାଇ ଶାସକ ଦଳ ବିଧାୟକଙ୍କୁ ଶିକାର କରୁଛି ବୋଲି ଅଭିଯୋଗ କରିଥିଲେ। ଅଭିଯୋଗର ଉତ୍ତର ସୋମବାର ଗୃହର ଉପନେତା ରାଜନାଥ ସିଂ ଦେଇସାରିଥିବାରୁ ବାଚସ୍ପତି ଓମ୍‌ ବିର୍ଲା ଏହି ପ୍ରସଙ୍ଗରେ ବିତର୍କ ପାଇଁ ଅନୁମତି ଦେଇ ନ ଥିଲେ। ଫଳରେ ଅଧୀର ପୁଣିଥରେ ପ୍ରସଙ୍ଗ ଉଠାଇ ଗଣତନ୍ତ୍ରର ସୁରକ୍ଷା ଆପଣଙ୍କ କର୍ତ୍ତବ୍ୟ ବାଚସ୍ପତିଙ୍କୁ କହିଥିଲେ। କଂଗ୍ରେସ ସଦସ୍ୟମାନେ ତାଙ୍କ ପଛରେ ଛିଡ଼ାହୋଇ ‘ଏକଚ୍ଛତ୍ରବାଦ ବନ୍ଦ କର’ ଓ ‘ଶିକାର ରାଜନୀତି ବନ୍ଦ କର’ ବୋଲି କହୁଥିବାବେଳେ ରାହୁଲ ସେମାନଙ୍କ ସହ ମିଶି ଅନୁରୂପ ସ୍ଲୋଗାନ ଦେଇଥିଲେ। ପରେ ସମସ୍ତ ସଦସ୍ୟ ଗୃହର ମଧ୍ୟଭାଗକୁ ଯାଇ ହଟ୍ଟଗୋଳ କରିଥିଲେ। ରାଜ୍ୟ ସଭାରେ ମଧ୍ୟ ବିରୋଧୀ ସଦସ୍ୟମାନେ ଅନୁରୂପ ପ୍ରସଙ୍ଗ ଉଠାଇ ହଟ୍ଟଗୋଳ କରିବାରୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଅପରାହ୍ନ ୨ଟାରେ କଂଗ୍ରେସ, ଟିଏମ୍‌ସି, ସିପିଆଇ ଏବଂ ସିପିଆଇଏମ୍‌ ସଦସ୍ୟମାନେ ବିକ୍ଷୋଭ କରି ଅଚଳାବସ୍ଥା ସୃଷ୍ଟି କରିଥିଲେ। ଏଥିରୁ କ୍ଷାନ୍ତ ରହିବାକୁ ଉପାଧ୍ୟକ୍ଷ ହରିବଂଶ ଅନୁରୋଧ କରିଥିଲେ ହେଁ ସେମାନେ ମାନି ନ ଥିଲେ। ଶେଷରେ ଉଚ୍ଚ ସଦନର ଗୃହକାର୍ଯ୍ୟକୁ ବୁଧବାର ଯାଏ ସ୍ଥଗିତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚେନ୍ନାଇ ପୋଲିସର ଆଉ ଏକ ରୂପ

ଚେନ୍ନାଇ,୧୩।୮: କରୋନା ଭାଇରସ ଏବେ ସାଧାରଣ ଜୀବନକୁ ଅସ୍ତବ୍ୟସ୍ତ କରି ଦେଇଛି। ଧନୀଠାରୁ ଗରିବ ସମସ୍ତେ ଏବେ ଏହାସହ ଲଢି ଚାଲିଛନ୍ତି। ଏହି ଅଦୃଶ୍ୟ ଯୁଦ୍ଧରେ...

ମଝି ଆକାଶରେ ଥରିଲା ବିମାନ ଇଞ୍ଜିନ: ଜୟପୁରକୁ ଡାଇଭର୍ଟ, ଯାଞ୍ଚ ନିର୍ଦ୍ଦେଶ

ନୂଆଦିଲ୍ଲୀ,୧୫ା୭: ଇଣ୍ଡିଗୋ ବିମାନର ଇଞ୍ଜିନ୍‌ ଏକ ସେକେଣ୍ଡ ପାଇଁ ଥରିବାରୁ ଦିଲ୍ଲୀରୁ-ବଡ଼ଦୋରା ଯାଉଥିବା ବିମାନକୁ ଜୟପୁର ଡାଇଭର୍ଟ କରାଯାଇଛି। ଯାତ୍ରୀମାନଙ୍କ ପାଇଁ ଏକ ବିକଳ୍ପ ବିମାନର...

ନେତାଜୀଙ୍କ ୨୮ ଫୁଟ ଉଚ୍ଚ ହଲୋଗ୍ରାମ ପ୍ରତିମା ଲୋକାର୍ପିତ…

ନୂଆଦିଲ୍ଲୀ, ୨୩।୧ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କର ୧୨୫ ତମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦିଲ୍ଲୀର ଇଣ୍ଡିଆ ଗେଟ୍‌ଠାରେ ୨୮ ଫୁଟ...

ଗେଣ୍ଡୁଫୁଲର ଉପକାରିତା

ଆଜିକା ଦିନରେ ପ୍ରଦୂଷଣ ଲୋକଙ୍କ ପାଇଁ ଏକ ବଡ଼ ସମସ୍ୟା ପାଲଟିଛି। ଯେଉଁ କାରଣରୁ ଅନେକ ଲୋକ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ହେଉଛନ୍ତି, ସେଥିମଧ୍ୟରୁ...

ପଞ୍ଜାବ ଦେଇ କଶ୍ମୀରକୁ ଅସ୍ତ୍ର ଚୋରାଚାଲାଣ କରୁଛି ପାକ୍‌

ନୂଆଦିଲ୍ଲୀ,୧୩ା୨(ଆଇଏଏନ୍‌ଏସ୍‌): ଆତଙ୍କବାଦୀ ସଂଗଠନକୁ ପାଣ୍ଠି ଯୋଗାଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଫାଇନାନ୍ସିଆଲ ଆକ୍ସନ ଟାସ୍କଫୋର୍ସ (ଏଫ୍‌ଏଟିଏଫ୍‌) ପାକିସ୍ତାନ ସରକାରଙ୍କ ଉପରେ ଚାପ ପକାଉଥିବାବେଳେ ଏବେ ସେଠାରୁ...

ଚୋରି କରିବାକୁ ଆସିଥିଲା ଚୋର, ବ୍ୟାଗ୍‌ ଭର୍ତ୍ତି ଟଙ୍କା ଦେଖି ହେଲା ହାର୍ଟ ଆଟାକ୍‌, ଆଉ ତା’ ପରେ…

ଲକ୍ଷ୍ନୌ,୧।୪: ଉତ୍ତରପ୍ରଦେଶର ବିଜନୋରରେ ଚୋରି କରିବାକୁ ଆସିଥିବା ଜଣେ ଚୋର ବ୍ୟାଗ୍‌ରେ ୭ ଲକ୍ଷ ଟଙ୍କା ଦେଖି ଖୁସିରେ ଆତ୍ମବିଭୋର ହୋଇଯାଇଥିଲେ। ସେ ଏତେ ଖୁସି...

ସ୍ବଦେଶୀ ଉତ୍ପାଦ କିଣିବାକୁ ଅନୁରୋଧ କଲେ ମୋଦି

ନୂଆଦିଲ୍ଲୀ,୯।୧୧: ଦୀପାବଳିରେ ସ୍ବଦେଶ ଉତ୍ପାଦ କିଣିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଏହାଦ୍ୱାରା ଘରୋଇ ଉଦ୍ୟୋଗର ବିକାଶ ସମ୍ଭବ ହୋଇପାରିବ ବୋଲି ମୋଦି...

ଦିଲ୍ଲୀ ସୀମାରୁ କୃଷକଙ୍କ ଆନ୍ଦୋଳନ ହଟାଇବା ଆବେଦନର ୧୬ରେ ଶୁଣାଣି

ନୂଆଦିଲ୍ଲୀ,୧୩।୧୨: ରାଜଧାନୀ ଦିଲ୍ଲୀ-ହରିୟାଣା ସୀମାରେ ଚାଲିଥିବା କୃଷକ ଆନ୍ଦୋଳନକୁ ତୁରନ୍ତ ହଟାଇବା ପାଇଁ କରାଯାଇଥିବା ଆବେଦନର ଶୁଣାଣି ଆସନ୍ତା ୧୬ ତାରିଖରେ କରିବେ ସୁପ୍ରିମକୋର୍ଟ। କୃଷକ...

Advertisement
Archives

Model This Week